ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ବଢୁଛି…

ନୂଆଦିଲ୍ଲୀ,୧୪।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। କେରଳ ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୩ ଦିନ ଧରି ଦୈନିକ ସଂକ୍ରମଣ ୩୦ ହଜାର ତଳେ ରହିଛି।

ତେବେ ଗତ ୫ ଦିନ ଧରି ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ କରୋନାରେ ୩୩୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୪୦୪ ରେ ପହଞ୍ଚିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୩୭ ହଜାର ୧୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୫୪ ପ୍ରତିଶତ ରହିଛି।

ଅପରପକ୍ଷରେ ୩ ଲକ୍ଷ ୬୨ ହଜାର ୨୦୭ ଜଣ ଚିକିତ୍ସିତ ହେଉଛନ୍ତି। ସାପ୍ତାହିକ ପଜିଟିଭ୍‌ ହାର ୨.୫୭ ପ୍ରତିଶତ ରହିଛି। ସକ୍ରିୟ ମାମଲା ୧.୧୩ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୪୩ ହଜାର ୨୧୩ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୭୫ କୋଟି ୨୨ ଲକ୍ଷ ୩୮ ହଜାର ୩୨୪ ଜଣଙ୍କୁ ଟିକାଦାନ ସରିଛି।

ଗତ ୨୪ ଘଣ୍ଟାରେ ୭୮ ଲକ୍ଷ ୬୬ ହଜାର ୯୫୦ ଜଣଙ୍କୁ ଟିକା ଦିଆଯାଇଛି। ଅପରପକ୍ଷରେ ଇତିମଧ୍ୟରେ ୫୪ କୋଟି ୪୫ ଲକ୍ଷରୁ ଅଧିକ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୫ ଲକ୍ଷରୁ ଅଧିକ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି।

ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୨୪ ଲକ୍ଷ ୮୪ ହଜାର ୧୫୯ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୩୨ ଲକ୍ଷ ୮୯ ହଜାର ୫୭୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି। କେରଳ ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଥରସ ମାମଲାକୁ ନେଇ ଟୁଇଟ୍ କରି ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୧୧ ।୧୦: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହାଥରସ ଘଟଣାକୁ ନେଇ ରବିବାର ଏକ ଟୁଇଟ୍ କରିଛନ୍ତି । ଉକ୍ତ ଟୁଇଟ୍‌ରେ ସେ କହିଛନ୍ତି...

ଡ୍ରଗ୍ସ ମାମଲା: ଏନ୍‌ସିବି କାର୍ଯ୍ୟାଳୟ ପହଞ୍ଚିଲେ ଦୀପିକା, ସାରା-ଶ୍ରଦ୍ଧାଙ୍କୁ ହୋଇପାରେ ଜେରା

ମୁମ୍ବାଇ,୨୬ ।୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଆସିବା ପରେ ବଲିଉଡ୍‌ର କେତେଜଣ ନାମୀଦାମୀ ବ୍ୟକ୍ତି ବିଶେଷ ଏବେ...

କରୋନା ପ୍ରଭାବ: କ୍ୟାବିନେଟ୍‌ ବୈଠକରେ ବି ସାମାଜିକ ଦୂରତା

ନୂଆଦିଲ୍ଲୀ,୨୫।୩: କରୋନା ସଂକ୍ରମଣର ମୁକାବିଲା ପାଇଁ ଭାରତ ସରକାରଙ୍କ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମର୍ମରେ ୨୧ ଦିନର ଲକ୍‌ ଡାଉନ୍‌...

ରେଳଡବାରେ ହେବ ୩.୨ ଲକ୍ଷ ଆଇସୋଲେଶନ ବେଡ୍‌

ନୂଆଦିଲ୍ଲୀ,୧ା୪: କରୋନା ରୋଗୀମାନଙ୍କୁ ଆଇସୋଲେଶନରେ ରଖିବା ଲାଗି ରେଲଓ୍ବେ ପକ୍ଷରୁ ୨୦ ହଜାର କୋଚ୍‌କୁ ଆଇସୋଲେଶନ ଓ୍ବାର୍ଡରେ ପରିଣତ କରାଯାଉଛି। ଏହାଦ୍ୱାରା ୩.୨ ଲକ୍ଷ ବେଡ୍‌...

ଦେଶରେ ସ୍ଥାପିତ ହେବ ୪୨୦ ଇ-ହସ୍ପିଟାଲ

ନୂଆଦିଲ୍ଲୀ,୧୦।୨: ଦେଶରେ ଡିଜିଟାଲ ଇଣ୍ଡିଆ ପ୍ରୟାସ ଅନ୍ତର୍ଗତ ୪୨୦ ଇ- ହସ୍ପିଟାଲ ସ୍ଥାପନ କରାଯିବ। କେନ୍ଦ୍ର ସରକାରଙ୍କ ଯୋଜନା ମାଧ୍ୟମରେ ଏହା ପରିଚାଳିତ ହେବ ବୋଲି...

ଅବଦୁଲ୍ଲାଙ୍କ ଉପହାସର ଉତ୍ତର ରଖିଲେ ଜୟା

ରାମପୁର,୨୨।୪: ନିକଟରେ ସମାଜବାଦୀ ପାର୍ଟି(ଏସ୍‌ପି) ନେତା ଆଜମ୍‌ ଖାଁ ଭାଜପା ନେତ୍ରୀ ଜୟାପ୍ରଦାଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇ ଆସିଥିଲେ ଚର୍ଚ୍ଚାକୁ। ଏବେ ତାଙ୍କ...

ବୋହୂଙ୍କ ଇଚ୍ଛା ପୂରଣ ପାଇଁ ଶ୍ୱଶୁର ନେଲେ ଏଭଳି ନିଷ୍ପତ୍ତି

ବିବାହରେ କନ୍ୟା ବିଦାୟ ଏକ ଭାବପ୍ରବଣ ମୂହୁର୍ତ୍ତ। ରାଜସ୍ଥାନର ଭରତପୁରରେ ଜଣେ କନ୍ୟାଙ୍କ ବିଦାୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଛତ୍ରପୁରର ଗାଁର ଝିଅ ହେଲିକପ୍ଟରରେ...

ସୁବୋଧ ଜୟସ୍ବାଲ ସିବିଆଇ ମୁଖ୍ୟ

ନୂଆଦିଲ୍ଲୀ,୨୬ା୫: କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସ୍‌ଏଫ୍‌) ମହାନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ବାଲଙ୍କୁ ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି...

Advertisement


Archives

Model This Week