Posted inଖେଳ

ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ

ଅଲିମ୍ପିକ୍ସର ନବମ ସଂସ୍କରଣ ୧୯୨୪ରେ ନେଦରଲାଣ୍ଡ୍ସର ଆମଷ୍ଟରଡାମ୍‌ରେ ଅନୁଷ୍ଠିତ ହୋଇଥିଲା। ବ୍ରିଟିଶ ଜାତୀୟ ପତାକା ତଳେ ଖେଳିଥିବା ଭାରତ ଫିଲ୍ଡ ହକିରେ ଐତିହାସିକ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲା। ଜୟପାଲ ସିଂ ମୁଣ୍ଡା ଏହି ଦଳର ନେତୃତ୍ୱ ନେଇଥିବାବେଳେ ହକି ଯାଦୁକର ମେଜର ଧ୍ୟାନଚାନ୍ଦ ଭାରତ ପାଇଁ ଷ୍ଟାର ରହିଥିଲେ। ହକି ଦଳକୁ ମିଶାଇ ଭାରତର ସମୁଦାୟ ୨୧ ଜଣ ଅଲିମ୍ପିକ୍ସ ଦଳରେ ସାମିଲ ରହିଥିଲେ। ଏହା ମଧ୍ୟରୁ ହକି ଦଳ ସ୍ବର୍ଣ୍ଣ ପଦକ ପାଇ ଇତିହାସ ରଚିଥିଲା। ଭାରତୀୟ ହକି ଦଳ ଏହି ସଫଳତାକୁ ୧୯୫୬ ଅଲିମ୍ପିକ୍ସ ଯାଏ ବଳବତ୍ତର ରଖିଥିଲା। ୧୯୨୮ରୁ ୧୯୫୬ ମଧ୍ୟରେ ଖେଳାଯାଇଥିବା ସମସ୍ତ ଅଲିମ୍ପିକ୍ସରେ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ହକିରେ ମୋଟ ୯ ଦଳ ୧୯୨୮ରେ ଅଂଶଗ୍ରହଣ କରିଥିଲେ। ଭାରତ ବ୍ୟତୀତ ବେଲଜିୟମ, ଡେନ୍‌ମାର୍କ, ସୁଇଜରଲାଣ୍ଡ ଓ ଅଷ୍ଟ୍ରିଆ ଖେଳିଥିବାବେଳେ ଗ୍ରୁପ୍‌ ଚାମ୍ପିୟନ ଭାବରେ ଭାରତ ସିଧାସଳଖ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଅନ୍ୟ ଗ୍ରୁପ୍‌ ବି’ରେ ନେଦରଲାଣ୍ଡ୍ସ, ଜର୍ମାନୀ, ଫ୍ରାନ୍ସ ଓ ସ୍ପେନ୍‌ ସ୍ଥାନ ପାଇଥିଲେ। ଗ୍ରୁପ୍‌ ବି’ର ଟପ୍ପର ଭାବରେ ନେଦରଲାଣ୍ଡ୍ସ ଫାଇନାଲ ଖେଳିଥିଲା। ଭାରତ ଏହାର ୪ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଅଷ୍ଟ୍ରିଆକୁ ୬-୦, ବେଲଜିୟମକୁ ୯-୦, ଡେନ୍‌ମାର୍କକୁ ୫-୦ ଓ ସୁଇଜରଲାଣ୍ଡକୁ ୬-୦ରେ ହରାଇଥିଲା। ଧ୍ୟାନଚାନ୍ଦ ଅଷ୍ଟ୍ରିଆ ବିପକ୍ଷରେ ୪, ବେଲଜିୟମ ବିପକ୍ଷରେ ୧, ଡେନ୍‌ମାର୍କ ବିପକ୍ଷରେ ୪ ଓ ସୁଇଜରଲାଣ୍ଡ ବିପକ୍ଷରେ ୪ଟି ଗୋଲ ଦେଇଥିଲେ। ୪ ମ୍ୟାଚ୍‌ରୁ ୮ ପଏଣ୍ଟ ଅର୍ଜନ କରିଥିବା ଭାରତ ଫାଇନାଲ ଖେଳିଥିଲା। ଭାରତ ଓ ନେଦରଲାଣ୍ଡ୍ସ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ଧ୍ୟାନଚାନ୍ଦଙ୍କ ଡବଲ୍‌ ଗୋଲ ବଳରେ ଭାରତ ୩-୦ରେ ଏହି ମ୍ୟାଚ୍‌ ଜିତି ନେଇଥିଲା। ସେହିପରି ବ୍ରୋଞ୍ଜ ପଦକ ପ୍ଲେ ଅଫ୍‌ରେ ଜର୍ମାନୀ ୩-୦ ଗୋଲରେ ବେଲଜିୟମକୁ ହରାଇଥିଲା। ସେହିପରି କୋଲକାତାର ଡିଡି ମୁଲଜି ପ୍ରଥମ ଭାରତୀୟ ସନ୍ତରଣକାରୀ ଭାବେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ।
ଏହି ଅଲିମ୍ପିକ୍ସରେ ୪୬ ଦେଶ ଅଂଶଗ୍ରହଣ କରିଥିବାବେଳେ ମୋଟ ୨୮୮୩ ଆଥ୍‌ଲେଟ ସାମିଲ ଥିଲେ। ଏହା ମଧ୍ୟରେ ୧୬୦୬ ପୁରୁଷ ଓ ୨୭୭ ମହିଳା ଖେଳାଳି ଥିଲେ। ପ୍ରତ୍ୟାବର୍ତ୍ତନରେ ଜର୍ମାନୀ ୧୦ ସ୍ବର୍ଣ୍ଣ, ୭ ରୌପ୍ୟ ଓ ୧୪ ବ୍ରୋଞ୍ଜ ସହ ମୋଟ ୩୧ ପଦକ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଥିଲା। ଆମେରିକା ୨୨ ସ୍ବର୍ଣ୍ଣ, ୧୮ ରୌପ୍ୟ ଓ ୧୬ ବ୍ରୋଞ୍ଜ ସହ ୫୬ ପଦକ ହାସଲ କରିଥିଲା। ଫିନ୍‌ଲାଣ୍ଡର କିମ୍ବଦନ୍ତୀ ଆଥ୍‌ଲେଟ ପାଭୋ ନୁର୍ମି ନିଜର ଶେଷ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ। ୧୦ ହଜାର ମିଟର ଇଭେଣ୍ଟରେ ଏକ ସ୍ବର୍ଣ୍ଣ ସହ ସେ ନିଜର ଅନ୍ତିମ ତଥା ନବମ ସ୍ବର୍ଣ୍ଣ ପଦକ ଜିତିଥିଲେ। ନରଓ୍ବେର ଯୁବରାଜ ଓଲାଭ ୬ ମିଟର ସେଲିଂରେ ଅଂଶଗ୍ରହଣ କରିଥିବାବେଳେ ଏକ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପ୍ରଥମ ଥର ପାଇଁ ମହିଳା ୧୦୦ ମିଟର ରେସ୍‌କୁ ସାମିଲ କରାଯାଇଥିବାବେଳେ ଆମେରିକାର ୧୬ ବର୍ଷୀୟା ବେଟ୍ଟୀ ରବିନ୍‌ସନ୍‌ ୧୨.୨ ସେକେଣ୍ଡର ଟାଇମିଂ ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri