ବଢୁଛି ଅନୁପ୍ରବେଶ, ପ୍ରଶାସନ ନୀରବ

କେନ୍ଦ୍ରାପଡ଼ା ଅଫିସ,୨୪ା୧:ଅମିତ ରାୟ(୩୦)। ଆଶାଲତା ଓ ବିଧାନ ରାୟଙ୍କ ପୁଅ ଅମିତଙ୍କ ବାଂଲାଦେଶର ଠିକଣା ଅନୁଯାୟୀ ବଜରହାଟ ଜିଲା ଛତଲମାରି ଥାନା ଆରୁଲିଏ ଗଁାରେ ରୁହନ୍ତି। ଢାକାର ବାଂଲାଦେଶ ଟେକ୍ନିକାଲ ଏଡୁକେଶନ ବୋର୍ଡ ଅଧୀନରେ ୨୦୦୯ ମସିହାରେ ସେକେଣ୍ଡାରି ସ୍କୁଲ ପାସ୍‌ ସହ ବରିସାଲର ପିଙ୍କି କମ୍ପ୍ୟୁଟର ଟ୍ରେନିଂ ସେଣ୍ଟରରୁ ୨୦୧୧ ମସିହାରେ ସାର୍ଟିଫିକେଟ ହାସଲ କରିଛନ୍ତି। ତେବେ ତାଙ୍କର ଅନ୍ୟତମ ଠିକଣା ହେଉଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକୋଳିଖଳା। ସ୍ଥାନୀୟ ଅଞ୍ଚଳରେ ୩ ବର୍ଷ ଧରି ସୁଭଦ୍ରା ଓ ବିକାଶ ରାୟଙ୍କ ପୁଅ ଭାବେ ପରିଚିତ ହେଉଛନ୍ତି। ସ୍ଥାନୀୟ ରାମନଗରସ୍ଥ ସରସ୍ବତୀ ଶିଶୁ ମନ୍ଦିରରୁ ୨୦୦୨ରୁ ୨୦୧୦ ପର୍ଯ୍ୟନ୍ତ ପାଠ ପଢ଼ିଥିବା ସାର୍ଟିଫିକେଟ ପାଇଛନ୍ତି। ଏପରି କି ଏହି ସାର୍ଟିଫିକେଟ ବଳରେ ଭୋଟର ପରିଚୟପତ୍ରଠାରୁ ଆରମ୍ଭକରି ବିଭିନ୍ନ ସରକାରୀ ପ୍ରମାଣପତ୍ର ତାଙ୍କ ନାମରେ ଅଛି। ଏ ନେଇ ବରକୋଳିଖଳା ଗଁାର ସୁଭଦ୍ରାଙ୍କ ପ୍ରଶାସନିକ ଅଭିଯୋଗ ପରେ ୨୦୧୮ରେ ତାଙ୍କର ସମସ୍ତ ପ୍ରମାଣପତ୍ର ରଦ୍ଦ କରାଯାଇଥିଲା। ତତ୍କାଳୀନ ଜିଲାପାଳ ଦାଶରଥି ଶତପଥୀ ବାଂଲାଦେଶକୁ ଫେରିଯିବା ପାଇଁ ଅମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଅମିତ ଏବେ ବାଂଲାଦେଶକୁ ଯିବା ପରିବର୍ତ୍ତେ କୋଲକାତା ଓ କେନ୍ଦ୍ରାପଡ଼ା ଜିଲାରେ ରହୁଛନ୍ତି। କେନ୍ଦ୍ରାପଡ଼ା ଜିଲାକୁ ବାଂଲାଦେଶୀ ଅନୁପ୍ରବେଶ କ୍ଷେତ୍ରରେ ଅମିତ ଏକ ଉଦାହରଣ। ଏହା ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ଅନୁପ୍ରବେଶକାରୀଙ୍କ ଚିହ୍ନଟୀକରଣ ସହ ୨୦୦୫ ମସିହାରେ ଦେଶାନ୍ତର ପାଇଁ ନୋଟିସ ଦେଇଛନ୍ତି। ମାତ୍ର ଜଣେ ହେଲେ ଅନୁପ୍ରବେଶକାରୀଙ୍କୁ ସ୍ଥାନାନ୍ତର କରାଯାଇପାରିନାହିଁ। ସେହିପରି ୨୦୧୯ ମସିହାରେ ୧୩୭ଜଣଙ୍କୁ ଚିହ୍ନଟ କରାଯାଇ ଭୋଟର ତାଲିକାରୁ ନାମ ହଟାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନୋଟିସ ହୋଇଛି। ଅପରପକ୍ଷରେ ଉପାନ୍ତ ଅଞ୍ଚଳରେ ମାତ୍ରାଧିକ ଅନୁପ୍ରବେଶକାରୀଙ୍କୁ ଦେଖିବାକୁ ମିଳୁଥିବା ବେଳେ ସମଗ୍ର ଜିଲାରେ ଏମାନେ କାର୍ଯ୍ୟ ବିସ୍ତାର କରିଥିବା ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି। ଜଙ୍ଗଲ ଜମି ଜବରଦଖଲଠାରୁ ଆରମ୍ଭକରି ନିଶା କାରବାରରେ ଏମାନଙ୍କ ହାତ ରହୁଥିବା ସେମାନେ ପ୍ରକାଶ କରିବା ସହ ତୁରନ୍ତ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଉ ବୋଲି ଦାବି କରିଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ, ପ୍ରତାପ କୁମାର ତ୍ରିପାଠୀ, ପ୍ରଭାତ ଦାସ, ଅଶେଷ ଖଟୁଆ, ଡ. ପି.