ଜିଡିପି ବୃଦ୍ଧି ପରିବାରକୁ ସଙ୍କୁଚିତ କରେ

ମ ଦେଶର ଜିଡିପି(ଗ୍ରସ୍‌ ଡୋମେଷ୍ଟିକ୍‌ ପ୍ରଡକ୍ଟ, ସ୍ଥୂଳ ଆଭ୍ୟନ୍ତରୀଣ ଉପତ୍ାଦନ) ପୃଥିବୀରେ ୫ମ ସ୍ଥାନକୁ ଆସିଯାଇଛି। ଆମକୁ ଦିନେ ଶାସନ କରୁଥିବା ଦେଶ ବିଲାତକୁ ଆମେ ପଛରେ ପକାଇଦେଲୁଣି ବୋଲି ଆମେ ଗର୍ବ କରୁଛୁ। ୟୁଏସ୍‌ଏ, ଚାଇନା, ଜର୍ମାନୀ ଓ ଜାପାନ ତଳକୁ ଆମେ। ଆଉ ୫ ବର୍ଷରେ ତୃତୀୟ ସ୍ଥାନକୁ ଆସିଯିବୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାବି କରୁଛନ୍ତି। ଦେଶମାନେ ନିଜର ଜିଡିପି ବଢାଇବାରେ ପ୍ରତିଯୋଗିତା କଲାବେଳେ ଭୁଲିଯାଉଛନ୍ତି କିପରି ଜିଡିପି ବଢାଇବାର ପ୍ରଚେଷ୍ଟା ପରିବାରକୁ ନଷ୍ଟ କରୁଛି। ଯେଉଁ ଦେଶର ଜିଡିପି ଯେତେ ବେଶି ବଢୁଛି ସେ ଦେଶରେ ପରିବାର ଆକାର କ୍ଷୁଦ୍ରତର ହେବାରେ ଲାଗିଛି। ରୋଜଗାରକୁ ଏତେ ପ୍ରାଧାନ୍ୟ ଦିଆଯାଉଛି ଯେ ଯୁବତୀ ଯୁବକମାନେ ଗାଡି ଆଉ କୋଠା କିଣିବାର ଅର୍ଥ ଯୋଗାଡ ନ କରିବା ଯାଏ ସନ୍ତାନସନ୍ତତି ଚାହୁଁନାହାନ୍ତି। ରୋଜଗାର ମୁଖ୍ୟ, ପରିବାର ଗଢିବା ଗୌଣ। ଯେଉଁ ବିକଶିତ ଓ ବିକାଶଶୀଳ ଦେଶରେ ଯେତେ ବେଶି ଶତାଂଶ ପରିବାର ନିଃସନ୍ତାନ ଅଛନ୍ତି ସେ ଦେଶର ଜିଡିପି ସେତେ ବେଶି ଦିଶୁଛି; ମୁଣ୍ଡପିଛା ଆୟ ତ ସହଜେ ବେଶି ବୋଲି ଜଳ ଜଳ ଦିଶୁଛି। କ୍ଷୁଦ୍ର ପରିବାର ଓ ମୁଣ୍ଡପିଛା ଆୟ ଭିତରେ ଦୃଢ ସମ୍ପର୍କ! ଏକୁଟିଆ ରହୁଥିବା ବ୍ୟକ୍ତିର ଆୟ ତା’ର ଜୀବନଧାରଣ ଢାଞ୍ଚାକୁ କୁବେରସ୍ତରୀୟ କରିପାରେ-ଗାଡିଘୋଡା ଓ କୋଠାବାଡିରେ ଅନ୍ୟମାନଙ୍କ ସମ୍ମାନର ପାତ୍ର ହୋଇଯାଏ, ବିଭିନ୍ନ ସାମାଜିକ ଓ ଧର୍ମାନୁଷ୍ଠାନରେ ମୁଖ୍ୟ ଅତିଥି ହେବାର ନିମନ୍ତ୍ରଣ ପାଏ। ଉଚ୍ଚ ଜିଡିପିର ଦେଶ ଓ ଉଚ୍ଚ ଆୟର ବ୍ୟକ୍ତିଙ୍କ ବିଷୟରେ ଅନୁଶୀଳନ କଲେ ଆମେ ଡେନ୍‌ମାର୍କ ଓ ଫିନ୍‌ଲାଣ୍ଡର ଉଦାହରଣ ନେଉ, ଯେଉଁଠି ଏକ ପଞ୍ଚମାଂଶ ଲୋକ ଏକୁଟିଆ ଅଛନ୍ତି। ଲାଟିନ୍‌ ଆମେରିକା ଓ ଆଫ୍ରିକାର ଦେଶମାନଙ୍କରେ ଯେଉଁଠି ଦୁଇ ତିନି ପିଢିର ଲୋକ ଏକାଠି ପରିବାରରେ ରହନ୍ତି, ସେଠାରେ ଗରିବ ବେଶି। ଯେଉଁ ଦେଶରେ ଜିଡିପି ଦ୍ରୁତ ଗତିରେ ବଢିପାରୁନାହିଁ ସେଠାରେ ବହୁ ସଂଖ୍ୟାରେ ବୃହଦାକାୟ ପରିବାର ଅଛି, ଜଣେ ଦୁଇ ଜଣ ରୋଜଗାରିଙ୍କ ଉପରେ ପାଞ୍ଚ ସାତ ବେରୋଜଗାରି କୁଟୁମ୍ବ ନିର୍ଭର କରନ୍ତି। ବର୍ତ୍ତମାନ ତୃତୀୟ ବୃହତ୍ତମ ଜିଡିପି ରାଷ୍ଟ୍ର ଜର୍ମାନୀରେ ପରିବାରରେ କୁଟୁମ୍ବ ସଂଖ୍ୟା ହାରାହାରି ୩ରୁ କମ୍‌। ଗରିବ ଆଫ୍ରିକୀୟ ଦେଶ ଜାମ୍ବିଆରେ ପରିବାରରେ ହାରାହାରି କୁଟୁମ୍ବ ସଂଖ୍ୟା ୧୪।
ଏଥିରୁ ଦୁଇଟି କଥା ଆମେ ଦେଖୁଛୁ ଓ ବଜାର ବି ତାହା ଚାହୁଁଛି । ରୋଜଗାରକ୍ଷମ ବ୍ୟକ୍ତି ଏକୁଟିଆ ରହିଲେ, ବିବାହିତ ହୋଇଥିଲେ ଦୁହେଁ ରୋଜଗାରିଆ ହୋଇଥିଲେ ବେଶ୍‌ ଚଳଚଞ୍ଚଳ ହୋଇପାରିବେ, ରୋଜଗାରର ଉଦ୍ଦେଶ୍ୟରେ ସପ୍ତାହକୁ ସାତଦିନ ଦିନକୁ ଚବିଶ ଘଣ୍ଟା (ଟ୍ବେଣ୍ଟିଫୋର୍‌ ବାଇ ସେଭେନ୍‌) ଖଟିପାରିବେ, ବେଶି ରୋଜଗାର କରିବା ଇଚ୍ଛା ପୂରଣ ହୋଇପାରିବ। ତା’ ଛଡା ବିକଶିତ ଦେଶମାନଙ୍କରେ ରହିଥିବା ଲୋକଙ୍କ ପରି ତାଙ୍କର ପ୍ରାଇଭେସି ରହିବ: ଗୁମର, ଏକାନ୍ତତା ଓ ଗୋପନୀୟତା ସବୁ କିଛି। ସେ ଚାକିରିଆ ରଖିପାରିବ, ଯାହା ବଡ ବଡ ଫାମିଲି କରୁଥିଲା ସେ ତାହା ଏକୁଟିଆ କରିପାରିବ। ଦିନ ଆସିବ ମା’ବାପା ଅଲଗା ଅଲଗା ଜାଗାରେ କାମ କରୁଥିବାରୁ ଅଲଗା ଅଲଗା ରହିବେ। କେତେକ ଦେଶରେ ଏପରି ଘଟିଲାଣି ଗୋଟିଏ ପିଲା ଥିଲେ ବି ବାପା କିମ୍ବା ମା’ ସାଙ୍ଗରେ ରହୁନାହିଁ – ଏ ତ ଆଗକାଳର ୧୯୨୭ରୁ ୧୯୩୩ ଯାଏ ସୋଭିଏଟ୍‌ ରୁଷିଆରେ ଚାଲିଥିବା କଲେକ୍ଟିଭ୍‌ ଫାର୍ମିଂ (kolkhozy)ର ପିଲାମାନେ ସରକାରଙ୍କ କେଆରରେ ରହୁଥିଲା ଭଳି ଏମାନେ କମ୍ପାନୀମାନଙ୍କ ପରିଚାଳିତ ଶିଶୁ ଓ କିଶୋର କେଆର ସେଣ୍ଟରରେ ରହିବେ। ପରିବାର ସଂଜ୍ଞା ଲୁପ୍ତ ହେବା ଭଳି ଅବସ୍ଥା ଆସି ନାହିଁ। କିନ୍ତୁ ଏହାକୁ ଲୋକେ ହାଇପର୍‌ ଇଣ୍ଡିଭିଜୁଆଲିଜମ୍‌, ବ୍ୟକ୍ତି ସ୍ବତନ୍ତ୍ରତାର ଆଧିକ୍ୟ କହୁଛନ୍ତି। ଏବେ ଦେଶର ଜିଡିପି ବଢିବା କଥା କହିଲେ ନେତାମାନେ ପରିବାର କଥା କହୁନାହାନ୍ତି। ପରିବାର ସମ୍ପର୍କରେ ରାଜନୀତି କରୁଥିବା ଦେଶଗୁଡିକ ତାଙ୍କ ଦଳର ଅନୁଗାମୀ ପରିବାରକୁ ମାଗଣା ଜିନିଷ ଯୋଗାନ୍ତି, ପରିବାରକୁ ଏକାଠି କରି ରଖିବା ଚିନ୍ତା କରନ୍ତି ନାହିଁ, ବରଂ ସ୍ବାମୀ ଗୋଟିଏ ଦଳର ହୋଇଥିଲେ ସ୍ତ୍ରୀକୁ ଆଉ ଗୋଟିଏ ଦଳ ଟାଣିନିଏ। ଏଠି ପରିବାର ଭାଙ୍ଗିବା ରାଜନୀତିର ଖେଳ, ଜିଡିପି ବଢିବାର ପରୋକ୍ଷ ପ୍ରଭାବ। ଜିଡିପି ବେଶି ବଢୁ ବୋଲି ଚାହୁଁଥିବା ଦେଶମାନେ ଧନୀମାନଙ୍କ ଉପରେ ଟିକସ କମାନ୍ତି, ଫଳରେ ସେଠାରେ ଧନୀ ଗରିବ ବ୍ୟବଧାନ ବଢେ, ବେଳେ ବେଳେ ଏତେ ବଢେ ଯେ ବିଦ୍ରୋହର ଆଶଙ୍କା ଆସିଯାଏ।
ମାର୍କିନ୍‌ ଢାଞ୍ଚାର ଜିଡିପି ଯେତେ ବଢିବ ରୋଜଗାରି ପରିବାରର ଆକାର ସେତେ ଛୋଟ ହେଉଥିବ। ଦିନେ ପରିବାର ଗୋଟିଏ ପୁରୁଷର ବା ଗୋଟିଏ ନାରୀର ହେବ। ଏ ପ୍ରକାରର ଟ୍ରେଣ୍ଡ ବା ଗତି ଥମିବାର ଦିଶୁନାହିଁ। ନିଃସନ୍ତାନ ସ୍ବାମୀ ସ୍ତ୍ରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦକ୍ଷିଣ କୋରିଆରେ ପ୍ରତି ନାରୀଙ୍କ ହାରାହାରି ପିଲା ସଂଖ୍ୟା ୦.୭୨ ହେଲାଣି, ମାନେ ୧୦୦ ନାରୀ ୭୨ ପିଲା ଜନ୍ମ କରୁଛନ୍ତି, ପ୍ରତି ଶହେ ପରିବାରରେ ମାତ୍ର ୭୨ ପିଲା। ଅର୍ଥାତ୍‌ ଉପସ୍ଥିତ ପିଢିର ୨୦୦ ଲୋକ ଭବିଷ୍ୟତ ପିଢିକୁ ୭୨ ଜଣ ଛାଡୁଛନ୍ତି। ଲୋକସଂଖ୍ୟା ସମାନ ରହିବା ଲାଗି ପ୍ରତି ନାରୀ ୨.୧ ‘ଜୀବିତ’ ପିଲା ଜନ୍ମ କରିବା ଦରକାର ବୋଲି ଜନସଂଖ୍ୟା ବିଶେଷଜ୍ଞମାନେ କହନ୍ତି। ଶହେ ନାରୀ ଅର୍ଥାତ୍‌ ୨୦୦ ଲୋକଙ୍କଠାରୁ ୨୧୦ ଜୀବିତ ପିଲା ମିଳିବା ଦରକାର, ତାହାଠାରୁ କମ୍‌ ହେଲେ ଦେଶର ଜନସଂଖ୍ୟା ହ୍ରାସ ପାଇବ। ଦକ୍ଷିଣ କୋରିଆରେ ଏ ହ୍ରାସ ହାର ଓଲଟିବାର ସମ୍ଭାବନା ଦିଶୁ ନାହିଁ।
ପରିବାରର ଆକାର କେତେ ବଡ ହେବ ତାହା କହିବା ଅସୁନ୍ଦର ଲାଗେ। ସରକାର ବି ନିୟନ୍ତ୍ରଣ କରିବାକୁ ଚାହାନ୍ତି ନାହିଁ। ଯଦି ପରିବାର ନିୟୋଜନ ଯୋଜନା ଚଲାନ୍ତି, ଦୁଇଟି ପିଲା ପରେ ବନ୍ଧ୍ୟାକରଣ ବା ମୁଷ୍କଚ୍ଛେଦନର ଆୟୋଜନ କରନ୍ତି। କିନ୍ତୁ ଯାହାର ପିଲା ହେଉ ନାହିଁ ତା’ର ଅନ୍ତତଃ ଗୋଟିଏ ପିଲା ହେବା ଦରକାର ବୋଲି ନିୟମ କରିହେବ ନାହିଁ। ଲୋକେ ବ୍ୟକ୍ତିଗତ ନିଷ୍ପତ୍ତି ନେବେ ସେମାନେ ପିଲା ଚାହୁଁଛନ୍ତି କି ନାହିଁ, ଛୁଆ ନ ଚାହୁଁଥିବା ପୁରୁଷ ଜୀବନସାଥୀ ଚାହିଁବା ଉଚିତ ନୁହେଁ ବୋଲି ନିୟମ କରିହେବ ନାହିଁ, ତାହା ବ୍ୟକ୍ତିଗତ ଇଚ୍ଛା। ଜନସଂଖ୍ୟା ବୃଦ୍ଧି ଦିନେ ପୃଥିବୀକୁ ଧ୍ୱଂସ କରିବ ଓ ଜନସଂଖ୍ୟା ଭାରରେ ପୃଥିବୀ(ଆମ ପରିବେଶ)ବାସ-ଅଯୋଗ୍ୟ ହୋଇଯିବ ଏବଂ ଗରିବ ଲୋକେ ଆପେ ଆପେ ନିପାତ ହୋଇଯିବେ ବୋଲି ଗତ ୩୦ ବର୍ଷ ଧରି ପ୍ରଚାର କରୁଥିବା ବୈଜ୍ଞାନିକମାନେ ଏବେ କହିଲେଣି ଜନ୍ମ ହାର ହ୍ରାସ ପାଉଥିବା ବା ଶୂନ ଥିବା ଧନୀ ଦେଶମାନଙ୍କୁ ମାଇଗ୍ରାଣ୍ଟ ବଝିବ ନ ହେଲେ ଧନୀମାନେ ସେମାନଙ୍କ ଜୀବନର ସ୍ବାଦ ପାଇବେ ନାହିଁ। ଆଫ୍ରିକୀୟ ଲୋକେ ତ ୟୁରୋପ ସାରା ବ୍ୟାପିଲେଣି। ଦକ୍ଷିଣପନ୍ଥୀମାନେ କେତେଦିନ ଦେଶର ଅସ୍ମିତା, ଗରିମା ରକ୍ଷା କରିପାରିବେ। ଦିନେ ଯେଉଁମାନେ କହୁଥିଲେ ଗୁଡାଏ ପିଲାଛୁଆ କଲେ ଦୁନିଆ ଭାସିିଯିବ – ଏବେ କହୁଛନ୍ତି ପିଲା ସଂଖ୍ୟା କମିଲେ ଦୁନିଆ ଅକାଳରେ ଜନଶୂନ୍ୟ ହୋଇଯିବ। ଯୁବାମାନେ ବୁଢାମାନଙ୍କୁ ସମ୍ଭାଳିବା ପାଇଁ ବହୁତ ଖଟିଲେ ବୁଢାମାନେ ଜଲଦି ମରନ୍ତୁ ବୋଲି ମନେମନେ ପ୍ରାର୍ଥନା କରିବେ – ଭଲ ପିଲା ପରିବାରକୁ ଆସୁ ବୋଲି ପ୍ରାର୍ଥନା କରୁଥିବା ପରିବାରରେ ବେରୋଜଗାରି ମା’ବାପା ଜଲଦି ମରନ୍ତୁ ବୋଲି ଭାବିଲେଣି। ଏବେ ଚାଇନାରେ ଚେତା ପଶିଲା, ‘୧୯୮୦ରୁ ୨୦୧୬’ ଯାଏ ‘ଆମେ ଦୁଇ ଆମର ଏକ’ ନିୟମ ଚଳାଇଥିବା ନେତାମାନେ ୨୦୧୬ରୁ ଆମେ ଦୁଇ ଆମର ଦୁଇ କଲାଣି। ଦେଶର ଜିଡିପି ଅତୁଟ ରଖିବା ପାଇଁ ଚାଇନା କହିଲାଣି ଦୁଇରୁ ଅଧିକ ପିଲା କଲେ ସରକାରୀ ସୁବିଧା ମିଳିବ। ସମୟ ବଡ ବଳବାନ!

ସହଦେବ ସାହୁ
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?