Posted inଖେଳ

ଉତ୍ଥାନ ପଥରେ ଭାରତୀୟ ମହିଳା ହକି

ଇତିହାସର ପୃଷ୍ଠା ଲେଉଟାଇଲେ ଜଣାଯାଏ ଯେ ଭାରତୀୟ ମହିଳା ହକି ଦଳର ସଫଳ ଅନ୍ତର୍ଜାତୀୟ ପଦାର୍ପଣ ଆଜକୁ ପ୍ରାୟ ୫୦ବର୍ଷ ପୂର୍ବରୁ ହୋଇଛି। ‘ଓମେନ୍‌ ଇନ୍‌ ବ୍ଲୁ’ ନାମରେ ପରିଚିତ ଆମ ମହିଳା ହକି ଦଳ ଅନେକ ଉତ୍‌ଥାନ ପତନ ଦେଇ ଅଗ୍ରଗତି କରିବା ପରେ ଏବେ ସଫଳତା ଆଡ଼କୁ ଅଗ୍ରସର ହେଉଛି…

ଆମ ଜନ୍ମଭୂମି ଭାରତ ଆଜି ଜନସଂଖ୍ୟା ଦୃଷ୍ଟିରୁ ବିଶ୍ୱରେ ପ୍ରଥମ। ଭାରତ ତା’ର କଳା, ସଂସ୍କୃତି, ସଙ୍ଗୀତ, ସାହିତ୍ୟ, ଭାସ୍କର୍ଯ୍ୟ ଓ ପ୍ରାକୃତିକ ବିଭବ ପାଇଁ ଯୁଗେ ଯୁଗେ ସମଗ୍ର ବିଶ୍ୱବାସୀଙ୍କର ଦୃଷ୍ଟିଆକର୍ଷଣ କରିଛି। ଆମ ଦେଶ ଏବେ ଦ୍ରୁତ ପ୍ରଗତି ପଥରେ ଅଗ୍ରସର ହୋଇଚାଲିଛି। କିନ୍ତୁ ଯଦି ବିଶ୍ୱକ୍ରୀଡ଼ା ମାନଚିତ୍ରରେ ଆମର ସ୍ଥାନ ସମ୍ବନ୍ଧରେ ଆଲୋଚନା କରିବା, ତେବେ ଏହା ନିଶ୍ଚୟ ସୂଚେଇ ଦେବ ଯେ ଆମକୁ ଆହୁରି ଅନେକ ବାଟ ଯିବାକୁ ଅଛି। ଶହେ ଚାଳିଶ କୋଟି ଜନସଂଖ୍ୟାର ଦେଶ ଆମର। କିନ୍ତୁ ଆଧୁନିକ ଅଲିମ୍ପିକ କ୍ରୀଡ଼ା (ଗ୍ରୀଷ୍ମକାଳୀନ)ରେ ବିଗତ ୧୯୦୦ ମସିହାର ପ୍ୟାରିସ୍‌ ଅଲିମ୍ପିକ୍‌ଠାରୁ ୨୦୨୦ର ଟୋକିଓ ଅଲିମ୍ପିକ୍‌ କ୍ରୀଡ଼ା ପର୍ଯ୍ୟନ୍ତ ସୁଦୀର୍ଘ ୧୨୦ ବର୍ଷ ମଧ୍ୟରେ ଆମେମାନେ ମାତ୍ର ୧୦ଟି ସ୍ବର୍ଣ୍ଣ, ୯ଟି ରୌପ୍ୟ ଓ ୧୬ଟି ବ୍ରୋଞ୍ଜପଦକ ସହିତ ମୋଟ ୩୫ଗୋଟି ପଦକ ହାସଲ କରିପାରିଛୁ, ଯାହାକି ଅନ୍ୟ ବିକାଶଶୀଳ ଓ ବିକଶିତ ରାଷ୍ଟ୍ରଙ୍କ ତୁଳନାରେ ବହୁତ କମ୍‌। ଏହି ୩୫ଟି ପଦକ ମଧ୍ୟରୁ କେବଳ ପୁରୁଷ ହକିରେ ଆମେମାନେ ୧୨ଟି ପଦକ ଲାଭ କରିଛୁ, ଯେଉଁଥିରେ କି ୮ଟି ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ସାମିଲ। ତେଣୁ ମୋଟାମୋଟି ଭାବରେ କହିବାକୁ ଗଲେ ପୁରୁଷ ବର୍ଗରେ ହକି ଖେଳ ହିଁ ଆମର ସମ୍ମାନ ରଖିଛି। କିନ୍ତୁ ଏହା ଏଠାରେ ପ୍ରଣିଧାନ ଯୋଗ୍ୟ ଯେ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ପୁରୁଷ ହକିରେ ସ୍ବର୍ଣ୍ଣ ପଦକ ଥିଲା ୨୦୨୦ର ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଶେଷ ପଦକ। ଯେତେବେଳେ ଆମ ଦଳ ୨୦୨୦ ଅଲିମ୍ପିକ୍ସରେ ପୁରୁଷ ହକିରେ ବ୍ରୋଞ୍ଜପଦକ ଲାଭ କଲା ତାହା ଥିଲା ୪୧ ବର୍ଷରେ ହକିରେ ପଦକ ଲାଭ କରିବାର ଅବସର।
ଏହି ପରିପ୍ରେକ୍ଷୀରେ ସ୍ବତଃ ଆମ ମନକୁ ଆସେ ଯେ, ଅଧୁନାତନ ବିଶ୍ୱ ହକି ମାନଚିତ୍ରରେ ଆମ ଭାରତୀୟ ମହିଳା ହକି ଦଳର ସ୍ଥାନ କେଉଁଠି। ଇତିହାସର ପୃଷ୍ଠା ଲେଉଟାଇଲେ ଜଣାଯିବ ଯେ ଭାରତୀୟ ମହିଳା ହକିଦଳର ସଫଳ ଅନ୍ତର୍ଜାତୀୟ ପଦାର୍ପଣ ଆଜକୁ ପ୍ରାୟ ୫୦ବର୍ଷ ପୂର୍ବରୁ ହୋଇଛି। ୧୯୭୪ରେ ଫ୍ରାନ୍ସର ମାଣ୍ଡେଲ୍ୟୁ ସହରରେ ଆୟୋଜିତ ମହିଳା ହକି ବିଶ୍ୱକପ୍‌ରେ ଭାରତ ସୁନ୍ଦର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରି ଚତୁର୍ଥ ସ୍ଥାନରେ ରହିଲା, ଯାହା କି ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା। ‘ଓମେନ୍‌ ଇନ୍‌ ବ୍ଲୁ’ ଓ ‘ନବ ବର୍ଣ୍ଣା’ ସାଙ୍କେତିକ ନାମରେ ପରିଚିତ ଆମ ମହିଳା ହକି ଦଳ ଅନେକ ଉତ୍‌ଥାନ ପତନ ଦେଇ ଅଗ୍ରଗତି କରିବା ପରେ ସଫଳତା ଆଡ଼କୁ ଅଗ୍ରସର ହେଉଛି। ୧୯୭୮ର ମାଡ୍ରିଡ୍‌ ବିଶ୍ୱକପ୍‌ରେ ସପ୍ତମ ସ୍ଥାନ ପାଇବା ପରେ ୧୯୮୦ର ମସ୍କୋ ଅଲିମ୍ପିକ୍‌ କ୍ରୀଡ଼ାରେ ପ୍ରଥମ ଥର ପାଇଁ ଯୋଗଦେଇ ଆମେ ଚତୁର୍ଥସ୍ଥାନ ଲାଭ କରିଥିଲୁ। ତା’ପରେ ୧୯୮୨ରେ ନୂଆଦିଲ୍ଲୀରେ ଆୟୋଜିତ ଏସୀୟ କ୍ରୀଡ଼ାରେ କୋରିଆକୁ ପରାସ୍ତ କରି ସ୍ବର୍ଣ୍ଣପଦକ ଲାଭ କରିବା ହିଁ ଥିଲା ପ୍ରଥମ ଆନ୍ତର୍ଜାତିକ ପଦକ। କିନ୍ତୁ ଏହାପରେ ଆମର ପ୍ରଦର୍ଶନ ସେତେଟା ସନ୍ତୋଷଜନକ ହେଲାନାହିଁ। ଫଳତଃ ୧୯୮୩ର କୁଆଲାଲମ୍ପୁର ବିଶ୍ୱକପ୍‌ରେ ଭାରତ ଏକାଦଶତମ ସ୍ଥାନ, ୧୯୮୬ର ସିଓଲ ଏସୀୟ କ୍ରୀଡ଼ାରେ ୩ୟ, ୧୯୮୯ର ହଂକଂ ଏସିଆ କପ୍‌ରେ ୪ର୍ଥ, ୧୯୯୦ ବେଜିଂ ଏସୀୟ କ୍ରୀଡ଼ାରେ ୪ର୍ଥ, ୧୯୯୩ ହିରୋଶିମା ଏସିଆ କପ୍‌ରେ ତୃତୀୟ ଓ ୧୯୯୪ରେ ସେହି ହିରୋଶିମାରେ ଅନୁଷ୍ଠିତ ଏସୀୟକ୍ରୀଡ଼ାରେ ୪ର୍ଥ ସ୍ଥାନ ଲାଭ କଲା। ଏହାପରେ ଭାରତୀୟ ମହିଳା ହକି ଦଳର ପ୍ରଶିକ୍ଷଣ ଉପରେ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଗଲା ଓ ଅନେକ ଆନୁଷଙ୍ଗିକ ପରିବର୍ତ୍ତନ ମଧ୍ୟ ଫଳପ୍ରଦ ହେଲା, ଯଦ୍ଦ୍ବାରା କି ୧୯୯୮ର ବ୍ୟାଙ୍କକ୍‌ ଏସୀୟ କ୍ରୀଡ଼ାରେ ଦଳ ରୌପ୍ୟପଦକ ଲାଭ କଲା। ଏହାପରେ କୁଆଲାଲମ୍ପୁରରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୪ର୍ଥ ସ୍ଥାନ ଓ ୧୯୯୯ର ନୂଆଦିଲ୍ଲୀ ଏସିଆକପ୍‌ରେ ରୌପ୍ୟ ପଦକ ହାସଲ କଲା। ଅଧିନାୟିକା ସୂରଜ ଲତା ଦେବୀଙ୍କ ବଳିଷ୍ଠ ନେତୃତ୍ୱ ଦଳକୁ ନୂତନ ଉତ୍ସାହରେ ଭରିଦେବା ହେତୁ ୨୦୦୨ରେ ଇଂଲଣ୍ଡର ମାଞ୍ଚେଷ୍ଟର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣପଦକ, ୨୦୦୩ରେ ଭାରତରେ ଅନୁଷ୍ଠିତ ହାଇଦ୍ରାବାଦ ଆଫ୍ରୋ-ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ଓ ୨୦୦୪ରେ ନୂଆଦିଲ୍ଲୀ ଏସିଆ କପ୍‌ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ଲାଭ କଲା ଭାରତ।
ସଫଳତା ଓ ବିଜୟର ଏହି ଧାରା ସମ୍ୟକ୍‌ ବଳବତ୍ତର ରହିଲା ଓ ପରବର୍ତ୍ତୀ ପର୍ଯ୍ୟାୟରେ ୨୦୦୬ର ମେଲବୋର୍ନ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ, କାତାରର ଦୋହାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ, ୨୦୦୭ ହଂକଂ ଏସିଆକପ୍‌ରେ ୪ର୍ଥ ସ୍ଥାନ, ୨୦୦୯ର ବ୍ୟାଙ୍କକ୍‌ ଏସିଆ କପ୍‌ରେ ରୌପ୍ୟ ଓ ଦକ୍ଷିଣ କୋରିଆର ବୁସାନ୍‌ରେ ଆୟୋଜିତ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫିରେ ଦଳ ବ୍ରୋଞ୍ଜପଦକ ଲାଭ କଲା ୨୦୧୦ରେ। କିନ୍ତୁ ପରବର୍ତ୍ତୀ ସମୟରେ ଭାରତୀୟ ଦଳର ପ୍ରଦର୍ଶନ ସେତେଟା ଉତ୍ସାହଜନକ ହେଲା ନାହଁି; ଯେଉଁଥିପାଇଁ ୨୦୧୦ରେ ଆର୍ଜେଣ୍ଟିନାର ରୋସାରିଓ ବିଶ୍ୱକପ୍‌ରେ ଆମେ ୯ମ, ନୂଆଦିଲ୍ଲୀରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୫ମ, ଚାଇନାର ଗୁଆଙ୍ଗଝୋ ଏସୀୟକ୍ରୀଡ଼ାରେ ୪ର୍ଥ, ଚାଇନାର ଓର୍‌ଡସ୍‌ରେ ଅନୁଷ୍ଠିତ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫିରେ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହେଲୁ।
