ତେନ୍ତୁଳିଖୁଣ୍ଟି,୧୬ା୪(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ାରେ ଇନ୍ଦ୍ରାବତୀ ପ୍ରକଳ୍ପ କଲୋନି ବାସୀ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଗତ କିଛିଦିନ ହେବ କଲୋନି ବାସୀଙ୍କୁ ଇନ୍ଦ୍ରାବତୀ କଲୋନି ମରାମତି ତଥା ପାନୀୟ ଜଳ ଯୋଗାଣ ଉପ ବିଭାଗ ଦ୍ୱାରା ଦିଆଯାଉଥିବା ଜଳ ଯୋଗାଣ ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ଦେଖାଦେଇଛି। ପ୍ରଥମ ପର୍ଯ୍ୟାୟରେ ମୋଟର ପମ୍ପ ଖରାପ ହେବାରୁ ୨ ଦିନ ପାଣି ସମସ୍ୟା ଦେଖାଦେଲା। ତା’ ପରେ ୨ ଦିନ ଝଡ଼ ବର୍ଷା ଯୋଗୁ ବିଦ୍ୟୁତ୍ ସମସ୍ୟା ପାଇଁ ପାଣି ଯୋଗାଣ ବ୍ୟାହତ ହେଲା। ଏବେ କିଛି ଦିନ ହେବ ପାଣିଛଡ଼ା ଯାଉଥିବା ଭଲବରେ ତ୍ରୁଟି ଯୋଗୁ ପାଣି ସମସ୍ୟା ଦେଇ ଗତି କରୁଛନ୍ତି କଲୋନି ବାସୀ। ସମସ୍ୟା ସମାଧାନ କାହିଁକି ହୋଇ ପାରୁନି ବୋଲି ପାଣି ଛାଡ଼ୁଥିବା କର୍ମଚାରୀଙ୍କୁ ପଚାରିବାରୁ ସେ କହିଲେ, ସମସ୍ୟା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦେଇଛୁ। ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର ଇନ୍ଦ୍ରାବତୀ କୋଲାବବେସିନ ଶତ୍ରୁଘ୍ନ ମହାରଣାଙ୍କୁ ପଚାରିବାରୁ କହିଲେ, ଜଳଯୋଗାଣ ବ୍ୟବସ୍ଥା ଆମ ଅଫିସ ଅଧୀନରେ ନାହିଁ, କଲୋନୀ ରାସ୍ତା, ଜଳ ଯୋଗାଣ, କଲୋନି କ୍ୱାର୍ଟର ମରାମତି ତଥା ଦୁଇଟି ଯାକ ଅତିଥି ଭବନ, ବିଶ୍ରାମାଗାର, ମୁଖ୍ୟଯନ୍ତ୍ରୀ ଇନ୍ଦ୍ରାବତୀ ଓ କୋଲାବ ବେସିନ ଅଧୀନକୁ ଆଣିବାକୁ ଚିଠି କରାଯାଇଛି। ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅନିଲ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଛନ୍ତି, ମୁଁ ଉକ୍ତ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ କହିଦେବି ଖୁବ୍ ଶୀଘ୍ର ସମସ୍ୟା ସମାଧାନ କରିବାକୁ। ସହକାରୀ ଯନ୍ତ୍ରୀ ଶୁଭେନ୍ଦୁ ସାହୁଙ୍କୁ ପଚାରିବାରୁ ସେ କହିଲେ, ସେ କିଛିଦିନ କୁସୁମଖୁଣ୍ଟିରେ ଅନ୍ୟ ସରକାରୀ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଦିନେ ଦୁଇ ଦିନ ମଧ୍ୟରେ ଖାତିଗୁଡ଼ା ଯାଇ ଜଳଯୋଗାଣ ତ୍ରୁଟି ସୁଧାରିବାର ବ୍ୟବସ୍ଥା କରିବେ। ଖାତିଗୁଡ଼ାରେ ବର୍ତ୍ତମାନ ୩ଟି ବ୍ୟବସ୍ଥାରେ ପ୍ରକଳ୍ପ ଚାଲିଛି। ଓଡ଼ିଶା ଜଳବିଦ୍ୟୁତ୍ ନିଗମ, ମୁଖ୍ୟଯନ୍ତ୍ରୀ ଇନ୍ଦ୍ରାବତୀ ଓ କୋଲାବବେସିନ, ଅନ୍ୟଟି ମୁଖ୍ୟନିର୍ମାଣ ଯନ୍ତ୍ରୀ ମୁଖୀଗୁଡ଼ା। ଏଭଳି ସ୍ଥିତିରେ କେଉଁ ସମସ୍ୟା କିଏ ସମାଧାନ କରିବ ତାହା ବୁଝା ପଡ଼ୁନି। ଏଥିପାଇଁ ଖାତିଗୁଡ଼ାରେ ଥିବା ପ୍ରକଳ୍ପ ଅଧିନସ୍ଥ ଶିକ୍ଷାନୁଷ୍ଠାନ ,ଚିକିତ୍ସାଳୟ ଏବଂ କଲୋନୀ ରାସ୍ତା ଦୂରାବସ୍ଥା ମଧ୍ୟରେ ରହିଛି।
Posted inHome, Home Left, ଆମ ଜିଲା ଖବର, ନବରଙ୍ଗପୁର View All
ମାତ୍ର ୩୨ ରନ୍ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ
ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍ରେ ଜାପାନକୁ ୨ ରନ୍ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…
ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ
ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…
ମାତ୍ର ୧୬ ରନ୍ କରି ପ୍ଲେୟର ଅଫ ଦି ମ୍ୟାଚ୍ ପୁରସ୍କାର ଜିତିଲେ ଶ୍ରେୟସ ଆୟର: ଉଠିଲା ପ୍ରଶ୍ନ
ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ ଶେଷରେ ଖେଳାଯାଇଛି। ଏହି ମୁକାବିଲାକୁ ନେଇ ଆରମ୍ଭରୁ ଉତ୍ସାହ ରହିଥିଲା। ହେଲେ ବର୍ଷା ଯୋଗୁ ମ୍ୟାଚ୍କୁ…
ଅସଫଳତାକୁ ସ୍ବୀକାର
ବିଶ୍ୱକପ୍ ଫୁଟ୍ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…
ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍ବେଗ
ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…
୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…
ବିଶାଖାପାଟଣାମ୍-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…
ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…
ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

