Posted inଖେଳ

ଏସିଆ କପ୍‌ରେ ଭାରତର ଉଲ୍ଲେଖନୀୟ ପ୍ରଦର୍ଶନ, ରୋମାଞ୍ଚକର ମୁକାବିଲାରେ ଜାପାନ ୨-୧ରେ ପରାଜିତ …

ଜାକର୍ତ୍ତା, ୨୮।୫ : ଏସିଆ କପ୍‌ ହକିରେ ଭାରତ ଜାପାନକୁ ୨-୧ ଗୋଲରେ ପରାଜିତ କରିଛି। ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଖେଳାଯାଉଥିବା ଏହି ରୋମାଞ୍ଚକର ମ୍ୟାଚ୍‌ରେ ଭାରତ ବିଜୟ ହାସଲ କରିଛି। ଭାରତୀୟ ହକି ଦଳ ଏସିଆ କପ-୨୦୨୨ ସୁପର -୪ ର ପ୍ରଥମ ମ୍ୟାଚରେ ଜାପାନକୁ ପରାଜିତ କରିଛି। ଗ୍ରୁପ ମ୍ୟାଚ ପୂର୍ବରୁ ଜାପାନ ଟିମ ଇଣ୍ଡିଆକୁ ୨-୫ରେ ପରାସ୍ତ କରିଥିଲା।

ଏହି ବିଜୟ ସହିତ ଭାରତ ଜାପାନ ଉପରେ ଏହାର ପରାଜୟର ପ୍ରତିଶୋଧ ନେଇଛି। ଟିମ ଇଣ୍ଡିଆର ମଞ୍ଜିତ ଏବଂ ପୱନ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ଏଥି ସହିତ ଜାପାନ ପାଇଁ ଟକୁମା ନିୱା ଏକମାତ୍ର ଗୋଲ ସ୍କୋର କରିଥିଲେ। ଏହି ମ୍ୟାଚରେ ଭାରତ ଭଲ ଆରମ୍ଭ କରିଥିଲା। ଏହି ମ୍ୟାଚର ପ୍ରଥମ କ୍ୱାର୍ଟରରେ ଭାରତ ଭଲ ପ୍ରଦର୍ଶନ କରିଥିଲା। ଭାରତ ୧-୦ ରେ ଆଗୁଆ ରହିଥିଲା।

ଟିମ ଇଣ୍ଡିଆ ପାଇଁ ମଞ୍ଜିତ ପ୍ରଥମ ଗୋଲ ସ୍କୋର କରିଥିଲେ। ଯେତେବେଳେ କି ହାପ୍‌ ଟାଇମ୍‌ ପରେ ଉଭୟ ଦଳ ୧-୧ ଡ୍ରରେ ପହଞ୍ଚିଥିଲେ। ଗୋଟିଏ ଗୋଲ ସ୍କୋର କରି ଜାପାନ ସମାନ ହୋଇଥିଲା। ତୃତୀୟ କ୍ୱାର୍ଟରରେ ଟିମ ଇଣ୍ଡିଆ ଏକ ଆକ୍ରମଣାତ୍ମକ ଖେଳ ଖେଳି ଆଉ ଏକ ଗୋଲ ସ୍କୋର କରିଥିଲା। ୪୦ ମିନିଟରେ ଭାରତ ୨-୧ରେ ଅଗ୍ରଣୀ ହାସଲ କରିଥିଲା। ଏହି କ୍ୱାର୍ଟରରେ ଭାରତ ଏବଂ ଜାପାନର ଖେଳାଳିଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିଲା। କିନ୍ତୁ କ୍ୱାର୍ଟର ଶେଷ ସୁଦ୍ଧା ଜାପାନ ଗୋଲ କରିପାରି ନଥିଲା। ଫଳରେ ଭାରତ ଆଗୁଆ ରହିଥିଲା। ଚତୁର୍ଥ କ୍ୱାର୍ଟର ଶେଷ ପର୍ଯ୍ୟନ୍ତ ଭାରତ ଜାପାନକୁ ସ୍କୋର କରିବାକୁ ଦେଇ ନଥିଲା। ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ଏସିଆ କପ ୨୦୨୨ର ଶେଷ ମ୍ୟାଚରେ ଭାରତ ଚମତ୍କାର ପ୍ରଦର୍ଶନ କରିଥିଲା।

ଟିମ ଇଣ୍ଡୋନେସିଆ ୧୬-୦ରେ ପରାଜିତ କରିଥିଲା। ସେହିପରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଡ୍ର’ରେ ଶେଷ ହୋଇଥିଲା। ଭାରତୀୟ ହକି ଦଳ ଚଳିତ ଥର ଏସିଆ କପରେ ଚମତ୍କାର ପ୍ରଦର୍ଶନ କରିଛି।

ସୂଚନାଯୋଗ୍ୟ ଯେ ଏହି ମ୍ୟାଚରେ ଭାରତୀୟ ଖେଳାଳି ମନିନ୍ଦର ଆହତ ହୋଇଥିଲେ। ଏହି କାରଣରୁ ତାଙ୍କୁ ପଡ଼ିଆରୁ ବାହାରକୁ ଯିବାକୁ ପଡିଥିଲା ।

ମନିନ୍ଦର ୫୦ ମିନିଟରେ ଜାପାନୀ ଖେଳାଳିଙ୍କଠାରୁ ବଲ ଛଡ଼ାଇବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ବଲ ହକି ଷ୍ଟିକ୍‌ରେ ବାଜି ଦେଇ ତାଙ୍କ ମୁହଁରେ ମାଡ଼ ହୋଇଥିଲା। ମନିନ୍ଦରଙ୍କ ଓଠରେ ଆଘାତ ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

Gen Zଙ୍କ ସହ Gen Alphaଙ୍କ ପାଇଁ ବଡ଼ ଘୋଷଣା କଲେ ମୋଦି, ମାଗଣାରେ ମିଳିବ…

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ Gen Z ଏବଂ Gen Alphaଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri