Posted inଜାତୀୟ

ଭାରତରେ ବାଘ ସଂଖ୍ୟା ବଢୁଛି

ମହୀଶୂର,୧୦ା୪: ୨୦୨୨ ଗଣନା ଅନୁସାରେ ଭାରତରେ ୩,୧୬୭ ବାଘ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ନାଟକର ମହୀଶୂରରେ ଜାରି କରିଥିବା ଟାଇଗର ସେନ୍‌ସସ୍‌ରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ତଥ୍ୟାନୁସାରେ ଦେଶରେ ବାଘସଂଖ୍ୟା ୨୦୦୬ରେ ୧,୪୧୧ ଥିଲା। ୨୦୧୦ରେ ଏହା ୧,୭୦୬କୁ ବୃଦ୍ଧି ପାଇଥିଲା। ୨୦୧୪ରେ ବାଘସଂଖ୍ୟା ୨,୨୨୬ ଥିବାବେଳେ ୨୦୧୮ରେ ୨,୯୬୭କୁ ବଢ଼ିଥିଲା। ଅର୍ଥାତ୍‌ ୨୦୦୬ରୁ ୨୦୧୮ ମଧ୍ୟରେ ବାଘଙ୍କ ସଂଖ୍ୟା ପ୍ରାୟ ଦୁଇଗୁଣ ବୃଦ୍ଧି ପାଇଛି।

‘ଟାଇଗର ପ୍ରୋଜେକ୍ଟ’ ବା ବ୍ୟାଘ୍ର ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ‘ଇଣ୍ଟରନ୍ୟାଶନାଲ ବିଗ୍‌ କ୍ୟାଟ୍‌ ଆଲାଏନ୍ସ’ର ଶୁଭାରମ୍ଭ କରିଛନ୍ତି। ବାଘ, ସିଂହ, ଲିଓପାର୍ଡ, ସ୍ନୋ ଲିଓପାର୍ଡ, ପୁମା, ଜାଗୁଆର ଓ ଚିତା ଆଦି ୭ ପ୍ରଜାତିର ବିଗ୍‌ କ୍ୟାଟ୍‌ଙ୍କ ସୁରକ୍ଷା ତଥା ସଂରକ୍ଷଣ ପାଇଁ ଏହି ଅନ୍ତର୍ଜାତୀୟ ମେଣ୍ଟ କାର୍ଯ୍ୟ କରିବ। ଏହି ଅବସରରେ ମୋଦି ‘ଅମୃତ କାଲ୍‌ କା ଟାଇଗର ଭର୍ସନ’ ଶୀର୍ଷକ ଏକ ବୁକ୍‌ଲେଟ୍‌ ମଧ୍ୟ ଉନ୍ମୋଚନ କରିଛନ୍ତି। ବିଶ୍ୱର ୭୦% ବାଘ ଭାରତୀୟ ଜଙ୍ଗଲଗୁଡ଼ିକରେ ବସବାସ କରୁଥିବାବେଳେ ଆଗାମୀ ୨୫ ବର୍ଷରେ ବାଘବଂଶର ସୁରକ୍ଷା ପାଇଁ ଏଥିରେ ଅନେକ ଯୋଜନା କରାଯାଇଛି। ବାଘସଂଖ୍ୟା ବୃଦ୍ଧି କେବଳ ଭାରତ ନୁହେଁ, ବରଂ ସାରା ବିଶ୍ୱ ପାଇଁ ଏକ ବଡ଼ ସଫଳତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମତରେ ଭାରତ ଏପରି ଏକ ଦେଶ, ଯେଉଁଠି ପ୍ରକୃତିର ସୁରକ୍ଷା ଆମ ସଂସ୍କୃତିର ଅଂଶବିଶେଷ। ଭାରତ ବିଶ୍ୱ ଭୂଖଣ୍ଡର ମାତ୍ର ୨.୪% ହୋଇଥିବା ସତ୍ତ୍ୱେ ଏଠାରେ ୮% ବିବିଧ ବଣ୍ୟପ୍ରାଣୀ ରହିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନୀଳଗିରି ଜିଲାର ମୁଦୁମଲାଇ ହାତୀ କ୍ୟାମ୍ପ୍‌ ପରିଦର୍ଶନ କରିଥିଲେ।

ସେଠାରେ ସେ ହାତୀମାନଙ୍କୁ ଆଖୁ ଖୁଆଇଥିଲେ। ବାନ୍ଦିପୁର ଟାଇଗର ରିଜର୍ଭରେ ପ୍ରଧାନମନ୍ତ୍ରୀ ସଫାରି ଓ ଟୋପି ପରିଧାନ କରି ଏକ ଜିପ୍‌ରେ ପ୍ରାୟ ୨୦ କି.ମି. ବୁଲିଥିଲେ। ହାତରେ କ୍ୟାମେରା ଓ ବାଇନୋକ୍ୟୁଲାର ଧରି ବୁଲୁଥିବାବେଳର ଫଟୋକୁ ପ୍ରଧାନମନ୍ତ୍ରୀ ନିଜ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି।
ସୂଚନାଯୋଗ୍ୟ, ୧୯୪୭ରେ ଭାରତ ସ୍ବାଧୀନ ହେବା ସମୟରେ ଦେଶରେ ପ୍ରାୟ ୪୦,୦୦୦ ବାଘ ଥିଲେ। ଶିକାର ଓ ଜଙ୍ଗଲକ୍ଷୟ ଯୋଗୁ ବାଘବଂଶ ଲୁପ୍ତ ହେଉଥିବା ଏକ ସେନ୍‌ସସ୍‌ରୁ ଜଣାପଡ଼ିବା ପରେ ୧୯୭୩ରେ ‘ପ୍ରୋଜେକ୍ଟ ଟାଇଗର’ ଆରମ୍ଭ କରାଯାଇଥିଲା। ସେତେବେଳେ ୯ଟି ଟାଇଗର ରିଜର୍ଭ ଥିବାବେଳେ ବର୍ତ୍ତମାନ ଏହି ସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ୫୦ ବର୍ଷ ପୂର୍ବେ ଦେଶରେ ୧,୮୦୦ ବାଘ ଥିବା ଅନୁମାନ କରାଯାଉଛି।

କିନ୍ତୁ ପୂର୍ବରୁ ବାଘଗଣନା ଉଚିତ ଢଙ୍ଗରେ ହୋଇ ନ ଥିବାରୁ ଏହି ସଂଖ୍ୟା ନିର୍ଭୁଲ୍‌ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ୨୦୦୬ରୁ ପ୍ରତି ୪ ବର୍ଷରେ ବାଘ ଗଣନା ହୋଇଆସୁଛି। ପ୍ରଥମ ଗଣନା ବେଳେ ଦେଶରେ ୧,୪୧୧ ବାଘ ଥିଲେ। ଜନସଂଖ୍ୟା ବୃଦ୍ଧି ଘଟୁଥିବାରୁ ମଣିଷ-ବନ୍ୟପ୍ରାଣୀଙ୍କ ମଧ୍ୟରେ ଲଢ଼େଇ ମଧ୍ୟ ବଢ଼ୁଛି। ଲୋକେ ଜଙ୍ଗଲ କାଟି ପଦା କରୁଥିବାରୁ ବଣ୍ୟପ୍ରାଣୀ ନିଜ ବାସସ୍ଥାନ ହରାଇ ବସତିମୁହଁା ହେଉଛନ୍ତି। ବାଘ ଶିକାରକୁ ଭାରତର ବଣ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁସାରେ ଅପରାଧ ପର୍ଯ୍ୟାୟଭୁକ୍ତ କରାଯାଇଛି।
ଗ୍ଲୋବାଲ୍‌ ଟାଇଗର ଫୋରମ୍‌ର ରାଜେଶ ଗୋପାଳ କହିଛନ୍ତି, ପ୍ରୋଜେକ୍ଟ ଟାଇଗର ପାଇଁ ଚାଲିଥିବା ଉଦ୍ୟମ ଯୋଗୁ ଭାରତ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଅତୁଳନୀୟ ସଫଳତା ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?