ଟିକା ପରେ ଭାରତରେ ପ୍ରଥମ ମୃତ୍ୟୁ

ନୂଆଦିଲ୍ଲୀ/ଲକ୍ଷ୍ନୌ, ୧୯ା୧(ପି.ଟି.): ଉତ୍ତରପ୍ରଦେଶର ମୋରାଦାବାଦରେ କୋଭିଡ୍‌ ଟିକା ନେବାର ଦିନକ ପରେ ଜଣେ ୪୬ ବର୍ଷୀୟ ସ୍ବାସ୍ଥ୍ୟକର୍ମୀଙ୍କର ମୃତ୍ୟୁ ଘଟିଛି। ଭାରତରେ ଶନିବାରଠାରୁ କୋଭିଡ୍‌ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବାବେଳେ ଏହା ପ୍ରଥମ ମୃତ୍ୟୁ। ମହିପାଲ ସିଂ ନାମକ ଏହି ସ୍ବାସ୍ଥ୍ୟକର୍ମୀ ଶନିବାର କୋଭିଶିଲ୍ଡ ଟିକା ନେଇଥିଲେ। ରବିବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ଜିଲା ମୁଖ୍ୟ ମେଡିକାଲ ଅଫିସର (ସିଏମ୍‌ଓ) ଡ. ମିଲିନ୍ଦ ଚନ୍ଦ୍ର ଗର୍ଗ ସ୍ପଷ୍ଟ କରିଥିବାବେଳେ ମୃତ୍ୟୁର କାରଣ ହୃଦ୍‌ଘାତ ବୋଲି କହିଛନ୍ତି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ସିଏମ୍‌ଓ କହିଛନ୍ତି। ତେବେ ମହିପାଲଙ୍କଠାରେ ଜ୍ୱର ଓ କାଶ ବ୍ୟତୀତ ଅନ୍ୟ କୌଣସି ରୋଗ ନ ଥିଲା। ଟିକା ନେଇ ତାଙ୍କର ମୃତ୍ୟୁ ଘଟିଲା ବୋଲି ପରିବାର ପକ୍ଷରୁ କୁହାଯାଇଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଲାଗି ଜିଲାପାଳ ରାକେଶ ସିଂ ନିର୍ଦ୍ଦେଶ ଦେଇଛନ୍ତି। ମୋରାଦାବାଦର ଦୀନଦୟାଲ ଉପାଧ୍ୟାୟ ସରକାରୀ ହସ୍ପିଟାଲର ସର୍ଜିକାଲ ଓ୍ବାର୍ଡରେ ମହିପାଲ ଜଣେ ଓ୍ବାର୍ଡ ବୟ ଭାବେ କାର୍ଯ୍ୟ କରୁଥିଲେ।
ସୋମବାର ସୁଦ୍ଧା ଦେଶରେ ୩,୮୧,୩୦୫ ହିତାଧିକାରୀ ଟିକା ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୫୮୦ ଜଣଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା ବେଳେ ୭ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏକ ଖବରଦାତା ସମ୍ମିଳନୀକୁ ସୂଚନା ଦେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅତିରିକ୍ତ ସଚିବ ମନୋହର ଅଗ୍‌ନାନି କହିଛନ୍ତି, ସୋମବାର ଅପରାହ୍ନ ୫ଟା ସୁଦ୍ଧା ୨୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧,୪୮,୨୬୬ ଜଣ କୋଭିଡ୍‌ ଟିକା ନେଇଛନ୍ତି। ସୋମବାର ବିହାରରେ ୮,୬୫୬, ଆସାମରେ ୧,୮୨୨, କର୍ନାଟକରେ ୩୬,୮୮୮, କେରଳରେ ୭,୦୭୦, ମଧ୍ୟପ୍ରଦେଶରେ ୬,୬୬୫, ତାମିଲନାଡୁରେ ୭,୬୨୮, ତେଲଙ୍ଗାନାରେ ୧୦,୩୫୨, ପଶ୍ଚିମବଙ୍ଗରେ ୧୧,୫୮୮ ଏବଂ ଦିଲ୍ଲୀରେ ୩,୧୧୧ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଦିଲ୍ଲୀରେ ଟିକା ନେଇ ୩ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ଓ ଅନ୍ୟଜଣେ ମାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ଉତ୍ତରାଖଣ୍ଡର ଜଣେ ବ୍ୟକ୍ତି ଋଷିକେଶସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ଛତିଶଗଡ଼ରେ ଜଣେ ଓ କର୍ନାଟକରେ ଦୁଇଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ବିଶ୍ୱରେ ୮୪ରୁ ଅଧିକ ଲୋକଙ୍କ ଜୀବନ ଗଲାଣି

କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଦେଶରେ ଟିକାକରଣ ଆରମ୍ଭ ହୋଇଥିବାବେଳେ ଅନେକଙ୍କଠାରେ ଏହାର ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି। କେତେକଙ୍କ ପାଇଁ ଘାତକ ସାଜିଲାଣି ଟିକା। ଫଳରେ ଏହାକୁ ନେବା ପାଇଁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ ବିଭିନ୍ନ ଦେଶରେ ଏପର୍ଯ୍ୟନ୍ତ କୋଭିଡ୍‌ ଟିକା ନେଇ ୮୪ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି। ଆମେରିକାରେ ଫାଇଜର ଓ ମଡର୍ନା ଟିକା ନେଇ ୫୫ ଜଣ ପ୍ରାଣ ହରାଇଥିବାବେଳେ ନରଓ୍ବେରେ ଫାଇଜର ଟିକା ୨୯ ଜଣଙ୍କ ଜୀବନ ନେଲାଣି। ପର୍ତ୍ତୁଗାଲରେ ଟିକା ନେବା ପରେ ଜଣେ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଛି। ସେହିପରି ଇସ୍ରାଏଲ୍‌ରେ ଟିକା ନେଇ ୧୩ ଜଣ ମୁଖ ପକ୍ଷାଘାତର ଶିକାର ହୋଇଛନ୍ତି। ଅନେକଙ୍କଠାରେ ଆଲର୍ଜି ଦେଖାଦେବା ସହ କେତେକ ଟିକା ନେବା ପରେ ପୂର୍ବଭଳି କାର୍ଯ୍ୟ କରିବାକୁ ସକ୍ଷମ ହେଉନାହାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?