Posted inଖେଳ

ଟେଷ୍ଟରେ ଭାରତ ସ୍ଥିତି ମଜଭୁତ

ମୁମ୍ବାଇ,୨୩।୧୨: ଓ୍ବାଙ୍ଖେଡେ ଷ୍ଟାଡିୟମରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଭାରତ ମଜଭୁତ ସ୍ଥିତିରେ ରହିଛି। ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ଭାରତ ୭ ଉଇକେଟ ହରାଇ ୩୭୬ ରନ୍‌ ସଂଗ୍ରହ କରିଛି। ୩ ଉଇକେଟ ସୁରକ୍ଷିତ ଥିବାବେଳେ ଭାରତ ଅଷ୍ଟ୍ରେଲିଆ ପ୍ରଥମ ଇନିଂସଠାରୁ ୧୫୭ ରନରେ ଅଗ୍ରଣୀଲାଭ କରିଛି। ଅଷ୍ଟ୍ରେଲିଆ ମହିଳା ଦଳ ପ୍ରଥମ ଇନିଂସରେ ୨୧୯ ରନ କରିଥିଲା।

ପ୍ରଥମ ଦିବସର ଅସମାପ୍ତ ସ୍କୋର ୯୮/୧ରୁ ଖେଳ ଆରମ୍ଭ କରିଥିଲା ଭାରତ। ଅଷ୍ଟ୍ରେଲିଆ ବୋଲରଙ୍କୁ ସଫଳ ମୁକାବିଲା କରି ଭାରତର ୪ ବ୍ୟାଟର ଅର୍ଦ୍ଧଶତକ ହାସଲ କରିଥିଲେ। ଉପ ଅଧିନାୟିକା ସ୍ମୃତି ମନ୍ଧାନା ୭୪, ଜେମିମା ରୋଡ୍ରିଗ୍ବେଜ ୭୩ ଓ ରିଚା ଘୋଷ ୫୨ ରନକରି ଆଉଟ ହୋଇଥିବାବେଳେ ଦୀପ୍ତି ଶର୍ମା ୭୦ ରନରେ ଅପରାଜିତ ରହିଛନ୍ତି। ଚା’ ବିରତି ବେଳକୁ ଭାରତ ୭ ଉଇକେଟ ହରାଇ ୨୭୬ ରନ କରିଥିଲା।

ଦିବସରେ ଅନ୍ତିମ ସେସନରେ ଭାରତ ଇନିଂସ ଶୀଘ୍ର ଶେଷ କରିବାକୁ ଆଶା ରଖିଥିଲେ ଅଷ୍ଟ୍ରେଲିଆ ବୋଲର। ମାତ୍ର ଦୀପ୍ତି ଓ ପୂଜା ବସ୍ତ୍ରକାର ଅସମାପ୍ତ ୮ମ ଉଇକେଟରେ ୧୦୨ ରନ ଯୋଡ଼ି ପ୍ରତିପକ୍ଷ ବୋଲରଙ୍କ ଆଶାରେ ପାଣି ପକାଇ ଦେଇଥିଲେ। ତୃତୀୟ ସେସନରେ ୩୮ ଓଭରରୁ ୧୦୦ ରନ ସଂଗ୍ରହ ହୋଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଏହି ସେସନରେ ଭାରତ କୌଣସି ଉଇକେଟ ହରାଇ ନ ଥିଲା। ଚା’ ବିରତି ପରର ପ୍ରଥମ ଅଧଘଣ୍ଟା ଦୀପ୍ତି ଓ ପୂଜା ଅତି ସତର୍କତାର ସହ ଖେଳିଥିଲେ। ମାତ୍ର ପିଚ୍‌ ସହ ଅଭ୍ୟସ୍ତ ହେବାପରେ ସ୍ବାଭାବିକ ଷ୍ଟାଇଲରେ ଖେଳିବା ଆରମ୍ଭ କରିଥିଲେ। ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ଦୀପ୍ତି ୭୦ (୯ ଚୌକା) ଓ ପୂଜା ୩୩ (୪ ଚୌକା) ରନରେ ଅପରାଜିତ ରହିଥିଲେ। ପୂର୍ବରୁ ଆତ୍ମବିଶ୍ୱାସର ସହ ଖେଳି ଇନିଂସ ଆଗେଇ ନେଇଥିବା ସ୍ମୃତି ମନ୍ଧାନା ୧୦୬ ବଲ୍‌ରୁ ୭୪ ରନ କରିଥିବାବେଳେ ଦୁର୍ଭାଗ୍ରଜନକଭାବେ ରନ୍‌ଆଉଟ ହୋଇ ଯାଇଥିଲେ। ନିଜ ଇନିଂସରେ ସେ ୧୨ ଚୌକା ଲଗାଇଥିଲେ। ମିଡିଲ ଅର୍ଡରରେ ରିଚା ଘୋଷ ଓ ଜେମିମା ରୋଡ୍ରିଗ୍ବେଜ ମୂଲ୍ୟବାନ ୧୧୩ ରନର ଭାଗୀଦାରି ଗଢ଼ିଥିଲେ। ରିଚା ୧୦୪ ବଲ୍‌ରୁ ୫୨ ଓ ଜେମିମା ୧୨୧ ବଲ୍‌ରୁ ୭୩ ରନ ସ୍କୋର କରିଥିଲେ। ଅଧିନାୟିକା ହରମନପ୍ରୀତ କୌର ଗୋଲ୍ଡେନ ଡକ୍‌ (୦)ରେ ଆଉଟ ହୋଇଥିଲେ। ଅଷ୍ଟ୍ରେଲିଆ ବୋଲରଙ୍କ ମଧ୍ୟରେ ଆଶଲେ ଗାର୍ଡନର ସର୍ବାଧିକ ୪ଟି ଏବଂ କିମ୍‌ ଗାର୍ଥ ଓ ଜେସ ଜୋନାସେନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri