ଗଣତନ୍ତ୍ରରେ ବ୍ୟକ୍ତିତନ୍ତ୍ର

ଗଣତନ୍ତ୍ରରେ ବ୍ୟକ୍ତିର ନିଜସ୍ବ ମତ ଉପସ୍ଥାପନ କରିବାର ସୁଯୋଗ ଥାଏ କିନ୍ତୁ ସଂଖ୍ୟାଗରିଷ୍ଠ ମତକୁ ସମସ୍ତଙ୍କୁ ସ୍ବୀକାର କରିବାକୁ ପଡ଼ିଥାଏ। ସ୍ବେଚ୍ଛାଚାରିତାର ସ୍ଥାନ ନାହିଁ କି ବ୍ୟକ୍ତିବାଦିତାକୁ ପ୍ରଶ୍ରୟ ଦିଆଯାଏ ନାହିଁ ଗଣତନ୍ତ୍ରରେ। ଲୋକଙ୍କ ମଧ୍ୟରେ ନ୍ୟାୟିକ ସମତା ସୃଷ୍ଟି, ସମସ୍ତଙ୍କୁ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅଧିକାର ପ୍ରଦାନ ତଥା ମାନବିକ ଅଧିକାରକୁ ସୁରକ୍ଷା ଦେବା ଗଣତନ୍ତ୍ରର ମୌଳିକ ଲକ୍ଷ୍ୟ। ଏହାକୁ ଆଇନର ଶାସନ ବୋଲି ମଧ୍ୟ କୁହାଯାଏ। ସଂଖ୍ୟାଲଘୁମାନଙ୍କର ସୁରକ୍ଷା ତଥା ସେମାନଙ୍କର ସ୍ବାର୍ଥ ରକ୍ଷା ନିମନ୍ତେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ନ୍ୟାୟପାଳିକାର ପ୍ରମୁଖ ଭୂମିକା ଥାଏ। ଏହି ବ୍ୟବସ୍ଥାର ଜନକ ହେଉଛନ୍ତି ଏଥେନ୍ସର ଦାର୍ଶନିକ କ୍ଲେଇଥେନିସ। ଆଜି ସମସ୍ତ ଦେଶକୁ ପଛକୁ ପକାଇ ଭାରତବର୍ଷ ସର୍ବବୃହତ୍‌ ଗଣତାନ୍ତ୍ରିକ ଦେଶ ରୂପରେ ଦଣ୍ଡାୟମାନ ହୋଇଛି। କିନ୍ତୁ ଢୋଲ ଭିତରେ ମୂଷା ସଦୃଶ ସମ୍ପ୍ରତି ଭାରତୀୟ ଗଣତନ୍ତ୍ରରେ କିଛି କିଛି ବ୍ୟତିକ୍ରମ ପରିଲକ୍ଷିତ ହେବା ସହିତ ବିଚ୍ୟୁତି ଦୃଷ୍ଟିଗୋଚର ହେଉଛି।
ପ୍ରଥମତଃ ଗଣତନ୍ତ୍ର ହେଉଛି ପ୍ରତିନିଧିମୂଳକ ଶାସନ ବ୍ୟବସ୍ଥା। ଏହି ପ୍ରତିନିଧିଙ୍କୁ ଭୋଟ ମାଧ୍ୟମରେ ସାଧାରଣ ଜନତା ଚୟନ କରିଥାନ୍ତି। କିନ୍ତୁ ଯାହା ଦେଖାଯାଉଛି ନିରପେକ୍ଷତା ଓ ନିର୍ଭୀକତା ଆମ ଦେଶରେ ସଙ୍ଗଠିତ ହେଉଥିବା ନିର୍ବାଚନରେ ଲୁପ୍ତ ପ୍ରାୟ। ଅର୍ଥ, ବାହୁବଳ, କ୍ଷମତାର ଅପବ୍ୟବହାର, ପ୍ରତିଶ୍ରୁତିର ପ୍ରାବଲ୍ୟ ଓ ପ୍ରଲୋଭନ ନିର୍ବାଚନରେ ନିରପେକ୍ଷତାକୁ କେବଳ ହତ୍ୟା କରିନାହିଁ ଜନତାଙ୍କୁ ମଧ୍ୟ ଆତଙ୍କିତ କରୁଛି। ଏବେ ସରକାରରେ ଥାଇ ଆଉ ଏକ ନୂତନ କୌଶଳ ଆପଣାଉଛନ୍ତି ସରକାରୀ ରାଜନୈତିକ ଦଳମାନେ। ନିର୍ବାଚନ ଘୋଷଣାର ଅବ୍ୟବହିତ ପୂର୍ବରୁ ଏକ ଅର୍ଥ ପ୍ରଦାନକାରୀ ଯୋଜନା ପ୍ରଣୟନ ହେଉଛି ଏବଂ ନିର୍ବାଚନ ଆରମ୍ଭ ହୋଇଗଲେ ହିତାଧିକାରୀଙ୍କ ଜମାଖାତାକୁ ଅର୍ଥ ଦିଆଯାଉଛି। ଏହା ଏକ ଆଇନ ସଙ୍ଗତ ଲାଞ୍ଚ ବୋଲି କୁହାଯାଇ ପାରେ ଯାହା ମତଦାତାଙ୍କୁ ପ୍ରଭାବିତ କରୁଛି। ଯୋଗ୍ୟ ପ୍ରତିନିଧି ଚୟନ ସମ୍ଭବ ହେଉ ନାହିଁ। ଅପରପକ୍ଷରେ ନିର୍ବାଚନ ଆୟୋଗଙ୍କ ନୀରବତା ଏବଂ ପରୋକ୍ଷ ସମର୍ଥନ ଗଣତନ୍ତ୍ରକୁ ଠିକ୍‌ ଦିଶା ଦେବାରେ ବ୍ୟର୍ଥ ହେଉଛି। ଅବଶ୍ୟ ସମ୍ପ୍ରତି କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କ ନିର୍ବାଚନୀ ଇସ୍ତାହାର ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଟିପ୍ପଣୀ ଦେଇ ଏହାକୁ ‘ଅଭ୍ୟାସଗତ ଦୁର୍ନୀତି’ ବୋଲି କହିବା ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଟିପ୍ପଣୀ, ଭର୍ତ୍ସନା, ତିରସ୍କାର ଏସବୁ ଏମାନଙ୍କ ପାଇଁ ଦେହସୁହା।
ଦ୍ୱିତୀୟରେ ଆମ ଦେଶରେ ଗଣତନ୍ତ୍ରର ସ୍ଥାୟିତ୍ୱ ଓ ସମୃଦ୍ଧି ଆମ ଦେଶରେ ଥିବା ରାଜନୈତିକ ଦଳଗୁଡ଼ିକର କାର୍ଯ୍ୟଶୈଳୀ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଅଳ୍ପ କେତୋଟି ରାଜନୈତିକ ଦଳକୁ ଛାଡ଼ିଦେଲେ ସମସ୍ତ ରାଜନୈତିକ ଦଳ ବିଶେଷକରି ଯେଉଁମାନେ ପ୍ରଭାବଶାଳୀ ସେମାନଙ୍କଠାରେ ବ୍ୟକ୍ତି କୈନ୍ଦ୍ରିକତା ଅତ୍ୟଧିକ ବୃଦ୍ଧି ପାଇଛି। ଏହା ପ୍ରତ୍ୟକ୍ଷ ପ୍ରଭାବ ସରକାରଙ୍କ ଉପରେ ପଡ଼ୁଛି। ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ହେଉଛି ସରକାରର ନାମକରଣ। ରାଜତନ୍ତ୍ରରେ ଯେମିତି ରାଜାଙ୍କ ନାମରେ ଶାସନ ଚାଲୁଥିଲା ଠିକ୍‌ ସେମିତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ନାମରେ ସରକାରର ନଁା ଦିଆଯାଉଛି। ପ୍ରଥମେ ଆମେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବୋଲି କହୁଥିଲୁ। ଏହା ବଦଳି ଯାଇ ଦଳ ନାମରେ ସରକାର ନାମିତ ହେଲେ। କେନ୍ଦ୍ର ସରକାର ବା ରାଜ୍ୟ ସରକାର କହିବା ପରିବର୍ତ୍ତେ ଯେତେବେଳେ ଯେଉଁ ଦଳ ବା ମେଣ୍ଟ ସରକାର ଗଢ଼ିଲା ସେହି ଦଳ ବା ମେଣ୍ଟର ନାମାନୁସାରେ ସରକାରର ନାମ ଦିଆଗଲା। ଯଥା- କଂଗ୍ରେସ ସରକାର, ଭାଜପା ସରକାର, ଏନ୍‌ଡିଏ ସରକାର, ଉପା ସରକାର, ବାମଫ୍ରଣ୍ଟ ସରକାର ଇତ୍ୟାଦି। ସେଇଠୁ ଗଣତନ୍ତ୍ରରେ ଦଳତନ୍ତ୍ରର ପ୍ରଭାବ ବଢ଼ିବାକୁ ଲାଗିଲା। ଦେଶ ଓ ରାଜ୍ୟର ନାମ ଲୁଚିଯାଇ ଦଳର ନାମ ସମ୍ମୁଖ ଭାଗକୁ ଆସିଲା। ଏବେ ଦଳର ନାମ ମଧ୍ୟ ଲୁଚିବାକୁ ବସିଲାଣି। ବ୍ୟକ୍ତିର ନାମକୁ ନେଇ ସରକାରର ନାମ ଦିଆଯାଉଛି, ଯେପରିକି ମୋଦି ସରକାର, ଯୋଗୀ ସରକାର, ମମତା ସରକାର ଇତ୍ୟାଦି।
ଏଭଳି ସ୍ଥିତି ଯେତେବେଳେ ଉପୁଜେ ସେତେବେଳେ ଗଣତାନ୍ତ୍ରିକ ପରିଚାଳନା ସବୁଠି ଧ୍ୱଂସ ପାଏ, ଦଳ ନିକଟରେ, ସରକାର କ୍ଷେତ୍ରରେ। ପ୍ରଥମେ ଏହା ଆରମ୍ଭ ହୋଇଥିଲା ଇନ୍ଦିରା ଗାନ୍ଧୀଙ୍କ ସମୟରେ। ସେ ତାଙ୍କର ସମସ୍ତ ଇଚ୍ଛାକୁ ଅନ୍ୟମାନଙ୍କ ଉପରେ ଲଦିଦେବାକୁ ପ୍ରୟାସ କରୁଥିଲେ। ଯେଉଁମାନେ ତାଙ୍କ ମତରେ ସମ୍ମତି ପ୍ରକାଶ କରୁ ନ ଥିଲେ କିମ୍ବା ପ୍ରତିବାଦ କରୁଥିଲେ ସେମାନଙ୍କୁ ସେ ତାଙ୍କର ଶତ୍ରୁ ବୋଲି ବିଚାର କରୁଥିଲେ। ଏହାର ଅନ୍ତିମ ପରିଣତି ଥିଲା ଜରୁରିକାଳୀନ ପରିସ୍ଥିତି। ସ୍ବେଚ୍ଛାଚାରିତାର ଏହା ଏକ ନଗ୍ନ ଉଦାହରଣ।
ଲୋକେ ଜାଣିଥିଲେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା ମୁଖ୍ୟମନ୍ତ୍ରୀ, ସେ ଗୃହର ନେତା। କିନ୍ତୁ ସେ ସର୍ବେସର୍ବା ନୁହନ୍ତି। ଶାସନର ସୁପରିଚାଳନା ନିମନ୍ତେ ବିଭିନ୍ନ ବିଭାଗକୁ ଲକ୍ଷ୍ୟ କରି ତ୍ରିସ୍ତରୀୟ ମନ୍ତ୍ରିମଣ୍ଡଳ ଗଠନ ହୋଇଥାଏ। ସେମାନଙ୍କ ମଧ୍ୟରୁ କେତେଜଣ ପୂର୍ଣ୍ଣ ମନ୍ତ୍ରୀ, କେତେଜଣ ରାଷ୍ଟ୍ର ଓ କେତେଜଣ ଉପମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରନ୍ତି। ଏମାନେ ନିଜ ନିଜ ବିଭାଗର ଦାୟିତ୍ୱ ସମ୍ଭାଳିବା ସହିତ ଲୋକଙ୍କର ହିତ ପାଇଁ କାମ କରନ୍ତି, ନିଷ୍ପତ୍ତି ନିଅନ୍ତି। କିନ୍ତୁ ଏବେ ଅନେକ ଅଭିଯୋଗ ଶୁଣିବାକୁ ମିଳେ। ଯଥା- ମନ୍ତ୍ରୀମାନେ ସ୍ବାଧୀନ ଭାବେ କାମ କରିପାରୁ ନାହାନ୍ତି, ସେମାନଙ୍କ ମତ ନିଆଯାଉ ନାହିଁ ଇତ୍ୟାଦି। ଆମ ରାଜ୍ୟରେ ୨୪ ବର୍ଷର ବିଜେଡି ଶାସନ କାଳକୁ ଆମେ ସଭିଏ ଦେଖିଛନ୍ତି। ଏପରି କି ଶୁଣିବାକୁ ମିଳୁଥିଲା ମନ୍ତ୍ରିମଣ୍ଡଳ ବୈଠକରେ ମଧ୍ୟ ସବୁକଥା ଅନାଲୋଚିତ ହୋଇ ନିଷ୍ପତ୍ତି ନିଆଯାଉଥିଲା। କେବଳ ଆମ ରାଜ୍ୟରେ ନୁହେଁ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ଯଦି ଦେଖିବା, ସେଠାରେ ମଧ୍ୟ ଏକ ନାୟକତ୍ୱର ପ୍ରଭାବ ପରିଦୃଷ୍ଟ ହୁଏ। ଅଧିକାଂଶ ରାଜ୍ୟରେ ସମାନ କଥା। ଦେଶରେ ଯେତେ ଆଞ୍ଚଳିକ ରାଜନୈତିକ ଦଳ ଅଛି ସବୁଥିରେ ଜଣେ ବ୍ୟକ୍ତିର ନିଷ୍ପତ୍ତି ଶିରୋଧାର୍ଯ୍ୟ। ଜାତୀୟ ଦଳ ଭାବରେ କଂଗ୍ରେସ ଓ ଭାଜପା ମଧ୍ୟ ଏଥିରୁ ମୁକ୍ତ ନୁହନ୍ତି। କଂଗ୍ରେସରେ ଗୋଟିଏ ପରିବାରର ନିଷ୍ପତ୍ତି ଅନ୍ତିମ ନିଷ୍ପତ୍ତି ଭାବରେ ଗ୍ରହଣ ହେଉଥିବା ବେଳେ ଭାଜପାରେ ବ୍ୟକ୍ତିକୈନ୍ଦ୍ରିକ ପ୍ରଭାବ ଲୁଚିଛି ନା ଗୋଡ଼ ଦୁଇଟି ଦିଶୁଛି ଭଳି ସଭିଏ ଦେଖୁଛନ୍ତି। ଗଣତନ୍ତ୍ରର ମୁଖା ଭିତରେ ବ୍ୟକ୍ତିତନ୍ତ୍ରର ପ୍ରାଦୁର୍ଭାବ। ‘ବାଃ ବାଃରେ କେମିତି ମଜା, ଭାଲୁ ନାଚକରେ ବଜାଇ ବାଜା’ ଭଳି ଆମେ ସବୁ ନିର୍ବୋଧ ପ୍ରାଣୀ ପାଲଟି ଯାଇ କେବଳ ଗଣତନ୍ତ୍ରର ଢୋଲକୁ ପୂରା ଦମ୍‌ରେ ବେସୁରା ବଜାଇ ଚାଲିଛୁ।
ଏହି ବ୍ୟକ୍ତିବାଦ ଏମିତି ସ୍ତରକୁ ଯାଉଛି ଯେ, ଅନ୍ୟ ସମସ୍ତ ମତବାଦ ଏହା ନିକଟରେ ଅସାର, ଅଦରକାରୀ, ମୂଲ୍ୟହୀନ ପାଲଟି ଗଲାଣି। ‘ମୁଁ ଯାହା କହୁଛି ଠିକ୍‌, ମୁଁ ଯାହା କରୁଛି ଠିକ୍‌। ମୋର ଭୁଲ୍‌ ନାହିଁ, ଭୁଲ୍‌ ହୋଇ ପାରେନା।’ ଏଭଳି ଏକ ଅବବୋଧ ସୃଷ୍ଟି କରାଯାଉଛି। ଯଦ୍ଦ୍ବାରା ଗଣତନ୍ତ୍ରର ଉଦ୍ଦେଶ୍ୟ, ବୈଶିଷ୍ଟ୍ୟ ଓ ଆଭିମୁଖ୍ୟ ବଦଳି ଯାଉଛି। ଲୋକ ମତ, ଭିନ୍ନ ମତ, ବିରୋଧୀ ଦଳର ମତକୁ ଗୁରୁତ୍ୱ ଦିଆଯାଉ ନାହିଁ। ଲୋକ ସଭା, ରାଜ୍ୟ ସଭା, ବିଧାନସଭାରେ ଯେମିତି ବିଚାରବିମର୍ଶ, ଆଲୋଚନା, ପର୍ଯ୍ୟାଲୋଚନା ହେବା କଥା ତାହା ହେଉ ନାହିଁ। ଅପ୍ରସଙ୍ଗ ଉପରେ ଅଧିକ ଆଲୋଚନା ହେଉଛି। ରାଜନୈତିକ ଫାଇଦା ତଥା ଦଳୀୟ ଲାଭ ହାସଲ କରିବା ଉଦ୍ଦେଶ୍ୟ ରହୁଛି। ଗୋଟିଏ ନୂତନ ପ୍ରସ୍ତାବ ଯେଉଁସବୁ ସୋପାନ ଦେଇ ଗଲା ପରେ ଆଇନରେ ପରିଣତ ହେବା ବିଧେୟ ତାହା ହେଉ ନାହିଁ। ସଂଖ୍ୟାଗରିଷ୍ଠତାର ଖେଳରେ ତିନି ତୁଣ୍ଡରେ ଛେଳି କୁକୁର ଭଳି ଅଧ୍ୟାଦେଶ ବଳରେ ନିଷ୍ପତ୍ତି ନିଆଯାଉଛି। ମାତ୍ର ଲୋକତନ୍ତ୍ରର ମଜଭୁତ ଶିଳାଟା ସବଳ ନ ହୋଇ କ୍ରମଶଃ ଦୁର୍ବଳ ହେଉଛି। ଗଣତନ୍ତ୍ରର ଧ୍ୱଜାଧାରୀ ତଥାକଥିତ ରାଜନେତାଙ୍କ ଆଚାର, ବିଚାର, ବ୍ୟବହାର ଓ କାର୍ଯ୍ୟଶୈଳୀକୁ ଦେଖିଲେ ମନେ ହେଉଛି ଏମାନେ ରାଜାମାନଙ୍କଠାରୁ କୌଣସି ଗୁଣରେ କମ୍‌ ନୁହନ୍ତି। ଫଳରେ ଲୋକତନ୍ତ୍ର ବ୍ୟକ୍ତିତନ୍ତ୍ରର ପଶାପାଲିରେ ଏକ ଅସହାୟ ଗୋଟିରେ ପରିଣତ ହେବାକୁ ବସିଲାଣି।
ସଭାପତି, ଓଷ୍ଟା
ମୋ: ୭୦୦୮୦୭୩୫୯୯

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

Posted inHome Left View All

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ୪୮ ଘଣ୍ଟା ନ ପୂରୁଣୁ ବନ୍ଧାହେଲେ ଯୁବକ

ହାଟଡିହୀ,୨ା୮(ଶୁଭକାନ୍ତ ନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୁବକଙ୍କୁ କେନ୍ଦୁଝର ଜିଲା ନନ୍ଦୀପଦା ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ…

ଦେଢ଼ ବର୍ଷ ହେଲା ରାଏବୋଗା ଲ୍ୟାମ୍ପ୍‌ସରେ ଅଚଳାବସ୍ଥା, କର୍ମଚାରୀମାନେ…

କୁଆଁରମୁଣ୍ଡା,୨ା୮(ମହେନ୍ଦ୍ର କୁମାର ସାହୁ): ଏକଦା ସମଗ୍ର ସୁନ୍ଦରଗଡ଼ ଜିଲାରେ ସୁନାମ ଅର୍ଜନ କରିଥିବା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବୋଗା ଲ୍ୟାମ୍ପ୍‌ସରେ ଗତ ଦେଢ଼ ବର୍ଷ ହେଲା ଅଚଳାବସ୍ଥା…

ବଦଳିଲା NEET PG ପରୀକ୍ଷା ନିୟମ, ଆଧାର ଭେରିଫିକେସନ୍…

ନୂଆଦିଲ୍ଲୀ,୨।୮: ଆସନ୍ତା ଅଗଷ୍ଟ ୩୦ ତାରିଖରେ NEET PG ୨୦୨୬ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର ସାମ୍ନାକୁ…

‘ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ ସକାରାତ୍ମକ ପଦକ୍ଷେପର ରହିଛି ଆବଶ୍ୟକତା’

ଭଞ୍ଜନଗର,୨ା୮(ବାବୁଲା ପ୍ରଧାନ): ସମସ୍ତଙ୍କ ସହଯୋଗ ଓ ସାମୂହିକ ପ୍ରୟାସ ରହିଲେ ଏକ ନିଶାମୁକ୍ତ ଭାରତ ଗଠନ ସମ୍ଭବ। ବିଶେଷକରି ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ…

ଶ୍ରାବଣରେ ମାଛ-ମାଂସ ଖାଇବାକୁ କାହିଁକି ମନା କରାଯାଏ? କେବଳ ଧାର୍ମିକ ନୁହେଁ ରହିଛି ବୈଜ୍ଞାନିକ କାରଣ

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ହିନ୍ଦୁ ଧର୍ମରେ ଏହି ମାସକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଶହ ଶହ ବର୍ଷରୁ ଏହା ସାଧାରଣ…

ଲୁଗା ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣା: ନିଜେ ଆଇଆଇସି କଲେ ତଦନ୍ତ

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦାରିଙ୍ଗବାଡ଼ି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌ ଘଟଣାକୁ…

ଗାଁ ଗାଁ ବୁଲି ଆବର୍ଜନା ସଂଗ୍ରହ କରୁଛନ୍ତି ମଞ୍ଜୁଲତା, ସାଉଁଟୁଛନ୍ତି ପ୍ରଶଂସା

ପାଟଣା,୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ମୂଷାଖୋରୀ ପଞ୍ଚାୟତ ମୂଷାଖୋରୀ ଗ୍ରାମର କାଶିଆ ସାହିର ମଞ୍ଜୁଲତା ମହାନ୍ତ ସ୍ବଚ୍ଛ ଭାରତ ମିଶନର ଜଣେ ପ୍ରକୃତ ସାରଥୀ…

ପୁଣି ଜନନୀ ଯନ୍ତ୍ରଣା: ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର,୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ଅଭାବନୀୟ ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ବିକାଶର ଡିଣ୍ଡିମ ପିଟାଯାଉଥିଲେ ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri