ବେଦିକ କଲେଜରେ ବଢୁଛି ସଂକ୍ରମଣ

ସମ୍ବଲପୁର,୧୮ା୧୨(ବ୍ୟୁରୋ): ସମ୍ବଲପୁର ଶାସନସ୍ଥିତ ବେଦିକ କଲେଜରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ଶନିବାର ୯ରେ ପହଞ୍ଚିଛି। ସମସ୍ତ ଛାତ୍ର ଗୋଟିଏ ହଷ୍ଟେଲରେ ରହୁଥିବା ଜଣାପଡିଛି। ଖବର ପ୍ରଚାର ହେବା ପରେ କଲେଜ ପରିସରରେ ଭୟର ବାତାବରଣ ଖେଳିଯାଇଛି।

ଏଡିଏମ୍‌ଓ ଆଶୋକ ଦାସ କହିଛନ୍ତି, ଜଣେ ଛାତ୍ର ଥାଲାସେମିଆ ପରୀକ୍ଷା କରିବା ପାଇଁ ନିକଟରେ ଥିବା ପାପପାଲି ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ। ସେଠାରେ ଡାକ୍ତର କୋଭିଡ୍‌ ଲକ୍ଷଣ ଜାଣି ପରୀକ୍ଷା କରିବାକୁ କହିଥିଲେ। ପରୀକ୍ଷା ପରେ କୋଭିଡ୍‌ ଆକ୍ରାନ୍ତ ଥିବା ଜଣାପଡିଥିଲା। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ କଲେଜ ପରିଦର୍ଶନ କରି ଅନ୍ୟ କେତେଜଣ ଛାତ୍ରଙ୍କ ସ୍ବାବ୍‌ ସଂଗ୍ରହ କରିଥିଲେ। ପରୀକ୍ଷା ପରେ ପୁଣି ୨ଛାତ୍ର ସଂକ୍ରମିତ ଥିବା ଜଣାପଡିଥିଲା। ପରେ ହଷ୍ଟେଲର ଅନ୍ୟ କର୍ମଚାରୀ ଓ ଛାତ୍ରୀଛାତ୍ରଙ୍କ ସ୍ବାବ୍‌ ସଂଗ୍ରହ ହୋଇଥିଲା। ରିପୋର୍ଟ ଆସିବା ପରେ ସେମାନଙ୍କ ମଧ୍ୟରୁ ଆଉ ୬ ଜଣ ପଜିଟିଭ ଥିବା ଜଣାପଡିଛି। ସ୍ବାସ୍ଥ୍ୟ ବିଭାଗର ଟିମ୍‌ ରବିବାର ପୁଣି କଲେଜ ପରିଦର୍ଶନ କରିବାକୁ ସ୍ଥିର ହୋଇଛି। ନିୟମିତ କଲେଜ ସହ ଯୋଗାଯୋଗ ରଖାଯାଇ କିଭଳି ସଂକ୍ରମଣ ନ ବ୍ୟାପିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଥିଲେ। କଲେଜ ଅଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ କହିଛନ୍ତି, କଲେଜରେ ଯୁକ୍ତ ୨ ପ୍ରଥମବର୍ଷର ଜଣେ ଛାତ୍ର କୋଭିଡ୍‌ ସଂକ୍ରମିତ ଥିବା ଜଣାପଡିଥିଲା। କଲେଜରେ ଆଡ୍‌ମିଶନ ସମୟରେ ଛାତ୍ରଙ୍କ ଆଣ୍ଟିଜେନ୍‌ ପରୀକ୍ଷା କରାଯିବାରୁ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ହେଲେ ଆର୍‌ଟିପିସିଆର୍‌ ଟେଷ୍ଟରେ ପଜିଟିଭ ଆସିଥିଲା ସଙ୍ଗେ ସଙ୍ଗେ ଛାତ୍ରଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ଅନ୍ୟ ରିପୋର୍ଟ ଆମ ପାଖକୁ ଆସି ନାହିଁ। କଲେଜ ପକ୍ଷରୁ କୋଭିଡ୍‌ ନିୟମ ମାନି ସୁରକ୍ଷା ଦିଗରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଛାତ୍ରୀଛାତ୍ର ପରୀକ୍ଷା ଦେବା ପାଇଁ ପର୍ଯ୍ୟାୟକ୍ରମେ ଆସୁଛନ୍ତି ଓ ପରୀକ୍ଷା ଶେଷହେବା ପରେ ପୁଣି ଫେରିଯାଉଛନ୍ତି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri