Posted inଖେଳ

ଚାଇନା ବିପକ୍ଷରୁ ଭାରତର ଅଭିଯାନ

ଭୁବନେଶ୍ୱର, ୩୧।୧ (ତପନ ସ୍ବାଇଁ): ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ ଫେବୃଆରୀ ୩ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ଘରୋଇ ଭାରତ ସମେତ ଚାଇନା, ଆମେରିକା, ନେଦରଲାଣ୍ଡ୍ସ ଓ ଅଷ୍ଟ୍ରେଲିଆ ଆଦି ୫ଟି ଦଳ ଅଂଶଗ୍ରହଣ କରିବେ। କଳିଙ୍ଗରେ ୫ଟି ଦଳ ପରସ୍ପରକୁ ଥରେ ଲେଖାଏ ଭେଟିବା ପରେ ରାଉରକେଲା ଯିବେ। ସେଠାରେ ପୁଣି ଏହି ୫ ଦଳ ପରସ୍ପର ସହ ଗୋଟିଏ ଲେଖାଏ ମ୍ୟାଚରେ ମୁକାବିଲା କରିବେ। ଭୁବନେଶ୍ୱରରେ ଫେବୃଆରୀ ୩ରୁ ୯ ଓ ରାଉରକେଲାରେ ୧୨ରୁ ୧୮ ପର୍ଯ୍ୟନ୍ତ ମ୍ୟାଚ ଖେଳାଯିବ। ୩ ତାରିଖରେ ଆମେରିକା-ନେଦରଲାଣ୍ଡ୍ସ ମ୍ୟାଚ ସହ ମହିଳା ହକି ପ୍ରୋ ଲିଗ୍‌ ଆରମ୍ଭ ହେବ। ସେହି ଦିନ ଦ୍ୱିତୀୟ ମ୍ୟାଚରେ ଏସିଆନ ଗେମ୍ସ ଚାମ୍ପିୟନ ଚାଇନା ସହ ଖେଳି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ଏହାପରେ ଭାରତ ୪ରେ ନେଦରଲାଣ୍ଡ୍ସ, ୭ରେ ଅଷ୍ଟ୍ରେଲିଆ ଓ ୯ରେ ଆମେରିକା ସହ ଖେଳିବ। ସେହିପରି ରାଉରକେଲାରେ ଭାରତ ୧୨ରେ ଚାଇନା, ୧୪ରେ ନେଦରଲାଣ୍ଡ୍ସ, ୧୭ରେ ଅଷ୍ଟ୍ରେଲିଆ ଓ ୧୮ରେ ଆମେରିକା ସହିତ ଖେଳିବ। ମଙ୍ଗଳବାର ଉଭୟ ଭାରତ ଓ ଆମେରିକା ଦଳ କଳିଙ୍ଗ ଷ୍ଟାଡିୟମରେ ଜୋରଦାର ଅଭ୍ୟାସ କରିଛନ୍ତି।
ଭାରତୀୟ ମହିଳା ଦଳ ଦ୍ୱିତୀୟ ଥର ପ୍ରୋ-ଲିଗ୍‌ ଖେଳିବା ପାଇଁ ଯାଉଛି। ୨୦୨୧-୨୨ ସିଜନରେ ଭାରତ ପ୍ରଥମଥର ପାଇଁ ଏହି ଲିଗ୍‌ ଖେଳିଥିଲା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲା। ୨୦୨୨ରେ ସ୍ପେନ୍‌ରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ହକି ମହିଳା ନେସନ୍ସ କପ୍‌ର ଫାଇନାଲରେ ଘରୋଇ ଦଳକୁ ୧-୦ ଗୋଲରେ ହରାଇ ଭାରତ ପ୍ରୋ ଲିଗ୍‌ ୨୦୨୩-୨୪ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ”ବିଶ୍ୱର କେତେକ ଶକ୍ତିଶାଳୀ ଦଳ ବିପକ୍ଷରେ ନିଜର ଦକ୍ଷତା ପରୀକ୍ଷା କରିବା ପାଇଁ ପ୍ରୋ-ଲିଗ୍‌ରେ ସୁଯୋଗ ମିଳିବ। ଜାତୀୟ ଦଳରେ ସ୍ଥାନ ପାଇଥିବା ଯୁବ ଖେଳାଳିଙ୍କ ପାଇଁ ଏହି ଲିଗ୍‌ ବଡ଼ ପ୍ଲାଟଫର୍ମ ସଦୃଶ। ଅନ୍ତର୍ଜାତୀୟ ସ୍ତରରେ ସେମାନେ ନିଜର