ଏନ୍‌. ଗୌରାଙ୍ଗ ପ୍ରମୁଖ କହିଛନ୍ତି, ଜିଲା ତଥା ଦେଶ ପାଇଁ ଅନୁପ୍ରବେଶକାରୀମାନେ ବିପଦ ସାଜିଛନ୍ତି। ବଙ୍ଗଭଙ୍ଗ ସମୟରେ ଜିଲାରେ ମାତ୍ର ୧୨୩୭ ଜଣ ବଙ୍ଗ ଶରଣାର୍ଥୀଙ୍କୁ ଥଇଥାନ କରାଯାଇଥିଲା। ମହାକାଳପଡ଼ା ବ୍ଲକ ରାମନଗରର ସୀମିତ ଅଞ୍ଚଳରେ ଏମାନେ ରହୁଥିଲେ। ସାମ୍ପ୍ରତିକ ସମୟରେ ବାଂଲାଦେଶୀମାନେ ସମୁଦ୍ର ତଥା ବିଭିନ୍ନ ସଡ଼କପଥ ଦେଇ କେନ୍ଦ୍ରାପଡ଼ା ଜିଲାରେ ପହଞ୍ଚୁଛନ୍ତି। ୨୦୨୦ ମାର୍ଚ୍ଚରେ ୬ ଜଣ ବାଂଲାଦେଶୀଙ୍କୁ ସ୍ଥାନୀୟ ଜମ୍ମୁ ପୋଲିସ ଧରିବା ପରେ ଛାଡ଼ି ଦେଇଥିଲା। ଏମାନେ ପ୍ରଥମେ ଏଠାରେ ସ୍ଥାନୀୟ ଅଧିବାସୀଙ୍କ ଜରିଆରେ ନିଜର ପରିଚୟପତ୍ର ଯୋଗାଡ଼କରିବା ପରେ ଜଙ୍ଗଲ ଜମିକୁ ମୁଖ୍ୟ ଟାର୍ଗେଟ କରି ବସତି ସ୍ଥାପନ କରୁଛନ୍ତି। ଏହାର ପରିଣାମ ସ୍ବରୂପ ୧୯୬୦ରୁ ଅଦ୍ୟାବଧି ଜିଲାରେ ୪୨ଟି ବଙ୍ଗଭାଷୀ ଅଧ୍ୟୁଷିତ ରାଜସ୍ବ ଗ୍ରାମ ସୃଷ୍ଟି ହୋଇସାରିଲାଣି। ଏହାଦ୍ୱାରା ଜାତୀୟ ଉଦ୍ୟାନ ଭିତରକନିକା ବିପଦରେ ପଡ଼ିଛି। ଅନୁପ୍ରବେଶକାରୀମାନେ ଜାତୀୟ ଉଦ୍ୟାନ ସଂରକ୍ଷିତ ଅଞ୍ଚଳ ହୋଇଥିଲେ ମଧ୍ୟ ଜୀବଜନ୍ତୁ ଶିକାର, ଚିଙ୍ଗୁଡ଼ି ଘେରି ନିର୍ମାଣ, ଗଛ କାଟିବା ଆଦି କାର୍ଯ୍ୟ ସହ ଚୋରା ନିଶା କାରବାରରେ ଲିପ୍ତ ରହୁଛନ୍ତି। ଏ ନେଇ ବହୁ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଜିଲାର ୩ ସାମୁଦ୍ରିକ ଥାନାର ଭିତ୍ତିଭୂମି ସୁଦୃଢ ସହ ଅନୁପ୍ରବେଶକାରୀଙ୍କ ଚିହ୍ନଟୀକରଣ ଏବେ ଜରୁରୀ ହୋଇଥିବା ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଅମିତଙ୍କ ଭାରତୀୟ ବାପା ବିକାଶଙ୍କୁ ୯୦୭୮୮୦୩୯୮୧ରେ ବହୁବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ। ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଅମିତଙ୍କର ସମସ୍ତ ଭାରତୀୟ ପ୍ରମାଣପତ୍ର ରଦ୍ଦ ହୋଇଛି। ତେବେ ଅମିତ ରହୁଥିବା ନେଇ ଅନୁସନ୍ଧାନ ହେବ। ଅନୁପ୍ରବେଶକୁ ନେଇ କୌଣସି ଲିଖିତ ଅଭିଯୋଗପତ୍ର ନ ଥିବାରୁ ସାମୂହିକ ଭାବେ ଚିହ୍ନଟ କରିବା ଏବେ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri