ଭାରତୀୟଙ୍କ ବିବାହ ଖର୍ଚ୍ଚ

ବାହ ପରି ଏକ ପବିତ୍ର ବନ୍ଧନ, ସାମାଜିକ ଶୃଙ୍ଖଳା ଆଣିବା ପାଇଁ ପ୍ରାୟ ଆଠଲକ୍ଷ ବର୍ଷ ହେବ ଆମ ସମାଜରେ ପ୍ରଚଳିତ। ଆମ ହିନ୍ଦୁ ପରମ୍ପରା ଅନୁସାରେ ଯେଉଁ ଝିଅ ଯାହା ହାଣ୍ଡିରେ ଚାଉଳ ପକାଇଥିବ ସେ ଘରର ବୋହୂ ହୋଇ ସେ ଯିବ। ପତ୍ନୀପତିଙ୍କ ସମ୍ପର୍କ ସ୍ବକୀୟ, ଜନ୍ମଜନ୍ମାନ୍ତର ପର୍ଯ୍ୟନ୍ତ ଅତୁଟ ରହିଥାଏ। ବିଭିନ୍ନ ଧର୍ମରେ ବିବାହ ପଦ୍ଧତି ଭିନ୍ନ ରହିଥିଲେ ମଧ୍ୟ ପତ୍ନୀପତି ଯେ ଏକ ମନ ଏକ ପ୍ରାଣ ହୋଇ ସଂସାର ସାଗରକୁ ନୌକାରେ ନିର୍ବିଘ୍ନରେ ପାର ହେବା ପାଇଁ ସ୍ନେହ, ମମତା ରୂପକ ଆହୁଲା ଧରିଥାନ୍ତି। ସମାଜକୁ ଉତ୍ତମ ସନ୍ତାନସନ୍ତତି ପ୍ରଦାନ କରି ମଣିଷ ସମାଜକୁ ଆଗକୁ ବଢ଼ାଇବା ନୈତିକ କର୍ତ୍ତବ୍ୟ।
ବିଂଶ ଶତାବ୍ଦୀରେ ଇଂଲଣ୍ଡର ରାଜକୁମାର ଚାର୍ଲସ ଓ ଡାଏନାଙ୍କ ବ୍ୟୟବହୁଳ ବିବାହ ସେତେବେଳେ ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଥିଲା। ଲୋକଦେଖାଣିଆ ହେଉ, ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବା ହେଉ ଅବା ଯିଏ ଧନର ପ୍ରାଚୁର୍ଯ୍ୟ ମଧ୍ୟରେ ଜୀବନ ବିତାଉଛନ୍ତି ସେମାନେ ବିବାହରେ ଶହ ଶହ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସମ୍ବାଦପତ୍ର, ଇଲେକ୍ଟ୍ରୋନିକ୍ସ ମିଡିଆରେ ସ୍ଥାନ ନେବାକୁ ଚାହାନ୍ତି। ଏହି ବିବାହ ଚର୍ଚ୍ଚା ବେଶ୍‌ କିଛି ଦିନ ଚାଲେ। ଏହିପରି ଏକ ଆଡ଼ମ୍ବର ଓ ବ୍ୟୟବହୁଳ ବିବାହ ବିଷୟରେ ବେଶ୍‌ ଚର୍ଚ୍ଚା ଚାଲିଛି। ତାହା ହେଉଛି ବିଶ୍ୱର ଶ୍ରେଷ୍ଠ ଦଶଜଣ ଧନୀଙ୍କ ମଧ୍ୟରେ ସ୍ଥାନ ପାଇଥିବା ଓ ଏସିଆର ଏକ ନମ୍ବର ଧନୀ ଓ ଚର୍ଚ୍ଚିତ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହରେ ୫୦୦୦ କୋଟି ଟଙ୍କା ଖର୍ଚ୍ଚ ହେବା। ଅନନ୍ତ ଅମ୍ବାନୀଙ୍କ ସହିତ ରାଧିକା ମର୍ଚ୍ଚାଣ୍ଟଙ୍କର ବାହାଘର ସମ୍ପନ୍ନ ହୋଇଛି। ଏହି ବିବାହରେ ଦେଶ ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଛି।
ଅନ୍ୟ ଦେଶ ତୁଳନାରେ ଭାରତୀୟଙ୍କ ବିବାହ ଖର୍ଚ୍ଚ ସବୁଠାରୁ ଅଧିକ। ଭାରତୀୟ ବିବାହ ବଜାର ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ହେବ। ଖାଦ୍ୟ ଓ ତେଜରାତି ସାମଗ୍ରୀ ପରେ ଭାରତୀୟ ବିବାହରେ ସର୍ବାଧିକ ଖର୍ଚ୍ଚ କରିଥାନ୍ତି। ଏଠାରେ ପାଠ ପଢ଼ାଇବାରେ ଯେତିକି ଖର୍ଚ୍ଚ କରାଯାଏ, ତାହାର ଦୁଇଗୁଣ ବିବାହରେ ଖର୍ଚ୍ଚ ହୋଇଥାଏ। ଏକ ହିସାବରୁ ଜଣାପଡ଼ିଛି ଯେଉଁମାନଙ୍କ ସମ୍ପତ୍ତିର ମୂଲ୍ୟ ୫୦ ଲକ୍ଷରୁ ୧ କୋଟି, ସେମାନେ ବିବାହରେ ୧୫ ଲକ୍ଷ ଖର୍ଚ୍ଚ କରିଥାନ୍ତି। ମୁକେଶ ଅମ୍ବାନୀ ତାଙ୍କ ସାନପୁଅ ବିବାହରେ ଖର୍ଚ୍ଚ କରୁଥିବା ୫୦୦୦ କୋଟି ଟଙ୍କା ତାଙ୍କ ସମ୍ପତ୍ତିର ୦.୦୫ ପ୍ରତିଶତ। କେତେକ ଏହାକୁ ସମର୍ଥନ କରୁଥିବା ବେଳେ ଅନେକ ଭାରତୀୟ ଏହାକୁ ସମାଲୋଚନା କରୁଛନ୍ତି। ଭାରତ ପରି ବିକାଶଶୀଳ ରାଷ୍ଟ୍ରରେ କୋଟି କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। କେତେକ ଅର୍ଦ୍ଧାହାରରେ ବଞ୍ଚତ୍ଛନ୍ତି। ଏହି ଅର୍ଥରେ ୧୫ଟି ଡାକ୍ତରଖାନା ଖୋଲି ପାରିଥାନ୍ତା, ଯେଉଁଠି ଲୋକଙ୍କ ପାଖରେ ଉତ୍ତମ ସ୍ବାସ୍ଥ୍ୟହେବା ପହଞ୍ଚତ୍ ପାରୁନାହିଁ, ପ୍ରି ଓ୍ବେଡିଂରେ ଖର୍ଚ୍ଚ ହୋଇଛି ୨୫୦୦ କୋଟି।
ଭାରତରେ ବର୍ଷକୁ ୮୦ଲକ୍ଷରୁ ୧ କୋଟି ବିବାହ ହୋଇଥାଏ। ଚାଇନାରେ ବାର୍ଷିକ ୭୦ରୁ ୮୦ ଲକ୍ଷ, ଆମେରିକାରେ ୨୦ରୁ ୨୫ ଲକ୍ଷ ବିବାହ ହୋଇଥାଏ। ଆମେରିକା ବିବାହ ବଜାର ୭ କୋଟି ଡଲାର। ପରନ୍ତୁ ଭାରତୀୟଙ୍କର ଏହାଠାରୁ ଦୁଇଗୁଣରୁ ଅଧିକ। ଚାଇନାର ବିବାହ ବଜାର ୧୭୦୦ କୋଟି ଡଲାର।
ଭାରତରେ ବିବାହ ଏକ ଉତ୍ସବ ଭଳି ଅନୁଷ୍ଠିତ ହୋଇଥାଏ। ଯେଉଁଥିରେ ବିଶେଷ ଭାବରେ ଅଳଂକାର, ପୋଷାକ ଉପରେ ଅଧିକ ଖର୍ଚ୍ଚ ହୋଇଥାଏ। ଏହା ଉପରେ ଅଙ୍କୁଶ ଲଗାଇବାକୁ ରାଜନୈତିକ ଉଦ୍ୟମ ସତ୍ତ୍ୱେ ଦେଶ ତଥା ବିଦେଶରେ ଅନୁଷ୍ଠିତ ହେଉଥିବା ବ୍ୟୟବହୁଳ ବିବାହ ଭାରତୀୟ ବୈଭବକୁ ପ୍ରଦର୍ଶିତ କରୁଛି। ଏଠାରେ ପ୍ରକାଶଯୋଗ୍ୟ, ଯେଉଁ ନେତାମାନେ ଏହାକୁ କଥାରେ ବିରୋଧ କରିଥାନ୍ତି ପ୍ରକାରାନ୍ତେ ସେମାନଙ୍କ ବିବାହ, ଭାଇ, ଭଉଣୀ, ପୁଅ, ଝିଅଙ୍କ ବିବାହରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବାହାଦୁରି ନେଇଥାନ୍ତି। ଖବରକାଗଜର ପୃଷ୍ଠା ମଣ୍ଡନ ସହିତ ଟେଲିଭିଜନରେ ପ୍ରଦର୍ଶିତ ହୋଇଥାଏ।
ବିଶ୍ୱରେ ଭାରତ ହେଉଛି ସର୍ବବୃହତ୍‌ ବିବାହସ୍ଥଳ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ବିବାହ କେବଳ ବିଶିଷ୍ଟ ସ୍ଥାନରେ ଶୁଭ ଦିନରେ ହୋଇଥାଏ, ଯାହା ପ୍ରତିବର୍ଷ ବଦଳିଥାଏ। ବିବାହ ପୂର୍ବରୁ ବରଦେଖା, କନ୍ୟାଦେଖା ପର୍ବ ଓ ରିଂଗ ସେଲିବ୍ରେଶନରେ କୋଟି କୋଟି ଖର୍ଚ୍ଚ ହୋଇଥାଏ। ଭାରତୀୟମାନେ ବିବାହରେ ଖର୍ଚ୍ଚ କରିବାକୁ ଭଲପାଆନ୍ତି। ପଡ଼ୋଶୀ ଘର ବାହାଘରଠାରୁ ଅଧିକ ଖର୍ଚ୍ଚ କରି ବାହାଦୁରି ନେବା, ବାଣ, ରୋଶଣି, ଅଧିକ ବରଯାତ୍ରୀ ନେଇ ମଦର ବନ୍ୟା ସୃଷ୍ଟି କରିବାକୁ ଭଲପାଆନ୍ତି।
ଭାରତରେ ଯେତିକି ପରିମାଣରେ ଅଳଙ୍କାର କିଣାଯାଏ, ତାହାର ଅଧା ବିବାହ ପାଇଁ କିଣାଯାଏ। ତେଣୁ ବିଶ୍ୱସ୍ତରରେ ଭାରତୀୟ ବ୍ୟାଙ୍କ ଓ ଲୋକଙ୍କ ପାଖରେ ୪୦ ପ୍ରତିଶତ ସୁନା ଗଚ୍ଛିତ ଥାଏ। ଭାରତୀୟ ବଜାର ସୁନାର ଗନ୍ତାଘର। ବିବାହରେ ଯିଏ ଯେତେ ସୁନା କାରବାର କଲା, ଯିଏ ଯେତେ ପିନ୍ଧି ପାରିଲା, ସେତେ ଆତ୍ମସନ୍ତୋଷ ପାଆନ୍ତି। ଭାରତରେ ବିବାହରେ ଯେତିକି ଖର୍ଚ୍ଚ ହୁଏ ପାଠପଢ଼ାରେ ଅଧା। ପରନ୍ତୁ ଆମେରିକାରେ ପାଠପଢ଼ାରେ ଯେତିକି ଖର୍ଚ୍ଚ ହୁଏ, ବିବାହରେ ତାର ଅଧାରୁ କମ୍‌ ଖର୍ଚ୍ଚ ହୁଏ।
ବିବାହରେ ଅଧିକ ଖର୍ଚ୍ଚ କରି ବାଣଫୁଟାଇ ପରିବେଶ ପ୍ରଦୂଷଣ କରିବା ଗର୍ହିତ ଅପରାଧ। ୬୦ରୁ ୭୦ ପ୍ରକାର ବ୍ୟଞ୍ଜନ କ’ଣ ଜଣେ ଲୋକ ଖାଇପାରବ? ଲକ୍ଷ ଲକ୍ଷ ଟଙ୍କାର ଖାଦ୍ୟ ନଷ୍ଟ ହେବା ବେଳେ, ଦେଶରେ କୋଟି କୋଟି ସଂଖ୍ୟାରେ ଲୋକ ଅର୍ଦ୍ଧାହାରରେ ବଞ୍ଚତ୍ ରହିଛନ୍ତି। ବ୍ୟୟବହୁଳ ବିବାହ, ମୋଟାଅଙ୍କର ଯୌତୁକ, ସୁନା ଅଳଂକାର ପାଇଁ ଲୋକେ ରୁନ୍ଧି ହେଉଛନ୍ତି। କେତେକ ଜମିବାଡ଼ି ବିକୁଛନ୍ତି, କେତେକ ନବବିହାହିତ ଦମ୍ପତି ଭୟରେ ପୁଅ ହେଉ ଅବା ଝିଅ ଘରେ ଅଟକି ଯାଉଛନ୍ତି। ବିବାହରେ ମଧ୍ୟବିତ୍ତମାନେ ନିମ୍ନମଧ୍ୟବିତ୍ତକୁ ଖସି ଆସିବା ଓ ନିମ୍ନବିତ୍ତମାନେ ଦାରିଦ୍ର୍ୟ ସୀମାରେଖା ତଳକୁ ଖସିଯିବାରୁ ଭାରତର ଦାରିଦ୍ର୍ୟ ବଢ଼ିବାର ମୁଖ୍ୟ କାରଣ। ବ୍ୟୟବହୁଳ ବିବାହ କେବେହେଲେ ଶ୍ରେଷ୍ଠ ହୋଇ ପାରିବ ନାହିଁ। ଯେଉଁ ବିବାହ ବିନା ଯୌତୁକ, ବିନା ଖର୍ଚ୍ଚରେ ହୁଏ ତାହାହିଁ ଶ୍ରେଷ୍ଠ ପଦବାଚ୍ୟ। ଏମାନଙ୍କୁ ସରକାର ଓ ବିଭିନ୍ନ ଅନୁଷ୍ଠାନ ପୁରସ୍କୃତ କଲେ ହୁଏତ ଏହିଧାରା ଚାଲୁରୁହନ୍ତା।

ଅଭିମନ୍ୟୁ ଧଳ
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ:୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?