Posted inଜାତୀୟ

ଭାରତ-ଚାଇନା କମାଣ୍ଡରସ୍ତରୀୟ ବୈଠକ ମାର୍ଚ୍ଚ ୧୧ରେ…

ଲଦାଖ,୧୦।୩ : ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ମାର୍ଚ୍ଚ ୧୧ରେ ଦୁଇ ଦେଶର ୧୫ ତମ ରାଉଣ୍ଡ ସାମରିକ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ୧୪ ରାଉଣ୍ଡ ଆଲୋଚନା ପରେ ପାଙ୍ଗାଙ୍ଗ ତ୍ସୋ, ଗଲୱାନ ଏବଂ ପୂର୍ବ ଲଦାଖର ଗୋଗରା ହଟ୍‌ ସ୍ପ୍ରିଙ୍ଗ୍‌ ଅଞ୍ଚଳର ଉତ୍ତର ଏବଂ ଦକ୍ଷିଣ କୂଳରୁ ସେନାକୁ ପ୍ରତ୍ୟାହାର କରି ଉତ୍ତେଜନା ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଲଦାଖର ଅନ୍ୟ ଅଞ୍ଚଳରେ ଜାରି ରହିଥିବା ଉତ୍ତେଜନାକୁ ଶେଷ କରିବାକୁ ଉଭୟ ପକ୍ଷ ମଧ୍ୟ ଚେଷ୍ଟା କରିବେ ବୋଲି ନିଷ୍ପତ୍ତି ହୋଇଛି। ମାର୍ଚ୍ଚ ୧୧ ବୈଠକ ପାଇଁ ଭାରତ ଏବଂ ଚାଇନା ଏକାଠି ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକ ଭାରତୀୟ ପାର୍ଶ୍ୱରେ ଥିବା ଚୁସୁଲ ମାଲଡୋରେ ଅନୁଷ୍ଠିତ ହେବ। ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମସି ନେତା ସାକେତ ଗୋଖଲେଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୧୭।୪: ମନି ଲଣ୍ଡରିଂ ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି) ନେତା ସାକେତ ଗୋଖଲେଙ୍କୁ ସୋମବାର ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଦାନ ମାଧ୍ୟମରେ ସଂଗୃହୀତ ପାଣ୍ଠିର...

ସ୍କୁଲ୍‌ ଛାତ୍ରୀଙ୍କୁ ବଳାତ୍କାର ମାମଲା: ମହନ୍ତ ଶିବମୂର୍ତ୍ତି ଗିରଫ

ବେଙ୍ଗାଲୁରୁ,୧ା୯: ନାବାଳିକା ଯୌନ ନିର୍ଯାତନା ଓ ବଳାତ୍କାର ମାମଲାରେ କର୍ନାଟକର ଏକ ପ୍ରମୁଖ ଲିଙ୍ଗାୟତ ମଠର ମହନ୍ତ ଶିବମୂର୍ତ୍ତି ମୁରୁଘା ଶରାନାରୁଙ୍କୁ ଗୁରୁବାର ରାତିରେ ଗିରଫ...

ଲଭ୍‌ ଜିହାଦ ମାମଲାରେ ଯୁବତୀଙ୍କୁ ଧୋକା ଦେବାର ପ୍ରମାଣ ଜରୁରୀ ବୋଲି କହିଲେ ହାଇକୋର୍ଟ…

ଅହମଦାବାଦ୍‌,୧୯।୮: ଲଭ୍‌ ଜିହାଦ ଉପରେ ଗୁଜରାଟ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ରାଜ୍ୟର ଲଭ ଜିହାଦ ଆକ୍ଟର କିଛି ଧାରା ଉପରେ କୋର୍ଟ ରୋକ...

ମୋଦି-ଶାହ ଯୋଡ଼ି ପୁଣି ସଫଳ: ବାଉନ୍ସରରେ ପ୍ରତିପକ୍ଷ ବୋଲ୍ଡ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ପୁଣିଥରେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଡି ସଫଳ ହୋଇଛି। ମୋଦି ଏବଂ...

ଫାଇଲ ଦେଖିଲେ ପୀଠ, ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨୫ା୧୧:ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ରୁ ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ନେବା ମାତ୍ରେ ନିର୍ବାଚନ କମିଶନର (ଇସି) ଭାବେ ଅବସ୍ଥାପିତ ହୋଇଥିବା ପୂର୍ବତନ କେନ୍ଦ୍ର ସଚିବ ଅରୁଣ...

ଏମ୍ସରେ ଲାଲୁଙ୍କୁ ଭଗବତ ଗୀତା ପାଠ କରିବାକୁ ମିଳୁନି ଅନୁମତି, ପୁଅ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୨।୭: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଅସୁସ୍ଥତା କାରଣରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଏଠାରେ ତାଙ୍କୁ ଶ୍ରୀମଦ ଭଗବତ ଗୀତା ପାଠ କରିବାକୁ...

ମ୍ୟାଜିକ୍‌ ନମ୍ବର ଛୁଇଁ ଆଗକୁ ବଢ଼ିଲା ଏଏପି

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ୭୦ଟି ବିଧାନସଭା ଆସନ ମଧ୍ୟରୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ୫୬ ଆସନରେ ଆଗେଇଛି। ସେହିପରି...

ଜାତୀୟ ଦଳର ମାନ୍ୟତା ପାଇବା ପରେ ଆଜି ଉତ୍ସବ ମନାଇବ ଏଏପି

ନୂଆଦିଲ୍ଲୀ,୧୧।୪: ଆମ ଆଦମୀ ପାର୍ଟି (ଏଏପି)କୁ ଜାତୀୟ ଦଳର ମାନ୍ୟତା ମିଳିବା ପରେ ମଙ୍ଗଳବାର ଏଏପି କାର୍ଯ୍ୟାଳୟରେ ଏକ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ...

Advertisement
Archives

Model This Week