ଓଡ଼ିଶା ସମେତ ୬ ରାଜ୍ୟରେ ସଂକ୍ରମଣ ସ୍ଥିର

ଭୁବନେଶ୍ୱର, ୧୯।୫(ବ୍ୟୁରୋ):ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଆସାମ, ପଣ୍ଡିଚେରୀ, ପଶ୍ଚିମବଙ୍ଗ ଓ ନାଗାଲାଣ୍ଡ ଆଦି ୬ ରାଜ୍ୟରେ ସଂକ୍ରମଣ ହାର ସ୍ଥିର ରହିଛି କିମ୍ବା ହ୍ରାସ ପାଇବା ଆରମ୍ଭ କରିଛି। ମେ’ ପ୍ରଥମ ସପ୍ତାହରେ ଓଡ଼ିଶାର ହାରାହାରି ସଂକ୍ରମଣ ହାର ୨୪.୪ ପ୍ରତିଶତ ଥିବାବେଳେ ଦ୍ୱିତୀୟ ସପ୍ତାହରେ ତାହା ୨୩.୩ ପ୍ରତିଶତକୁ ହ୍ରାସ ପାଇଛି। ଏବେ ପ୍ରାୟ ୧୮.୨ ପ୍ରତିଶତକୁ ଖସିଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ କହିଛନ୍ତି। ମଙ୍ଗଳବାର ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଓଡ଼ିଶାରେ ଗତ ୨୪ଘଣ୍ଟାରେ ୫୬,୬୮୪ ନମୂନା ପରୀକ୍ଷା ହୋଇଥିଲା। ଏହାର ୧୮.୨ ପ୍ରତିଶତ ଅର୍ଥାତ ୧୦,୩୨୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେପଟେ ପୁଣି ଖୋର୍ଦ୍ଧାରେ ଲମ୍ବ ଡିଆଁ ମାରିଛି କରୋନା। ସୋମବାର ଏହି ଜିଲାରୁ ମୋଟ ୯୦୯ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲା। ୯୭୩ ସହ ଦୈନିକ ସଂକ୍ରମଣର ଶୀର୍ଷରେ ରହିଥିଲା କଟକ। ହେଲେ ମଙ୍ଗଳବାର ପୁଣି ଶୀର୍ଷକୁ ଚାଲିଯାଇଛି ଖୋର୍ଦ୍ଧା। ଏଠାରୁ ସର୍ବାଧିକ ୧,୫୬୬ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୮୧୯, କଟକ ୭୩୧, କଳାହାଣ୍ଡି ୫୯୯, ପୁରୀ ୪୭୨, ଅନୁଗୋଳ ୪୭୧, ମୟୂରଭଞ୍ଜ ୪୫୮, ସମ୍ବଲପୁର ୪୦୫, ଭଦ୍ରକ ୩୫୦, କୋରାପୁଟ ୩୩୮, ନବରଙ୍ଗପୁର ୩୩୪, ଯାଜପୁର ୩୩୦, ବରଗଡ଼ ୩୨୦, ଝାରସୁଗୁଡ଼ା ୩୧୨, ବଲାଙ୍ଗୀର ୨୯୧, ନୟାଗଡ଼ ୨୭୩, ବାଲେଶ୍ୱର ୨୬୯, ବୌଦ୍ଧ ୨୫୦, କେନ୍ଦୁଝର ୨୦୪ ଓ ଗଞ୍ଜାମରୁ ୨୦୩ ଜଣ ଚିହ୍ନଟ ହୋଇଥିବାବେଳେ ବାକିସବୁ ଜିଲାର ସଂକ୍ରମଣ ଏହା ତଳକୁ ରହିଛି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୬,୩୩,୩୦୨ରେ ପହଞ୍ଚତ୍ଛି।
ଅନ୍ୟପକ୍ଷରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା କମିବାରେ ନାଁ ଧରୁନି। ପୁଣି ୨୨ଜଣଙ୍କ ଜୀବନ ନେଇଛି ମହାମାରୀ। ମୃତକଙ୍କ ମଧ୍ୟରେ ୯ଜଣ ମହିଳା ଥିବାବେଳେ ୧୨ଜଣ ପୁରୁଷ ରହିଛନ୍ତି। ଭୁବନେଶ୍ୱର, ସୁନ୍ଦରଗଡ଼, ବୌଦ୍ଧ, କଳାହାଣ୍ଡି ଓ ନୂଆପଡ଼ାରୁ ୩ଜଣ ଲେଖାଏ ଥିବାବେଳେ ରାୟଗଡ଼ା, କୋରାପୁଟ, ଗଜପତିରୁ ୨ଜଣ ଲେଖାଏ ଏବଂ ବଲାଙ୍ଗୀରରୁ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ୨,୩୫୭କୁ ବୃଦ୍ଧି ପାଇଛି।
ସେପଟେ ଓଡ଼ିଶାରେ ଆରୋଗ୍ୟ ହାର ଆଶ୍ୱସ୍ତି ଦେଇଛି। କିଛିଦିନ ହେବ ଦୈନିକ ୧୦ ହଜାରରୁ ଊର୍ଦ୍ଧ୍ୱ ସୁସ୍ଥ ହେଉଥିବାବେଳେ ଗତ ୨୪ଘଣ୍ଟାରେ ଆଉ ୧୦,୨୪୨ଜଣ ଆରୋଗ୍ୟ ଲାଭ କରିଛନ୍ତି। ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧,୪୧୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୫,୩୬,୫୯୫ରେ ପହଞ୍ଚତ୍ଥିବାବେଳେ ୯୪,୨୯୭ଜଣ ସକ୍ରିୟ ରୋଗୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ମାସେ ଆମପାଇଁ ଚ୍ୟାଲେଞ୍ଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୬।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍‌ଫରେନ୍ସିଂରେ ଜରିଆରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି। ଆମାଗୀ ୧୫ ଦିନରୁ ମାସେ ଆମ ପାଇଁ...

ବିଜ୍ଞାନ ସମ୍ବନ୍ଧୀୟ ଚଳଚ୍ଚିତ୍ର ଦେଖିଲେ ଛାତ୍ରୀଛାତ୍ର

ଭୁବନେଶ୍ୱର,୬।୧୧(ବ୍ୟୁରୋ):ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ବିଜ୍ଞାନ ଚଳଚ୍ଚିତ୍ର ଉତ୍ସବ। ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ମଧ୍ୟରେ ବିଜ୍ଞାନ ସମ୍ବନ୍ଧୀୟ ଦୁଇଟି...

ଚୈତନ୍ୟଙ୍କ ମୂର୍ତ୍ତି ଅନାବରଣ କଲେ ରାଜ୍ୟପାଳ

ପୁରୀ ଅଫିସ,୧୬।୩: ସ୍ଥାନୀୟ ମାତାମଠସ୍ଥିତ ଶ୍ରୀଚୈତନ୍ୟଙ୍କ ୩୫ ଫୁଟ ମୂର୍ତ୍ତି ଅନାବରଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଶ୍ରୀଗୌରବିହାର ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ମାତାମଠ...

ଆଇଏଏସ୍‌ ବିଜୟ କେତନଙ୍କୁ ଜାମିନ

ଭୁବନେଶ୍ୱର,୩।୨(ବ୍ୟୁରୋ): ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟଙ୍କୁ ସୋମବାର ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ...

ପାଣି ଖସୁନି, ଦୁର୍ଦ୍ଦଶା ବଢୁଛି

ଭୁବନେଶ୍ୱର,୨ା୯(ବ୍ୟୁରୋ): ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଏବଂ ଜଳକା ନଦୀରେ ଆଉ ବନ୍ୟା ବିପଦ ନାହିଁ। ତେବେ ବନ୍ୟା...

ସେପ୍ଟେମ୍ବରରେ ସଂକ୍ରମଣ ବଢ଼ିବା ପରେ କମିଯିବ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ରାଜ୍ୟରେ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟ୍‌ମେଣ୍ଟ ପ୍ରକ୍ରିୟାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। କରୋନା ଟେଷ୍ଟ ପରିମାଣରେ ବୃଦ୍ଧି ଘଟିଛି। ଅଧିକରୁ ଅଧିକ ଟେଷ୍ଟ...

ଉଚ୍ଚ ପାଚେରି ଡେଇଁ ଫାର୍ମ ହାଉସ ଭିତରକୁ ଛାତ୍ରୀ ଗଲେ କିପରି

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜଧାନୀର ନନ୍ଦନକାନନ ଅଞ୍ଚଳରେ ଏକ ଫାର୍ମ ହାଉସ ଭିତରେ ଥିବା ପୋଖରୀରୁ ଶୁକ୍ରବାର ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଛାତ୍ରୀ ଜଣକ ଆତ୍ମହତ୍ୟା...

ମଇଁଷି ପଲ ଉପରେ ଚଢିଗଲା ଟ୍ରେନ : ୩୧ ମଇଁଷି ମୃତ

ଢେଙ୍କାନାଳ ଅଫିସ, ୨୭।୧୧-ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା ରୋଡ୍‌ ରେଳଷ୍ଟେଶନ ନିକଟରେ ଶୁକ୍ରବାର ଅପରାହ୍ନ ୩ଟା ୧୧ରେ ଛାତିଥରା ଦୁର୍ଘଟଣା ଘଟିଛି।...

Advertisement
Archives

Model This Week