Posted inଖେଳ

ଟି୨୦ ସିରିଜରେ ଭାରତର ଦମ୍‌ଦାର ବିଜୟ

ଅହମଦାବାଦ,୨୦।୩: ଟେଷ୍ଟ ପରେ ଟି୨୦ ସିରିଜରେ ମଧ୍ୟ ଭାରତ ତା’ର ଦମ୍‌ ଦେଖାଇଛି। ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ଘରୋଇ ଭାରତ ବିଜୟ ହାସଲ କରିଛି। ପରାଜୟରୁ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ଭାରତ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ଶେଷରେ ବାଜିମାରିଛି। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୬ ରନରେ ଇଂଲଣ୍ଡକୁ ହରାଇଛି। ଭାରତ ୩-୨ ବ୍ୟବଧାନରେ ସିରିଜ ହାତେଇଛି। ଏଥିସହିତ ୨ ବର୍ଷ ହେବ ଅପରାଜେୟ ରହିଥିବା ଭାରତ କ୍ରମାଗତ ଷଷ୍ଠ ଟି୨୦ ସିରିଜ ଜିତିଛି। ଅପରପକ୍ଷରେ ଇଂଲଣ୍ଡ ଗତ ୯ ବର୍ଷ ମଧ୍ୟରେ ଭାରତ ମାଟିରେ କୌଣସି ଦ୍ୱିପାକ୍ଷିକ ସିରିଜ ଜିତିବାକୁ ସକ୍ଷମ ହୋଇନାହିଁ। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ୨୦ ଓଭରରେ ୨ ଉଇକେଟ ହରାଇ ୨୨୪ ରନ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ୨୦ ଓଭରରେ ୮ ଉଇକେଟ ହରାଇ ୧୮୮ ରନରେ ସୀମିତ ରହି ପରାସ୍ତ ହୋଇଛି। ପୁଣେରେ ୨୩ ତାରିଖରୁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ।
୨୨୫ ରନ କଷ୍ଟକର ଟାର୍ଗେଟର ପିଛା କରି ଇଂଲଣ୍ଡ ବିନା ସ୍କୋରରେ ଜାସନ ରୟଙ୍କୁ ହରାଇ ପ୍ରାରମ୍ଭିକ ଝଟକା ଖାଇଥିଲା। ରୟ ଖାତା ଖୋଲିବା ପୂର୍ବରୁ ପ୍ରଥମ ଓଭରର ଦ୍ୱିତୀୟ ବଲ୍‌ରେ ଭୁବନେଶ୍ୱର କୁମାରଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏହାପରେ ଦ୍ୱିତୀୟ ଉଇକେଟରେ ଜୋଶ ବଟଲର ଓ ଡାଓ୍ବିଡ ମଲାନ ୮୨ ବଲରୁ ଦ୍ରୁତ ୧୩୦ ରନକରି ସ୍ଥିତି ସମ୍ଭାଳିବା ସହ ଇଂଲଣ୍ଡକୁ ମଜଭୁତ ସ୍ଥିତି ପ୍ରଦାନ କରିଥିଲେ। ତେବେ ବଟଲର ୩୪ ବଲରୁ ୨ ଚୌକା ଓ ୪ ଛକା ସହ ୫୨ ରନକରି ଭୁବନେଶ୍ୱରଙ୍କ ବଲ୍‌ରେ ଲଙ୍ଗ୍‌ଅଫ୍‌ ବାଉଣ୍ଡରିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହାପରେ ଜନି ବେୟାରଷ୍ଟୋ ୭ ରନ କରିଥିବା ବେଳେ ସାର୍ଦ୍ଦୁଳ ଠାକୁରଙ୍କ ବଲ୍‌ରେ ସୁଇପର କଭରରେ ସୂର୍ଯ୍ୟକୁମାରଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିବାର ଦୁଇଟି ବଲ୍‌ ପରେ ମଲାନ ୪୬ ବଲରୁ ୯ ଚୌକା ଓ ୨ ଛକା ସହ ୬୮ ରନକରି ଠାକୁରଙ୍କ ଦ୍ୱାରା କ୍ଲିନବୋଲ୍ଡ ହୋଇଥିଲେ। ୧୫ତମ ଓଭରରେ ଠାକୁର ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲେ। ଏହାର ଠିକ୍‌ ଦୁଇଟି ବଲ ପରେ ଅଧିନାୟକ ଇଅନ ମୋର୍ଗାନ ୧ ରନ କରି ପାଣ୍ଡ୍ୟାଙ୍କ ବଲ୍‌ରେ ଲମ୍ବା ଶଟ୍‌ ଖେଳିବାକୁ ଯାଇ ଲଙ୍ଗ୍‌ଅନ୍‌ରେ ବଦଳ ଖେଳାଳି ଲୋକେଶ ରାହୁଲଙ୍କୁ କ୍ୟାଚ୍‌ ଦେଇଥିଲେ ଓ ଇଂଲଣ୍ଡର ପଞ୍ଚମ ଉଇକେଟର ପତନ ହୋଇଥିଲା। ଏହା ଇନିଂସର ଟର୍ନିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ଅଲରାଉଣ୍ଡର ବେନ ଷ୍ଟୋକ୍ସ ୧୪ ରନକରି ନଟରାଜନଙ୍କ ବଲ୍‌ରେ ଉଇକେଟକିପର ରିଷଭ ପନ୍ତଙ୍କୁ କ୍ୟାଚ ଦେଇଥିଲେ। ଜୋଫ୍ରା ଆର୍ଚର ୧ ରନକରି ରନ୍‌ ଆଉଟ ହୋଇଥିଲେ। କ୍ରିସ୍‌ ଜୋର୍ଡାନ ୧୧ ରନକରି ଠାକୁରଙ୍କ ବଲ୍‌ରେ ଲମ୍ବା ଶଟ ଖେଳିବାକୁ ଯାଇ ମିଡ୍‌ ଉଇକେଟରେ ସୂର୍ଯ୍ୟକୁମାରଙ୍କୁ କ୍ୟାଚ୍‌ ଦେଇଥିଲେ। ସାମ କୁରାନ ୧୪ ଓ ଆଦିଲ ରସିଦ ବିନା ସ୍କୋରରେ ଅପରାଜିତ ରହିଥିଲେ। ଭାରତ ତରଫରୁ ବୋଲିଂରେ ଠାକୁର ସର୍ବାଧିକ ୩, ଭୁବନେଶ୍ୱର ୨, ପାଣ୍ଡ୍ୟା ଓ ନଟରାଜନ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିର ଭାଗ୍ୟ, ହେବ ବଡ଼ ପ୍ରମୋସନ ବଢିବ ଧନ

ସୂର୍ଯ୍ୟ ଗ୍ରହ ୧୭ ସେପ୍ଟେମ୍ୱର ୨୦୨୬, ଗୁରୁବାର ସକାଳ ୭ଟା ୫୮ ମିନିଟରେ କନ୍ୟା ରାଶିରେ ଗୋଚର କରିବେ। ଏହା କନ୍ୟା ସଂକ୍ରାନ୍ତି ହେବ। ଏହାର ପ୍ରଭାବରେ…

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri