Posted inଜାତୀୟ

ଡେପସାଙ୍ଗ-ଡେମଚୋକ ଅଞ୍ଚଳରୁ ପିଏଲଏ ପ୍ରତ୍ୟାହାର ପାଇଁ ଭାରତର ଦାବି…

ନୂଆଦିଲ୍ଲୀ,୨୪।୪ : ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଲି ଶାଙ୍ଗଫୁଙ୍କ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେବା ପାଇଁ ଦିଲ୍ଲୀ ଗସ୍ତରେ ଆସିବା ପୂର୍ବରୁ ଭାରତ ଏବଂ ଚାଇନା ମଧ୍ୟରେ ଶୀର୍ଷ ସ୍ତରୀୟ ସାମରିକ ଆଲୋଚନା ରବିବାର ଶେଷ ହୋଇଛି। ତେବେ କର୍ପସ କମାଣ୍ଡର ସ୍ତରୀୟ କଥାବାର୍ତ୍ତାର ୧୮ ତମ ରାଉଣ୍ଡର ଫଳାଫଳ ଉପରେ କୌଣସି ସରକାରୀ ବିବୃତ୍ତି ଆସିନାହିଁ। ତଥାପି, ସୂତ୍ରରୁ ପ୍ରକାଶ, ଏହି ବୈଠକ ଚୁସୁଲ-ମୋଲଦୋ ସୀମାରେ ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରୁ ଆରମ୍ଭ ହୋଇ ରାତିରେ ଶେଷ ହୋଇଥିଲା।

ଗତ ବର୍ଷ ଡିସେମ୍ବର ୨୦ ରେ ୧୭ ତମ ରାଉଣ୍ଡ କଥାବାର୍ତ୍ତାର ଚାରିମାସ ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ୧୭ ତମ ପର୍ଯ୍ୟାୟ ଆଲୋଚନାରେ ସୀମା ବିବାଦ ପ୍ରସଙ୍ଗରେ କୌଣସି ସହମତି ହୋଇପାରି ନ ଥିଲା। ସୂତ୍ରରୁ ପ୍ରକାଶ ରବିବାର୧୪ କୋର କମାଣ୍ଡର ଲ୍ୟୁଟନାଟ ଜେନେରାଲ ରସିମ ବାଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଡେପସାଙ୍ଗର ବୁଲଗେ ଏବଂ ଡେମଚୋକର ଚାରଡିଂ ନିଙ୍ଗଲୁଙ୍ଗ ନାଲା ଟ୍ରାକ ଜଙ୍କଶନ ଅଞ୍ଚଳରୁ ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ସୈନ୍ୟ ପ୍ରତ୍ୟାହାର ପାଇଁ ଦାବି କରିଛି। ଚାଇନା ପକ୍ଷରୁ ଦକ୍ଷିଣ ଜିନଜିଆନ ମିଲିଟାରୀ ଜିଲା ମୁଖ୍ୟ ଏହି ବାର୍ତ୍ତାଳାପରେ ଭାଗ ନେଇଥିଲେ।

ଭାରତୀୟ ପକ୍ଷ ସହ ଜଡିତ ଏକ ସୂତ୍ର ଅନୁଯାୟୀ, ୨୭-୨୮ ଏପ୍ରିଲରେ ଚାଇନା ପ୍ରତିରକ୍ଷା ମନ୍ତ୍ରୀଙ୍କ ଭାରତ ଗସ୍ତ ପୂର୍ବରୁ ବିବାଦୀୟ ସୀମା ପ୍ରସଙ୍ଗରେ କୌଣସି ଅଗ୍ରଗତି ହୋଇନାହିଁ। ସାମରିକ ଆଲୋଚନାରେ ଏହା ସ୍ପଷ୍ଟ ହୋଇଛି, ଭାରତ ଉଭୟ ପାର୍ଶ୍ୱରେ ପୂର୍ବ ଲଦାଖରେ ଟ୍ୟାଙ୍କ, ଆର୍ଟିଲିରି ଏବଂ ରକେଟ ପ୍ରଣାଳୀ ଭଳି ଭାରୀ ଅସ୍ତ୍ରରେ ନିୟୋଜିତ ୫୦ ହଜାରରୁ ଅଧିକ ସୈନ୍ୟ ପ୍ରତ୍ୟାହାର, ଡି-ଏସ୍କାଲେସନ ଏବଂ ଡି-ଇନଡକ୍ସନ ଚାହୁଁଛି। ବାର୍ତ୍ତାଳାପରେ ଏହା ଜୋର ଦିଆଯାଇଥିଲା, ଯଦି ଚାଇନା ସାମଗ୍ରିକ ଦ୍ୱିପାକ୍ଷିକ ସମ୍ପର୍କରେ ି ଉନ୍ନତି ଚାହୁଁଛି ତେବେ ଏହା ହେଉଛି ପ୍ରଥମ ସର୍ତ୍ତ। ଅନ୍ୟଥା, ଯୁଦ୍ଧ ନାହିଁ, ଶାନ୍ତି ନାହିଁ ପରିସ୍ଥିତି ଜାରି ରହିବ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଅସ୍ଥିର ରହିବ। ତେବେ ଚାଇନା ଏପର୍ଯ୍ୟନ୍ତ ନିଜର ବାହିନୀ ପ୍ରତ୍ୟାହାର କରିବା ଏବଂ ଭାରତୀୟ ପାଟ୍ରୋଲିଂକୁ ସେମାନଙ୍କ ପାରମ୍ପାରିକ ପାଟ୍ରୋଲିଂ ପଏଣ୍ଟକୁ ପ୍ରବେଶ କରିବାକୁ ବାରଣ କରିବାରେ ଆଗ୍ରହ ପ୍ରକାଶ କରି ନାହିଁ, ଯାହା ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି) ଅଧୀନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କଲା ପୋଲିସ

ପୁରୀ,୨୪ା୬(ଅଜିତ କୁମାର ମହାନ୍ତି): ପୁରୀରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବଳିଆପଣ୍ଡା ଥାନା ଅଞ୍ଚଳରେ ଜଣେ ହୋଟେଲ ମାଲିକଙ୍କୁ ବୀଭତ୍ସ ହତ୍ୟା…

ହ୍ରାସ ପାଉଛି ଜମିର ଉର୍ବରତା: ଜୈବିକ ପଦ୍ଧତିରେ ଚାଷ କରିବାକୁ ଆହ୍ବାନ

ଦାରିଙ୍ଗବାଡ଼ି,୨୪ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଶେଷ ଦିବସ ଅବସରରେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ…

ଅବସରର ସପ୍ତାହେ ପୂର୍ବରୁ ଗିରଫ ହେଲେ ନିର୍ବାହୀ ଯନ୍ତ୍ରୀ: ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ

ରାୟଗଡା,୨୪।୬: ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ ଗିରଫ କରିଛି। ଭିଜିଲାନ୍ସ। ୨ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ପ୍ରସନ୍ନ। କାର୍ଯ୍ୟ…

ବନ୍ଦ ହୋଇଯିବ ବରଗଡ଼ ସିମେଣ୍ଟ କାରଖାନା, ତେଜିଲା ଅସନ୍ତୋଷ

ବରଗଡ଼,୨୪ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସିମେଣ୍ଟ କାରଖାନା ଆସନ୍ତା ଅଗଷ୍ଟ ୧୯ରୁ କାରଖାନା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। କାରଖାନା କର୍ତ୍ତୃପକ୍ଷ ଏ ନେଇ ଗତ ୧୯ ତାରିଖ ଭାରତ…

ସଂଶୋଧିତ ତାଲିକାରେ ବି ବଢ଼ିଲା ତ୍ରୁଟି: ଦକ୍ଷତାକୁ ନେଇ ବଡ଼ ପ୍ରଶ୍ନବାଚୀ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ବଢ଼ୁଛି ବିବାଦ। ପ୍ରତିଦିନ ପାଠ୍ୟପୁସ୍ତକରେ ତ୍ରୁଟି ନେଇ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ପାଠ୍ୟପୁସ୍ତକରେ ତ୍ରୁଟି…

ପଳାତକ ନୀରବ ମୋଦିଙ୍କୁ ଲାଗିଲା ଜୋରଦାର ଝଟକା: ଫେରାଇବେ ୧୦୦ କୋଟି ଟଙ୍କା

ନୂଆଦିଲ୍ଲୀ,୨୪।୬: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଲଣ୍ଡନ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଏକ ଋଣ ବିବାଦରେ ବ୍ୟାଙ୍କ ଅଫ ଇଣ୍ଡିଆ ସପକ୍ଷରେ ରାୟ…

ସ୍ବାମୀ ସ୍ମାର୍ଟ ଚାଷୀ, ସ୍ତ୍ରୀ ରୋଲ ମଡେଲ: ମଫସଲରେ ସଫଳ ସ୍ମାର୍ଟ ଫାର୍ମିଂ

ବଲାଙ୍ଗୀର,୨୪ା୬(ବୀରେନ୍ଦ୍ର କୁମାର ଝାଙ୍କର): ଚାଷୀ ଦମ୍ପତିଙ୍କ କଠିନ ପରିଶ୍ରମ, ଗଭୀର ଆତ୍ମବିଶ୍ୱାସ ଏବଂ ସରକାରୀ ଯୋଜନାଗୁଡ଼କର ଉପଯୁକ୍ତ ସମନ୍ବୟ ଏବେ ବଲାଙ୍ଗୀର ଜିଲାରେ ସ୍ବାବଲମ୍ବନ ଓ ସଫଳତାର…

କାଦୁଅ ରାସ୍ତା, ଅଧାବାଟରୁ ଫେରିଲା ମୁଖ୍ୟମନ୍ତ୍ରୀ ବସ୍‌

ଲୋଇସିଂହା,୨୪।୬(ସୁଶାନ୍ତ ବାରିକ):ବର୍ଷାରେ କେନାଲ ରାସ୍ତା କାଦୁଅ ହୋଇ ପଡିଥିବାରୁ ଆଗଲପୁରରୁ ପଟୁଆପାଲିକୁ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ୍‌ ଗତ ଦୁଇ ଦିନ ହେବ ଅଧାବାଟରୁ ଫେରୁଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri