ଅଯୋଗ୍ୟ ହାତେଇଛନ୍ତି, ଯୋଗ୍ୟ ବାଦ୍‌

ବାସୁଦେବପୁର, ୧୩।୩(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ୨୩ଟି ୱାର୍ଡରେ ଅଯୋଗ୍ୟମାନେ ଚଞ୍ଚକତା କରି ରାଶନ କାର୍ଡ ହାତେଇଥିବାରୁ ଯୋଗ୍ୟ ହିତାଧିକାରୀମାନେ ବାଦ୍‌ ପଡ଼ିଛନ୍ତି। ଏହି କାରଣରୁ ଆବଶ୍ୟକ ସଂଖ୍ୟକ ରାଶନ କାର୍ଡଠାରୁ ଅଧିକ ପ୍ରସ୍ତୁତ ହୋଇଥିବାରୁ ଦୀର୍ଘ ୨/୩ ବର୍ଷ ଧରି ନୂତନ କାର୍ଡ ହୋଇପାରୁ ନାହିଁ କି ନୂଆ ହିତାଧିକାରୀଙ୍କ ନାମ ଯୋଡ଼ାଯାଇ ପାରୁନାହିଁ। ବର୍ତ୍ତମାନ ସୁଦ୍ଧା ୨ ହଜାରରୁ ଊର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀ ସେମାନଙ୍କ ନାମ ଯୋଡ଼ିବା ପାଇଁ ଅନ୍‌ଲାଇନ ଆବେଦନ କରି ଦୀର୍ଘବର୍ଷ ଧରି ଅପେକ୍ଷା କରିଥିବା ବେଳେ ୱେବ୍‌ ପୋର୍ଟାଲ ଖୋଲୁ ନ ଥିବାରୁ ଏଗୁଡ଼ିକ କାର୍ଯ୍ୟକାରୀ ହୋଇପାରୁ ନାହିଁ। ସେହିପରି ୧ ହଜାରରୁ ଊର୍ଦ୍ଧ୍ୱ ନୂତନ ହିତାଧିକାରୀ ରାଶନ କାର୍ଡ଼ ପାଇବାକୁ ଆବେଦନ କରି ଅପେକ୍ଷାରେ ରହିଛନ୍ତି। ପୌରପାଳିକାର ୨୩ ୱାର୍ଡରେ ଯୋଗ୍ୟ ହିତାଧିକାରୀଙ୍କ ସ୍ଥାନ ଅଯୋଗ୍ୟ ଦଖଲ କରିନେଇଥିବାରୁ ଯୋଗ୍ୟମାନେ ସରକାରୀ ଯୋଜନାରେ ଚାଉଳ କିମ୍ବା ସ୍ବାସ୍ଥ୍ୟକାର୍ଡ (ବିଜୁ ସ୍ବାସ୍ଥ୍ୟ କାର୍ଡ) ପାଇପାରୁ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ସହରାଞ୍ଚଳରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ନବୀନ ସ୍ବାସ୍ଥ୍ୟ କାର୍ଡର ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପକ୍ଷରୁ ସହରାଞ୍ଚଳ ପାଇଁ ନ ଥିବାରୁ ଲୋକଙ୍କୁ ସ୍ବାସ୍ଥ୍ୟବୀମା ସୁବିଧା ମିଳିପାରୁ ନାହିଁ। ରାଜ୍ୟ ସରକାର ବ୍ଲକ ଅଞ୍ଚଳରେ ନବୀନ ସ୍ବାସ୍ଥ୍ୟ କାର୍ଡ ବ୍ୟବସ୍ଥା କରିଥିବା ବେଳେ ସହରାଞ୍ଚଳର ଲୋକଙ୍କୁ ସାମିଲ କରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।
ବର୍ତ୍ତମାନ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୩୬ଟି ରାଶନ କାର୍ଡରେ ୨୩୧ଜଣ ହିତାଧିକାରୀ, ଅନ୍ତଦ୍ୱୟ ଯୋଜନାରେ ୧୦୪୫ଟି ରାଶନ କାର୍ଡରେ ୨୮୭୭ଜଣ, ଏନ୍‌ଏଫ୍‌ଏସ୍‌ଏ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ୬୩୭୮ ରାଶନ କାର୍ଡରେ ମୋଟ ୧୯,୫୦୧ ଜଣ ରାଶନ ସାମଗ୍ରୀ ପାଉଛନ୍ତି। ୨୦୨୦ରୁ ୨୦୨୪ ପର୍ଯ୍ୟନ୍ତ ୪ବର୍ଷ ମଧ୍ୟରେ ବାସୁଦେବପୁର ପୌରପାଳିକାରେ ନୂତନ ରାଶନ କାର୍ଡ ପ୍ରସ୍ତୁତ ହୋଇନାହିଁ କି କାର୍ଡରେ ହିତାଧିକାରୀଙ୍କ ନାମ ଯୋଡ଼ାଯାଇ ପାରିନାହିଁ। ଫଳରେ ଯୋଗ୍ୟ ହୋଇ ମଧ୍ୟ ଲୋକେ ସ୍ବାସ୍ଥ୍ୟଗତ ସମସ୍ୟା ବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ଉପକୃତ ହୋଇପାରୁ ନାହାନ୍ତି। ଏ ଦିଗରେ ଯୋଗାଣ ବିଭାଗ ଓ ପୌରପାଳିକା ସ୍ବତନ୍ତ୍ର ଦୃଷ୍ଟି ଦେଇ ଅଯୋଗ୍ୟଙ୍କୁ ଚିହ୍ନଟ କରି ସେମାନଙ୍କ କାର୍ଡକୁ ରଦ୍ଦ କରିବା ସହ ଯୋଗ୍ୟଙ୍କୁ ରାଶନ କାର୍ଡ ପ୍ରଦାନ ପାଇଁ ଦାବି ହେଉଛି।
ଏ ସମ୍ପର୍କରେ ପୌରପାଳିକା ଭାରପ୍ରାପ୍ତ ଯୋଗାଣ ଅଧିକାରୀ ଅନୁଜ କୁମାର ସାହୁ କହିଛନ୍ତି, ପୌରପାଳିକାର ଲୋକସଂଖ୍ୟା ଆଧାରରେ ୧ ହଜାରରୁ ଊର୍ଦ୍ଧ୍ୱ ରାଶନ କାର୍ଡ ପୂର୍ବରୁ ପ୍ରସ୍ତୁତ ହୋଇସାରି ଥିବାରୁ ଆଉ ନୂତନ କାର୍ଡ ପ୍ରସ୍ତୁତ ସମ୍ଭବ ହେଉ ନାହିଁ। ଫଳରେ ନୂତନ ହିତାଧିକାରୀଙ୍କ ନାମ ରାଶନ କାର୍ଡରେ ସଂଯୋଗ ହୋଇପାରୁନି କି ନୂଆ କାର୍ଡ ମଧ୍ୟ ହୋଇପାରୁ ନାହିଁ। ରାଜ୍ୟ ସରକାର ନବୀନ ସ୍ବାସ୍ଥ୍ୟ କାର୍ଡ କେବଳ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ କରିଥିବା ବେଳେ ସହରାଞ୍ଚଳରେ ଏହି ବ୍ୟବସ୍ଥା କରାଯାଇ ନାହିଁ। ସହରାଞ୍ଚଳରେ ନବୀନ ସ୍ବାସ୍ଥ୍ୟକାର୍ଡ ଲାଗୁ କରାଗଲେ ଯୋଗ୍ୟ ହିତାଧିକାରୀ ଏହା ମାଧ୍ୟମରେ ସ୍ବାସ୍ଥ୍ୟ ସେବା ପାଇପାରନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଘର ଖଣ୍ଡିଏ ପାଇଁ ଗରିବଙ୍କ ସଂଘର୍ଷ, ପିଏମ୍‌ ଆବାସ ନେଇ ମୋହନଙ୍କ ବଡ଼ ବୟାନ

ବଲାଙ୍ଗୀର,୧୪।୧୧(ସୁନିଲ ମହାନ୍ତି): ଜଣେ ବ୍ୟକ୍ତି ନିଜ ଜୀବନକାଳରେ ଅନ୍ତତଃ ଗୋଟିଏ ପକ୍କା ଘରର ସ୍ୱପ୍ନ ଦେଖିଥାଏ। ହେଲେ ଆର୍ଥିକ ଅନଟନ ଯୋଗୁ ଗରିବ ଲୋକଟିଏ ଏହି ସ୍ୱପ୍ନକୁ…

ପ୍ରଥମଥର ଡରାଇବେ ବରୁଣ, ହାତରେ ଲାଗିଲା…

ମୁମ୍ବାଇ:ବଲିଉଡ ଅଭିନେତା ବରୁଣ ଧାୱନଙ୍କ ହାତରେ ଏବେ ଅନେକ ପ୍ରୋଜେକ୍ଟ ରହିଛି। ‘ଷ୍ଟୁଡେଣ୍ଟ ଅଫ ଦି ଇୟର୍‌’ ଜରିଆରେ ଅଭିନୟ ଜଗତରେ ପାଦ ଥାପିଥିବା ବରୁଣ ‘ବଦଲାପୁର’,…

WhatsApp ର ନୂଆ ଫିଚର୍‌: ପଢ଼ିବାକ୍ଷଣି ଗାଏବ ହୋଇଯିବ ଟେକ୍ସଟ ମେସେଜ, ନେଇପାରିବେନି ସ୍କ୍ରିନସଟ!

ହାଟ୍ସଆପ (WhatsApp) ରେ ଆମେ ଅନେକ ସମୟରେ ଏପରି କିଛି ସୂଚନା କାହାକୁ ପଠାଇଥାଉ, ଯାହା ଆମେ ଚାହୁଁନଥାଉ ଯେ ତାହା ତାଙ୍କ ଚାଟ୍‌ରେ ଅଧିକ ସମୟ…

ଭାରତ-ଆମେରିକା ଟ୍ରେଡ୍‌ ଡିଲ୍‌ ନେଇ ଜୟଶଙ୍କରଙ୍କ ବଡ଼ ଘୋଷଣା, ଅଧିକାଂଶ ପ୍ରସଙ୍ଗରେ….

ନୂଆଦିଲ୍ଲୀ,୧୪।୧୧: ଭାରତ ଓ ଆମେରିକା ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ବାଣିଜ୍ୟ ଚୁକ୍ତି (ଟ୍ରେଡ୍‌ ଡିଲ୍‌) ଖୁବ୍‌ଶୀଘ୍ର ଚୂଡ଼ାନ୍ତ ହେବା ଆଶା ରହିଛି । ଏହି ଚୁକ୍ତି…

ଲକ୍ଷପତି ଦିଦିରେ ଓଡ଼ିଶା ଆଗରେ! ୨୯ ଲକ୍ଷଙ୍କୁ ନେଇ ଶିବରାଜଙ୍କ ବଡ଼ ବୟାନ

ବଲାଙ୍ଗୀର,୧୪।୧୧(ସୁନିଲ ମହାନ୍ତି): ମହିଳା ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ରାଜ୍ୟରେ ୨୯ ଲକ୍ଷ ମହିଳା ଲକ୍ଷପତି ଦିଦି ହୋଇଥିବା ରିପୋର୍ଟ ମିଳିଥିବା କହିଛନ୍ତି…

ଭାରତ ଆଗରେ ବିଶାଳ ଟାର୍ଗେଟ ରଖିଲା ପାକିସ୍ତାନ, ଏତିକି ରନ୍‌ କଲେ ମିଳିବ ଏସିଆ କପ ଟ୍ରଫି

ନୂଆଦିଲ୍ଲୀ,୧୪।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ର ଫାଇନାଲ ମୁକାବିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୯ ଉଇକେଟ୍‌ ହରାଇ ୩୩୭…

ମାସେ ତଳେ ସାଙ୍ଗଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ ସାଙ୍ଗ, ଆଜି ଅଭିଯୁକ୍ତଙ୍କୁ…

ସମ୍ବଲପୁର,୧୪ା୧୧(ପ୍ରମୋଦ ବହିଦାର): ମାସେ ତଳୁ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି ସମ୍ବଲପୁର ପୋଲିସ। ମଦ ପିଇବା ସମୟରେ ହୋଇଥିବା ବଚସାରୁ ଜଣେ…

ଚାଚା ନେହେରୁଙ୍କ ଜନ୍ମଦିନରେ ଉତ୍ସବମୁଖର ପାଟଣାର୩ ବିଦ୍ୟାଳ

ପାଟଣା, ୧୪/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଗୋପୀନାଥ ନାରାୟଣ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ପାଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?