ସଂକ୍ରମଣ ସୀମା ଡେଉଁଛି

ଅନୁଗୋଳ ଅଫିସ, ୧୩।୧୦

ଅନୁଗୋଳ ଜିଲାରେ କରୋନା ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ମେ’ରୁ ଅଗଷ୍ଟ ମାସ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୫୦୮ରେ ସୀମିତ ଥିଲା। କିନ୍ତୁ ସେପ୍ଟେମ୍ବର ଆରମ୍ଭରୁ ଦୈନିକ ସଂକ୍ରମଣ ଶତକ ଛୁଇଁଥିଲା। ହେଲେ ଅକ୍ଟୋବରରେ ସମସ୍ତ ଆକଳନର ସୀମା ଡେଇଁ ଦୈନିକ ୨ଶହ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଚଳିତମାସର ମାତ୍ର ୧୨ ଦିନ ମଧ୍ୟରେ ଜିଲାରୁ ୧୭୯୫ ଜଣ କୋଭିଡ୍‌ରେ ଆକ୍ରାନ୍ତ ହେବା ଅନୁଗୋଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ସରକାରୀ କଟକଣା କି ପ୍ରଶାସନର ଚଢ଼ାଉ କିଛି ବି ଏଠାରେ କାମ କରୁନାହିଁ।
ଶିଳ୍ପନଗରୀ ଅନୁଗୋଳ ଜିଲାକୁ ବିଳମ୍ବରେ ଛୁଇଁଥିଲା କରୋନା। ମେ ୧୦ ତାରିଖରେ ଜିଲାରେ ପ୍ରଥମ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଜୁନ୍‌ ଶେଷ ସୁଦ୍ଧା ଜିଲାରୁ ମାତ୍ର ୭୦ ଜଣ ପଜିଟିଭ୍‌ ବାହାରିଥିଲେ। ତେବେ ଏହି ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିଲେ। ତେଣୁ ସାଧାରଣରେ ସଂକ୍ରମଣ ବ୍ୟାପିବାର ଭୟ ସେତେଟା ନ ଥିଲା। କିନ୍ତୁ ଜୁଲାଇ ମାସ ପ୍ରଥମ ସପ୍ତାହରୁ ଏଠାରେ କରୋନା କାୟା ମେଲାଇଥିଲା। ଜିଲାର କେତୋଟି ଶିଳ୍ପ ସଂସ୍ଥାରେ ସଂକ୍ରମଣ ପ୍ରବେଶ ପରଠାରୁ ସଂକ୍ରମିତଙ୍କ ସଂଖ୍ୟା ହଠାତ୍‌ ଉପରମୁହଁା ହୋଇଥିଲା। ଫଳରେ ମାସ ଶେଷ ବେଳକୁ ୩୩୬ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଥିଲେ। ସେହିପରି ଅଗଷ୍ଟ ମାସରେ ୫୦୮ ଜଣ ନୂଆ ପଜିଟିଭ୍‌ଙ୍କୁ ମିଶାଇ ଉକ୍ତ ସଂଖ୍ୟା ୮୪୪ରେ ପହଞ୍ଚିଥିଲା। ୪ ମାସ ଧରି ଧୀରେ ଧୀରେ ବଢ଼ୁଥିବା କୋଭିଡ୍‌ ସଂକ୍ରମଣ ସେପ୍ଟେମ୍ବରରେ ନିୟନ୍ତ୍ରଣ ବାହାରକୁ ଯିବା ଆରମ୍ଭ କରିଥିଲା। ମାସ ଆରମ୍ଭରୁ ଦୈନିକ ସଂକ୍ରମଣ ଶହେ ଉପରକୁ ଚାଲିଯାଇଥିଲା। ଏପରି କି ଗୋଟିଏ ଦିନରେ ଦୁଇ ଶତକ ମଧ୍ୟ ପାର ହୋଇଯାଇଥିଲା। କେବଳ ସେପ୍ଟେମ୍ବର ମାସରେ ଜିଲାରେ ୩,୬୬୪ ନୂଆ ପଜିଟିଭ୍‌ଙ୍କୁ ମିଶାଇ ମୋଟ୍‌ ପଜିଟିଭ୍‌ ସଂଖ୍ୟା ୪,୫୦୮ରେ ପହଞ୍ଚତ୍ଥିଲା। ଗତମାସରୁ ଜାରି ରହିଥିବା ଦୈନିକ ଶତକ ସଂକ୍ରମଣ ଏବେ ଲଗାତାର ଭାବେ ୨ଶହ ଉପରେ ରହୁଛି। ପଜିଟିଭ୍‌ ସଂଖ୍ୟାରେ କିପରି ରୋକ୍‌ ଲଗାଯିବ ସେ ନେଇ ପ୍ରଶାସନ ଘନ ଘନ ସମୀକ୍ଷା ବୈଠକ କରୁଛି। ସହରରେ ବ୍ୟବସାୟୀଙ୍କ କୋଭିଡ୍‌ ଟେଷ୍ଟକୁ ବାଧ୍ୟତାମୂଳକ ସହ ୩ ରଙ୍ଗର ଷ୍ଟିକର ଫର୍ମୁଲା ଲାଗୁ କରିଛି। ହୋମ୍‌ଆଇସୋଲେଶନ୍‌ରେ ଥିବା ସଂକ୍ରମିତଙ୍କୁ ଜଗିବା ପାଇଁ ବିଭିନ୍ନ ଟିମ୍‌ ଗଠନ କରାଯାଇଛି। ମାସ୍କ ଓ ସାମାଜିକ ଦୂରତ୍ୱ ନିୟମ ତଦାରଖ ସହ ଜରିମାନା ଆଦାୟ ଜୋରଦାର ହୋଇଛି। ତଥାପି ସଂକ୍ରମଣ ତଳମୁହଁା ହେଉନାହିଁ।
ପ୍ରଶାସନ ବିଫଳତାର ପ୍ରମାଣ
ସଂକ୍ରମଣ ରୋକିବାର ଜିଲା ପ୍ରଶାସନ ବିଫଳ ହୋଇଛି। ଯେଉଁଠି ମେଡିକାଲର କୋଭିଡ୍‌ ଯୋଦ୍ଧାଙ୍କୁ ସଂକ୍ରମଣରୁ ରକ୍ଷା ପାଇଁ ଗ୍ଲୋବ୍ସ ଓ ସାନିଟାଇଜର ଯୋଗାଯାଇ ପାରୁନାହିଁ ସେହି ଜିଲାରେ ପ୍ରଶାସନ ସାଧାରଣ ଲୋକଙ୍କୁ କୋଭିଡ୍‌ରୁ ସୁରକ୍ଷିତ ରଖିପାରିବ ତାହା ବିଶ୍ୱାସ ହେଉନାହିଁ।
-ରଶ୍ମିରଞ୍ଜନ ସାହୁ, ସହରବାସୀ
ରାଜଧାନୀ ସ୍ଥିତି ଉପୁଜିବ
ଜିଲାରେ ଦିନକୁ ଦିନ ପଜିଟିଭ୍‌ ସଂଖ୍ୟା ଯେପରି ବଢ଼ୁଛି ଏହା ଦିନେ ରାଜଧାନୀକୁ ଟପିଯିବା ଆଶଙ୍କା ଅମୂଳକ ନୁହେଁ। ହୋମ୍‌ ଆଇସୋଲେଶନ୍‌ରେ ଥିବା ବ୍ୟକ୍ତିମାନେ କଟକଣା ନ ମାନି ବାହାରକୁ ଆସି ସଂକ୍ରମଣ ବଢ଼ାଉଛନ୍ତି। ପ୍ରଶାସନ ଠିକ୍‌ ଭାବେ ନଜର ରଖୁ ନ ଥିବାରୁ ସ୍ଥିତି ଏପରି ହୋଇଛି।
-କିଶୋର କୁମାର ସାହୁ, ସହରବାସୀ
ପାର୍ବଣରେ ଅସମ୍ଭାଳ ହେବ
ଏବେଠାରୁ ସ୍ଥିତି ବେକାକୁ ହେଲାଣି। ଆଗକୁ ପାର୍ବଣ ବେଳେ ପ୍ରଶାସନ କେମିତି ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବ ତାହା ବଡ଼ ପ୍ରଶ୍ନବାଚୀ ହୋଇଛି। ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଆଉ ହେଉନାହିଁ କହିଲେ ଚଳେ। ଏହା ଉପରେ ପୂର୍ବଭଳି ଗୁରୁତ୍ୱ ଦେବା ପ୍ରଶାସନ ପାଇଁ ଉଚିତ ହେବ।
-ସ୍ବରୂପ ପାଢ଼ୀ, ସହରବାସୀ
ସଂଖ୍ୟା ଦେଖି ଆତଙ୍କିତ ହୁଅନ୍ତୁ ନାହିଁ
ସଂକ୍ରମଣରେ ଅନୁଗୋଳ ଜିଲା ରାଜ୍ୟରେ କେତେ ନମ୍ବରରେ ରହୁଛି ତାହା ଚିନ୍ତର ବିଷୟ ନୁହେଁ। ବିଗତ ଦିନରେ ଏକ ନମ୍ବରରେ ଥିବା ଜିଲା ଏବେ କରୋନା ଶୂନ୍ୟ ହେବାକୁ ଯାଉଛି। ତେଣୁ ଅନୁଗୋଳ ଜିଲାରେ କିଭଳି କରୋନାକୁ ରୋକିହେବ ସେ ନେଇ କାର୍ଯ୍ୟ ଜାରି ରହିଛି।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

କୁଶଢିପି ଗାଁରେ ପାଣି ପାଇଁ ହାହାକାର

ଓଡ଼ଗାଁ,୫ା୫(ଆଦର୍ଶ କୁମାର ପଟ୍ଟନାୟକ )ଚାରିଆଡ଼େ ଅସମ୍ଭାଳ ହେଲାଣି ପାନୀୟ ଜଳ ସମସ୍ୟା। କେଉଁଠି ପାଣି ପାଇଁ ଲୋକେ ବହୁ ପଥ ଚାଲି ଚାଲି ଯାଇ ପାନୀୟ...

ଆଜି ଆସିବେ ମୋଦି, ନଡ୍ଡା

ଭୁବନେଶ୍ୱର, ୫।୫(ସୁନିତ୍‌ ମିଶ୍ର)ନିର୍ବାଚନ ପ୍ରଚାର ପାଇଁ ଭାଜପା କେନ୍ଦ୍ରୀୟ ନେତାମାନଙ୍କ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା...

ପ୍ରାର୍ଥୀଙ୍କ ଡିଜିଟାଲ ପ୍ରଚାର ସମ୍ପର୍କରେ ତଥ୍ୟ ରଖିବାକୁ ଜିଲାପାଳଙ୍କୁ ଚିଠି

କଟକ,୫ା୫(ଶିଳ୍ପା ପ୍ରିୟଦର୍ଶିନୀ)ନିର୍ବାଚନ ସମ୍ପର୍କୀତ ଡିଜିଟାଲ ପ୍ରଚାର ଖବର ଗତ ୩୦ତାରିଖରେ ଧରିତ୍ରୀରେ ପ୍ରକାଶ ପାଇଥିଲା। ସେହିଦିନ ଓଏସ୍‌ଡିର ଯୁଗ୍ମ ସମ୍ପାଦକ ରାମଚନ୍ଦ୍ର କିସ୍କୁ ୩୦ ଜିଲାର...

୨୦ ପରେ ସିବିଏସ୍‌ଇ ପରୀକ୍ଷାଫଳ

ଭୁବନେଶ୍ୱର, ୫।୫(ଅସମାପିକା ସାହୁ)କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ।...

ରାଜଧାନୀରୁ ନକଲି ଏନ୍‌ସିଇଆର୍‌ଟି ବହି ଜବତ

ଭୁବନେଶ୍ୱର,୫ା୫(ସୂର୍ଯ୍ୟକାନ୍ତ ବେହେରା)ରାଜଧାନୀ ଭୁବନେଶ୍ୱରରେ ନକଲି ଏନ୍‌ସିଇଆର୍‌ଟି ବହି ବିକ୍ରି କରୁଥିବା ବୁକ୍‌ ଷ୍ଟୋର ଠାବ ହୋଇଛି। ଏନ୍‌ସିଇଆର୍‌ଟିର ୨ଜଣିଆ ଟିମ୍‌ ଭୁବନେଶ୍ୱର ପୋଲିସ ସହାୟତାରେ ସହରର...

ପୁରୀ ଲୋକ ସଭା ଆସନ ପାଇଁ ଜୟ ନାରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର,୪ା୫: କଂଗ୍ରେସ ଜୟ ନାରାୟଣ ପଟ୍ଟନାୟକଙ୍କୁ ପୁରୀ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଛି। ଏହାପୂର୍ବରୁ ପାର୍ଟି ପାଣ୍ଠି ନ ମିଳିବାରୁ ହେତୁ ସୁଚରିତା...

ଟିକେଟ୍ କଟିବା ପରେ ବିଧାୟକ ବିଜୟ ଶଙ୍କରଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୪ା୫(ଅନିଲଦାସ): ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ବିଭିନ୍ନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଛି। କୁଳମଣି ସାମଲଙ୍କୁ ବିଜୁ ଜନତା ଜଳର...

ରାଜ୍ୟ ସରକାରଙ୍କ ସଫଳତା ବିରୋଧୀ ଗ୍ରହଣ କରିପାରୁନାହାନ୍ତି: ନବୀନ

କୋରାପୁଟ,୪ା୫(ଅମିତାଭ ବେହେରା)-କୋରାପୁଟରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥାନ ନିର୍ବାଚନ ପ୍ରଚାର କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ବିରୋଧୀମାନେ ଗ୍ରହଣ କରି ନପାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri