ଓଡ଼ିଶାରୁ ମୁହଁ ଫେରାଉଛନ୍ତି ଶିଳ୍ପସଂସ୍ଥା

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ ଆଲୁମିନିୟମ, ଇସ୍ପାତ, ଆଲୁମିନା, ସାର, ପେଟ୍ରୋ କେମିକାଲ, ପ୍ଲାଷ୍ଟିକ, ସିମେଣ୍ଟ ଭଳି ବୃହତ୍‌ ଶିଳ୍ପ ସାଙ୍ଗକୁ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସ୍ବାସ୍ଥ୍ୟ, ପର୍ଯ୍ୟଟନ, ପ୍ରତିରକ୍ଷା, ଶକ୍ତି, ସୂଚନା ପ୍ରଯୁକ୍ତି କ୍ଷେତ୍ର ପାଇଁ ବୃହତ୍‌ ପୁଞ୍ଜିନିବେଶ ହେବ। ବେକାର ଯୁବତୀ ଯୁବକଙ୍କୁ କାମଧନ୍ଦା ମିଳିଯିବ। ରାଜ୍ୟରେ ଶିଳ୍ପାୟନକୁ ନେଇ ରାଜ୍ୟ ସରକାର ଏମିତି ସ୍ବପ୍ନ ଦେଖାଇ ଆସୁଛନ୍ତି । ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ କରି ଓଡ଼ିଶାକୁ ଇଣ୍ଡଷ୍ଟ୍ରିଆଲ୍‌ ହବ୍‌ରେ ପରିଣତ କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ମାତ୍ର ‘ଗୋଦରା କୋଡ଼େ ଯେତେ ମାଡ଼େ ସେତେ’ ନ୍ୟାୟରେ ରାଜ୍ୟରେ ଥିବା ପୁରୁଣା ଶିଳ୍ପଗୁଡ଼ିକ ଗୋଟିଏ ପରେ ଗୋଟିଏ ବନ୍ଦ ହୋଇଚାଲିଛି। କେବଳ ବଡ଼ ଶିଳ୍ପ ନୁହେଁ ରାଜ୍ୟର ଦୁଇ ତୃତୀୟାଂଶ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୁଡ଼ିକ ମଧ୍ୟରୁ ଅଧିକାଂଶ ସରକାରୀ ପ୍ରୋତ୍ସାହନ ଏବଂ ବଜାର ସୁବିଧା ନ ପାଇ ମୁହଁମାଡ଼ି ପଡ଼ିଛନ୍ତି। କରୋନା ମହାମାରୀ ବିପଦ ଆସିବା ପରେ ଶିଳ୍ପଗୁଡ଼ିକର ଅବସ୍ଥା ଆହୁରି ଖରାପ ହୋଇଛି। ଗତ ୪ ମାସ ହେବ ଶିଳ୍ପ କ୍ଷେତ୍ରଗୁଡ଼ିକ ଶୋଚନୀୟ ଅବସ୍ଥା ଦେଇ ଗତିକରୁଛି। କଞ୍ଚାମାଲ ଅଭାବ ସାଙ୍ଗକୁ ଶ୍ରମିକ, ବଜାର ସୁବିଧା ଆଦି ଶିଳ୍ପ ବିକାଶରେ ପ୍ରତିବନ୍ଧକ ସାଜୁଛି।

ଶିଳ୍ପ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ବୁଝାମଣାପତ୍ର ସ୍ବାକ୍ଷର କରିଥିବା ୩୦ଟି ବଡ଼ ପ୍ରକଳ୍ପ ୨୦୦୫ରୁ ବିଭିନ୍ନ କାରଣ ଯୋଗୁ ରାଜ୍ୟରେ ପୁଞ୍ଜିନିବେଶ ନ କରି ଗୋଟିଏ ପରେ ଗୋଟିଏ ପଛଘୁଞ୍ଚା ଦେଇଛନ୍ତି। ସେଥିରୁ ୧୩ଟି ପ୍ରକଳ୍ପରେ ୧,୫୫,୪୫୮.୯୦ କୋଟି ଟଙ୍କାର ପୁଞ୍ଜିନିବେଶ ଆଶା ଧୂଳିସାତ୍‌ ହୋଇଯାଇଛି। ଅନ୍ୟପକ୍ଷରେ ଜମି ମିଳିବା ବିଳମ୍ବ କାରଣରୁ ୧୬ଟି ଶିଳ୍ପ ସଂସ୍ଥା ନିଜ ପ୍ରକଳ୍ପରୁ ଓହରି ଯାଇଛନ୍ତି। ଜମି ମିଳିଥିଲେ ମଧ୍ୟ ବିଭିନ୍ନ କାରଣରୁ ପୋସ୍କୋ ଜଗତ୍‌ସିଂହପୁର ଜିଲା ପ୍ରକଳ୍ପରୁ ଓହରି ଯାଇଥିଲା।

କେବଳ ବଡ଼ ଶିଳ୍ପ ନୁହେଁ ରାଜ୍ୟରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକର ସ୍ଥିତି ମଧ୍ୟ ଅତ୍ୟନ୍ତ ଦୟନୀୟ। ଏମ୍‌ଏସ୍‌ଏମ୍‌ଇ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଗତ ୫ ବର୍ଷରେ ପଞ୍ଜୀକୃତ ହୋଇଥିବା ୧୫,୩୧୫ ଉଦ୍ୟୋଗରେ ତାଲା ପଡିଛି। ଏଥିରେ ନିୟୋଜିତ ଥିବା ୧ ଲକ୍ଷ ୨୯ ହଜାର ୯୫୦ ବେରୋଜଗାର ହୋଇଛନ୍ତି। ୧୧ଟି ପଛୁଆ ଜିଲାରେ ଏହି ସମୟରେ ମୋଟ ୩୫୨୦୦୫.୩୭ ଲକ୍ଷ ଟଙ୍କାର ୩୧୩୩ଟି ଶିଳ୍ପ ବନ୍ଦ ହୋଇଛି। ଏସବୁ ଶିଳ୍ପ ବନ୍ଦ ହେବା ଯୋଗୁ ୩,୪୪,୬୧୫ ଲୋକ ଜୀବିକା ହରାଇଛନ୍ତି।

କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ୨୦୧୫ରେ ଶିଳ୍ପ ନୀତି କାର୍ଯ୍ୟକାରୀ କରିଥିବାବେଳେ ଏମ୍‌ଏସ୍‌ଏମ୍‌ଇ ବିକାଶ ନୀତି-୨୦୧୫ ପ୍ରଣୟନ କରିଥିଲେ। ୨୦୧୭-୧୮ରେ ୫୦୧୫୮ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ ସ୍ଥାପନ କରାଯାଇଥିଲା। ଯେଉଁଥିରେ ୨,୩୨୪.୪୬ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୧.୪୭ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। କେବଳ ଏତିକି ନୁହେଁ, ଗତ ୫ ବର୍ଷରେ ରାଜ୍ୟରେ ୧୨ଟି କ୍ଷେତ୍ରରେ ୩,୯୧,୭୦୧ ଉଦ୍ୟୋଗ କାର୍ଯ୍ୟକ୍ଷମ ହୋଇଛି। ସେଥିରେ ୧୯,୧୪୧.୮୩ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବା ବେଳେ ୧୫,୨୯,୪୬୩ ଜଣ ନିଯୁକ୍ତି ପାଇଛନ୍ତି।

ସରକାର ମଧ୍ୟ ମାନିଛନ୍ତି ଯେ, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବଡ଼ ଭୂମିକା ଗ୍ରହଣ କରୁଛି। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଏମ୍‌ଏସ୍‌ଏମ୍‌ଇ ବିକାଶ ନୀତି ବଳରେ ରାଜ୍ୟରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ହୋଇଛି। କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହନ ଦେଇ ଅନୁକୂଳ ପରିବେଶ ସୃଷ୍ଟି କରୁଥିବାରୁ ୨୦୧୮ ଷ୍ଟାର୍ଟ୍‌ ଅପ୍‌ ର଼୍ୟାଙ୍କରେ ଓଡ଼ିଶା ଏକ ଉତ୍ତମ ପ୍ରଦର୍ଶନକାରୀ ରାଜ୍ୟ ଭାବେ ପରିଚୟ ପାଇପାରିଛି। ଜିଲାସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଡିଏଲ୍‌ଏସ୍‌ଡବ୍ଲ୍ୟୁସିଏ) ଗଠନ କରି ଷ୍ଟାର୍ଟ ଅପ୍‌ ଓଡ଼ିଶା ଆରମ୍ଭ କରି ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ପ୍ରୋତ୍ସାହିତ କରୁଛନ୍ତି । ଏ ସବୁ ସତ୍ତ୍ୱେ ରାଜ୍ୟରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବେଳକୁ ବେଳ ଦୁର୍ବଳ ହେବାରେ ଲାଗିଛି। ଏ ସମ୍ପର୍କରେ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗ ମହାସଚିବ ସ୍ବସ୍ତିକ ସ୍ବାଇଁ କହିଛନ୍ତି ଯେ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକ ଆର୍ଥିକ ଓ ବଜାର ସୁବିଧା ନ ଥିବା ଯୋଗୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। କରୋନା ମହାମାରୀ ପରେ କ୍ଷୁଦ୍ରଶିଳ୍ପଗୁଡ଼ିକରେ ଆହୁରି ସମସ୍ୟା ବଢ଼ିଯାଇଛି। ଶ୍ରମିକ, ଆର୍ଥିକ ସଙ୍କଟ ଓ ଉପତ୍ାଦିତ ଦ୍ରବ୍ୟର ଅଭାବୀ ବିକ୍ରି ସମସ୍ୟାକୁ ବହୁଗୁଣିତ କରି ଦେଇଛି। ସରକାର ଉଦ୍ୟୋଗଗୁଡିକ ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା ନ କଲେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହେବ। ଏଥିରେ ନିଯୁକ୍ତି ପାଇଥିବା ଲକ୍ଷ ଲକ୍ଷ ଲୋକ କାମଧନ୍ଦା ହରାଇ ବସିବେ। ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଶିଳ୍ପଗୁଡିକୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାର ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ଅନ୍ୟପକ୍ଷରେ କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଗତ ୫ ବର୍ଷ ମଧ୍ୟରେ ୮୬୬୨ ଜଣଙ୍କୁ ୭୩୦୯.୬୮ ଲକ୍ଷ ଟଙ୍କା ଆଇପିଆର ରିହାତି ଦିଆଯାଇଛି। ସେହିପରି ଓଡ଼ିଶା ଏମ୍‌ଏସ୍‌ଏମ୍‌ଇଡି ପଲିସି ମାଧ୍ୟମରେ ୧୭୦୦ ଜଣଙ୍କୁ ୧୦୭୪.୦୬ ଲକ୍ଷ ଟଙ୍କା ରିହାତି ଆକାରରେ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମ ଓଡ଼ିଶାରେ ଓଲଟପାଲଟ ହେବ ସମୀକରଣ, ନବୀନଙ୍କ ସିକ୍ରେଟ ପ୍ଲାନ

ଭୁବନେଶ୍ୱର,୧୮।୪: ପୁଣି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପଞ୍ଚମ ପର୍ଯ୍ୟାୟ ବିଧାନସଭା ତାଲିକାରେ ୯ଜଣ ବିଧାୟକଙ୍କ ନାଁ ଘୋଷଣା କରାଯାଇଛି। ସବୁଠାରୁ ବଡ଼ କଥା ହେଲା,...

ଆଜି ଠୁ ୩ଦିନ ଯାଏଁ ସ୍କୁଲ ଛୁଟି, ହେଲେ ନିୟମିତ ଆସିବେ ଶିକ୍ଷକ

ଭୁବନେଶ୍ୱର,୧୮।୪: ଆଜିଠୁ ୩ଦିନ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ । ଗ୍ରୀଷ୍ମ ପ୍ରବାହ ବଢିବା ଯୋଗୁଁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।...

ସକାଳୁ ଟପିଲାଣି ୩୬ ଡିଗ୍ରୀ, ସିଭିୟର ହିଟ୍ ୱେଭ୍ ପାଇଁ ୪ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର,୧୮।୪: ଜଳୁଛି ଓଡ଼ିଶା। ରାଜ୍ୟବାସୀଙ୍କୁ ଆହୁରି କଲବଲ କରିବ ତାତି । ଆଜିଠୁ ଗ୍ରୀଷ୍ମ ପ୍ରବାହ ଶିଖରକୁ ଛୁଇଁବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ...

ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ

ପୁରୀ,୧୮ା୪(ଅଜିତ ମହାନ୍ତି)ପବିତ୍ର ରାମନବମୀ ଅବସରରେ ବୁଧବାରଠାରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ସହିଯାତ ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଶ୍ରୀରାମଙ୍କ ଜନ୍ମଲୀଳାଠାରୁ ଆରମ୍ଭ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ଶିକ୍ଷିତ ଯୁବବର୍ଗଙ୍କ ନିଯୁକ୍ତି ବ୍ୟବସ୍ଥାରେ ଢିଲା

ରାଉରକେଲା,୧୮ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜିଲା ନିଯୁକ୍ତି ନିୟୋଜନ କାର୍ଯ୍ୟାଳୟ ସ୍ଥାପନ ହେବାର ଆଜକୁ ୬୩ ବର୍ଷ ପୂରିଲା। ବିଭାଗ ହାତରେ ଜିଲାର ୧୭ ବ୍ଲକର ଶିକ୍ଷିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri