ଗୃହରେ ବସିଥିଲେ ନବୀନ ବିସ୍ଫୋରକ ବୟାନ ଦେଲେ ବଦ୍ରି, ବିଜେଡିକୁ ହରାଇଦେଲା ଏହି ଯୋଜନା…

ଭୁବନେଶ୍ୱର,୩।୧୨: ପାନୀୟ ଜଳ ପ୍ରକଳ୍ପ କାମ ପୂରା ନକରିବାରୁ ହାରିଲା ବିଜେଡି । ଆଜି ବିଧାନସଭା ଅଧିବେଶନରେ ଏପରି ଏହି ମାହୋଲକୁ ଉଷ୍ମ କରେଇଛନ୍ତି ଖୋଦ୍‌ ବିଜେଡି ନେତା। ବୀରୋଦୀଦଳ ନେତା ନବୀନ ପଟ୍ଟନାୟକଙ୍କ ଆଗରେ ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ବଦ୍ରି ପାତ୍ର।

ସେ କହିଛନ୍ତି, ପାନୀୟ ଜଳ ପ୍ରକଳ୍ପ କାମ ପୂରା ନକରିବାରୁ ବିଜେଡି ବିଧାୟକ ହାରିଛନ୍ତି।
ଜନ ଆକ୍ରୋଶର ଶିକାର ହୋଇଛନ୍ତି । ପାନୀୟଜଳ କଷ୍ଟ, ଆକ୍ରୋଶରେ ପରିଣତ ହେଲା । ଆଉ ସେହି ଆକ୍ରୋଶର ଶିକାର ହୋଇ ର୍ନିବାଚନ ହାରିଛନ୍ତି କିଛି ବିଜେଡି ବିଧାୟକ । ଯେଉଁମାନେ କମ ଭୋଟରେ ହାରିଛନ୍ତି, ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ନସରିବା ଏହାର ମୁଖ୍ୟ କାରଣ । ନିଜେ ଏହା ଚଳିତ ନିର୍ବାଚନର ଅନୁଭବ କରିଛି ବୋଲି ଗୃହରେ କହିଛନ୍ତି ଘସିପୁରା ବିଧାୟକ ବଦ୍ରି ପାତ୍ର ।

ତେବେ ପାନୀୟ ଜଳକୁ ନେଇ ବିଭାଗୀୟ ମନ୍ତ୍ରୀ ରବି ନାଏକ କହିଛନ୍ତି, ପୂର୍ବ ସରକାର ଅମଳରେ ମଲେଇ ଖାଇ ପଳେଇଛନ୍ତି ଠିକାଦାର। ପୂର୍ବ ସରକାର ପାନୀୟ ଜଳ ଯୋଗାଣ ପାଇଁ ଯେଉଁ ଠିକାଦାର ମାନଙ୍କ ସହ ଏଗ୍ରିମେଣ୍ଟ କରିଥିଲେ, ସେମାନେ ୫୮ ପ୍ରତିଶତ ଟଙ୍କା ଉଠାଇ କେବଳ ପାଇପ ବିଛାଇ ପଳେଇଛନ୍ତି। ଇନଟେକ ୱେଲ ର୍ନିମାଣ ହୋଇନି। ସେଥିପାଇଁ କାମ ବିଳମ୍ବ ହେଉଛି। ବିଭାଗ ବହୁତ ପରିଶ୍ରମ କରୁଛି ବୋଲି ମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ଏବେ ୧୯୧ଟି ପାନୀୟ ଜଳ ପ୍ରକଳ୍ପ ର୍ନିମାଣାଧୀନ ରହିଛ । ଏଥିମଧ୍ୟରୁ ମାତ୍ର ୧୬ଟି ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ବେଳେ ର୍ନିମାଣାଧୀନ ୧୯୧ ପାନୀୟ ଜଳ ପ୍ରକଳ୍ପ ୩ଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ହେବ । ୨୦୨୫ ମାର୍ଚ୍ଚ ସୁଦ୍ଧା ୫୬ଟି, ଡିସେମ୍ବର ସୁଦ୍ଧା ୫୪ଟି ସରିବ ଆଉ ବାକି ୮୧ଟି ପ୍ରକଳ୍ପ ୨୦୨୫ ଜୁନ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଛି ବିଭାଗ ବୋଲିି ଉତ୍ତର ରଖିଛନ୍ତି ମନ୍ତ୍ରୀ ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?