ଚିନ୍ତାଧାରାକୁ ପ୍ରଭାବିତ କରେ ଗଞ୍ଜେଇ

କେମ୍ବ୍ରିଜ୍‌, ୧୮ା୪: ମନୁଷ୍ୟ ସମାଜରେ ଗଞ୍ଜେଇ ବ୍ୟବହାର ହଜାର ହଜାର ବର୍ଷ ପୁରୁଣା। ଅନେକେ ଏହାର ସେବନ ଦ୍ୱାରା ଆନନ୍ଦ ଏବଂ ଉତ୍ସାହିତ ଅନୁଭବ କରୁଥିବାବେଳେ କେତେକ ଦେଶରେ ଗଞ୍ଜେଇ ବ୍ୟବହାରକୁ ବୈଧ ମଧ୍ୟ କରାଯାଇଛି। ୨୦୧୮ରେ ଜାତିସଂଘ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ବିଶ୍ୱବ୍ୟାପୀ ୧୫ରୁ ୬୪ ବର୍ଷ ବୟସର ପ୍ରାୟ ୧୯.୨ କୋଟି ଲୋକ ମନୋରଞ୍ଜନ ପାଇଁ ଗଞ୍ଜେଇ ସେବନ କରିଥାନ୍ତି। ସେମାନଙ୍କ ମଧ୍ୟରୁ ୧୮ରୁ ୨୫ ବର୍ଷ ବୟସର ଯୁବଗୋଷ୍ଠୀଙ୍କ ସଂଖ୍ୟା ପ୍ରାୟ ୩୫ ପ୍ରତିଶତ। କିନ୍ତୁ ୨୬ ବର୍ଷ କିମ୍ବା ଊର୍ଦ୍ଧ୍ୱ ବୟସର ମାତ୍ର ୧୦ ପ୍ରତିଶତ ଏହି ନିଶା ସେବନ କରିଥାନ୍ତି। ଅର୍ଥାତ କିଶୋରମାନେ ଅଧିକ ମାତ୍ରାରେ ଗଞ୍ଜେଇ ବ୍ୟବହାର କରିଥାନ୍ତି। ଏହାର ସେବନ ମସ୍ତିଷ୍କକୁ କିପରି ପ୍ରଭାବିତ କରେ ସେ ନେଇ ଜର୍ନାଲ ଅଫ୍‌ ସାଇକୋଫାର୍ମାକୋଲୋଜି, ନ୍ୟୁରୋସାଇକୋଫାର୍ମାକୋଲୋଜି ଏବଂ ଇଣ୍ଟରନ୍ୟାଶନାଲ ଜର୍ନାଲ ଅଫ୍‌ ନ୍ୟୁରୋସାଇକୋଫାର୍ମାକୋଲୋଜିରେ ଏକ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି।
ଜଣାପଡ଼ିଛି, ଟେଟ୍ରାହାଇଡ୍ରୋକାନାବିନୋଲ (ଟିଏଚ୍‌ସି) ଗଞ୍ଜେଇରେ ଥିବା ମୁଖ୍ୟ ସାଇକୋଆକ୍ଟିଭ୍‌ ପଦାର୍ଥ। ଏହା ମସ୍ତିଷ୍କର ଏଣ୍ଡୋକାନାବିନୋଏଡ୍‌ ସିଷ୍ଟମ (ଗଞ୍ଜେଇରେ ଥିବା ରାସାୟନିକ ପଦାର୍ଥ ସହ ପ୍ରତିକ୍ରିୟା କରୁଥିବା ରିସେପ୍ଟର) ଉପରେ କାର୍ଯ୍ୟ କରିଥାଏ। ମସ୍ତିଷ୍କର ପ୍ରିଫ୍ରୋଣ୍ଟାଲ ଏବଂ ଲିମ୍ବିକ୍‌ ଭାଗରେ ଗଞ୍ଜେଇର ରିସେପ୍ଟର ରହିଥାଏ। ଡୋପାମାଇନ୍‌, ଗାମା-ଆମିନୋବ୍ୟୁଟ୍ରିକ୍‌ ଏସିଡ୍‌ (ଗାବା) ଆଦି କେମିକାଲ ନିର୍ଗତ ହେବା ପାଇଁ ମସ୍ତିଷ୍କକୁ ଯାଉଥିବା ସଙ୍କେତକୁ ତାହା ନିୟନ୍ତ୍ରିତ କରିଥାଏ। ଆମେ ଜାଣୁ ଯେ, ମଣିଷ ଶିଖିବା, ପ୍ରୋତ୍ସାହିତ ହେବା ଆଦି ପାଇଁ ଡୋପାମାଇନ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେହିପରି ସଜ୍ଞାନାତ୍ମକ ପ୍ରକ୍ରିୟା ଯଥା ଶିଖିଥିବା କଥା ମନେ ରଖିବା, ବୁଝିବା ଆଦି ପ୍ରକ୍ରିୟାରେ ଗାବା ସାମିଲ ହୋଇଥାଏ। ଗଞ୍ଜେଇ ସେବନ ଦ୍ୱାରା ଏହି କେମିକାଲ ଗୁଡ଼ିକ ଅନିୟନ୍ତ୍ରିତ ଭାବେ ମସ୍ତିଷ୍କରେ ନିର୍ଗତ ହେଉଥିବାରୁ ମଣିଷର ଶିଖିବା ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହ ବୁଝିବା ଶକ୍ତି ବିକଶିତ ହୋଇପାରି ନ ଥାଏ। ବିଶେଷ କରି କିଶୋର ବୟସରେ ପିଲାଙ୍କ ମସ୍ତିଷ୍କରେ ବିକାଶ ପ୍ରକ୍ରିୟା ଜାରିଥିବାବେଳେ ଗଞ୍ଜେଇ ସେବନ ଦ୍ୱାରା ତାହା ବାଧାପ୍ରାପ୍ତ ହୋଇଥାଏ। ଗଞ୍ଜେଇ ବ୍ୟବହାର ଦ୍ୱାରା ତାହା ଅଭ୍ୟାସରେ ପରିଣତ ହେବା ପରେ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ ପ୍ରଭାବିତ ହୋଇଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହା ସ୍ମୃତି ଶକ୍ତିକୁ କମ୍‌ କରିବା ସହ ଚିନ୍ତାଧାରା ତଥା ଭାବନା ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri