ସଂକ୍ରମଣ ସୀମା ଡେଉଁଛି

ଅନୁଗୋଳ ଅଫିସ, ୧୩।୧୦

ଅନୁଗୋଳ ଜିଲାରେ କରୋନା ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ମେ’ରୁ ଅଗଷ୍ଟ ମାସ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୫୦୮ରେ ସୀମିତ ଥିଲା। କିନ୍ତୁ ସେପ୍ଟେମ୍ବର ଆରମ୍ଭରୁ ଦୈନିକ ସଂକ୍ରମଣ ଶତକ ଛୁଇଁଥିଲା। ହେଲେ ଅକ୍ଟୋବରରେ ସମସ୍ତ ଆକଳନର ସୀମା ଡେଇଁ ଦୈନିକ ୨ଶହ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଚଳିତମାସର ମାତ୍ର ୧୨ ଦିନ ମଧ୍ୟରେ ଜିଲାରୁ ୧୭୯୫ ଜଣ କୋଭିଡ୍‌ରେ ଆକ୍ରାନ୍ତ ହେବା ଅନୁଗୋଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ସରକାରୀ କଟକଣା କି ପ୍ରଶାସନର ଚଢ଼ାଉ କିଛି ବି ଏଠାରେ କାମ କରୁନାହିଁ।
ଶିଳ୍ପନଗରୀ ଅନୁଗୋଳ ଜିଲାକୁ ବିଳମ୍ବରେ ଛୁଇଁଥିଲା କରୋନା। ମେ ୧୦ ତାରିଖରେ ଜିଲାରେ ପ୍ରଥମ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଜୁନ୍‌ ଶେଷ ସୁଦ୍ଧା ଜିଲାରୁ ମାତ୍ର ୭୦ ଜଣ ପଜିଟିଭ୍‌ ବାହାରିଥିଲେ। ତେବେ ଏହି ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିଲେ। ତେଣୁ ସାଧାରଣରେ ସଂକ୍ରମଣ ବ୍ୟାପିବାର ଭୟ ସେତେଟା ନ ଥିଲା। କିନ୍ତୁ ଜୁଲାଇ ମାସ ପ୍ରଥମ ସପ୍ତାହରୁ ଏଠାରେ କରୋନା କାୟା ମେଲାଇଥିଲା। ଜିଲାର କେତୋଟି ଶିଳ୍ପ ସଂସ୍ଥାରେ ସଂକ୍ରମଣ ପ୍ରବେଶ ପରଠାରୁ ସଂକ୍ରମିତଙ୍କ ସଂଖ୍ୟା ହଠାତ୍‌ ଉପରମୁହଁା ହୋଇଥିଲା। ଫଳରେ ମାସ ଶେଷ ବେଳକୁ ୩୩୬ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଥିଲେ। ସେହିପରି ଅଗଷ୍ଟ ମାସରେ ୫୦୮ ଜଣ ନୂଆ ପଜିଟିଭ୍‌ଙ୍କୁ ମିଶାଇ ଉକ୍ତ ସଂଖ୍ୟା ୮୪୪ରେ ପହଞ୍ଚିଥିଲା। ୪ ମାସ ଧରି ଧୀରେ ଧୀରେ ବଢ଼ୁଥିବା କୋଭିଡ୍‌ ସଂକ୍ରମଣ ସେପ୍ଟେମ୍ବରରେ ନିୟନ୍ତ୍ରଣ ବାହାରକୁ ଯିବା ଆରମ୍ଭ କରିଥିଲା। ମାସ ଆରମ୍ଭରୁ ଦୈନିକ ସଂକ୍ରମଣ ଶହେ ଉପରକୁ ଚାଲିଯାଇଥିଲା। ଏପରି କି ଗୋଟିଏ ଦିନରେ ଦୁଇ ଶତକ ମଧ୍ୟ ପାର ହୋଇଯାଇଥିଲା। କେବଳ ସେପ୍ଟେମ୍ବର ମାସରେ ଜିଲାରେ ୩,୬୬୪ ନୂଆ ପଜିଟିଭ୍‌ଙ୍କୁ ମିଶାଇ ମୋଟ୍‌ ପଜିଟିଭ୍‌ ସଂଖ୍ୟା ୪,୫୦୮ରେ ପହଞ୍ଚତ୍ଥିଲା। ଗତମାସରୁ ଜାରି ରହିଥିବା ଦୈନିକ ଶତକ ସଂକ୍ରମଣ ଏବେ ଲଗାତାର ଭାବେ ୨ଶହ ଉପରେ ରହୁଛି। ପଜିଟିଭ୍‌ ସଂଖ୍ୟାରେ କିପରି ରୋକ୍‌ ଲଗାଯିବ ସେ ନେଇ ପ୍ରଶାସନ ଘନ ଘନ ସମୀକ୍ଷା ବୈଠକ କରୁଛି। ସହରରେ ବ୍ୟବସାୟୀଙ୍କ କୋଭିଡ୍‌ ଟେଷ୍ଟକୁ ବାଧ୍ୟତାମୂଳକ ସହ ୩ ରଙ୍ଗର ଷ୍ଟିକର ଫର୍ମୁଲା ଲାଗୁ କରିଛି। ହୋମ୍‌ଆଇସୋଲେଶନ୍‌ରେ ଥିବା ସଂକ୍ରମିତଙ୍କୁ ଜଗିବା ପାଇଁ ବିଭିନ୍ନ ଟିମ୍‌ ଗଠନ କରାଯାଇଛି। ମାସ୍କ ଓ ସାମାଜିକ ଦୂରତ୍ୱ ନିୟମ ତଦାରଖ ସହ ଜରିମାନା ଆଦାୟ ଜୋରଦାର ହୋଇଛି। ତଥାପି ସଂକ୍ରମଣ ତଳମୁହଁା ହେଉନାହିଁ।
ପ୍ରଶାସନ ବିଫଳତାର ପ୍ରମାଣ
ସଂକ୍ରମଣ ରୋକିବାର ଜିଲା ପ୍ରଶାସନ ବିଫଳ ହୋଇଛି। ଯେଉଁଠି ମେଡିକାଲର କୋଭିଡ୍‌ ଯୋଦ୍ଧାଙ୍କୁ ସଂକ୍ରମଣରୁ ରକ୍ଷା ପାଇଁ ଗ୍ଲୋବ୍ସ ଓ ସାନିଟାଇଜର ଯୋଗାଯାଇ ପାରୁନାହିଁ ସେହି ଜିଲାରେ ପ୍ରଶାସନ ସାଧାରଣ ଲୋକଙ୍କୁ କୋଭିଡ୍‌ରୁ ସୁରକ୍ଷିତ ରଖିପାରିବ ତାହା ବିଶ୍ୱାସ ହେଉନାହିଁ।
-ରଶ୍ମିରଞ୍ଜନ ସାହୁ, ସହରବାସୀ
ରାଜଧାନୀ ସ୍ଥିତି ଉପୁଜିବ
ଜିଲାରେ ଦିନକୁ ଦିନ ପଜିଟିଭ୍‌ ସଂଖ୍ୟା ଯେପରି ବଢ଼ୁଛି ଏହା ଦିନେ ରାଜଧାନୀକୁ ଟପିଯିବା ଆଶଙ୍କା ଅମୂଳକ ନୁହେଁ। ହୋମ୍‌ ଆଇସୋଲେଶନ୍‌ରେ ଥିବା ବ୍ୟକ୍ତିମାନେ କଟକଣା ନ ମାନି ବାହାରକୁ ଆସି ସଂକ୍ରମଣ ବଢ଼ାଉଛନ୍ତି। ପ୍ରଶାସନ ଠିକ୍‌ ଭାବେ ନଜର ରଖୁ ନ ଥିବାରୁ ସ୍ଥିତି ଏପରି ହୋଇଛି।
-କିଶୋର କୁମାର ସାହୁ, ସହରବାସୀ
ପାର୍ବଣରେ ଅସମ୍ଭାଳ ହେବ
ଏବେଠାରୁ ସ୍ଥିତି ବେକାକୁ ହେଲାଣି। ଆଗକୁ ପାର୍ବଣ ବେଳେ ପ୍ରଶାସନ କେମିତି ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବ ତାହା ବଡ଼ ପ୍ରଶ୍ନବାଚୀ ହୋଇଛି। ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଆଉ ହେଉନାହିଁ କହିଲେ ଚଳେ। ଏହା ଉପରେ ପୂର୍ବଭଳି ଗୁରୁତ୍ୱ ଦେବା ପ୍ରଶାସନ ପାଇଁ ଉଚିତ ହେବ।
-ସ୍ବରୂପ ପାଢ଼ୀ, ସହରବାସୀ
ସଂଖ୍ୟା ଦେଖି ଆତଙ୍କିତ ହୁଅନ୍ତୁ ନାହିଁ
ସଂକ୍ରମଣରେ ଅନୁଗୋଳ ଜିଲା ରାଜ୍ୟରେ କେତେ ନମ୍ବରରେ ରହୁଛି ତାହା ଚିନ୍ତର ବିଷୟ ନୁହେଁ। ବିଗତ ଦିନରେ ଏକ ନମ୍ବରରେ ଥିବା ଜିଲା ଏବେ କରୋନା ଶୂନ୍ୟ ହେବାକୁ ଯାଉଛି। ତେଣୁ ଅନୁଗୋଳ ଜିଲାରେ କିଭଳି କରୋନାକୁ ରୋକିହେବ ସେ ନେଇ କାର୍ଯ୍ୟ ଜାରି ରହିଛି।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରେ ଆସୁଛି ପୁଣି ବନ୍ୟା: ପ୍ରଭାବିତ ହେବ ଏହି ୫ ଜିଲା

ଭୁବନେଶ୍ୱର,୨୮।୯(ରବିନାରାୟଣ ଜେନା): ଚଳିତବର୍ଷ ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି। ଜୁନ୍‌ରୁ ସେପ୍ଟେମ୍ବର ୨୫ ମଧ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?