ମୌସୁମୀ ଅପେକ୍ଷାରେ ଇନ୍ଦ୍ରାବତୀ

ଭବାନୀପାଟଣା,୧୧ା୬(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଲାଇଫଲାଇନ ତଥା ଅନ୍ନଦାତ୍ରୀ ମା’ ଭାବେ ପରିଚିତ ଉପର ଇନ୍ଦ୍ରାବତୀ ବିଦ୍ୟୁତ୍‌ ପ୍ରକଳ୍ପ। ଏହି ପ୍ରକଳ୍ପ ହେବା ଦ୍ୱାରା ଶହ ଶହ ହେକ୍ଟର ଚାଷଜମି ଜଳସେଚନ ହେବା ସହ ୬୦୦ ମେଗାୱାଟ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ହେଉଛି। ଚଳିତବର୍ଷ ପ୍ରବଳ ଖରା ଯୋଗୁ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳ ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ଯଦି ଆଗାମୀ ଦିନରେ ପର୍ଯ୍ୟାପ୍ତ ବର୍ଷା ନ ହୁଏ ତା’ହେଲେ ସ୍ଥିତି ବିଗିଡିବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ।
୫ଟି ନଦୀକୁ ନେଇ ଇନ୍ଦ୍ରାବତୀ ଜଳଭଣ୍ଡାର ସୃଷ୍ଟି ହୋଇଛି। ଏହାର କ୍ୟାଚ୍‌ମେଣ୍ଟ ଏରିଆ ୨୬୩୦ବର୍ଗ କି.ମି. ଥିବାବେଳେ ଜଳଧାରଣ କ୍ଷମତା ୬୪୨ମିଟର ରହିଛି। ଜଳଭଣ୍ଡାର ଇନ୍‌ଟେକ ୱେଲ ପାଖରେ ପଙ୍କ ଜମା ହେବା ଫଳରେ ଜଳଧାରଣ କ୍ଷମତା ହ୍ରାସ ପାଉଥିଲା। ପରବର୍ତ୍ତୀ ସମୟରେ ପଙ୍କ ଉଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଥିଲା। ସାଧାରଣତଃ ଜୁଲାଇ ମାସରେ ରବି ଫସଲ ପାଇଁ କେନାଲ ଦ୍ୱାରା ପାଣି ଛଡ଼ାଯାଏ। ବର୍ତ୍ତମାନ ଜଳପତ୍ତନ ମାତ୍ର ୬୨୭.୮୮ ରହିଛି। ଜଳପତ୍ତନ ସର୍ବନିମ୍ନ ସ୍ତର ୬୨୫ମିଟର। ଏହି ସମୟରେ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ୧୦୦ମେଗାୱାଟ ରହିଛି। ଓଏଚ୍‌ପିସି ପକ୍ଷରୁ କୁହାଯାଇଛି ଯେ, ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ନ ହେଲେ ପାୱାର ଜେନେରେଶନ ପ୍ରଭାବିତ ହେବ। ବର୍ତ୍ତମାନ ୬ଶହ ମେଗାୱାଟ ସ୍ଥଳେ ମାତ୍ର ୯୮.୦୬ ମେଗାୱାଟ ପାୱାର ଜେନେରେଶନ ହେଉଛି। ଇନ୍ଦ୍ରାବତୀ ବିଭାଗୀୟ ଅଧିକାରୀ ସେଥିପ୍ରତି ଅଧିକ ଧ୍ୟାନ ଦେବାର ସମୟ ଆସିଛି। ପ୍ରତିବର୍ଷ ଉଚିତ ରକ୍ଷଣାବେକ୍ଷଣ ଓ ମରାମତି କଲେ ଜଳଧାରଣ କ୍ଷମତା ବଢିବା ନିଶ୍ଚିତ। ଇନ୍ଦ୍ରାବତୀ ନଦୀ ଅବବାହିକରେ ଜଙ୍ଗଲ ନଷ୍ଟ ହେବା ସହ ମୃତ୍ତିକା ଅବକ୍ଷୟ ହେତୁ ଜଳ ଭଣ୍ଡାର ଧୀରେ ଧୀରେ ପୋତି ହେଉଛି। ଇନ୍ଦ୍ରାବତୀରେ ଅନେକ ନଦୀ, ଶତାଧିକ ନାଳ, ଝରଣା ତଥା ଜଳ ଭଣ୍ଡାରରେ ବୁଡିଥିବା ଅନେକ ଛୋଟ ଛୋଟ ପାହାଡ଼ ରହିଛି। ତେବେ ଏହି ନଦୀ, ନାଳ, ଝରଣା ଅବବାହିକାରେ ଜଙ୍ଗଲ ବିଭାଗ ପକ୍ଷରୁ ବୃକ୍ଷ ରୋପଣ ସହ ପାହାଡ଼ ଚତୁଃପାର୍ଶ୍ୱରେ ପଥର ପ୍ୟାକିଂ କରାଯିବା ଉଚିତ ବୋଲି କୁହାଯାଉଛି। ଦେଶ ତଥା ଦେଶ ବାହାର ବୈଷୟିକ ଜ୍ଞାନକୌଶଳରେ ନିର୍ମାଣ ହୋଇଥିବା ଇନ୍ଦ୍ରାବତୀ ପ୍ରକଳ୍ପ ଆଜି ଚାଷୀ ମୁହଁରେ ହସ ଫୁଟାଇଛି। ଏହି ଜଳ ଭଣ୍ଡାର ପରିଚାଳନା ଦାୟିତ୍ୱରେ ଖତିଗୁଡା ଇନ୍ଦ୍ରାବତୀ ପ୍ରକଳ୍ପ ଡିଭିଜନ ରହିଛି। ବିଗତ ବର୍ଷରେ ମଧ୍ୟ ବୁଡାଳୀଙ୍କୁ ନେଇ ପଙ୍କ ଉଦ୍ଧାର କରାଯାଇଥିଲା। ବର୍ଷା ହେଲେ ଜଳସ୍ତର ବୃଦ୍ଧିପାଇବ। କିନ୍ତୁ ଜଳଧାରଣ କ୍ଷମତା ବୃଦ୍ଧି ପ୍ରତି ଦୃଷ୍ଟିଦେବା ଜରୁରୀ ହୋଇପଡିଛି। ଦକ୍ଷିଣ ମୁଖ୍ୟ କେନାଲରେ ଲାଇନିଂ ଓ ପୁନରୁଦ୍ଧାର କାର୍ଯ୍ୟ କରାଯିବା ସହିତ ଇନ୍ଦ୍ରାବତୀ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ ହେବା ଫଳରେ ଅଣଜଳସେଚିତ ଅଞ୍ଚଳ ଓ ଆଦୌ ପାଣି ମାଡୁ ନ ଥିବା ଜମିରେ ପାଣି ପହଞ୍ଚତ୍ପାରିଛି ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି ପ୍ରକଳ୍ପ ୧,୧୮,୯୯୨ ହେକ୍ଟର ଜମିକୁ ଜଳ ଯୋଗାଇବାରେ ସମର୍ଥ ହୋଇଛି। ଓଡିଶାକୁ ମୌସୁମୀ ଛୁଇଁଛି। ମାଲକାନଗିରି ଜିଲାରେ ବର୍ଷାର ଆଭାସ ମିଳିଛି। କିନ୍ତୁ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇଁ କଳାହାଣ୍ଡିରେ ବର୍ଷା କେତେ ସହାୟକ ହେଉଛି ତାହା ଦେଖିବା କଥା।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?