ଭାରତୀୟଙ୍କ ବିବାହ ଖର୍ଚ୍ଚ

ବାହ ପରି ଏକ ପବିତ୍ର ବନ୍ଧନ, ସାମାଜିକ ଶୃଙ୍ଖଳା ଆଣିବା ପାଇଁ ପ୍ରାୟ ଆଠଲକ୍ଷ ବର୍ଷ ହେବ ଆମ ସମାଜରେ ପ୍ରଚଳିତ। ଆମ ହିନ୍ଦୁ ପରମ୍ପରା ଅନୁସାରେ ଯେଉଁ ଝିଅ ଯାହା ହାଣ୍ଡିରେ ଚାଉଳ ପକାଇଥିବ ସେ ଘରର ବୋହୂ ହୋଇ ସେ ଯିବ। ପତ୍ନୀପତିଙ୍କ ସମ୍ପର୍କ ସ୍ବକୀୟ, ଜନ୍ମଜନ୍ମାନ୍ତର ପର୍ଯ୍ୟନ୍ତ ଅତୁଟ ରହିଥାଏ। ବିଭିନ୍ନ ଧର୍ମରେ ବିବାହ ପଦ୍ଧତି ଭିନ୍ନ ରହିଥିଲେ ମଧ୍ୟ ପତ୍ନୀପତି ଯେ ଏକ ମନ ଏକ ପ୍ରାଣ ହୋଇ ସଂସାର ସାଗରକୁ ନୌକାରେ ନିର୍ବିଘ୍ନରେ ପାର ହେବା ପାଇଁ ସ୍ନେହ, ମମତା ରୂପକ ଆହୁଲା ଧରିଥାନ୍ତି। ସମାଜକୁ ଉତ୍ତମ ସନ୍ତାନସନ୍ତତି ପ୍ରଦାନ କରି ମଣିଷ ସମାଜକୁ ଆଗକୁ ବଢ଼ାଇବା ନୈତିକ କର୍ତ୍ତବ୍ୟ।
ବିଂଶ ଶତାବ୍ଦୀରେ ଇଂଲଣ୍ଡର ରାଜକୁମାର ଚାର୍ଲସ ଓ ଡାଏନାଙ୍କ ବ୍ୟୟବହୁଳ ବିବାହ ସେତେବେଳେ ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଥିଲା। ଲୋକଦେଖାଣିଆ ହେଉ, ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବା ହେଉ ଅବା ଯିଏ ଧନର ପ୍ରାଚୁର୍ଯ୍ୟ ମଧ୍ୟରେ ଜୀବନ ବିତାଉଛନ୍ତି ସେମାନେ ବିବାହରେ ଶହ ଶହ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସମ୍ବାଦପତ୍ର, ଇଲେକ୍ଟ୍ରୋନିକ୍ସ ମିଡିଆରେ ସ୍ଥାନ ନେବାକୁ ଚାହାନ୍ତି। ଏହି ବିବାହ ଚର୍ଚ୍ଚା ବେଶ୍‌ କିଛି ଦିନ ଚାଲେ। ଏହିପରି ଏକ ଆଡ଼ମ୍ବର ଓ ବ୍ୟୟବହୁଳ ବିବାହ ବିଷୟରେ ବେଶ୍‌ ଚର୍ଚ୍ଚା ଚାଲିଛି। ତାହା ହେଉଛି ବିଶ୍ୱର ଶ୍ରେଷ୍ଠ ଦଶଜଣ ଧନୀଙ୍କ ମଧ୍ୟରେ ସ୍ଥାନ ପାଇଥିବା ଓ ଏସିଆର ଏକ ନମ୍ବର ଧନୀ ଓ ଚର୍ଚ୍ଚିତ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହରେ ୫୦୦୦ କୋଟି ଟଙ୍କା ଖର୍ଚ୍ଚ ହେବା। ଅନନ୍ତ ଅମ୍ବାନୀଙ୍କ ସହିତ ରାଧିକା ମର୍ଚ୍ଚାଣ୍ଟଙ୍କର ବାହାଘର ସମ୍ପନ୍ନ ହୋଇଛି। ଏହି ବିବାହରେ ଦେଶ ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଛି।
ଅନ୍ୟ ଦେଶ ତୁଳନାରେ ଭାରତୀୟଙ୍କ ବିବାହ ଖର୍ଚ୍ଚ ସବୁଠାରୁ ଅଧିକ। ଭାରତୀୟ ବିବାହ ବଜାର ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ହେବ। ଖାଦ୍ୟ ଓ ତେଜରାତି ସାମଗ୍ରୀ ପରେ ଭାରତୀୟ ବିବାହରେ ସର୍ବାଧିକ ଖର୍ଚ୍ଚ କରିଥାନ୍ତି। ଏଠାରେ ପାଠ ପଢ଼ାଇବାରେ ଯେତିକି ଖର୍ଚ୍ଚ କରାଯାଏ, ତାହାର ଦୁଇଗୁଣ ବିବାହରେ ଖର୍ଚ୍ଚ ହୋଇଥାଏ। ଏକ ହିସାବରୁ ଜଣାପଡ଼ିଛି ଯେଉଁମାନଙ୍କ ସମ୍ପତ୍ତିର ମୂଲ୍ୟ ୫୦ ଲକ୍ଷରୁ ୧ କୋଟି, ସେମାନେ ବିବାହରେ ୧୫ ଲକ୍ଷ ଖର୍ଚ୍ଚ କରିଥାନ୍ତି। ମୁକେଶ ଅମ୍ବାନୀ ତାଙ୍କ ସାନପୁଅ ବିବାହରେ ଖର୍ଚ୍ଚ କରୁଥିବା ୫୦୦୦ କୋଟି ଟଙ୍କା ତାଙ୍କ ସମ୍ପତ୍ତିର ୦.୦୫ ପ୍ରତିଶତ। କେତେକ ଏହାକୁ ସମର୍ଥନ କରୁଥିବା ବେଳେ ଅନେକ ଭାରତୀୟ ଏହାକୁ ସମାଲୋଚନା କରୁଛନ୍ତି। ଭାରତ ପରି ବିକାଶଶୀଳ ରାଷ୍ଟ୍ରରେ କୋଟି କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। କେତେକ ଅର୍ଦ୍ଧାହାରରେ ବଞ୍ଚତ୍ଛନ୍ତି। ଏହି ଅର୍ଥରେ ୧୫ଟି ଡାକ୍ତରଖାନା ଖୋଲି ପାରିଥାନ୍ତା, ଯେଉଁଠି ଲୋକଙ୍କ ପାଖରେ ଉତ୍ତମ ସ୍ବାସ୍ଥ୍ୟହେବା ପହଞ୍ଚତ୍ ପାରୁନାହିଁ, ପ୍ରି ଓ୍ବେଡିଂରେ ଖର୍ଚ୍ଚ ହୋଇଛି ୨୫୦୦ କୋଟି।
ଭାରତରେ ବର୍ଷକୁ ୮୦ଲକ୍ଷରୁ ୧ କୋଟି ବିବାହ ହୋଇଥାଏ। ଚାଇନାରେ ବାର୍ଷିକ ୭୦ରୁ ୮୦ ଲକ୍ଷ, ଆମେରିକାରେ ୨୦ରୁ ୨୫ ଲକ୍ଷ ବିବାହ ହୋଇଥାଏ। ଆମେରିକା ବିବାହ ବଜାର ୭ କୋଟି ଡଲାର। ପରନ୍ତୁ ଭାରତୀୟଙ୍କର ଏହାଠାରୁ ଦୁଇଗୁଣରୁ ଅଧିକ। ଚାଇନାର ବିବାହ ବଜାର ୧୭୦୦ କୋଟି ଡଲାର।
ଭାରତରେ ବିବାହ ଏକ ଉତ୍ସବ ଭଳି ଅନୁଷ୍ଠିତ ହୋଇଥାଏ। ଯେଉଁଥିରେ ବିଶେଷ ଭାବରେ ଅଳଂକାର, ପୋଷାକ ଉପରେ ଅଧିକ ଖର୍ଚ୍ଚ ହୋଇଥାଏ। ଏହା ଉପରେ ଅଙ୍କୁଶ ଲଗାଇବାକୁ ରାଜନୈତିକ ଉଦ୍ୟମ ସତ୍ତ୍ୱେ ଦେଶ ତଥା ବିଦେଶରେ ଅନୁଷ୍ଠିତ ହେଉଥିବା ବ୍ୟୟବହୁଳ ବିବାହ ଭାରତୀୟ ବୈଭବକୁ ପ୍ରଦର୍ଶିତ କରୁଛି। ଏଠାରେ ପ୍ରକାଶଯୋଗ୍ୟ, ଯେଉଁ ନେତାମାନେ ଏହାକୁ କଥାରେ ବିରୋଧ କରିଥାନ୍ତି ପ୍ରକାରାନ୍ତେ ସେମାନଙ୍କ ବିବାହ, ଭାଇ, ଭଉଣୀ, ପୁଅ, ଝିଅଙ୍କ ବିବାହରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବାହାଦୁରି ନେଇଥାନ୍ତି। ଖବରକାଗଜର ପୃଷ୍ଠା ମଣ୍ଡନ ସହିତ ଟେଲିଭିଜନରେ ପ୍ରଦର୍ଶିତ ହୋଇଥାଏ।
ବିଶ୍ୱରେ ଭାରତ ହେଉଛି ସର୍ବବୃହତ୍‌ ବିବାହସ୍ଥଳ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ବିବାହ କେବଳ ବିଶିଷ୍ଟ ସ୍ଥାନରେ ଶୁଭ ଦିନରେ ହୋଇଥାଏ, ଯାହା ପ୍ରତିବର୍ଷ ବଦଳିଥାଏ। ବିବାହ ପୂର୍ବରୁ ବରଦେଖା, କନ୍ୟାଦେଖା ପର୍ବ ଓ ରିଂଗ ସେଲିବ୍ରେଶନରେ କୋଟି କୋଟି ଖର୍ଚ୍ଚ ହୋଇଥାଏ। ଭାରତୀୟମାନେ ବିବାହରେ ଖର୍ଚ୍ଚ କରିବାକୁ ଭଲପାଆନ୍ତି। ପଡ଼ୋଶୀ ଘର ବାହାଘରଠାରୁ ଅଧିକ ଖର୍ଚ୍ଚ କରି ବାହାଦୁରି ନେବା, ବାଣ, ରୋଶଣି, ଅଧିକ ବରଯାତ୍ରୀ ନେଇ ମଦର ବନ୍ୟା ସୃଷ୍ଟି କରିବାକୁ ଭଲପାଆନ୍ତି।
ଭାରତରେ ଯେତିକି ପରିମାଣରେ ଅଳଙ୍କାର କିଣାଯାଏ, ତାହାର ଅଧା ବିବାହ ପାଇଁ କିଣାଯାଏ। ତେଣୁ ବିଶ୍ୱସ୍ତରରେ ଭାରତୀୟ ବ୍ୟାଙ୍କ ଓ ଲୋକଙ୍କ ପାଖରେ ୪୦ ପ୍ରତିଶତ ସୁନା ଗଚ୍ଛିତ ଥାଏ। ଭାରତୀୟ ବଜାର ସୁନାର ଗନ୍ତାଘର। ବିବାହରେ ଯିଏ ଯେତେ ସୁନା କାରବାର କଲା, ଯିଏ ଯେତେ ପିନ୍ଧି ପାରିଲା, ସେତେ ଆତ୍ମସନ୍ତୋଷ ପାଆନ୍ତି। ଭାରତରେ ବିବାହରେ ଯେତିକି ଖର୍ଚ୍ଚ ହୁଏ ପାଠପଢ଼ାରେ ଅଧା। ପରନ୍ତୁ ଆମେରିକାରେ ପାଠପଢ଼ାରେ ଯେତିକି ଖର୍ଚ୍ଚ ହୁଏ, ବିବାହରେ ତାର ଅଧାରୁ କମ୍‌ ଖର୍ଚ୍ଚ ହୁଏ।
ବିବାହରେ ଅଧିକ ଖର୍ଚ୍ଚ କରି ବାଣଫୁଟାଇ ପରିବେଶ ପ୍ରଦୂଷଣ କରିବା ଗର୍ହିତ ଅପରାଧ। ୬୦ରୁ ୭୦ ପ୍ରକାର ବ୍ୟଞ୍ଜନ କ’ଣ ଜଣେ ଲୋକ ଖାଇପାରବ? ଲକ୍ଷ ଲକ୍ଷ ଟଙ୍କାର ଖାଦ୍ୟ ନଷ୍ଟ ହେବା ବେଳେ, ଦେଶରେ କୋଟି କୋଟି ସଂଖ୍ୟାରେ ଲୋକ ଅର୍ଦ୍ଧାହାରରେ ବଞ୍ଚତ୍ ରହିଛନ୍ତି। ବ୍ୟୟବହୁଳ ବିବାହ, ମୋଟାଅଙ୍କର ଯୌତୁକ, ସୁନା ଅଳଂକାର ପାଇଁ ଲୋକେ ରୁନ୍ଧି ହେଉଛନ୍ତି। କେତେକ ଜମିବାଡ଼ି ବିକୁଛନ୍ତି, କେତେକ ନବବିହାହିତ ଦମ୍ପତି ଭୟରେ ପୁଅ ହେଉ ଅବା ଝିଅ ଘରେ ଅଟକି ଯାଉଛନ୍ତି। ବିବାହରେ ମଧ୍ୟବିତ୍ତମାନେ ନିମ୍ନମଧ୍ୟବିତ୍ତକୁ ଖସି ଆସିବା ଓ ନିମ୍ନବିତ୍ତମାନେ ଦାରିଦ୍ର୍ୟ ସୀମାରେଖା ତଳକୁ ଖସିଯିବାରୁ ଭାରତର ଦାରିଦ୍ର୍ୟ ବଢ଼ିବାର ମୁଖ୍ୟ କାରଣ। ବ୍ୟୟବହୁଳ ବିବାହ କେବେହେଲେ ଶ୍ରେଷ୍ଠ ହୋଇ ପାରିବ ନାହିଁ। ଯେଉଁ ବିବାହ ବିନା ଯୌତୁକ, ବିନା ଖର୍ଚ୍ଚରେ ହୁଏ ତାହାହିଁ ଶ୍ରେଷ୍ଠ ପଦବାଚ୍ୟ। ଏମାନଙ୍କୁ ସରକାର ଓ ବିଭିନ୍ନ ଅନୁଷ୍ଠାନ ପୁରସ୍କୃତ କଲେ ହୁଏତ ଏହିଧାରା ଚାଲୁରୁହନ୍ତା।

ଅଭିମନ୍ୟୁ ଧଳ
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ:୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri