Posted inଖେଳ

ଟି୨୦ ସିରିଜରେ ଭାରତର ଦମ୍‌ଦାର ବିଜୟ

ଅହମଦାବାଦ,୨୦।୩: ଟେଷ୍ଟ ପରେ ଟି୨୦ ସିରିଜରେ ମଧ୍ୟ ଭାରତ ତା’ର ଦମ୍‌ ଦେଖାଇଛି। ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ଘରୋଇ ଭାରତ ବିଜୟ ହାସଲ କରିଛି। ପରାଜୟରୁ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ଭାରତ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ଶେଷରେ ବାଜିମାରିଛି। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୬ ରନରେ ଇଂଲଣ୍ଡକୁ ହରାଇଛି। ଭାରତ ୩-୨ ବ୍ୟବଧାନରେ ସିରିଜ ହାତେଇଛି। ଏଥିସହିତ ୨ ବର୍ଷ ହେବ ଅପରାଜେୟ ରହିଥିବା ଭାରତ କ୍ରମାଗତ ଷଷ୍ଠ ଟି୨୦ ସିରିଜ ଜିତିଛି। ଅପରପକ୍ଷରେ ଇଂଲଣ୍ଡ ଗତ ୯ ବର୍ଷ ମଧ୍ୟରେ ଭାରତ ମାଟିରେ କୌଣସି ଦ୍ୱିପାକ୍ଷିକ ସିରିଜ ଜିତିବାକୁ ସକ୍ଷମ ହୋଇନାହିଁ। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ୨୦ ଓଭରରେ ୨ ଉଇକେଟ ହରାଇ ୨୨୪ ରନ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ୨୦ ଓଭରରେ ୮ ଉଇକେଟ ହରାଇ ୧୮୮ ରନରେ ସୀମିତ ରହି ପରାସ୍ତ ହୋଇଛି। ପୁଣେରେ ୨୩ ତାରିଖରୁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ।
୨୨୫ ରନ କଷ୍ଟକର ଟାର୍ଗେଟର ପିଛା କରି ଇଂଲଣ୍ଡ ବିନା ସ୍କୋରରେ ଜାସନ ରୟଙ୍କୁ ହରାଇ ପ୍ରାରମ୍ଭିକ ଝଟକା ଖାଇଥିଲା। ରୟ ଖାତା ଖୋଲିବା ପୂର୍ବରୁ ପ୍ରଥମ ଓଭରର ଦ୍ୱିତୀୟ ବଲ୍‌ରେ ଭୁବନେଶ୍ୱର କୁମାରଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏହାପରେ ଦ୍ୱିତୀୟ ଉଇକେଟରେ ଜୋଶ ବଟଲର ଓ ଡାଓ୍ବିଡ ମଲାନ ୮୨ ବଲରୁ ଦ୍ରୁତ ୧୩୦ ରନକରି ସ୍ଥିତି ସମ୍ଭାଳିବା ସହ ଇଂଲଣ୍ଡକୁ ମଜଭୁତ ସ୍ଥିତି ପ୍ରଦାନ କରିଥିଲେ। ତେବେ ବଟଲର ୩୪ ବଲରୁ ୨ ଚୌକା ଓ ୪ ଛକା ସହ ୫୨ ରନକରି ଭୁବନେଶ୍ୱରଙ୍କ ବଲ୍‌ରେ ଲଙ୍ଗ୍‌ଅଫ୍‌ ବାଉଣ୍ଡରିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହାପରେ ଜନି ବେୟାରଷ୍ଟୋ ୭ ରନ କରିଥିବା ବେଳେ ସାର୍ଦ୍ଦୁଳ ଠାକୁରଙ୍କ ବଲ୍‌ରେ ସୁଇପର କଭରରେ ସୂର୍ଯ୍ୟକୁମାରଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିବାର ଦୁଇଟି ବଲ୍‌ ପରେ ମଲାନ ୪୬ ବଲରୁ ୯ ଚୌକା ଓ ୨ ଛକା ସହ ୬୮ ରନକରି ଠାକୁରଙ୍କ ଦ୍ୱାରା କ୍ଲିନବୋଲ୍ଡ ହୋଇଥିଲେ। ୧୫ତମ ଓଭରରେ ଠାକୁର ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲେ। ଏହାର ଠିକ୍‌ ଦୁଇଟି ବଲ ପରେ ଅଧିନାୟକ ଇଅନ ମୋର୍ଗାନ ୧ ରନ କରି ପାଣ୍ଡ୍ୟାଙ୍କ ବଲ୍‌ରେ ଲମ୍ବା ଶଟ୍‌ ଖେଳିବାକୁ ଯାଇ ଲଙ୍ଗ୍‌ଅନ୍‌ରେ ବଦଳ ଖେଳାଳି ଲୋକେଶ ରାହୁଲଙ୍କୁ କ୍ୟାଚ୍‌ ଦେଇଥିଲେ ଓ ଇଂଲଣ୍ଡର ପଞ୍ଚମ ଉଇକେଟର ପତନ ହୋଇଥିଲା। ଏହା ଇନିଂସର ଟର୍ନିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ଅଲରାଉଣ୍ଡର ବେନ ଷ୍ଟୋକ୍ସ ୧୪ ରନକରି ନଟରାଜନଙ୍କ ବଲ୍‌ରେ ଉଇକେଟକିପର ରିଷଭ ପନ୍ତଙ୍କୁ କ୍ୟାଚ ଦେଇଥିଲେ। ଜୋଫ୍ରା ଆର୍ଚର ୧ ରନକରି ରନ୍‌ ଆଉଟ ହୋଇଥିଲେ। କ୍ରିସ୍‌ ଜୋର୍ଡାନ ୧୧ ରନକରି ଠାକୁରଙ୍କ ବଲ୍‌ରେ ଲମ୍ବା ଶଟ ଖେଳିବାକୁ ଯାଇ ମିଡ୍‌ ଉଇକେଟରେ ସୂର୍ଯ୍ୟକୁମାରଙ୍କୁ କ୍ୟାଚ୍‌ ଦେଇଥିଲେ। ସାମ କୁରାନ ୧୪ ଓ ଆଦିଲ ରସିଦ ବିନା ସ୍କୋରରେ ଅପରାଜିତ ରହିଥିଲେ। ଭାରତ ତରଫରୁ ବୋଲିଂରେ ଠାକୁର ସର୍ବାଧିକ ୩, ଭୁବନେଶ୍ୱର ୨, ପାଣ୍ଡ୍ୟା ଓ ନଟରାଜନ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜୋକୋଭିଚ୍‌ ଜିତିଲେ ପୁରୁଷ ସିଙ୍ଗଲ୍ସ ଟାଇଟଲ

ରୋମ, ୨୩ା୯ (ଏପି)-ସର୍ବୀୟାର ନୋଭାକ୍‌ ଜୋକୋଭିଚ୍‌ ଇଟାଲିଆନ ଓପନ୍‌ ପୁରୁଷ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ଫାଇନାଲରେ ସେ ଆର୍ଜେଣ୍ଟିନାର ଡିଏଗୋ ସ୍କ୍ବାର୍ଜମ୍ୟାନଙ୍କୁ ୭-୫, ୬-୩ ସେଟ୍‌ରେ...

ଡବ୍ଲ୍ୟୁଟିଏ ର଼୍ୟାଙ୍କିଙ୍ଗ୍‌ : ଟପ୍‌ ୧୦ରେ କେନିନ

ପ୍ୟାରିସ, ୪ା୨(ଏଏଫ୍‌ପି)-ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ବିଜୟିନୀ ହେବା ପରେ ସୋଫିଆ କେନିନ ସଦ୍ୟ ପ୍ରକାଶିତ ଡବ୍ୟ୍ଲୁଟିଏ ର଼୍ୟାଙ୍କିଙ୍ଗ ତାଲିକାରେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ୭ମ...

ମୋ ସଫଳତାର ରାଜ୍‌ ହେଉଛି ବିରିୟାନୀ: ସାମି

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଏକ ଇନିଂସ ଓ ୧୩୦ ରନ୍‌ରେ ବିଜୟ ହାସଲ କରିଛି। ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ...

ମାରାଡୋନାଙ୍କ ମୃତ୍ୟୁ ଘଟଣାର ତଦନ୍ତ

ବୁଏନ୍ସଆୟାର୍ସ, ୧ା୧୨(ଏପି)-ଡିଏଗୋ ମାରାଡୋନାଙ୍କ ମୃତ୍ୟୁକୁ ନେଇ ଆର୍ଜେଣ୍ଟିନା ପୋଲିସ କିମ୍ବଦନ୍ତୀ ଫୁଟ୍‌ବଲରଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ତଦନ୍ତ ଆରମ୍ଭ କରିଦେଇଛନ୍ତି। ୬୦ବର୍ଷୀୟ ଫୁଟ୍‌ବଲ ଷ୍ଟାରଙ୍କ ବ୍ୟକ୍ତିଗତ...

ସେହ୍ବାଗଙ୍କ ସ୍କୁଲରେ ଟ୍ରେନିଂ ନେଉଛନ୍ତି ପୁଲଓ୍ବାମା ଶହୀଦଙ୍କ ପୁଅ

ନୂଆଦିଲ୍ଲୀ,୧୭।୧୦- ଗତ ଫେବୃୟାରୀରେ ପୁଲଓ୍ବାମା ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପୁଅ କ୍ରିକେଟ ଟ୍ରେନିଂ ନେଉଥିବାବେଳର କିଛି ଫଟୋ ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ...

ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି: ରୋନାଲ୍ଡୋ

ଜୁଭେଣ୍ଟସ,୪ା୩- ବିଶ୍ୱର ଲୋକପ୍ରିୟ ଫୁଟ୍‌ବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ତାଙ୍କୁ ମେଡିକାଲରେ ରଖାଯାଇଛି ବୋଲି ପାଞ୍ଚଥର ବାଲୋନ ଡି’ଅର...

ଆର ସପ୍ତାହରେ ସେଫିଫାଇନାଲରୁ ଭାରତ ଫେରିବ: ଶୋଏବ

ଲାହୋର,୨୮।୧୦: ଟି୨୦ ବିଶ୍ୱକପ୍‌ର ସୁପର-୧୨ଚରଣରେ ପାକିସ୍ତାନ ଟିମ୍‌ ଲଗାତାର ଖରାପ ପ୍ରଦର୍ଶନ କରୁଛି। ଗୁରୁବାର ଦଳ ଦ୍ୱିତୀୟ ମ୍ୟାଚ୍‌ରେ ଜିମ୍ବାଓ୍ବେଠାରୁ ୧ ରନ୍‌ରେ ପରାଜିତ ହୋଇଛି।...

ଏହି କ୍ରିକେଟର୍‌ଙ୍କ ହୃଦୟ ଭାଙ୍ଗିଲେ ଧୋନୀ

ମୁମ୍ବାଇ,୧୦।୩: ଚଳିତବର୍ଷ ଆଇପିଏଲ୍‌ ସ୍ବତନ୍ତ୍ର, କାରଣ ଏଥର ୧୦ଟି ଦଳ ଖେଳୁଛନ୍ତି। ଅନ୍ୟପକ୍ଷରେ ଏମଏସ ଧୋନୀ ଏବଂ ବିରାଟ କୋହଲି ଅଧିନାୟକ ଭାବେ ନୁହେଁ, ବ୍ୟାଟ୍ସମ୍ୟାନ...

Advertisement
Archives

Model This Week