ଭାରତରେ କୋଭିଡ୍‌ ମୃତ୍ୟୁ ୪୦ ଲକ୍ଷ

ନୂଆଦିଲ୍ଲୀ,୧୮।୪ : ବିଶ୍ୱବ୍ୟାପୀ କୋଭିଡ୍‌ ମହାମାରୀଜନିତ ମୃତ୍ୟୁସଂଖ୍ୟାକୁ ସାର୍ବଜନିନ କରିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଉଦ୍ୟମ କରୁଥିବାବେଳେ ଏହାକୁ ଭାରତ ଅଟକାଇଥିବା ଖବର ପ୍ରକାଶ ପାଇଛି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଡବ୍ଲ୍ୟୁଏଚ୍‌ଓର କୋଭିଡ୍‌ ମୃତ୍ୟୁ ଆକଳନ ପଦ୍ଧତି ଉପରେ ଭାରତ ସରକାର ପ୍ରଶ୍ନ ଉଠାଇଛନ୍ତି। ଏଭଳି ଆକଳନ ତ୍ରୁଟିପୂର୍ଣ୍ଣ। ଏହି ପ୍ରକ୍ରିୟାରେ ନା କାହାର ସହଯୋଗ ନିଆଯାଇଛି ନା ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ହୋଇଛି ବୋଲି ଭାରତ ସରକାର ଫେବୃୟାରୀରେ ଜାତିସଂଘର ପରିସଂଖ୍ୟାନ ଆୟୋଗଙ୍କୁ ଜଣାଇଥିଲେ। ଏହା ବ୍ୟତୀତ ଉକ୍ତ ପ୍ରକ୍ରିୟା ବିଜ୍ଞାନସମ୍ମତ ନୁହେଁ ବୋଲି ନୂଆଦିଲ୍ଲୀ ଯୁକ୍ତି ଦର୍ଶାଇଛି।
୨୦୨୧ ଶେଷ ସୁଦ୍ଧା କୋଭିଡ୍‌ରେ ମୋଟ ୬୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବା ବିଭିନ୍ନ ଦେଶର ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ତେବେ ପ୍ରକୃତ ମୃତ୍ୟୁସଂଖ୍ୟା ଏହାର ଦୁଇଗୁଣରୁ ଅଧିକ। ପ୍ରାୟ ୧.୫ କୋଟି ଲୋକ ଏହି ସମୟ ମଧ୍ୟରେ ପ୍ରାଣ ହରାଇଥିବା ଡବ୍ଲ୍ୟୁଏଚ୍‌ଓ ରିପୋର୍ଟରେ କୁହାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏହି ରିପୋର୍ଟ ସର୍ବସାଧାରଣରେ ପ୍ରକାଶ ପାଇବାକୁ ଥିବାବେଳେ ଭାରତର ଆପତ୍ତି ଯୋଗୁ କିଛି ମାସ ହେଲା ଏହା ଅଟକି ରହିଛି।
ଭାରତ ସରକାର କୋଭିଡ୍‌ ମୃତ୍ୟୁସଂଖ୍ୟା ପାଖାପାଖି ୫,୨୦,୦୦୦ ଦର୍ଶାଇଆସୁଛନ୍ତି। ତେବେ ଡବ୍ଲ୍ୟୁଏଚ୍‌ଓ ଦର୍ଶାଉଥିବା ଅଧିକ ୯୦ ଲକ୍ଷ ମୃତ୍ୟୁସଂଖ୍ୟାର ଏକ-ତୃତୀୟାଂଶରୁ ଅଧିକ ଭାରତରେ ବୋଲି ଆକଳନ କରାଯାଇଛି। ଡବ୍ଲ୍ୟୁଏଚ୍‌ଓ ହିସାବ ଅନୁଯାୟୀ ଭାରତରେ କରୋନା ମହାମାରୀଜନିତ ମୃତ୍ୟୁସଂଖ୍ୟା ଅନୂ୍ୟନ ୪୦ ଲକ୍ଷ ବୋଲି ଏହି ସଂସ୍ଥା ସହ ଜଡ଼ିତ ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି। ଏହି ରିପୋର୍ଟ ପ୍ରକାଶ ପାଇଲେ ସାରା ବିଶ୍ୱରେ କୋଭିଡ୍‌ ମୃତ୍ୟୁରେ ଭାରତ ଶୀର୍ଷରେ ରହିବ। କୋଭିଡ୍‌ ମୃତ୍ୟୁଜନିତ ଜାତୀୟ ତଥ୍ୟ, ସ୍ଥାନୀୟ ଅଞ୍ଚଳର ସୂଚନା, ପରିବାର ସର୍ଭେ ଏବଂ ପରିସଂଖ୍ୟାନ ମଡେଲ ସହାୟତାରେ ଡବ୍ଲ୍ୟୁଏଚ୍‌ଓ ଏହି ରିପୋର୍ଟ ପ୍ରକାଶ କରିଛି।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପ୍ରସ୍ତୁତ ରିପୋର୍ଟରେ ହିସାବ ବାହାରେ ରହିଯାଇଥିବା କୋଭିଡ୍‌ ରୋଗୀଙ୍କ ମୃତ୍ୟୁକୁ ସାମିଲ କରାଯାଇଛି। ଏହା ବ୍ୟତୀତ ପରୋକ୍ଷ ମୃତ୍ୟୁ ଅର୍ଥାତ୍‌ ମହାମାରୀ ଯୋଗୁ ଉପଯୁକ୍ତ ଚିକିତ୍ସା ସୁବିଧା ପାଇ ନ ପାରି ପ୍ରାଣ ହରାଇଥିବା ଅନ୍ୟ ରୋଗୀଙ୍କୁ ମଧ୍ୟ ହିସାବକୁ ନିଆଯାଇଛି। ମହାମାରୀ ସାରା ବିଶ୍ୱକୁ କେତେ ପରିମାଣରେ ପ୍ରଭାବିତ କରିଥିଲା ଏବଂ ଭବିଷ୍ୟତରେ ଏଭଳି ସଙ୍କଟରୁ କିପରି ମୁକୁଳିହେବ, ତାହା ଜାଣିବା ପାଇଁ ଉକ୍ତ ରିପୋର୍ଟ ପ୍ରକାଶ ପାଇବା ଆବଶ୍ୟକ। ରିପୋର୍ଟ ଅନୁଯାୟୀ ଭାରତ ଡବ୍ଲ୍ୟୁଏଚ୍‌ଓକୁ ଗତ ୨ ବର୍ଷର ମୋଟ ମୃତ୍ୟୁସଂଖ୍ୟା ତଥ୍ୟ ପ୍ରଦାନ କରିନାହିଁ। ଏହି ସଂଗଠନର ଗବେଷକମାନେ ଅନୂ୍ୟନ ୧୨ ଜିଲାରୁ କୋଭିଡ୍‌ ଜନିତ ମୃତ୍ୟୁ ତଥ୍ୟ ସଂଗ୍ରହ କରିଛନ୍ତି। ଗତବର୍ଷ ଡିସେମ୍ବର ସୁଦ୍ଧା ଡବ୍ଲ୍ୟୁଏଚ୍‌ଓ ରିପୋର୍ଟ ପ୍ରସ୍ତୁତ କରିସାରିଥିଲେ ହେଁ ଭାରତ ଏଥିରେ ଅସନ୍ତୋଷ ପ୍ରକାଶ କରିବାରୁ ପୁନର୍ବାର ତଥ୍ୟ ଅନୁଧ୍ୟାନ କରାଯାଇଥିଲା ବୋଲି ମୃତ୍ୟୁସଂଖ୍ୟା ହିସାବ ଆକଳନ ମଡେଲ ପ୍ରସ୍ତୁତ କରିଥିବା ଓ୍ବାଶିଂଟନ ୟୁନିଭର୍ସିଟିର ଷ୍ଟାଟିଷ୍ଟିକ୍ସ ଓ ବାୟୋଷ୍ଟାଟିଷ୍ଟିକ୍ସ ପ୍ରଫେସର କହିଛନ୍ତି।

 

ସରକାରୀ ଅବହେଳା ଦାୟୀ


ସରକାରଙ୍କ ଅବହେଳାରୁ କୋଭିଡ୍‌-୧୯ ମହାମାରୀରେ ଦେଶର ୪୦ ଲକ୍ଷ ଲୋକ ପ୍ରାଣ ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର କହିଛନ୍ତି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଯୋଗାଇଦେବା ଲାଗି ସେ ପୁନର୍ବାର ଦାବି କରିଛନ୍ତି। ବିଶ୍ୱରେ କୋଭିଡ୍‌ ଜନିତ ମୃତ୍ୟୁସଂଖ୍ୟାକୁ ସର୍ବଜନୀନ କରିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଚାହୁଁଥିବାବେଳେ ଭାରତ ଏହାକୁ ଅଟକାଇଥିବା ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ପ୍ରକାଶ ପାଇଥିଲା। ରାହୁଲ ଉକ୍ତ ରିପୋର୍ଟର ସ୍କ୍ରିନ୍‌ଶଟ୍‌କୁ ଟୁଇଟରରେ ଶେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନା ସତ କହୁଛନ୍ତି, ନା କାହାକୁ କହିବାକୁ ଦେଉଛନ୍ତି। ଅକ୍ସିଜେନ୍‌ ଅଭାବ ଯୋଗୁ କେହି ମରି ନ ଥିବା ସେ ଏବେ ବି କହୁଥିବା ରାହୁଲ ଅଭିଯୋଗ କରିଛନ୍ତି। କୋଭିଡ୍‌ ସମୟରେ ସରକାରଙ୍କ ଅବହେଳା ପାଇଁ ୫ ଲକ୍ଷ ନୁହେଁ, ୪୦ ଲକ୍ଷ ଭାରତୀୟଙ୍କ ଜୀବନ ଯାଇଥିବା ପୂର୍ବରୁ ମଧ୍ୟ ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri