ଭାରତର ସୌର ଅଭିଯାନ

ଭାରତ ଚନ୍ଦ୍ରପୃଷ୍ଠରେ ସଫଳ ଭାବରେ ‘ଚନ୍ଦ୍ରୟାନ-୩’ର ଲ୍ୟାଣ୍ଡରକୁ ଅବତରଣ କରାଇ ଇତିହାସ ସୃଷ୍ଟି କରିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଅନ୍ୟ କୌଣସି ଦେଶର ଯାନ ଅବତରଣ କରି ନ ଥିଲା। ଏହାର ରୋଭର ଚନ୍ଦ୍ର ମୃତ୍ତିକାରେ ଗନ୍ଧକ, ଆଲୁମିନିୟମ, କ୍ୟାଲସିୟମ, ଟାଇଟାନିୟମ, ଅମ୍ଳଜାନ ଆଦିକୁ ଚିହ୍ନଟ କରିଛି। ଏହି ସଫଳତା ପରେ ଇସ୍ରୋ ସେପ୍ଟେମ୍ବର ୨ ତାରିଖରେ ସୂର୍ଯ୍ୟ ଅଧ୍ୟୟନ ପାଇଁ ଏକ ମହାକାଶ ଯାନ ପଠାଇଛି।
ମହାକାଶ ଯାନ: ଏହି ମହାକାଶ ଯାନଟିର ନାମ ହେଉଛି ‘ଆଦିତ୍ୟ ଏଲ୍‌-୧’ ସଂସ୍କୃତରେ ସୂର୍ଯ୍ୟର ନାମ ହେଉଛି ଆଦିତ୍ୟ ଏବଂ ଏହି ଯାନ ମହାକାଶର ଏଲ-୧ ବିନ୍ଦୁରେ ଅବସ୍ଥାପିତ ହେବ। ଏଣୁ ଏହାର ନାମ ‘ଆଦିତ୍ୟ-୧’ ରଖାଯାଇଛି। ଉତ୍‌କ୍ଷେପଣ ସମୟରେ ଏହାର ଓଜନ ହେଉଛି ୧୪୭୫ କିଗ୍ରା ଏବଂ ଏଥିରେ ଥିବା ପେଲୋଡ ଓଜନ ହେଉଛି ୨୪୪ କିଗ୍ରା।
ଉତ୍‌କ୍ଷେପଣ: ‘ଆଦିତ୍ୟ ଏଲ୍‌-୧’ ଯାନକୁ ଚଳିତ ମାସ ୨ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ପିଏସ୍‌ଏଲ୍‌ଭି-ଏକ୍‌ସଏଲ ରକେଟ୍‌ ସାହାଯ୍ୟରେ ଉତ୍‌କ୍ଷେପଣ କରାଯାଇଛି। ଆରମ୍ଭରେ ଏହା ପୃଥିବୀର ନିମ୍ନ କକ୍ଷରେ ଅବସ୍ଥାପିତ ହେବ ଏବଂ ପରେ ଏହାର କକ୍ଷକୁ ଅଧିକ ଇଲିପ୍‌ଟିକାଲ୍‌ କରାଯିବ ଏବଂ ତା’ପରେ ଏହା ଏଲ୍‌-୧ ବିନ୍ଦୁ ଆଡ଼କୁ ଯାଇ ସେଠାରେ ପହଞ୍ଚତ୍ବା ପାଇଁ ୧୨୫ ଦିନ ଲାଗିବ। ଏହା ସେଠାରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ଡିଜାଇନ୍‌ କରାଯାଇଛି।
ଏଲ୍‌-୧ ବିନ୍ଦୁ : ମହାକାଶରେ ଲାଗ୍ରାଞ୍ଜେ ବିନ୍ଦୁ ହେଉଛି ଗୋଟିଏ ସ୍ଥାନ ଯେଉଁଠାରେ କୌଣସି ଯାନ ଯାଇ ରହିଲେ ତାହା ଉପରେ ସୂର୍ଯ୍ୟ ଓ ପୃଥିବୀର ମାଧ୍ୟାକର୍ଷଣ ବଳ ସମାନ ଏବଂ ବିପରୀତ ଦିଗରେ ଅନୁଭୂତ ହେବ। ଏହାର ଅର୍ଥ ହେଉଛି ଯେ, ଏହି ସ୍ଥାନରେ କୌଣସି ଯାନ ରହିଲେ ଏହା ସର୍ବଦା ସମାନ ଆପେକ୍ଷିକ ସ୍ଥିତିରେ ରହିବ ଏବଂ ସେମାନଙ୍କ ସହ ଗତି କରିବ। ଏଣୁ ଯାନକୁ ନିଜ ସ୍ଥାନରେ ରହିବା ପାଇଁ କମ୍‌ ଇନ୍ଧନ ଆବଶ୍ୟକ ହେବ।
ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଏହିପରି ପାଞ୍ଚଟି ସ୍ଥାନ ଅଛି। ଏଗୁଡ଼ିକୁ ପ୍ରଥମେ ଇଟାଲୀ ଗଣିତଜ୍ଞ ଜୋସେଫ ଲୁଇସ୍‌ ଲାଗ୍ରାଞ୍ଜେ ଗଣନା କରିଥିବାରୁ ତାଙ୍କ ନାମାନୁସାରେ ଏଗୁଡ଼ିକୁ ‘ଲାଗ୍ରାଞ୍ଜେ ବିନ୍ଦୁ’ କୁହାଯାଇଛି। ଏଗୁଡ଼ିକ ହେଉଛି-ଏଲ୍‌-୧, ଏଲ୍‌-୨, ଏଲ୍‌-୩, ଏଲ୍‌-୪, ଏବଂ ଏଲ୍‌-୫। ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପୀୟ ମହାକାଶ ସଂଘ ମିଳିତ ଭାବରେ ୧୯୯୫ ମସିହାରେ ପଠାଇଥିବା ସୋହୋ ଯାନ ଏଲ୍‌-୧ ବିନ୍ଦୁରେ ଏବଂ ଆମେରିକା ୨୦୨୧ରେ ପଠାଇଥିବା ଜେମ୍‌ସ ଓ୍ବେବ୍‌ ମହାକାଶ ଦୂରବୀକ୍ଷଣ ଯନ୍ତ୍ର ଏଲ୍‌-୨ ବିନ୍ଦୁରେ ଅବସ୍ଥାପିତ ହୋଇଛି। ଏଲ୍‌-୧ ବିନ୍ଦୁରେ ଆଦିତ୍ୟ କାର୍ଯ୍ୟ କରିବ। ଏହା ହେଉଛି ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ପୃଥିବୀଠାରୁ ୧୫ ଲକ୍ଷ କିମି ଦୂରରେ ଅବସ୍ଥିତ। ସୂଚନାଯୋଗ୍ୟ ଯେ ପୃଥିବୀଠାରୁ ସୂର୍ଯ୍ୟର ହାରାହାରି ଦୂରତା ହେଉଛି ୧୫୧ ନିୟୁତ କି.ମି.। ଏହି ବିନ୍ଦୁରେ ଏହା ସୂର୍ଯ୍ୟଙ୍କୁ ଅନବରତ ପର୍ଯ୍ୟବେକ୍ଷଣ କରିପାରିବ।
ଅଭିଯାନର ଉଦ୍ଦେଶ୍ୟ: ସୂର୍ଯ୍ୟକୁ ଅଧ୍ୟୟନ କରିବା ହେଉଛି ଏହି ଅଭିଯାନର ଉଦ୍ଦେଶ୍ୟ। ସୂର୍ଯ୍ୟର କେତେକ ରହସ୍ୟ ଏପର୍ଯ୍ୟନ୍ତ ଆମକୁ ଜଣାନାହିଁ। ଉଦାହରଣ ସ୍ବରୂପ ସୂର୍ଯ୍ୟ ପୃଷ୍ଠର ତାପମାତ୍ରା ହେଉଛି ୫୫୦୦ ଡିଗ୍ରୀ ସେଲ୍‌ସିୟସ ଏବଂ ଏହାର ବାହାର କୋରୋନା (କୀରଟି ମଣ୍ଡଳ)ର ତାପମାତ୍ରା ହେଉଛି ୧୦ ଲକ୍ଷ ଡିଗ୍ରୀ ସେଲ୍‌ସିୟସ। କମ୍‌ ତାପମାତ୍ରା ଅଞ୍ଚଳରୁ ଅଧିକ ତାପମାତ୍ର ଅଞ୍ଚଳକୁ ଶକ୍ତି ପ୍ରବାହ ହେଉଛି ପଦାର୍ଥ ବିଜ୍ଞାନର ପରିପନ୍ଥୀ। କିନ୍ତୁ ସୂର୍ଯ୍ୟ ଦେହରେ ତାହା ଘଟୁଛି। ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ସୂର୍ଯ୍ୟ ଦେହରେ ସୃଷ୍ଟି ହେଉଥିବା ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ଯୋଗୁ ଏହା ହେଉଛି। ଆଦିତ୍ୟ ଏଲ୍‌-୧ ପ୍ରଥମରୁ ଏହାକୁ ବିଷଦ ଭାବରେ ଅଧ୍ୟୟନ କରିବ।
ପୃଥିବୀ ପ୍ରତି ସୂର୍ଯ୍ୟର ଏକ ବିପଦ ହେଉଛି ଏଥିରୁ ନିର୍ଗତ ଚାର୍ଜିତ ସୌରବାୟୁ। ସୂର୍ଯ୍ୟର ଅନ୍ତଃଭାଗର ତାପମାତ୍ରା ହେଉଛି ୧୫ ନିୟୁତ ଡିଗ୍ରୀ ସେଲ୍‌ସିୟସ। ଏହି ତାପାମାତ୍ରାରେ ଉଦ୍‌ଜାନ ଗ୍ୟାସ୍‌ ଆୟନରେ ପରିଣତ ହୋଇଥାଏ ଏବଂ ଏଥିରୁ ନିର୍ଗତ ଇଲେକ୍‌ଟ୍ରନଗୁଡ଼ିକ ଅତି ଉତ୍ତପ୍ତ ପ୍ଲାଜ୍‌ମା ଗଠନ କରିଥାଏ। ସୂର୍ଯ୍ୟରୁ ପ୍ଲାଜ୍‌ମା ଓ ବିକିରଣ ସୌରଜଗତର ଚାରିଆଡ଼କୁ ଯାଇଥାଏ। ଏହାକୁ ‘ସୌର ନିର୍ଗମନ’ କୁହାଯାଏ। ପ୍ଲାଜ୍‌ମା ସେକେଣ୍ଡ ପ୍ରତି ୩୦୦୦ କିମି ବେଗରେ ଯାଇପାରେ ଏବଂ ପୃଥିବୀରେ ପହଞ୍ଚତ୍ବା ପାଇଁ ଅଳ୍ପ କେତେଦିନ ନେଇଥାଏ। ବିକିରଣ ଆଲୋକ ବେଗରେ ଗତି କରିଥାଏ ଏବଂ ଏହା ୮ ମିନିଟ୍‌ରେ ପୃଥିବୀରେ ପହଞ୍ଚତ୍ଥାଏ। ଏଗୁଡ଼ିକୁ ପୃଥିବୀ ଚାରିପଟେ ଥିବା ଚୁମ୍ବକୀୟ କ୍ଷେତ୍ର ମହାକାଶକୁ ପୁଣି ପଠାଇ ଦିଏ ଏବଂ ଫଳରେ ଏହାର କୁପ୍ରଭାବରୁ ଆମେ ରକ୍ଷା ପାଇଥାଉ। ମାତ୍ର ଯଦି ସୌରବାୟୁ ଅଧିକ ହୁଏ କିମ୍ବା ପୃଥିବୀର ଚୁମ୍ବକୀୟ କ୍ଷେତ୍ର କୌଣସି ସ୍ଥାନରେ ଦୁର୍ବଳ ହେଲେ, ଏହା ପୃଥିବୀରେ ପ୍ରବେଶ କରିପାରେ। ଏହା ଯୋଗୁ ରେଡିଓ ଯୋଗାଯୋଗ, ଉପଗ୍ରହ ଯୋଗାଯୋଗ ଓ ଜିପିଏସ ନେଟଓ୍ବର୍କ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଥାଏ। ଏଣୁ ସୌରବାୟୁର ଉପାଦାନ, ଉତ୍ପତ୍ତି ଓ ଗତି ସମ୍ବନ୍ଧରେ ଆମର ଜାଣିବା ଆବଶ୍ୟକ। ଆଦିତ୍ୟ ଏଲ୍‌-୧ର ଏହା ହେଉଛି ଅନ୍ୟତମ ଲକ୍ଷ୍ୟ। ଏହାବ୍ୟତୀତ ସୂର୍ଯ୍ୟର ଆଲୋକ ମଣ୍ଡଳ, ବର୍ଣ୍ଣ ମଣ୍ଡଳ ଓ କୋରୋନାକୁ ଏହା ଅଧ୍ୟୟନ କରିବ।
ପେଲୋଡ୍‌: ଆଦିତ୍ୟ ଏଲ୍‌-୧ରେ ସାତଟି ପେଲୋଡ୍‌ (ବୈଜ୍ଞାନିକ ଯନ୍ତ୍ରପାତି) ଅଛି। ଏଥିରୁ ଚାରୋଟି ହେଉଛି ଦୂରସଂବେଦୀ, ଅର୍ଥାତ୍‌ ଏହା ଏଲ୍‌-୧ ବିନ୍ଦୁରେ ରହି ସୂର୍ଯ୍ୟର ଚିତ୍ର ନେବ। ଏଥିରୁ ଗୋଟିଏ କୋରୋନା, ଅନ୍ୟଟି ଆଲୋକ ମଣ୍ଡଳ ଏବଂ ବର୍ଣ୍ଣ ମଣ୍ଡଳର ଚିତ୍ର ନେବ। ଅନ୍ୟ ଦୁଇଟି ଯନ୍ତ୍ର ହେଉଛି କୋମଳ ଓ କଠିନ ଏକ୍ସ-ରଶ୍ମି ବର୍ଣ୍ଣବୀକ୍ଷକ ଏବଂ ଏହି ଦୁଇଟି ଯନ୍ତ୍ର ସୂର୍ଯ୍ୟକୁ ନକ୍ଷତ୍ର ଭାବେ ପର୍ଯ୍ୟବେକ୍ଷଣ କରିବ। ଆଦିତ୍ୟ ଏଲ୍‌-୧ରେ ଏହାର ନିକଟରେ ଥିବା ଅଞ୍ଚଳରେ ଅଧ୍ୟୟନ କରିବା ପାଇଁ ତିନୋଟି ଯନ୍ତ୍ର ଅଛି। ଏଥିରୁ ଗୋଟିଏ ସୌରବାୟୁକୁ ଅଧ୍ୟୟନ କରିବ, ଅନ୍ୟ ଗୋଟିଏ ପ୍ଲାଜ୍‌ମା ଅଧ୍ୟୟନ କରିବ ଏବଂ ତୃତୀୟଟି ଚୁମ୍ବକୀୟ କ୍ଷେତ୍ରକୁ ଅଧ୍ୟୟନ କରିବ।
ଆଦିତ୍ୟ ଏଲ୍‌-୧ ହେଉଛି ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନ। ୟୁରୋପୀୟ ମହାକାଶ ସଂଘ ୨୦୨୦ରେ ସୂର୍ଯ୍ୟକୁ ଅଧ୍ୟୟନ କରିବା ପାଇଁ ‘ସୋଲାର ଅର୍ବିଟର’ ଏବଂ ଯୁକ୍ତରାଷ୍ଟ ଆମେରିକା ୨୦୧୮ରେ ‘ପାର୍କର ପ୍ରୋବ୍‌’ ପଠାଇଛି। ଏହି ଅଭିଯାନଗୁଡ଼ିକରୁ ଆମେ ସୂର୍ଯ୍ୟ ସମ୍ବନ୍ଧରେ ଅନେକ ତଥ୍ୟ ଜାଣିପାରିବା।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର
ଫେଜ୍‌-୧, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?