ଭାରତର ମୁଣ୍ଡ ପିଛା ଅଙ୍ଗାରକାମ୍ଳ ଉତ୍ସର୍ଜନ ବୈଶ୍ୱିକ ହାରାହାରିର ଅଧାରୁ କମ୍‌

ଦୁବାଇ,୬ା୧୨(ପି.ଟି.):ଭାରତର ମୁଣ୍ଡପିଛା ଅଙ୍ଗାରକାମ୍ଳ ଉତ୍ସର୍ଜନ ୨୦୨୨ରେ ୫ ପ୍ରତିଶତ ବୃଦ୍ଧି ପାଇ ୨ ଟନ୍‌ରେ ପହଞ୍ଚତ୍ଥିଲେ ମଧ୍ୟ ଏହା ବୈଶ୍ୱିକ ହାରାହାରିର ୫୦ ପ୍ରତିଶତରୁ କମ୍‌ ରହିଛି। ମଙ୍ଗଳବାର ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡ଼ିଛି। ଗ୍ଲୋବାଲ କାର୍ବନ ପ୍ରୋଜେକ୍ଟ ଅନୁଯାୟୀ ମୁଣ୍ଡପିଛା ଅଙ୍ଗାରକାମ୍ଳ ଉତ୍ସର୍ଜନରେ ଆମେରିକା ଶୀର୍ଷରେ ରହିଛି। ସେଠାରେ ପ୍ରତ୍ୟେକ ବ୍ୟକ୍ତି ୧୪.୯ ଟନ୍‌ କାର୍ବନ ଡାଇଅକ୍ସାଇଡ୍‌ ଉତ୍ସର୍ଜନ କରୁଛନ୍ତି। ଏହା ପଛକୁ ରୁଷିଆ (୧୧.୪ ଟନ୍‌) ରହିଥିବାବେଳେ ଜାପାନ (୮.୫ ଟନ୍‌), ଚାଇନା (୮ ଟନ), ୟୁରୋପୀୟ ୟୁନିୟନ (୬.୨ ଟନ୍‌) ରହିଛି। ବୈଶ୍ୱିକ ହାରାହାରି ଅଙ୍ଗାରକାମ୍ଳ ନିର୍ଗମନ ୪.୭ ଟନ୍‌ ଥିବା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି। ଶିଳ୍ପ ବିପ୍ଳବ ସମୟରୁ ଆମେରିକା ସର୍ବାଧିକ ଅଙ୍ଗାରକାମ୍ଳ ନିର୍ଗମନକାରୀ ଦେଶ ଭାବେ ପରିଚିତ ହୋଇଆସିଚି। ୧୮୫୦ରୁ ୨୦୨୨ ମଧ୍ୟରେ ଆମେରିକାର ମୋଟ ଅଙ୍ଗାରକାମ୍ଳ ନିର୍ଗମନ ପରିମାଣ ୧୧୫ ଗିଗାଟନ୍‌, ଯାହାକି ବିଶ୍ୱର ମୋଟ ନିର୍ଗମନର ୨୪ ପ୍ରତିଶତ। ୟୁରୋପୀୟ ୟୁନିୟନର ଏହି ସମୟର ଅଙ୍ଗାରକାମ୍ଳ ନିର୍ଗମନ ୮୦ ଗିଗାଟନ୍‌ ହୋଇଥିବାବେଳେ ଚାଇନାର ୭୦ ଗିଗାଟନ୍‌। ଭାରତ ୧୮୫୦ରୁ ୨୦୨୨ ମଧ୍ୟରେ ୧୫ ଗିଗାଟନ୍‌ କାର୍ବନ ଡାଇଅକ୍ସାଇଡ୍‌ ଉତ୍ସର୍ଜନ କରିଛି, ଯାହା ମୋଟ ବିଶ୍ୱରେ ହୋଇଥିବା ଉତ୍ସର୍ଜନର ମାତ୍ର ୩ ପ୍ରତିଶତ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବୋଝେଇ ଟ୍ରକ ସମ୍ମୁଖକୁ ଆସିଗଲା ଗାଈ, ତାପରେ ଚାଷଜମିକୁ…

ଦିଗପହଣ୍ଡି, ୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ୩୨୬ ନଂ ମୁଖ୍ୟରାସ୍ତାର ଚାଞ୍ଚଡାପଲ୍ଲୀ ଗାଁ ଛକ ନିକଟରେ ଏକ ଧାନ ବୋଝେଇ ଟ୍ରକ ଚାଷଜମିକୁ ଓଲଟି…

ଭାଜପା ଜ଼ିଲା ଉପସଭାପତିଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ତାଲା ଭାଙ୍ଗି ୭୦ ଭରି ସୁନା,୨ ଲକ୍ଷ ଟଙ୍କା ଲୁଟ

ଗୁଣପୁର,୨୭/୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମରେ ଏକ ଲୁଟ ଘଟଣା ସାମ୍ନାକୁ ଆସିଛି। ଘର ବନ୍ଦ ଥିବାର ସୁଯୋଗ ନେଇ କଳା କନା…

ଧରିତ୍ରୀ ପ୍ରଭାବ…କାଇଁଚପୁର ପଞ୍ଚାୟତକୁ ଗଡ଼ିଲା ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓଙ୍କୁ କୃତଜ୍ଞତା

ଗଞ୍ଜାମ,୨୭।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତକୁ ଗଡୁନଥିଲା ମୁଖ୍ୟମନ୍ତ୍ରୀ ବସ୍ । ଏନେଇ ଶନିବାର ଧରିତ୍ରୀରେ ଖବର ପ୍ରସାରଣ ହୋଇଥିଲା । ଯାହାକୁ…

ବିଦ୍ୟୁତ ଖୁଣ୍ଟକୁ ପିଟିଲା ସ୍କୁଲ ଭ୍ୟାନ୍‌: ଆଉ ତା’ପରେ ଘଟିଲା…

ଗୁଣପୁର,୨୭।୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ସହରରେ ଥିବା ଲଣ୍ଡନ କିଡ୍ସ ନାମକ ଏକ ଘରୋଇ ସ୍କୁଲରୁ ପିଲାଙ୍କୁ ସ୍କୁଲ ଭ୍ୟାନ୍‌ଟି ନେଇ ଯାଉଥିବାବେଳେ କୌଣସି କାରଣବଶତଃ ବିକ୍ରମପୁର…

ଦୀର୍ଘ ୧୫ ବର୍ଷ ଧରି ମରାମତି ହେଉନାହିଁ ରାସ୍ତା, ରାଜରାସ୍ତାକୁ ଓହ୍ଲାଇବା ଚେତାବନୀ ଦେଲେ ଅଞ୍ଚଳବାସୀ

ଧାମନଗର,୨୭।୭( ସନ୍ତୋଷ କୁମାର ମହାପାତ୍ର): ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ସ୍ଥିତ ବାଇଦିପୁର ଗ୍ରାମ ( ୱାର୍ଡ ନଂ ୩) ମୁଖ୍ୟ ରାସ୍ତା ଦୀର୍ଘ ବର୍ଷ ହେବ…

ଗାଁକୁ ଆସୁନି ନେଟୱାର୍କ, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ଖଜୁରିପଡ଼ା,୨୭ା୭(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଗୁଦାରି ଗାଁରେ ଦୀର୍ଘ ଦିନ ହେବ ନେଟୱାର୍କ ସମସ୍ୟା ଲାଗିରହିଛି। ଏହି ଗାଁଟି ଫୁଲବାଣୀ ସହରଠାରୁ ମାତ୍ର ୨ କିଲୋମିଟିର ଦୂରରେ…

ସ୍କୁଲରେ ପଶିଲା ସାପ, ଆଉ ତା’ପରେ…

ବଡ଼ଗାଁ,୨୭ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ତୁଡାଲଗା ପଞ୍ଚାୟତର ଜାଙ୍ଗଲି ପ୍ରାଥମିକ ବିଦ୍ୟାଳୟ କୋଠରୀରେ ଥିବା ୨ଟି ସାପକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡାଯାଇଛି।…

ସରକାରଙ୍କୁ CJPର ଚେତାବନୀ: ଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ବନ୍ଦ କର, ନଚେତ୍ ପୁଣି…

ନୂଆଦିଲ୍ଲୀ, ୨୭।୭: ଜନ୍ତର ମନ୍ତରରେ ସିଜେପିର ଧାରଣା ଶେଷ ହୋଇଥିଲେ ମଧ୍ୟ ପୁଣିଥରେ ଆନ୍ଦୋଳନକୁ ନେଇ ସରକାରଙ୍କୁ ଚେତାବନୀ ଦେଇଛି । CJP ମୁଖପାତ୍ର ଆଶୁତୋଷ ରାଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri