Posted inଜାତୀୟ

ଏନ୍‌ସିବି ବିରୋଧରେ ପାତର ଅନ୍ତର ଅଭିଯୋଗ, ୮ଗିରଫ ହୋଇଥିବାବେଳେ ୩ ଜଣଙ୍କୁ କାହା ନିର୍ଦ୍ଦେଶରେ ଛଡ଼ାଯାଇଛି…

ନୂଆଦିଲ୍ଲୀ,୯।୧୦: କ୍ରୁଜ୍‌ ଡ୍ରଗ୍ସ୍‌ ମାମଲାରେ ବଲିଉଡ୍‌ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ୟନ ଖାଁଙ୍କ ଗିରଫକୁ ନେଇ ଏବେ ରାଜନୈତିକ ଦଳ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। କଂଗ୍ରେସ ନେତା ନଓ୍ବାବ ମଲିିକ୍‌ ଏନ୍‌ସିବି ଚଢ଼ାଉକୁ ମିଥ୍ୟା ଏବଂ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି କହିଛନ୍ତି। ଜାଣିଶୁଣି ଆର୍ୟନଙ୍କୁ ଏହି ମାମଲାରେ ଜଡ଼ିତ କରାଯାଇଛି। ଆର୍ୟନଙ୍କ ପାଖରୁ କିଛି ମଧ୍ୟ ମିଳି ନାହିଁ ବୋଲି ସେ ଦାବି କରିଛନ୍ତି।

ପ୍ରତୀକ ଗାବା ଏବଂ ଆମିର ଫର୍ନିଚରଓ୍ବାଲା ଆର୍ୟନଙ୍କୁ ଫସାଇବାର ଯୋଜନା କରିଥିବା ସେ କହିଛନ୍ତି। ଏନ୍‌ସିବି ୧୧ ଜଣଙ୍କୁ ଗିରଫ କରିଥିବାବେଳେ କାହା ନିର୍ଦ୍ଦେଶ ୮ ଜଣଙ୍କୁ ରଖି ଜଣେ ଭାଜପା ନେତାଙ୍କ ସମ୍ପର୍କୀୟଙ୍କ ସମେତ ୩ ଜଣଙ୍କୁ ଛାଡି ଦେଇଥିଲା ତାହାର ଯାଞ୍ଚ୍‌ ଲାଗି ନଓ୍ବାବ ମଲିକ ଦାବି କରିଛନ୍ତି।

ଏଭଳି କରି ଏନ୍‌ସିବି ପାତର ଅନ୍ତର କରିଛି। ରିଷଭ ସଚ୍ଚଦେବାକୁ ଗିରଫ କରାଯିବାର ୨ ଘଣ୍ଟା ପରେ ଛାଡ଼ି ଦିଆଯାଇଥିଲା। ସେହିପରି ପ୍ରତୀକ ଗାବା ଏବଂ ଆମିର ଫର୍ନିଚରଓ୍ବାଲାଙ୍କୁ ମଧ୍ୟ ଛଡ଼ା ଯାଇଛି। ଏସବୁ ଯୋଜନାବଦ୍ଧ ଭାବେ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଦିବସରେ ଏହି ସବୁ ସ୍ଥାନକୁ ମାଗଣାରେ କରିହେବ ପ୍ରବେଶ

ନୂଆଦିଲ୍ଲୀ,୮।୩: ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ମଙ୍ଗଳବାର ତାଜମହଲ, ଆଗ୍ରା ଦୁର୍ଗ, ଫତେହପୁର ସୀକରୀ ସମେତ ସମସ୍ତ ସ୍ମାରକୀରେ ପ୍ରବେଶ ନିଶୁଳ୍କ କରାଯାଇଛି...

ଇତିହାସ ରଚିବ ଭାଜପା ନେତାଙ୍କ ଝିଅ ବିବାହ ଖର୍ଚ୍ଚ

ବେଙ୍ଗାଲୁରୁ,୧।୩: କର୍ନାଟକ ଭାରତୀୟ ଜନତାପାର୍ଟି(ଭାଜପା)ର ସଙ୍କଟମୋଚକ ଭାବେ ପରିଚିତ ଦଳିତ ନେତା ତଥା କର୍ନାଟକ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ବି.ଶ୍ରୀରାମୁଲୁ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।...

ଶହୀଦ୍‌ ପରିବାରଙ୍କୁ ମିଳିବ ୪ ଗୁଣା ଅଧିକ କ୍ଷତିପୂରଣ: ରାଜନାଥ ସିଂ କଲେ ଘୋଷଣା

ନୂଆଦିଲ୍ଲୀ,୫।୧୦: ଏଣିକି ଶହୀଦ୍‌ ପରିବାରଙ୍କୁ ୪ ଗୁଣା ଅଧିକ କ୍ଷତିପୂରଣ ମିଳିବ। ପୂର୍ବରୁ ଶହୀଦ୍‌ ପରିବାରଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ସରକାରଙ୍କ ପକ୍ଷରୁ ଯୋଗାଇ...

ମଞ୍ଚ ଉପରେ ନେତାଜୀଙ୍କ ନାଁ ଭୁଲିଗଲେ ଭାଜପା ଏମ୍‌ପି

ଭୋପାଳ,୨୪ ।୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା...

୮୦ ଘଣ୍ଟାର ଅପରେଶନ : ବୋର୍‌ଓ୍ବେଲରୁ ସୁଜିତ୍‌ଙ୍କ ମୃତଦେହ ଉଦ୍ଧାର

ତିରୁଚିରାପଲ୍ଲୀ/ଚେନ୍ନାଇ ୩୦ା୧୦(ପି.ଟି.): ଦୀର୍ଘ ୮୦ ଘଣ୍ଟାର ରେସ୍କ୍ୟୁ ଅପରେଶନ ସତ୍ତ୍ୱେ ତାମିଲନାଡ଼ୁର ନଡ଼ୁକଟ୍ଟାପୁଟ୍ଟି ବୋର୍‌ଓ୍ବେଲରେ ଖସିପଡ଼ିଥିବା ୨ ବର୍ଷର ଶିଶୁ ସୁଜିତ୍‌ ଓ୍ବିଲିୟମଙ୍କୁ ଜୀବିତ ଉଦ୍ଧାର...

୧୮ ସପ୍ତାହରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୯୦ ହଜାର ଟପିଲା

ନୂଆଦିଲ୍ଲୀ,୧।୬: ଭାରତରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଦେଶରେ ଗତ ୧୮ ସପ୍ତାହ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ...

ପରପାରିରେ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର

କୋଲକାତା/ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଲୋକପ୍ରିୟ ବଙ୍ଗୀୟ ତଥା ଓଡ଼ିଆ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ୮୧ ବର୍ଷ ବୟସରେ ରବିବାର ପରଲୋକ ଘଟିଛି। ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ...

କେଜରିଓ୍ବାଲଙ୍କୁୁ ଶୁଭକାମନା ଜଣାଇଲେ ଅଖିଳେଶ: କହିଲେ ଲୋକଙ୍କ ପାଇଁ କରାଯାଇଥିବା କାମ ଦେବ ଉତ୍ତର

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ପାଇଁ ଭୋଟିଂ ଜାରି ରହିଥିବାବେଳେ ଶନିବାର ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଅରବିନ୍ଦ କେଜରିଓ୍ବାଲଙ୍କୁ ଟୁଇଟ୍‌ କରି ଶୁଭକାମନା ଜଣାଇଛନ୍ତି।...

Advertisement
Archives

Model This Week