ପରବର୍ତ୍ତୀ ପର୍ଯ୍ୟାୟରେ ହୃତସମ୍ମାନର ପୁନରୁଦ୍ଧାର ପାଇଁ ଚେଷ୍ଟା କରାଗଲା ଓ ଯାହାର ପରିଣାମରେ ମିଶ୍ରଫଳ ମିଳିଲା, ଯଥା ୨୦୧୩ କୁଆଲାଲମ୍ପୁର ଏସିଆକପ୍‌ରେ ବ୍ରୋଞ୍ଜ, ଜାପାନର କାକାମିଗାହାରରେ ସେହି ୨୦୧୩ରେ ଅନୁଷ୍ଠିତ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ, ୨୦୧୪ରେ ଦକ୍ଷିଣକୋରିଆର ଇଞ୍ଚିୟନ୍‌ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ଓ ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୪ର୍ଥ ସ୍ଥାନ ମିଳିଲା। ଏହାପରେ ୨୦୧୬ରେ ସିଙ୍ଗାପୁରରେ ଅନୁଷ୍ଠିତ ଏସିଆନ୍‌ ଚାମ୍ପିୟନଶିପ୍‌ରେ ଆମ ଦଳ ପ୍ରଥମ ସ୍ଥାନ ଲାଭ କରିବା ସହ ସୁଦୀର୍ଘ ୩୬ବର୍ଷ ପରେ ବ୍ରାଜିଲର ରିଓ-ଡି ଜେନିରେ ଅଲିମ୍ପିକ୍‌ରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ପାଇଲା। କିନ୍ତୁ ଆମର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଲା। ଦଳ ୫ଗୋଟି ମ୍ୟାଚ୍‌ ଖେଳି ଗୋଟିଏ ଡ୍ର ଓ ୪ଟି ପରାଜୟ ସହିତ ମାତ୍ର ଗୋଟିଏ ପଏଣ୍ଟ ପାଇ ଗ୍ରୁପ୍‌-ବି’ରେ ଅନ୍ତିମ ସ୍ଥାନରେ ରହିଲା। ଏହି ପରାଜୟ ଗ୍ଲାନିରୁ ମୁକ୍ତ ହେବା ପାଇଁ ଦୀର୍ଘ ଏକବର୍ଷ ଅପେକ୍ଷା କରିବାକୁ ପଡ଼ିଲା ଜାପାନ୍‌ର କାକାମିଗାହାର ଏସିଆକପ୍‌ ପ୍ରତିଯୋଗିତା ପର୍ଯ୍ୟନ୍ତ, ଯେଉଁଥିରେ କି ପ୍ରଥମ ସ୍ଥାନ ହାସଲ କରିବା ଆମ ପାଇଁ ଏକ ସାନ୍ତ୍ୱନା ଥିଲା କହିଲେ ଭୁଲ୍‌ ହେବନି।
୨୦୧୮ ହେଉଛି ଭାରତୀୟ ହକି ପାଇଁ ଏକ ନୂତନ ରୂପାନ୍ତରଣର ବର୍ଷ। ଏହି ବର୍ଷ ଆମ ଓଡ଼ିଶା ସରକାର ଦେଶରେ ହକିର ହୃତ ଗୌରବ ଫେରାଇ ଆଣିବାର ମହତ ଲକ୍ଷ୍ୟ ନେଇ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ହେଲେ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ। ଆମକୁ ଏହି ରୂପାନ୍ତରଣର ସଫଳତା ମିଳିଲା ୨୦୧୮ର ଜାକର୍ତ୍ତା ଏସୀୟକ୍ରୀଡ଼ାରେ ରୌପ୍ୟ, ଦକ୍ଷିଣ କୋରିଆର ଡୋଂଘିରେ ଅନୁଷ୍ଠିତ ଏସୀୟ ଚାମ୍ପିୟନ୍ସ ଟ୍ରଫିରେ ଦ୍ୱିତୀୟ ଓ ଅଷ୍ଟ୍ରେଲିଆର କୁଇନ୍ସ ଲାଣ୍ଡ ରାଜ୍ୟଗୋଷ୍ଠୀ ଗ୍ରୀଡ଼ାରେ ୪ର୍ଥ ସ୍ଥାନ ହାସଲ ଦ୍ୱାରା।
ସବୁଠାରୁ ଆନନ୍ଦର କଥା ଯେ, ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକିଦଳ ବ୍ରୋଞ୍ଜପଦକ ହାସଲ କଲା ଓ ମହିଳା ହକି ଦଳ ଉନ୍ନତ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରି ୪ର୍ଥ ସ୍ଥାନ ହାସଲ କଲା। ଏହି ସଫଳତାକୁ ବଳବତ୍ତର ରଖିବା ପାଇଁ ଓଡ଼ିଶା ସରକାର ଅଧିକ ଦଶବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକ ରହିବା ପାଇଁ ନିଷ୍ପତ୍ତି ନେଲେ। ଏହାର ଫଳ ସ୍ବରୂପ ବର୍ମିଂହାମ୍‌ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ୨୦୨୨ରେ ଭାରତୀୟ ପୁରୁଷ ହକିଦଳ ରୌପ୍ୟ ଏବଂ ମହିଳା ଦଳ ବ୍ରୋଞ୍ଜପଦକ ଲାଭ କଲା। ଉତ୍ସାହିତ ମହିଳା ଦଳ ମୁଖ୍ୟ କୋଚ୍‌ ଜାନେକ ସ୍କୁପମାନଙ୍କ ସଫଳ ପ୍ରଶିକ୍ଷଣରେ ଭାଲେନ୍‌ସିଆଠାରେ ଅନୁଷ୍ଠିତ ପ୍ରଥମ ଏଫ୍‌ଆଇଏଚ୍‌ ନେସନ୍ସ କପ୍‌ରେ ଚାମ୍ପିୟନ ହେଲା। ୨୦୨୩ ଜୁଲାଇ ୩୦ରେ ଭାରତୀୟ ଦଳ ସ୍ପେନ୍‌କୁ ୩-୦ ବ୍ୟବଧାନରେ ପରାସ୍ତ କରି ବାର୍ସିଲୋନାରେ ଆୟୋଜିତ ”ଟର୍ନିଓ ଡେଲ ସେଣ୍ଟେନାରିଓ“ ଟ୍ରଫି ହାସଲ କରିବାର ଗୌରବ ଅର୍ଜନ କରିଛି। ଏହି ପରିପ୍ରେକ୍ଷୀରେ ବିଚାର କଲେ ଭାରତୀୟ ମହିଳା ହକି ଦଳ ୧୦ ସ୍ବର୍ଣ୍ଣ, ୭ ରୌପ୍ୟ ଓ ୧୦ ବ୍ରୋଞ୍ଜପଦକ ସହିତ ମୋଟ ୨୭ଟି ଅନ୍ତର୍ଜାତୀୟ ପଦକ ହାସଲ କରିପାରିଛି। ୧୯୬୧ରେ ଅର୍ଜୁନ ପୁରସ୍କାର ଆରମ୍ଭ ହେବାଠାରୁ ଅଦ୍ୟାବଧି ମୋଟ ୩୦ଜଣ ମହିଳା ହକି ଖେଳାଳି ଏଥିରେ ସମ୍ମାନିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଆମ ଓଡ଼ିଶାର ଜ୍ୟୋତି ସୁନିତା କୁଲୁ ଓ ଦିପ୍‌ଗ୍ରେସ୍‌ ଏକ୍କା ଅଛନ୍ତି ଯାହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ…

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?