ଦ୍ରୁତ ବେଗରେ ବଢ଼ୁଛି ସଂକ୍ରମଣ

ନୂଆଦିଲ୍ଲୀ, ୬।୪(ପି.ଟି.): କରୋନା ସଂକ୍ରମଣର ଦ୍ୱିତୀୟ ଲହର ପୂର୍ବାପେକ୍ଷା ଅଧିକ ଦ୍ରୁତ ବେଗରେ ମାଡ଼ିଚାଲିଛି। ଦୈନିକ ସଂକ୍ରମଣ ୨୦ହଜାରରୁ ୧ ଲକ୍ଷରେ ପହଞ୍ଚତ୍ବାକୁ ମାତ୍ର ୨୫ ଦିନ ସମୟ ଲାଗିଛି। ଗତବର୍ଷ ସେପ୍ଟେମ୍ବର ୧୭ରେ ସର୍ବାଧିକ ଦୈନିକ ସଂକ୍ରମଣ ୯୭,୮୯୪ରେ ପହଞ୍ଚତ୍ଥିଲା। ଏଥିପାଇଁ ୭୬ ଦିନ ସମୟ ଲାଗିଥିଲା। ଗୋଟିଏ ଦିନରେ ୧,୦୩,୫୫୮ ସଂକ୍ରମଣ ସହ ଦେଶରେ ମୋଟ ସଂକ୍ରମିତଙ୍କ ୧,୨୫,୮୯,୦୬୭ରେ ପହଞ୍ଚତ୍ଥିବା ସୋମବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। ନୂଆ ସଂକ୍ରମଣର ୫୫.୧୧ ପ୍ରତିଶତ କେବଳ ମହାରାଷ୍ଟ୍ରରେ ରହିଛି। ସେଠାରେ ଦୈଦିକ ସଂକ୍ରମଣ ୫୭,୦୭୬ ହୋଇଥିବାବେଳେ ଛତିଶଗଡ଼ରେ ୫,୨୫୦ ଏବଂ କର୍ନାଟକରେ ୪,୫୫୩ ରହିଛି।
ଗତବର୍ଷ ଡିସେମ୍ବର ୧୪ ପରେ ଦୈନିକ ସଂକ୍ରମଣ ୩୦ ହଜାର ତଳକୁ ଖସିଥିଲା ଏବଂ ଗତ ଫେବୃୟାରୀ ୨ରେ ଏହା ହ୍ରାସ ପାଇ ୮,୬୩୫ରେ ପହଞ୍ଚତ୍ଥିଲା। ଏହା ପରେ ପୁଣିଥରେ ସଂକ୍ରମଣ ଉପରମୁହାଁ ହୋଇଥିଲା। ଏବେ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୭,୪୧,୮୩୦କୁ ବୃଦ୍ଧି ପାଇଛି, ଯାହା ଫେବୃୟାରୀ ୧୨ରେ ସର୍ବନିମ୍ନ ୧,୩୫,୯୨୬ ଥିଲା। ଡିସେମ୍ବର ୧୯ରେ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ଟପିଥିଲା।

ମହାରାଷ୍ଟ୍ରରୁ ପ୍ରବାସୀ ଶ୍ରମିକ ଘରମୁହାଁ

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବଢ଼ିଚାଲିଥିବାବେଳେ ରାଜ୍ୟ ସରକାର ରାତ୍ରକାଳୀନ କର୍ଫ୍ୟୁ ଏବଂ ସପ୍ତାହାନ୍ତ ଲକ୍‌ଡାଉନ ଘୋଷଣା କରିଛନ୍ତି। ଗତବର୍ଷ ଲକ୍‌ଡାଉନ ଯୋଗୁ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କାମଧନ୍ଦା ହରାଇ ସେମାନଙ୍କୁ ଭୋକ ଉପାସରେ ରହିବାକୁ ପଡ଼ିଥିଲା। ଘରକୁ ଫେରିବା ପାଇଁ ସେମାନେ ଶହ ଶହ କିଲୋମିଟର ଚାଲିଥିଲେ। ତେଣୁ ଆଗାମୀ ଦିନରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ହେବା ଆଶଙ୍କାରେ ମହାରାଷ୍ଟ୍ରରେ ଥିବା ପ୍ରବାସୀ ଶ୍ରମିକମାନେ ଘରମୁହାଁ ହୋଇଛନ୍ତି। ସୀମାରେ କଟକଣା ଲାଗୁ ହେବା ପୂର୍ବରୁ ନାସିକରୁ ଅନେକ ପ୍ରବାସୀ ଶ୍ରମିକ ସେମାନଙ୍କ ରାଜ୍ୟ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗ ଫେରିଗଲେଣି। ଏହି ଶ୍ରମିକମାନେ ବିଭିନ୍ନ ରେଷ୍ଟୁରାଣ୍ଟ, ଶିଳ୍ପସଂସ୍ଥା ଓ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। କେତେଜଣ ଶ୍ରମିକ ସେମାନଙ୍କ ରାଜ୍ୟକୁ ଯିବା ଲାଗି ବିଭିନ୍ନ ଷ୍ଟେଶନରେ ଟ୍ରେନ୍‌ ଅପେକ୍ଷାରେ ରହିଛନ୍ତି।
ନାସିକ ରେଷ୍ଟୁରାଣ୍ଟରେ କୁକ୍‌ ଭାବେ କାର୍ଯ୍ୟ କରୁଥିବା ରୋଷନ କୁମାର ସିଂ ତାଙ୍କର ସ୍ତ୍ରୀ, ତିନି ପିଲା ଓ ତାଙ୍କ ଭାଇଙ୍କ ପରିବାର ସଦସ୍ୟମାନଙ୍କୁ ସାଙ୍ଗରେ ଧରି ନିଜ ଘର ଉତ୍ତରପ୍ରଦେଶର କାନପୁର ଅଭିମୁଖେ ବାହାରିଛନ୍ତି। ଯଦି ଆଉଥରେ ଲକ୍‌ଡାଉନ ହୋଇଯାଏ ତେବେ ଆମେ ବହୁତ ଅସୁବିଧାରେ ପଡ଼ିଯିବୁ ବୋଲି ସେ କହିଛନ୍ତି। ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଅନୁରାଗ ସିଂ ତାଙ୍କ ନିଜ ରାଜ୍ୟ ଉତ୍ତରପ୍ରଦେଶକୁ ଫେରିଆସିଛନ୍ତି। ଏଠାରେ ସ୍ଥିତି ଭଲ ଅଛି ଓ ଯେକୌଣସି ପ୍ରକାରେ ଚଳିଯିବେ ବୋଲି ସେ କହିଛନ୍ତି। ଗତଥର ଲକ୍‌ଡାଉନ ବେଳେ ତାଙ୍କ ନିଯୁକ୍ତିଦାତା ଟ୍ରେନ୍‌ ଚାଲିବା ପର୍ଯ୍ୟନ୍ତ ଖାଦ୍ୟ ଓ ଆଶ୍ରୟ ଯୋଗାଇ ଦେଇଥିଲେ। ବର୍ତ୍ତମାନ କ୍ଷୁଦ୍ର ବ୍ୟବସାୟୀମାନେ ସେମାନଙ୍କ କର୍ମଚାରୀଙ୍କୁ ସହାୟତା କରିବା ସ୍ଥିତିରେ ନ ଥିବା ଅନୁରାଗ କହିଛନ୍ତି। ତେଣୁ ସମ୍ପୂର୍ଣ୍ଣ ଲକ୍‌ଡାଉନ ଲାଗୁ ହେବା ପୂର୍ବରୁ ପ୍ରବାସୀ ଶ୍ରମିକମାନେ ସେମାନଙ୍କ ନିଜ ରାଜ୍ୟକୁ ଫେରିଯିବାକୁ ଶ୍ରେୟ ମଣୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri