Odisha Elections 2024
Posted inଖେଳ

ଲକ୍ଷ୍ନୌ ବୋଲର ପ୍ରଭାବୀ

ଲକ୍ଷ୍ନୌ, ୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବୋଲରମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଫଳରେ ମୁମ୍ବାଇ ଇଣ୍ଡିଆନ ଇନିଂସ ୨୦ ଓଭରରେ ୧୪୪/୭ରେ ସୀମିତ ରହିଛି। ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ ଲକ୍ଷ୍ନୌ ଦଳ ୧୩ ଓଭରରେ ୨ ଉଇକେଟ ହରାଇ ୯୯ ରନ ସଂଗ୍ରହ କରିଛି। ମୁମ୍ବାଇ ପରି ଲକ୍ଷ୍ନୌର ଆରମ୍ଭ ମଧ୍ୟ ଭଲ ରହି ନ ଥିଲା। ମୟଙ୍କ ଯାଦବଙ୍କ ସ୍ଥାନରେ ଇମ୍ପାକ୍ଟ ଖେଳାଳିଭାବେ ଆସିଥିବା ଅର୍ଶିନ କୁଲକର୍ନୀ ଖାତା ଖୋଲିବା ପୂର୍ବରୁ ଆଉଟ ହେବାରୁ ଲକ୍ଷ୍ନୌ ସ୍କୋର ୧/୧ ହୋଇ ଯାଇଥିଲା। ତାଙ୍କୁ ଆଉଟ କରିଥିଲେ ମୁମ୍ବାଇର ଇମ୍ପାକ୍ଟ ପ୍ଲେୟର ନୂଓ୍ବାନ ଥୁସାରା। ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଆସି ଇମ୍ପାକ୍ଟ ଦେଖାଇଥିଲେ ଥୁସାରା। ଆଇପିଏଲ୍‌ରେ ଏହାଥିଲା ତାଙ୍କର ପ୍ରଥମ ଉଇକେଟ।
ଏହି ମ୍ୟାଚରେ ଅନେକ କିଛି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଯାଇଥିଲା। ଦଳ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା। ବ୍ୟାଟିଂ ମୁମ୍ବାଇର ମୁଖ୍ୟ ଶକ୍ତି ହୋଇଥିଲେ ହେଁ ପାଓ୍ବାରପ୍ଲେ ୬ ଓଭରରେ ମାତ୍ର ୨୮ ରନ ମଧ୍ୟରେ ଟପ୍‌ ଅର୍ଡରର ୪ଟି ଉଇକେଟ ହରାଇ ଦଳ ବ୍ୟାକ୍‌ଫୁଟକୁ ଚାଲି ଯାଇଥିଲା। ଏହା ମଧ୍ୟରେ ସାମିଲ ଥିଲେ ହିଟ୍‌ମ୍ୟାନ ରୋହିତ ଶର୍ମା (୪), ବିସ୍ଫୋରକ ବ୍ୟାଟର ସୂର୍ଯ୍ୟକୁମାର ଯାଦବ (୧୦), ଫର୍ମରେ ଥିବା ତିଲକ ବର୍ମା (୭) ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (୦)। ମହସିନ ଖାଁ, ମାର୍କୁସ ଷ୍ଟୋଇନିସ ଓ ନଭିନ ଉଲ୍‌ ହକ୍‌ ମୁମ୍ବାଇର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ତିଲକ ରନ୍‌ ଆଉଟ ହେବା ମଧ୍ୟ ମୁମ୍ବାଇ ପାଇଁ ଶକ୍ତ ଧକ୍କା ସଦୃଶ ଥିଲା। ସ୍ବାଭାବିକଭାବେ ଆକ୍ରମଣାତ୍ମକ ଆରମ୍ଭ କରୁଥିବା ଇଶାନ କିଶନ କିନ୍ତୁ ଏଠାରେ ଭିନ୍ନ ଅବତାରରେ ନଜରକୁ ଆସିଥିଲେ। ୮ ରନ କରିଥିବାବେଳେ ଜୀବନଦାନ ପାଇଥିବା ଇଶାନ ୩୬ଟି ବଲ୍‌ର ସମ୍ମୁଖୀନ ହୋଇଥିଲେ ହେଁ ୩୨ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ଷ୍ଟ୍ରାଇକ୍‌ ହାର ୯୦ରୁ କମ୍‌ ରହିଥିଲା। ନେହାଲ ଓ୍ବାଧେରାଙ୍କ ଦୃଢ଼ ବ୍ୟାଟିଂ ଯୋଗୁ ହିଁ ମୁମ୍ବାଇ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚତ୍ ପାରିଥିଲା। ସେ ୪୧ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ୪୬ ରନ କରି ଇନିଂସ ସମ୍ଭାଳିଥିଲେ। ଏହି ଅବସରରେ ସେ କିଶନଙ୍କ ସହ ୫ମ ଉଇକେଟରେ ମୂଲ୍ୟବାନ ୫୩ ରନର ଭାଗୀଦାରି ଗଢ଼ିଥିଲେ। ଶେଷ ଭାଗରେ ସ୍ବାଭାବିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଟିମ୍‌ ଡାଭିଡ। ସେ ୧୮ଟି ବଲ୍‌ର ସମ୍ମୁଖୀନ ହୋଇ ୩ ଚୌକା ଓ ୧ ଛକା ସହ ୩୫ ରନରେ ଅପରାଜିତ ରହିଥିଲେ। ଓ୍ବାଧେରା ଦଳ ପକ୍ଷରୁ ସର୍ବାଧିକ ୪୬ (୪୧ ବଲ, ୪ ଚୌକା, ୨ ଛକା) ରନର ଯୋଗଦାନ ଦେଇଥିଲେ। ଲକ୍ଷ୍ନୌ ବୋଲରଙ୍କ ମଧ୍ୟରେ ମହସିନ ଖାଁ ସର୍ବାଧିକ ୨ଟି ଉଇକେଟ ନେଇଥିଲେ। ମାର୍କୁସ ଷ୍ଟୋଇନିସ, ନଭିନ-ଉଲ୍‌-ହକ୍‌, ମୟଙ୍କ ଯାଦବ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୪୪/୭ (ନେହାଲ ଓ୍ବାଧେରା-୪୬, ଟିମ୍‌ ଡାଭିଡ-୩୫*, ଇଶାନ କିଶନ-୩୨, ମହସିନ ଖାଁ-୨/୩୬, ମାର୍କୁସ ଷ୍ଟୋଇନିସ-୧/୧୯, ନଭିନ ଉଲ୍‌ ହକ୍‌-୧/୧୫, ମୟଙ୍କ ଯାଦବ-୧/୩୧, ରବି ବିଷ୍ଣୋଇ-୧/୨୮)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୁମକୁ ଫାଇନାଲ୍‌ ଜିତିବାକୁ ପଡ଼ିବ…କୋହଲିଙ୍କୁ ଧୋନୀଙ୍କ ମେସେଜ୍‌

ନୂଆଦିଲ୍ଲୀ,୨୧।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମେ ୧୮ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ପ୍ଲେ ଅଫରେ ସ୍ଥାନ ହାସଲ କରିଛି । ପ୍ଲେ ଅଫରେ...

ମୁଁ କାହାର ପାଦ ଛୁଏଁ ନାହିଁ, ସେଥିପାଇଁ ମୋତେ….କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨୧।୫: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ତାଙ୍କର ତାଙ୍କ ବିବୃତ୍ତି ପାଇଁ ପ୍ରାୟତ ଚର୍ଚ୍ଚାରେ ଥାନ୍ତି। ନିକଟରେ ଟିମ ଇଣ୍ଡିଆର ଅଫ ସ୍ପିନର ରବି...

୪୦୦ ମିଟରରେ ଦୀପ୍ତିଙ୍କ ବିଶ୍ୱରେକର୍ଡ

କୋବ୍‌ (ଜାପାନ), ୨୧ା୫ (ପି.ଟି.): ଭାରତର ଦୀପ୍ତି ଜୀବନଜୀ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୪୦୦ମିଟର ଟି୨୦ କାଟେଗୋରିରେ ବିଶ୍ୱ ରେକର୍ଡ...

୧୫ତମ ଷ୍ଟେଜ୍‌ରେ ପୋଗାକାର ବିଜୟୀ

ରୋମ୍‌, ୨୧।୫: ଟାଡେଜ ପୋଗାକାର (ସ୍ଲୋଭାକିଆ/ ୟୁଏଇ ଟିମ୍‌ ଏମିରେଟ୍ସ) ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୫ତମ ଷ୍ଟେଜ୍‌ ଜିତିଛନ୍ତି। ସେ ୬ ଘଣ୍ଟା...

ଟିକେଟ୍‌ ବିକ୍ରି ବୃଦ୍ଧି ପାଇଁ କ୍ୟାମ୍ପେନ୍‌

ପ୍ୟାରିସ୍‌,୨୧ା୫(ପି.ଟି): ପ୍ୟାରିସ୍‌ ପାରାଲିମ୍ପିକ୍ସକୁ ଆଉ ୧୦୦ ଦିନ ବାକି ରହିଛି। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ତାରିଖ ଯାଏ ଏହି ମେଗା ଇଭେଣ୍ଟ ଅନୁଷ୍ଠିତ ହେବ।...

ପାରାମାଉଣ୍ଟ ‘ଏ’ ଫାଇନାଲରେ

ଭୁବନେଶ୍ୱର, ୨୧ା୫ (ବିଜୟ ରଣା): ସ୍ଥାନୀୟ ପାରାମାଉଣ୍ଟ ସ୍ପୋର୍ଟିଙ୍ଗ୍ସ ଆନୁକୂଲ୍ୟରେ ଅରବିନ୍ଦମେମୋରିଆଲ ପାରାମାଉଣ୍ଟ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି...

ନର୍ଥଇଷ୍ଟରେ ୬ ଇନ୍‌ଡୋର କ୍ରିକେଟ ଏକାଡେମୀ

ନୂଆଦିଲ୍ଳୀ,୨୧ା୫(ପି.ଟି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ନର୍ଥ ଇଷ୍ଟ ରାଜ୍ୟଗୁଡିକରେ ୬ଟି ଇନ୍‌ଡୋର କ୍ରିକେଟ ଏକାଡେମୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି...

ଆଇପିଏଲ ଫାଇନାଲ ମ୍ୟାଚ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ: ଜାଣନ୍ତୁ ସବୁଠାରୁ ଶସ୍ତା ଟିକେଟ୍‌ର ଦାମ୍‌…

ନୂଆଦିଲ୍ଲୀ,୨୦।୫: ଆଇପିଏଲ ୨୦୨୪ର ପ୍ଲେ ଅଫ ପର୍ଯ୍ୟାୟ ୨୧ ମେ’ରୁ ଆରମ୍ଭ ହେଉଛି। ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍‌ ), କୋଲକାତା ନାଇଟ ରାଇଡର୍ସ (କେକେଆର୍‌), ରାଜସ୍ଥାନ ରୟାଲ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri