ଦ୍ରୁତ ବେଗରେ ବଢ଼ୁଛି ସଂକ୍ରମଣ

ନୂଆଦିଲ୍ଲୀ, ୬।୪(ପି.ଟି.): କରୋନା ସଂକ୍ରମଣର ଦ୍ୱିତୀୟ ଲହର ପୂର୍ବାପେକ୍ଷା ଅଧିକ ଦ୍ରୁତ ବେଗରେ ମାଡ଼ିଚାଲିଛି। ଦୈନିକ ସଂକ୍ରମଣ ୨୦ହଜାରରୁ ୧ ଲକ୍ଷରେ ପହଞ୍ଚତ୍ବାକୁ ମାତ୍ର ୨୫ ଦିନ ସମୟ ଲାଗିଛି। ଗତବର୍ଷ ସେପ୍ଟେମ୍ବର ୧୭ରେ ସର୍ବାଧିକ ଦୈନିକ ସଂକ୍ରମଣ ୯୭,୮୯୪ରେ ପହଞ୍ଚତ୍ଥିଲା। ଏଥିପାଇଁ ୭୬ ଦିନ ସମୟ ଲାଗିଥିଲା। ଗୋଟିଏ ଦିନରେ ୧,୦୩,୫୫୮ ସଂକ୍ରମଣ ସହ ଦେଶରେ ମୋଟ ସଂକ୍ରମିତଙ୍କ ୧,୨୫,୮୯,୦୬୭ରେ ପହଞ୍ଚତ୍ଥିବା ସୋମବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। ନୂଆ ସଂକ୍ରମଣର ୫୫.୧୧ ପ୍ରତିଶତ କେବଳ ମହାରାଷ୍ଟ୍ରରେ ରହିଛି। ସେଠାରେ ଦୈଦିକ ସଂକ୍ରମଣ ୫୭,୦୭୬ ହୋଇଥିବାବେଳେ ଛତିଶଗଡ଼ରେ ୫,୨୫୦ ଏବଂ କର୍ନାଟକରେ ୪,୫୫୩ ରହିଛି।
ଗତବର୍ଷ ଡିସେମ୍ବର ୧୪ ପରେ ଦୈନିକ ସଂକ୍ରମଣ ୩୦ ହଜାର ତଳକୁ ଖସିଥିଲା ଏବଂ ଗତ ଫେବୃୟାରୀ ୨ରେ ଏହା ହ୍ରାସ ପାଇ ୮,୬୩୫ରେ ପହଞ୍ଚତ୍ଥିଲା। ଏହା ପରେ ପୁଣିଥରେ ସଂକ୍ରମଣ ଉପରମୁହାଁ ହୋଇଥିଲା। ଏବେ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୭,୪୧,୮୩୦କୁ ବୃଦ୍ଧି ପାଇଛି, ଯାହା ଫେବୃୟାରୀ ୧୨ରେ ସର୍ବନିମ୍ନ ୧,୩୫,୯୨୬ ଥିଲା। ଡିସେମ୍ବର ୧୯ରେ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ଟପିଥିଲା।

ମହାରାଷ୍ଟ୍ରରୁ ପ୍ରବାସୀ ଶ୍ରମିକ ଘରମୁହାଁ

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବଢ଼ିଚାଲିଥିବାବେଳେ ରାଜ୍ୟ ସରକାର ରାତ୍ରକାଳୀନ କର୍ଫ୍ୟୁ ଏବଂ ସପ୍ତାହାନ୍ତ ଲକ୍‌ଡାଉନ ଘୋଷଣା କରିଛନ୍ତି। ଗତବର୍ଷ ଲକ୍‌ଡାଉନ ଯୋଗୁ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କାମଧନ୍ଦା ହରାଇ ସେମାନଙ୍କୁ ଭୋକ ଉପାସରେ ରହିବାକୁ ପଡ଼ିଥିଲା। ଘରକୁ ଫେରିବା ପାଇଁ ସେମାନେ ଶହ ଶହ କିଲୋମିଟର ଚାଲିଥିଲେ। ତେଣୁ ଆଗାମୀ ଦିନରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ହେବା ଆଶଙ୍କାରେ ମହାରାଷ୍ଟ୍ରରେ ଥିବା ପ୍ରବାସୀ ଶ୍ରମିକମାନେ ଘରମୁହାଁ ହୋଇଛନ୍ତି। ସୀମାରେ କଟକଣା ଲାଗୁ ହେବା ପୂର୍ବରୁ ନାସିକରୁ ଅନେକ ପ୍ରବାସୀ ଶ୍ରମିକ ସେମାନଙ୍କ ରାଜ୍ୟ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗ ଫେରିଗଲେଣି। ଏହି ଶ୍ରମିକମାନେ ବିଭିନ୍ନ ରେଷ୍ଟୁରାଣ୍ଟ, ଶିଳ୍ପସଂସ୍ଥା ଓ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। କେତେଜଣ ଶ୍ରମିକ ସେମାନଙ୍କ ରାଜ୍ୟକୁ ଯିବା ଲାଗି ବିଭିନ୍ନ ଷ୍ଟେଶନରେ ଟ୍ରେନ୍‌ ଅପେକ୍ଷାରେ ରହିଛନ୍ତି।
ନାସିକ ରେଷ୍ଟୁରାଣ୍ଟରେ କୁକ୍‌ ଭାବେ କାର୍ଯ୍ୟ କରୁଥିବା ରୋଷନ କୁମାର ସିଂ ତାଙ୍କର ସ୍ତ୍ରୀ, ତିନି ପିଲା ଓ ତାଙ୍କ ଭାଇଙ୍କ ପରିବାର ସଦସ୍ୟମାନଙ୍କୁ ସାଙ୍ଗରେ ଧରି ନିଜ ଘର ଉତ୍ତରପ୍ରଦେଶର କାନପୁର ଅଭିମୁଖେ ବାହାରିଛନ୍ତି। ଯଦି ଆଉଥରେ ଲକ୍‌ଡାଉନ ହୋଇଯାଏ ତେବେ ଆମେ ବହୁତ ଅସୁବିଧାରେ ପଡ଼ିଯିବୁ ବୋଲି ସେ କହିଛନ୍ତି। ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଅନୁରାଗ ସିଂ ତାଙ୍କ ନିଜ ରାଜ୍ୟ ଉତ୍ତରପ୍ରଦେଶକୁ ଫେରିଆସିଛନ୍ତି। ଏଠାରେ ସ୍ଥିତି ଭଲ ଅଛି ଓ ଯେକୌଣସି ପ୍ରକାରେ ଚଳିଯିବେ ବୋଲି ସେ କହିଛନ୍ତି। ଗତଥର ଲକ୍‌ଡାଉନ ବେଳେ ତାଙ୍କ ନିଯୁକ୍ତିଦାତା ଟ୍ରେନ୍‌ ଚାଲିବା ପର୍ଯ୍ୟନ୍ତ ଖାଦ୍ୟ ଓ ଆଶ୍ରୟ ଯୋଗାଇ ଦେଇଥିଲେ। ବର୍ତ୍ତମାନ କ୍ଷୁଦ୍ର ବ୍ୟବସାୟୀମାନେ ସେମାନଙ୍କ କର୍ମଚାରୀଙ୍କୁ ସହାୟତା କରିବା ସ୍ଥିତିରେ ନ ଥିବା ଅନୁରାଗ କହିଛନ୍ତି। ତେଣୁ ସମ୍ପୂର୍ଣ୍ଣ ଲକ୍‌ଡାଉନ ଲାଗୁ ହେବା ପୂର୍ବରୁ ପ୍ରବାସୀ ଶ୍ରମିକମାନେ ସେମାନଙ୍କ ନିଜ ରାଜ୍ୟକୁ ଫେରିଯିବାକୁ ଶ୍ରେୟ ମଣୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri