Posted inଜାତୀୟ

ରାମଲଲାଙ୍କ ଦର୍ଶନ ପାଇଁ ଘରୁ ଲୁଚି ପଳାଇଲେ ଦୁଇ ନାବାଳିକା ଭଉଣୀ

ଇନ୍ଦୋର,୧୯।୧: ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ କେବଳ ଅଯୋଧ୍ୟା ନୁହେଁ ସାରା ଦେଶରେ ଉତ୍ସବର ମାହୋଲ ଲାଗି ରହିଛି। ଏହି ଅବସରରେ ଦେଶ-ବିଦେଶରୁ ବହୁ ଲୋକ ଅଯୋଧ୍ୟାରେ ପହଞ୍ଚିଛନ୍ତି। ଟେଲିଭିଜନ ଠାରୁ ଆରମ୍ଭ କରି ଖବରକାଗଜ ଯାଏଁ ରାମ ମନ୍ଦିର ଏବେ ଚର୍ଚ୍ଚାର ଶିରୋନାମାରେ ରହିଛି। ତେବେ ରାମଲଲାଙ୍କୁ ଦର୍ଶନ ପାଇଁ ସଭିଁଏ ଉତ୍କଣ୍ଠିତ ଥିବାବେଳେ ଇନ୍ଦୋରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଇନ୍ଦୋରର ଦୁଇ ନାବାଳିକା ଭଉଣୀ ରାମଲଲାଙ୍କ ଦର୍ଶନ ପାଇଁ ଘରୁ ଫେରାର୍‌ ହୋଇଯାଇଛନ୍ତି।

ଘଟଣା ମୁତାବକ, ଏହି ଦୁଇ ନାବାଳିକା ଭଉଣୀଙ୍କ ବୟସ ୧୪ରୁ ୧୫ବର୍ଷ ଭିତରେ ଥିବା ଜଣାପଡିଛି। ଘରୁ ରେଲଓ୍ବେ ଷ୍ଟେଶନ ପହଞ୍ଚିବା ପାଇଁ ଦୁଇ ଭଉଣୀ ଇ-ରିକ୍ସା ବୁକିଂ କରିଥିଲେ। କିନ୍ତୁ ରିକ୍ସାରେ ବସିବା ପରେ ରିକ୍ସା ଚାଳକଙ୍କୁ ଦୁଇ ଭଉଣୀଙ୍କୁ ନେଇ ସନ୍ଦେହ ଉପୁଜିଥିଲା। ନାବାଳିକାଙ୍କୁ ପଚାରିବାରୁ ସେମାନେ ଅଯୋଧ୍ୟା ଯାତ୍ରା କରୁଛନ୍ତି ବୋଲି ରିକ୍ସାବାଲାଙ୍କୁ କହିଥିଲେ। କିନ୍ତୁ ରିକ୍ସା ଚାଳକ ଆନନ୍ଦ କୁମାର ଦୋ ତାଙ୍କୁ ଅଲଗା ରାସ୍ତାରେ ନେଇ ଯାଇଥିଲେ। ଚତୁରତାର ସହ ରିକ୍ସାବାଲା ତାଙ୍କୁ ମହିଳା ଥାନା ନେଇଥିଲେ। ଯାହାପରେ ମହିଳା ଟି ଆଇ ତାଙ୍କୁ ପଚରାଉଚରା କରି ସେମାନଙ୍କ ଅଭିଭାବକଙ୍କ ଜିମା ଦେଇଥିଲେ।

ସୂଚନାଥାଉ କି, ଦୁଇ ଭଉଣୀ ଅଯୋଧ୍ୟା ଯିବା ପାଇଁ ଗତ ୨୦ଦିନରୁ ଟଙ୍କା ଯୋଗାଡ କରୁଥିଲେ। ଦୁହେଁ ଘରୁ ୪-୪ ଯୋଡା ପୋଷାକ ସହ ୧ହଜାର ଟଙ୍କା ସ୍କୁଲ ବ୍ୟାଗରେ ରଖିଥିଲେ। ରିକ୍ସା ଚାଳକ ଆନନ୍ଦ ତାଙ୍କୁ ମହିଳା ଥାନାକୁ ନେବା ପରେ ପୋଲିସକୁ ଦେଖି ସେମାନେ ଆତଙ୍କିତ ହୋଇ ପଡିଥିଲେ। ଠିକଣା ପଚାରିବାରୁ କେବେ ଉଜ୍ଜୟନୀ କେବେ ଅଲଗା ଅଲଗା ସହରର ନାଁ କହୁଥିଲେ। କିନ୍ତୁ ପରେ ଇନ୍ଦୋରର ବୋଲି କହିଥିଲେ। ଦୁଇ ଭଉଣୀଙ୍କ ବାପା ଜଣେ ଅଟୋ ଚାଳକ ଥିବାବେଳେ ମାଆ ନଗର ନିଗମରେ କାର୍ଯ୍ୟରତ ଅଛନ୍ତି। ପୋଲିସ ଠାରୁ ଘଟଣା ଜାଣିବା ପରେ ପରିବାର ସମେତ ସାରା ଇନ୍ଦୋରରେ ଚାଞ୍ଚଲ୍ୟ ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?