Posted inଖେଳ

ଓମିକ୍ରନ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଭାରତ

ନୂଆଦିଲ୍ଲୀ,୩୦।୧୧: ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ପୂରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। କିନ୍ତୁ ଏହା ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତକୁ ପ୍ରଭାବିତ କରିବ ନାହିଁ। ଭ୍ରମଣକାରୀ ଖେଳାଳି ଓ ଘରୋଇ ଖେଳାଳିଙ୍କ ପାଇଁ ଫୁଲ ବାୟୋ ସିକ୍ୟୁର ଏନଭାରମେଣ୍ଟ ପ୍ରସ୍ତୁତ କରାଯାଇଥିବା ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ନୂଆ ଭାରିଆଣ୍ଟ ଭୟରେ ଦକ୍ଷିଣ ଆଫ୍ରିକାରେ ଥିବା ବିସିସିଆଇ ତା’ର ଏ’ ଦଳକୁ ପ୍ରତ୍ୟାହାର ନ କରିବାକୁ ନିଷ୍ପତ୍ତି ନେଇଛି। ଏହାକୁ ପ୍ରଶଂସା କରିଛି ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରଣାଳୟ।

ଆସନ୍ତା ୧୭ ତାରିଖରୁ ଦକ୍ଷିଣ ଆଫ୍ରିକା ସହ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବ ଭାରତୀୟ ଦଳ। ଏହାପରେ ଦୁଇ ଦଳ ମଧ୍ୟରେ ସମାନ ସଂଖ୍ୟକ ଦିନିକିଆ ଓ ୪ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯିବ। ଏହି ସିରିଜ୍‌ ଲାଗି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ଡିସେମ୍ବର ୯ ତାରିଖରେ ଦକ୍ଷିଣ ଆଫ୍ରିକାରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି।

ଭାରତୀୟ ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଦକ୍ଷିଣ ଆଫ୍ରିକା ସମସ୍ତ ପ୍ରକାର ପଦକ୍ଷେପ ନେବ। ଭାରତ ଏ’ ସମେତ ପ୍ରତ୍ୟେକ ଦଳ ପାଇଁ ସମ୍ପୂର୍ଣ୍ଣ ବାୟୋ ସିକ୍ୟୁର ଏନଭାରମେଣ୍ଟ ପ୍ରସ୍ତୁତ କରାଯିବ ବୋଲି ଇଣ୍ଟନ୍ୟାଶନାଲ ରିଲେଶନ ଓ କୋଓପରେଶନ ବିଭାଗ (ଡିର୍କୋ) ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ଜୀବନରେ ଆଜି ସବୁଠୁ ଖାସ୍‌ ଦିନ, ଜାଣନ୍ତୁ କାହିଁକି

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ପାଇଁ ଏବେ ରେକର୍ଡ ଭାଙ୍ଗିବା ଏକ ସାଧାରଣ କଥା ହୋଇଗଲାଣି। ବିରାଟ ବ୍ୟାଟିଂ କରିବାକୁ ଓହ୍ଲାଇବା ମାତ୍ରକେ, କିଛି...

ହାମିଲ୍‌ଟନ ଜିତିଲେ ରୁଷିଆନ ଗ୍ରାଁ ପ୍ରି

ସୋଚି, ୨୯।୯-ମର୍ସିଡିଜ୍‌ ଡ୍ରାଇଭର ବ୍ରିଟେନର ଲୁଇସ ହାମିଲ୍‌ଟନ ରବିବାର ଅନୁଷ୍ଠିତ ରୁଷିଆନ ଗ୍ରାଁ ପ୍ରି ଫର୍ମୁଲା ଓ୍ବାନ୍‌ ମୋଟର ରେସିଂରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।...

ରାଗରେ କାରର କାଚ ଭାଙ୍ଗିଲେ ଦ୍ରାବିଡ୍‌: କୋହଲି କହିଲେ ଏମିତି…

ନୂଆଦିଲ୍ଲୀ, ୧୦।୪: ଭାରତୀୟ କ୍ରିକେଟର ‘ ଦି ୱାଲ’ ଭାବେ ଜଣାଶୁଣା ରାହୁଲ ଦ୍ରାବିଡ୍‌ ସ୍ବଭାବରେ ବହୁତ ଶାନ୍ତ। କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ଏକ...

ବିଶ୍ୱକପ୍‌ରୁ ଷ୍ଟେଇନ୍‌ ଆଉଟ୍‌

ସାଉଥାମ୍ପଟନ୍‌, ୪।୬(ପି.ଟି.)- ଆଇସିସି ବିଶ୍ୱକପ୍‌ରେ ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳକୁ ମଙ୍ଗଳବାର ଶକ୍ତ ଧକ୍କା ଲାଗିଛି। ଦଳର ପ୍ରମୁଖ ତଥା...

ଓ୍ବିମ୍ବେଲଡନ ଟେନିସ: ସିଏ-ମେର୍ଟେନ୍ସ ମହିଳା ଡବଲ୍ସ ଚାମ୍ପିୟନ

ଲଣ୍ଡନ,୧୨।୭: ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟରେ ତାଇଓ୍ବାନର ସିଏ ସୁ-ଓ୍ବେଇ ଓ ତାଙ୍କ ବେଲଜିୟମ ପାର୍ଟନର ଏଲିସ୍‌ ମେର୍ଟେନ୍ସ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ...

ଧୋନୀଙ୍କ ପାଇଁ ବିଦାୟୀ ମ୍ୟାଚ୍‌ ଆୟୋଜନ କରିପାରେ ବିସିସିଆଇ

ନୂଆଦିଲ୍ଲୀ, ୧୯।୮: ଭାରତୀୟ କ୍ରିକେଟ୍‌ ଦଳର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଅଗଷ୍ଟ ୧୫ ତାରିଖ ସନ୍ଧ୍ୟାରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ...

ଭାରତ ବିପକ୍ଷ ମ୍ୟାଚ୍‌ରେ ଏହି କାରନାମା ଯୋଗୁ ଇତିହାସ ରଚିଲେ ଷ୍ଟିଭ୍‌ ସ୍ମିଥ୍‌

ନୂଆଦିଲ୍ଲୀ,୨୯।୧୧: ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ର ବ୍ୟାଟ୍ସମ୍ୟାନ୍‌ ଷ୍ଟିଭ୍‌ ସ୍ମିଥ୍‌ ଟେଷ୍ଟ କ୍ରିକେଟ ଫର୍ମାଟର ଏକ ନଂ ଖେଳାଳି। ହେଲେ ସେ ଦିନିକିଆ କ୍ରିକେଟରେ ମଧ୍ୟ ନିଜର...

ଆଇପିଏଲ୍‌ ପୂର୍ବରୁ ନୂଆ ଲୁକ୍‌ରେ ଦେଖାଗଲେ କୋହଲି

ନୂଆଦିଲ୍ଲୀ, ୧୫।୮: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଲକ୍‌ ଡାଉନ୍‌ କାରଣରୁ ଗତ କିଛିଦିନ ହେବ ଘରେ ସମୟ ଅତିବାହିତ କରୁଛନ୍ତି। କିନ୍ତୁ...

Advertisement
Archives

Model This Week