ଏମ୍‌କେସିଜିରେ ଏଣ୍ଡୋସ୍କୋପି ମେଶିନ ଅଚଳ

ବ୍ରହ୍ମପୁର ୪ା୯(ସୁବାସ ଚନ୍ଦ୍ର ପାଢ଼ୀ): ଦକ୍ଷିଣ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପ୍ରାଣକେନ୍ଦ୍ର ହେଉଛି ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ। ରୋଗୀଙ୍କ ଚିକିତ୍ସା ସେବା ନିମନ୍ତେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହାସତ୍ତ୍ୱେ ମଧ୍ୟ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଏମ୍‌କେସିଜିରେ ଅବହେଳା ପରିଲକ୍ଷିତ ହୋଇଛି। ଏହି ହସ୍ପିଟାଲରେ ଏଣ୍ଡୋସ୍କୋପି ପରୀକ୍ଷା ବିଭିନ୍ନ କାରଣରୁ ବନ୍ଦ ରହିଛି। ଉକ୍ତ ପରୀକ୍ଷାରେ ବ୍ୟବହାର ହେଉଥିବା ମେଶିନ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ନିମନ୍ତେ ଏହି ପରୀକ୍ଷା ବନ୍ଦ ରହିଥିବା ସୂଚନା ମିଳିଛି। ଯାହାଫଳରେ ଦୂର ଦୂରାନ୍ତରୁ ମେଡିକାଲ ଆସୁଥିବା ରୋଗୀମାନେ ଘରୋଇ ହସପିଟାଲ ମୁହାଁ ହେଉଥିବା ଦେଖିବାକୁ ମିଳିଛି। ଏହି ଗରିବ ରୋଗୀମାନଙ୍କୁ ଡାଇଗ୍ନୋଷ୍ଟିକ ସେଣ୍ଟରଗୁଡ଼ିକ ଆର୍ଥିକ ଶୋଷଣ କରୁଥିବା ଅଭିଯୋଗ ହେଉଛି। କୌଣସି ଉପାୟ ନପାଇ ବାଧ୍ୟବାଧକତାରେ ଗରିବ ରୋଗୀମାନେ ହଜାର ହଜାର ଟଙ୍କା ପରୀକ୍ଷା ନିମନ୍ତେ ଖର୍ଚ୍ଚ କରୁଛନ୍ତି। ଏମକେସିଜି ଉପରେ ୧୦ରୁ ଊର୍ଦ୍ଧ୍ୱ ଜିଲା ସମେତ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଅନେକ ରୋଗୀ ନିର୍ଭର କରନ୍ତି। ପ୍ରତ୍ୟେକ ଦିନ ମେଡ଼ିକାଲରେ ଥିବା ବିଭିନ୍ନ ବିଭାଗକୁ ଚିକିତ୍ସା ନିମନ୍ତେ ହଜାର ହଜାର ରୋଗୀ ଆସିଥାନ୍ତି। ସେହିପରି କର୍କଟ ରୋଗ ଚିହ୍ନଟ, ଖାଦ୍ୟ ନଳୀ ସମ୍ବନ୍ଧୀୟ ରୋଗର ପରୀକ୍ଷା, ପାକସ୍ଥଳୀ ଘା’ ସମ୍ବନ୍ଧିତ ଚିକିତ୍ସା କିମ୍ବା ପରୀକ୍ଷା ନିମନ୍ତେ ମେଡ଼ିକାଲକୁ ରୋଗୀ ଆସିଥାନ୍ତି। ଉପରୋକ୍ତ ରୋଗର ଚିହ୍ନଟ ନିମନ୍ତେ ଡାକ୍ତର ସର୍ଜରି ବିଭାଗ ଅଧୀନରେ ଥିବା ଏଣ୍ଡୋସ୍କୋପି ପରୀକ୍ଷା ନିମନ୍ତେ ରୋଗୀଙ୍କୁ ପରାମର୍ଶ କରିଥାନ୍ତି। ସେହିଭଳି ରୋଗୀଙ୍କ ନିମନ୍ତେ ଏହି ପରୀକ୍ଷା ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏଣ୍ଡୋସ୍କୋପି ପରୀକ୍ଷା ମେଶିନ ଅଚଳ ହୋଇରହିଛି। ୨୦୦୬ରେ ଉକ୍ତ ମେଶିନ ସ୍ଥାପନ ହୋଇଥିଲା। ଏହା ଅତି ପୁରୁଣା ହୋଇଥିବାରୁ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ରହୁଥିବା ବେଳେ ରୋଗୀଙ୍କ ପରୀକ୍ଷା ବନ୍ଦ ରହିଛି। ପୂର୍ବରୁ ପ୍ରତ୍ୟେକ ଦିନ ଏମକେସିଜିରେ ଏଭଳି ପରୀକ୍ଷା ୨୦ରୁ ୨୫ ହେଉଥିବା ବେଳେ ଗତ ବର୍ଷ ନଭେମ୍ବର ମାସରୁ ଏହି ପରୀକ୍ଷା ବନ୍ଦ ରହିଥିଲା। ପରେ ଏକ ନୂଆ ମେଶିନ ଆସିଛି। ବିଭିନ୍ନ କାରଣରୁ ତାହା ଏବେ ଖରାପ ହୋଇପଡିଛି। ଫଳରେ ଉକ୍ତ ପରୀକ୍ଷା ନିମନ୍ତେ ରୋଗୀମାନେ ସହରରେ ଥିବା ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟର୍‌ ଉପରେ ନିର୍ଭର କରିଥାନ୍ତି। ଏହାର ସୁଯୋଗ ନେଇ ଡାଇଗ୍ନୋଷ୍ଟିକ ସେଣ୍ଟର୍‌ଗୁଡ଼ିକ ରୋଗୀଙ୍କ ଠାରୁ ପରୀକ୍ଷା ବାବଦରେ ୨୦୦୦ରୁ ୨୫୦୦ ଟଙ୍କା ନେଇଥାନ୍ତି। ଏମକେସିଜିର ହିଁ କିଛି ଡାକ୍ତର ଉକ୍ତ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରକୁ ଯାଇ ଏହି ପରୀକ୍ଷା କରିଥାନ୍ତି। ଏନେଇ ଏମକେସିଜି ଅଧୀକ୍ଷକ ଡା. ସୁଚିତ୍ରା ଦାଶ କହିଛନ୍ତି ଯେ, ଏଣ୍ଡୋସ୍କୋପି ମେଶିନ ବର୍ତ୍ତମାନ ଖରାପ ରହିଛି। ଏହାର ମରାମତି ପାଇଁ ଭୁବନେଶ୍ୱର ପଠାଯାଇଛି। ଖୁବଶୀଘ୍ର ଏହା କାର୍ଯ୍ୟକ୍ଷମ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧ ମଧ୍ୟରେ ସ୍ବାଧିନତା ଦିବସରେ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ , ସାରା ବିଶ୍ୱ ଚକିତ!

ନୂଆଦିଲ୍ଲୀ,୧୫।୮: ୮୦ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ-ଆମେରିକା ଉତ୍ତେଜନାକୁ ଇଙ୍ଗିତ କରି କହିଥିଲେ ଯେ ଶକ୍ତି ସଙ୍କଟର…

ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି; ୧୩ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ତ୍ରିରଙ୍ଗା ଉତ୍ତୋଳନ କରି ସ୍ଥାପନ କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଲଗାତାର ୧୩ତମ ଥର ପାଇଁ ତ୍ରିରଙ୍ଗା ଉତୋଳନ କରିଛନ୍ତି।…

ଆଜି ଲଘୁୁଚାପକୁ ଫେରିବ ଅବପାତ, ଏହି ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୫।୮ (ବନ୍ଦନା ସେଠୀ):ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଅବପାତ ଶନିବାର ସୁଦ୍ଧା ଅବପାତଟି ଦୁର୍ବଳ ହୋଇ ପୁଣି ଲଘୁଚାପ କ୍ଷେତ୍ରକୁ ଫେରିବାର…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଲାଲ୍‌କିଲ୍ଲାରେ ପ୍ରଥମଥର ‘ବନ୍ଦେ ମାତରମ୍‌’: ବିକଶିତ ରାଷ୍ଟ୍ର ଗଢ଼ିବା ଦିଗରେ…

ନୂଆଦିଲ୍ଲୀ,୧୫।୮: ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭ ସୁଦ୍ଧା ଭାରତକୁ…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri