ପାର୍ବଣରେ ବଢ଼ିପାରେ ସଂକ୍ରମଣ

ନୂଆଦିଲ୍ଲୀ,୧୯ା୧୦(ପି.ଟି.): ଭାରତରେ ଚଳିତ ପାର୍ବଣ ଋତୁରେ କରୋନା ସଂକ୍ରମଣ ବୃଦ୍ଧିପାଇବା ଆଶଙ୍କା ରହିଛି। ଏଥିପାଇଁ ବିଶେଷଜ୍ଞଙ୍କଠାରୁ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କ କରିଦିଆଯାଇଛି। ନୀତି ଆୟୋଗ ବିଷେଶଜ୍ଞଙ୍କ ମତରେ ଶୀତଋତୁରେ କୋଭିଡ୍‌-୧୯ର ଦ୍ୱିତୀୟ ପ୍ରବାହ ଆରମ୍ଭ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
ନୀତି ଆୟୋଗ ସଦସ୍ୟ ତଥା ନ୍ୟାଶନାଲ ଏକ୍ପପର୍ଟ ଗ୍ରୁପ୍‌ ଅନ୍‌ ଭାକ୍ସିନ ଆଡ୍‌ମିନିଷ୍ଟ୍ରେଶନ ଫର୍‌ କୋଭିଡ୍‌-୧୯ (ଏନ୍‌ଇଜିଭିଏସି) ମୁଖ୍ୟ ଭି.କେ. ପଲ୍‌ ରବିବାର କହିଛନ୍ତି, ବିଗତ ତିନି ସପ୍ତାହ ଧରି କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା କମି ଅନେକ ରାଜ୍ୟରେ ସ୍ଥିର ରହିଥିବାେଳେ ଶୀତରେ ସଂକ୍ରମଣ ବୃଦ୍ଧି ପାଇପାରେ। ବର୍ତ୍ତମାନ ୫ ରାଜ୍ୟ କେରଳ, କର୍ନାଟକ, ରାଜସ୍ଥାନ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ଏବଂ ୩ରୁ ୪ କେନ୍ଦ୍ରଶାସିତ ଅଞ୍ଚଳରେ ସଂକ୍ରମଣର ଟ୍ରେଣ୍ଡ ବଢ଼ୁଛି।
ତେବେ କୋଭିଡ୍‌-୧୯ ଭାକ୍ସିନ ଉପଲବ୍ଧ ହେବା ପରେ ନାଗରିକଙ୍କୁ ତାହା ଯୋଗାଇବା ପାଇଁ ଅନେକ ସାଧନ ରହିବ। ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ଶୀତଋତୁରେ କୋଭିଡ୍‌-୧୯ର ପ୍ରାଦୁର୍ଭାବ ବଢ଼ିଛି। ଏହି ଦୃଷ୍ଟିରୁ ଭାରତରେ ମଧ୍ୟ ଶୀତରେ ସଂକ୍ରମଣ ବଢ଼ିପାରେ। ବିଶେଷକରି ପାର୍ବଣ ଋତୁରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବ। ଉତ୍ତର ଭାରତରେ ପ୍ରଦୂଷଣ ବୃଦ୍ଧି ଚିନ୍ତା ବଢ଼ାଇବ ବୋଲି ପଲ୍‌ ସତର୍କ କରାଇଛନ୍ତି।

ଭାରତରେ ଗୋଷ୍ଠୀ ସଂକ୍ରମଣ:କେନ୍ଦ୍ର ମାନିଲା
ଦେଶରେ ଗୋଷ୍ଠୀ ସଂକ୍ରମଣ ଚାଲିଥିବା ସମ୍ପର୍କରେ ମାସ ମାସ ଧରି ଖଣ୍ଡନ କରିଆସୁଥିବା କେନ୍ଦ୍ର ସରକାର ଶେଷରେ ସତ ସ୍ବୀକାର କରିଛନ୍ତି। ଭାରତ ଗୋଷ୍ଠୀ ସଂକ୍ରମଣ ସ୍ତରରେ ରହିଛି ବୋଲି ରବିବାର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ମାନିଛନ୍ତି। ତେବେ ଏହା କେତେକ ନିର୍ଦ୍ଦିଷ୍ଟ ରାଜ୍ୟର କିଛି ଜିଲାରେ ସୀମିତ ଥିବା ସେ କହିଛନ୍ତି। ‘ସଣ୍ଡେ ସମ୍ବାଦ’ ଶୀର୍ଷକ ଓ୍ବେବିନାରରେ ସୋସିଆଲ ମିଡିଆ ଅଡିଏନ୍ସଙ୍କ ସହ ଆଲୋଚନା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ଏହା କହିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଥିବା ନେଇ ସୋମବାର ସ୍ବୀକାର କରିବା ପରେ ହର୍ଷବର୍ଦ୍ଧନଙ୍କ ଏହି ମନ୍ତବ୍ୟ ଆସିଛି। ଦୁର୍ଗା ପୂଜା ଋତୁରେ ସତର୍କତା ଅବଲମ୍ବନ କରିବା ପାଇଁ ମମତା ଜନସାଧାରଣଙ୍କୁ ଗତ ସପ୍ତାହରେ ସଚେତନ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ନାଗରିକଙ୍କୁ ନିଜ ଫୋନ୍‌ ନମ୍ବର ଦେଲେ ଶାହା

ଜମ୍ମୁ,୨୫।୧୦: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୩ ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଅଛନ୍ତି। ଏହି ସମୟରେ ତାଙ୍କୁ ସ୍ଥାନୀୟ ଲୋକଙ୍କ ନିକଟତର ହେଉଥିବା ଦେଖିବାକୁ...

୩୦୩ ସମ୍ମୁଖରେ ୫୨ ରହିବ ଅଧିକ ଓଜନଦାର୍‌: ରାହୁଲ

ନୂଆଦିଲ୍ଲୀ, ୧।୬: ସଂସଦରେ ଭାଜପାର ୩୦୩ ସଦସ୍ୟ ରହିଛନ୍ତି। ଅପରପକ୍ଷରେ କଂଗ୍ରେସ ସଦସ୍ୟ ସଂଖ୍ୟା ୫୨ ରହିଛି। ୩୦୩ ସମ୍ମୁଖରେ ୫୨ ଅଧିକ ଓଜନଦାର୍‌ ରହିବ...

ଦେଢ଼ ବର୍ଷର ଝିଅଙ୍କୁ କୋଳରେ ଧରି ଡ୍ୟୁଟି କରୁଥିଲେ ଡିଏସ୍‌ପି; ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ…

କଥାରେ ଅଛି ନାରୀ ସର୍ବଗୁଣସମ୍ପନ୍ନା। କର୍ତ୍ତବ୍ୟ ସହ ପରିବାରର ଦାୟିତ୍ୱକୁ ସେ ଠିକ୍‌ ଭାବେ ତୁଲାଇପାରେ। ଏହାର ଅନେକ ଉଦାହରଣ ସମାଜରେ ଦେଖିବାକୁ ମିଳିଥାଏ। ଏହି...

ଭାରତ ଆସିବେ ବୋରିସ ଜନସନ

ନୂଆଦିଲ୍ଲୀ,୧୭ ।୪: କରୋନା ମହାମାରୀ କାରଣରୁ ଭାରତ ଗସ୍ତ ବାତିଲ କରିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଦୁଇ ଦିନିଆ ଭାରତ ଗସ୍ତରେ ଏପ୍ରିଲ ୨୧ରେ...

‘ବାକ୍‌ ସ୍ବାଧୀନତା ସମ୍ପୂର୍ଣ୍ଣ ଅଧିକାର ନୁହେଁ’

ବମ୍ବେ,୧୩।୯(ପି.ଟି.): ଭାରତୀୟ ସମ୍ବିଧାନର ଧାରା-୧୯ରେ ଉଲ୍ଲେଖ ଥିବା ବାକ୍‌ ସ୍ବାଧୀନତା(ଫ୍ରିଡମ୍‌ ଅଫ୍‌ ସ୍ପିଚ୍‌ ଆଣ୍ଡ୍‌ ଏକ୍ସେପ୍ରେଶନ) ସମ୍ପୂର୍ଣ୍ଣ ଅଧିକାର ନୁହେଁ ବୋଲି ଶୁକ୍ରବାର ବମ୍ବେ ହାଇକୋର୍ଟ...

ରାଜ୍ୟରୁ ଆଉ ୧୫ ଜୀବନ ନେଲା କରୋନା, ୭୬୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୫ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୬୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ରାଜ୍ୟକୁ ୫୨ କୋଟିରୁ ଅଧିକ ଡୋଜ ଭ୍ୟାକ୍ସିନ ଯୋଗାଇ ଦେଲାଣି କେନ୍ଦ୍ର

ନୂଆଦିଲ୍ଲୀ,୮ ।୮: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରବିବାର କୁହାଯାଇଛି କି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୫୨.୩୭ କୋଟିରୁ ଅଧିକ...

ରାଜ୍ୟରେ ପୁଣି ୬୪୪ କରୋନା ପଜିଟିଭ୍‌ ଚିହ୍ନଟ, ୧୭ ମୃତ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ରାଜ୍ୟରେ ପୁଣି ୬୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୭ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩୬୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୭୫...

Advertisement
Archives

Model This Week