କୋଭିଡ୍‌ ଭୟରେ ୫ ବର୍ଷର ଝିଅଙ୍କୁ ୧୫ ଥର ଭୁଷିଲେ ଛୁରି

ଲଣ୍ଡନ,୨୫।୬: କୋଭିଡ୍‌-୧୯ ଭୟରେ ୩୬ ବର୍ଷୀୟା ମହିଳା ଭାରତୀୟ ବଂଶଦ୍ଭୋବ ୟୁକେରେ ନିଜ ଘରେ ୫ ବର୍ଷର ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଅଭିଯୁକ୍ତା ସୁଥା ସିଭନାନଥମ। କୋଭିଡ୍‌ରେ ଯଦି ତାଙ୍କ ମୃତ୍ୟୁ ହୁଏ, ତେବେ କୁନି ଝିଅ ବଞ୍ଚିବ କେମିତି। ଏହା ଚିନ୍ତା କରି ଝିଅକୁ ହତ୍ୟା କରିଥିବା ସେଠାକାର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ସାଉଥ୍‌ ଲଣ୍ଡନ ସ୍ଥିତ ଫ୍ଲାଟରେ ୫ ବର୍ଷୀୟା ଝିଅ ସାୟାଗିଙ୍କୁ ଗତ ବର୍ଷ ଜୁନ ୩୦ ତାରିଖରେ ୧୫ ଥର ଛୁରି ଭୁଷି ହତ୍ୟା କରିଥିଲେ ମା’ ସିଭନାନଥମ। ଏଥି ପୂର୍ବରୁ ନିଜକୁ ମଧ୍ୟ ଗଭୀର ଆଘାତ ଦେଇଥିଲେ। ସେ କୋଭିଡ୍‌ ଭୟରେ ଏଭଳି କରିଛନ୍ତି। ତାଙ୍କ କାର୍ଯ୍ୟ ପାଇଁ ସେ ଦାୟୀ ନୁହଁନ୍ତି ବୋଲି କହିଛନ୍ତି ଅଭିଯୁକ୍ତାଙ୍କ ସ୍ବାମୀ।

ଓଲ୍ଡ ବେଲି କୋର୍ଟରେ ଗୁରୁବାର ହାଜର ହୋଇ ଝିଅକୁ ହତ୍ୟା କରିଥିବା ଅସ୍ବୀକାର କରିଥିଲେ ସୁଥା। କିନ୍ତୁ ହାତ୍ୟାକାଣ୍ଡ ଲାଗି ନିଜକୁ ଦାୟୀ କରିଛନ୍ତି। ଏଥି ଯୋଗୁ ତାଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ହସ୍ପିଟାଲରେ ରଖାଯିବ।

୨୦୦୬ରେ ବିବାହ କରିଥିବା ସୁଥା ୨୦୧୯ରୁ ମାନସିକ ରୋଗରେ ପୀଡ଼ିତ ଥିଲେ। ଘଟଣା ଦିନ ସ୍ବାସ୍ଥ୍ୟ ଠିକ୍‌ ନ ଥିବାରୁ ସ୍ବାମୀଙ୍କୁ ଅଫିସ ଯିବାକୁ ମନା କରିଥିଲେ। ସୁଥା ଝିଅକୁ ହତ୍ୟା କରିବା ପୂର୍ବରୁ ନିଜକୁ ଛୁରି ଭୁଷିଥିଲେ। ଅପରାହ୍ନ ୪ଟାରେ ସୁଥାଙ୍କୁ କ୍ଷତାକ୍ତ ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ ପଡ଼ୋଶୀ। ପୋଲିସ ହେପାଜତକୁ ପଠାଯିବା ପୂର୍ବରୁ ସେ ଦୁଇ ମାସ ଧରି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସୋସିଆଲ ଆଇସୋଲେଶନ ଓ ଲକ୍‌ଡାଉନ ତାଙ୍କ ମାନସିକ ଅବସ୍ଥାକୁ ବିଗାଡ଼ି ଦେଇଥିଲା ବୋଲି କହିଛନ୍ତି ସୁଥାଙ୍କ ଚିକିତ୍ସା କରୁଥିବା ମାନସିକ ରୋଗ ବିଶେଷଜ୍ଞ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଇଟ୍‌ ହାଉସ୍‌ରେ ବାଇଡେନ୍‌-ମୋଦି

ଓ୍ବାଶିଂଟନ,୨୪।୯: ଆମେରିକା ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜଭୁତ ହେବ। ବିଶ୍ୱର ଦୁଇ ବୃହତ୍‌ ଗଣତନ୍ତ୍ର ନିଜ ସମ୍ବନ୍ଧକୁ ଦୃଢ଼, ନିବିଡ଼ ଓ...

ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ମାଡ଼ିଆସୁଛି ବିରାଟକାୟ ଉଲ୍‌କା ପିଣ୍ଡ, ଯାହାକି ୨୨ ପରମାଣୁ ବୋମା ଶକ୍ତି ସହ ସମାନ: ନାସା

ନ୍ୟୁୟର୍କ,୨୧ା୯: ମହାକାଶରୁ ପୃଥିବୀ ଆଡ଼କୁ ଆସୁଥିବା ଏକ ବିରାଟକାୟ ଉଲ୍‌କାପିଣ୍ଡ ପୃଥିବୀକୁ ଧ୍ୱଂସ କରିବ ବୋଲି ନାସାର ବୈଜ୍ଞାନିକମାନେ କହିଛନ୍ତି। ବୈଜ୍ଞାନିକମାନେ ପ୍ରକୃତ ତାରିଖ ବି...

ସଂଯୁକ୍ତ ରାଷ୍ଟ୍ରର ୬୨ତମ ସାମାଜିକ ବିକାଶ ଆୟୋଗର ଅଧ୍ୟକ୍ଷତା ସମ୍ଭାଳିବ ଭାରତ, ୫୦ ବର୍ଷରେ ପ୍ରଥମ ଥର ପାଇଁ ମିଳିଲା ସୁଯୋଗ

ନୁୟର୍କ,୨୮।୭: ସଂଯୁକ୍ତ ରାଷ୍ଟ୍ରରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କମ୍ବୋଜ ସଂଯୁକ୍ତ ରାଷ୍ଟ୍ରର ୬୨ତମ ସାମାଜିକ ବିକାଶ ଆୟୋଗର ଚେୟାରମ୍ୟାନ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି।...

ନେତ୍‌ନ୍ୟାହୁଙ୍କ ବିରୋଧରେ ବିଶାଳ ବିକ୍ଷୋଭ

ତେଲ୍‌ଭି, ୯।୧: ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତ୍‌ନ୍ୟାହୁଙ୍କ ନୂଆ ସରକାର ବିରୋଧରେ ଆନ୍ଦୋଳନ ମୁଣ୍ଡ ଟେକିଛି। ନଭେମ୍ବର ୧ ନିର୍ବାଚନରେ ନେତନ୍ୟାହୁ କ୍ଷମତାକୁ ଫେରିଥିବାବେଳେ ଅତିରକ୍ଷଣଶୀଳ...

ମଣିଷ ଦେହରେ କରୋନା ଟିକା :ପ୍ରଥମ ପ୍ରୟୋଗ ସଫଳ

ଓ୍ବାଶିଂଟନ,୨୦ା୫: ମହାମାରୀ କରୋନା ସଂକ୍ରମଣରୁ ମୁକ୍ତି ପାଇଁ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଟିକା ଖୋଜିବାରେ ଲାଗିଛନ୍ତି। ବୈଜ୍ଞାନିକମାନଙ୍କ ୮୦ଟି ଟିମ୍‌ ମଧ୍ୟରୁ ଅନୂ୍ୟନ ୮ଟି ଟିକା...

ବ୍ରିଟେନ୍‌ରେ ବେଆଇନ ଭାବେ ପ୍ରବାସୀଙ୍କୁ ରହିବାକୁ ଦିଆଯିବନି ଅନୁମତି:ସୁନକ

ଲଣ୍ଡନ, ୫। ୩:ପ୍ରବାସୀଙ୍କୁ ବ୍ରିଟେନ୍‌ରେ ବେଆଇନ ଢଙ୍ଗରେ ରହିବାକୁ ଅନୁମତି ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଋଷି ସୁନକ ରବିବାର ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତ୍‌କାରରେ...

ଆଫଗାନୀସ୍ତାନ ବାୟୁସେନାର ଏୟାର ଷ୍ଟ୍ରାଇକ୍‌: ୨୩ ତାଲିବାନ ଆତଙ୍କବାଦୀ ନିହତ

କାବୁଲ,୨୧।୯: ଆଫଗାନୀସ୍ତାନ ବାୟୁସେନା ପକ୍ଷରୁ ତାଲିବାନ ଆତଙ୍କବାଦୀଙ୍କ ଶିବିର ଉପରେ ଏୟାର ଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୨୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। କାନ୍ଧାହାର, ଘଜନୀ, ବାଦଘିସ୍‌...

ରୁଷିଆ ରାଷ୍ଟ୍ରଦୂତଙ୍କ ଉପରେ ଆକ୍ରମଣ

ଓ୍ବାର୍ସ,୧୦।୫: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଆକ୍ରୋଶ ଏବେ ପଡ଼ୋଶୀ ଦେଶମାନଙ୍କରେ ମଧ୍ୟ ଦେଖିବାକୁ ମିଳିଛି। ଯାହାର ଶୀକାର ଏବେ ରୁଷିଆ...

Advertisement
Archives

Model This Week