ଦକ୍ଷତା ଦେଖାଇବାର ସୁଯୋଗ ପାଇବେ। ଏହି ଲିଗ୍‌ରେ ୨୦୨୬ ଏଫ୍‌ଆଇଏଚ୍‌ ହକି ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନର ମଧ୍ୟ ସୁଯୋଗ ରହିବ। ତେଣୁ ଏଥିରେ ଆମକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ“ ବୋଲି ମୁଖ୍ୟ କୋଚ୍‌ ଜାନେକ ସ୍କୁପମାନ ପ୍ରକାଶ କରିଛନ୍ତି।
ନିକଟରେ ରାଞ୍ଚତ୍ରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସରେ ରନରଅପ୍‌ ହୋଇ ଆମେରିକା ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି। ଏବେ ଏହି ଦଳ ଆଗାମୀ ପ୍ରୋ ଲିଗ୍‌ ୨୦୨୩-୨୪ରେ ପ୍ରଭାବୀ ପ୍ରଦର୍ଶନ କରି ଏଫ୍‌ଆଇଏଚ୍‌ ହକି ବିଶ୍ୱକପ-୨୦୨୬ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛି। ଅଲିମ୍ପିକ୍‌ କ୍ୱାଲିଫାୟର୍ସରେ ଭାରତକୁ ୧-୦ରେ ହରାଇ ମୋମେଣ୍ଟମ ହାସଲ କରିଥିବା ଆମେରିକା ଆଉ ପଛକୁ ଫେରି ନ ଚାହିଁ ପରବର୍ତ୍ତୀ ୨ଟି ମ୍ୟାଚରେ ଯଥାକ୍ରମେ ଇଟାଲୀକୁ ୨-୦ ଓ ନ୍ୟୁଜିଲାଣ୍ଡକୁ ୧-୦ରେ ପରାସ୍ତ କରି ପୁଲ୍‌ ‘ବି’ରେ ଶୀର୍ଷସ୍ଥାନ ହାସଲ କରିଥିଲା। ସେମିଫାଇନାଲରେ ଜାପାନକୁ ୨-୧ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଏବଂ ଟାଇଟଲ ମୁକାବିଲାରେ ଜର୍ମାନୀଠାରୁ ୦-୨ ଗୋଲରେ ହାରି ଯାଇଥିଲା। ତେଣୁ ପ୍ରୋ-ଲିଗ୍‌ରେ ମଧ୍ୟ ଦଳର ଉତ୍ତମ ପ୍ରଦର୍ଶନକୁ ନେଇ ଅଧିନାୟିକା ଆମଣ୍ଡା ଗୋଲିନି ବେଶ୍‌ ଆଶାବାଦୀ। ”ଅଲିମ୍ପିକ୍‌ କ୍ୱାଲିଫାୟର୍ସରେ ଆମେ ଯେପରି ଚାହିଁଥିଲୁ ସେପରି ଫଳାଫଳ ପାଇଥିଲୁ। ପୂର୍ବ ମ୍ୟାଚର ଅଭିଜ୍ଞତାକୁ ନେଇ ଆମେ ପ୍ରୋ- ଲିଗ୍‌ ଖେଳିବୁ ଏବଂ ସେଥିରେ ମଧ୍ୟ ଭଲ ଫଳାଫଳ ପାଇବା ନେଇ ଆଶାବାଦୀ ଅଛୁ। ଅଲିମ୍ପିକ୍ସ ପୂର୍ବରୁ ପ୍ରୋ-ଲିଗ୍‌ ଆମ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ଅଲିମ୍ପିକ୍ସ ପାଇଁ ଏଥିରେ ଭଲ ଅଭ୍ୟାସ ମଧ୍ୟ ହୋଇପାରିବ। ଆମେ ମ୍ୟାଚକୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତ କରିବୁ“ ବୋଲି ଆମଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ କିଲୋମିଟର ବାଇକରେ ବୁହା ହେଲା ନାବାଳିକାଙ୍କ ମୃତଦେହ

ନବରଙ୍ଗପୁର,୧୦।୭ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୧୦ କିଲୋମିଟର ଦୂର ବାଇକରେ ଜଣେ ନାବାଳିକାଙ୍କ ମୃତଦେହ…

ଦେଶରେ ମୌସୁମୀ ଆକ୍ଟିଭ: ଆସନ୍ତା ସପ୍ତାହରେ ପ୍ରବଳ ବର୍ଷିବ, ଜାଣନ୍ତୁ କ’ଣ କହୁଛି IMD

ନୂଆଦିଲ୍ଲୀ,୧୦।୭: ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ…

ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ…

ମ୍ୟାକ୍ସ ପିକ୍‌ଅପ୍ ସହ ବାଇକ୍‌ର ମୁହାଁମୁହିଁ ଧକ୍କା: ଦୁଇ ଯୁବକ ଗୁରୁତର

ମୋହନା,୧୦।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଲଡାପଙ୍କା ଗାଁ ନିକଟ ବୁଲାଣି ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର …

କଲେଜରେ ବନ ମହୋତ୍ସବ ପାଳିତ: ୧୦୦ ଔଷଧୀୟ ବୃକ୍ଷର ଚାରାରୋପଣ, ସାମିଲ ହେଲେ ଛାତ୍ରୀଛାତ୍ର

ଗଞ୍ଜାମ , ୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ୍‌ର ଆନୁକୂଲ୍ୟରେ ଶୁକ୍ରବାର ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛିl ଏହି ଅବସରରେ…

ଟ୍ରେଲର୍‌କୁ ପଛପଟୁ ଧକ୍କା ଦେଲା ଘରୋଇ ବସ୍‌; ୫ରୁ ଅଧିକ ଯାତ୍ରୀ ଆହତ

ଚୌଦ୍ୱାର, ୮।୭:  କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ନିର୍ଗୁଣ୍ଡି ନିକଟ ଜାତୀୟ ରାଜପଥ–୧୬ରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଘରୋଇ ଯାତ୍ରୀବାହୀ ବସ୍‌ ଏକ ଟ୍ରେଲର୍‌କୁ…

ଅଭିଯୋଗ ପରେ ମିଳୁଛି ଧମକ, ମୋବାଇଲ ଗଲା, ଏବେ ଜୀବନ ପ୍ରତି ରହିଛି ଭୟ

ବାଲିପାଟଣା,୧୦ା୭(ଅଭିମନ୍ୟୁ ନାୟକ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଏକ ମୋବାଇଲ ଛଡ଼ାଇ ନେବା ଘଟଣା ଏବେ ନୂଆମୋଡ଼ ନେଇଛି। ଅଭିଯୋଗ କରିବା ପରେ ପୀଡ଼ିତଙ୍କୁ…

‘ମୋତେ ମାରିଦେଲେ ବି ମୁଁ ବାଂଲାଦେଶ ଫେରିବି’, କାହିଁକି ଏମିତି କହିଲେ ଶେଖ ହାସିନା? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୦।୭: ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣାରେ, ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା କହିଛନ୍ତି ଯେ ସେ ଏବଂ ଆୱାମୀ ଲିଗର ଅନ୍ୟ ନିର୍ବାସିତ ନେତାମାନେ ଚଳିତ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri