ଜିଡିପି ବୃଦ୍ଧି ପରିବାରକୁ ସଙ୍କୁଚିତ କରେ

ମ ଦେଶର ଜିଡିପି(ଗ୍ରସ୍‌ ଡୋମେଷ୍ଟିକ୍‌ ପ୍ରଡକ୍ଟ, ସ୍ଥୂଳ ଆଭ୍ୟନ୍ତରୀଣ ଉପତ୍ାଦନ) ପୃଥିବୀରେ ୫ମ ସ୍ଥାନକୁ ଆସିଯାଇଛି। ଆମକୁ ଦିନେ ଶାସନ କରୁଥିବା ଦେଶ ବିଲାତକୁ ଆମେ ପଛରେ ପକାଇଦେଲୁଣି ବୋଲି ଆମେ ଗର୍ବ କରୁଛୁ। ୟୁଏସ୍‌ଏ, ଚାଇନା, ଜର୍ମାନୀ ଓ ଜାପାନ ତଳକୁ ଆମେ। ଆଉ ୫ ବର୍ଷରେ ତୃତୀୟ ସ୍ଥାନକୁ ଆସିଯିବୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାବି କରୁଛନ୍ତି। ଦେଶମାନେ ନିଜର ଜିଡିପି ବଢାଇବାରେ ପ୍ରତିଯୋଗିତା କଲାବେଳେ ଭୁଲିଯାଉଛନ୍ତି କିପରି ଜିଡିପି ବଢାଇବାର ପ୍ରଚେଷ୍ଟା ପରିବାରକୁ ନଷ୍ଟ କରୁଛି। ଯେଉଁ ଦେଶର ଜିଡିପି ଯେତେ ବେଶି ବଢୁଛି ସେ ଦେଶରେ ପରିବାର ଆକାର କ୍ଷୁଦ୍ରତର ହେବାରେ ଲାଗିଛି। ରୋଜଗାରକୁ ଏତେ ପ୍ରାଧାନ୍ୟ ଦିଆଯାଉଛି ଯେ ଯୁବତୀ ଯୁବକମାନେ ଗାଡି ଆଉ କୋଠା କିଣିବାର ଅର୍ଥ ଯୋଗାଡ ନ କରିବା ଯାଏ ସନ୍ତାନସନ୍ତତି ଚାହୁଁନାହାନ୍ତି। ରୋଜଗାର ମୁଖ୍ୟ, ପରିବାର ଗଢିବା ଗୌଣ। ଯେଉଁ ବିକଶିତ ଓ ବିକାଶଶୀଳ ଦେଶରେ ଯେତେ ବେଶି ଶତାଂଶ ପରିବାର ନିଃସନ୍ତାନ ଅଛନ୍ତି ସେ ଦେଶର ଜିଡିପି ସେତେ ବେଶି ଦିଶୁଛି; ମୁଣ୍ଡପିଛା ଆୟ ତ ସହଜେ ବେଶି ବୋଲି ଜଳ ଜଳ ଦିଶୁଛି। କ୍ଷୁଦ୍ର ପରିବାର ଓ ମୁଣ୍ଡପିଛା ଆୟ ଭିତରେ ଦୃଢ ସମ୍ପର୍କ! ଏକୁଟିଆ ରହୁଥିବା ବ୍ୟକ୍ତିର ଆୟ ତା’ର ଜୀବନଧାରଣ ଢାଞ୍ଚାକୁ କୁବେରସ୍ତରୀୟ କରିପାରେ-ଗାଡିଘୋଡା ଓ କୋଠାବାଡିରେ ଅନ୍ୟମାନଙ୍କ ସମ୍ମାନର ପାତ୍ର ହୋଇଯାଏ, ବିଭିନ୍ନ ସାମାଜିକ ଓ ଧର୍ମାନୁଷ୍ଠାନରେ ମୁଖ୍ୟ ଅତିଥି ହେବାର ନିମନ୍ତ୍ରଣ ପାଏ। ଉଚ୍ଚ ଜିଡିପିର ଦେଶ ଓ ଉଚ୍ଚ ଆୟର ବ୍ୟକ୍ତିଙ୍କ ବିଷୟରେ ଅନୁଶୀଳନ କଲେ ଆମେ ଡେନ୍‌ମାର୍କ ଓ ଫିନ୍‌ଲାଣ୍ଡର ଉଦାହରଣ ନେଉ, ଯେଉଁଠି ଏକ ପଞ୍ଚମାଂଶ ଲୋକ ଏକୁଟିଆ ଅଛନ୍ତି। ଲାଟିନ୍‌ ଆମେରିକା ଓ ଆଫ୍ରିକାର ଦେଶମାନଙ୍କରେ ଯେଉଁଠି ଦୁଇ ତିନି ପିଢିର ଲୋକ ଏକାଠି ପରିବାରରେ ରହନ୍ତି, ସେଠାରେ ଗରିବ ବେଶି। ଯେଉଁ ଦେଶରେ ଜିଡିପି ଦ୍ରୁତ ଗତିରେ ବଢିପାରୁନାହିଁ ସେଠାରେ ବହୁ ସଂଖ୍ୟାରେ ବୃହଦାକାୟ ପରିବାର ଅଛି, ଜଣେ ଦୁଇ ଜଣ ରୋଜଗାରିଙ୍କ ଉପରେ ପାଞ୍ଚ ସାତ ବେରୋଜଗାରି କୁଟୁମ୍ବ ନିର୍ଭର କରନ୍ତି। ବର୍ତ୍ତମାନ ତୃତୀୟ ବୃହତ୍ତମ ଜିଡିପି ରାଷ୍ଟ୍ର ଜର୍ମାନୀରେ ପରିବାରରେ କୁଟୁମ୍ବ ସଂଖ୍ୟା ହାରାହାରି ୩ରୁ କମ୍‌। ଗରିବ ଆଫ୍ରିକୀୟ ଦେଶ ଜାମ୍ବିଆରେ ପରିବାରରେ ହାରାହାରି କୁଟୁମ୍ବ ସଂଖ୍ୟା ୧୪।
ଏଥିରୁ ଦୁଇଟି କଥା ଆମେ ଦେଖୁଛୁ ଓ ବଜାର ବି ତାହା ଚାହୁଁଛି । ରୋଜଗାରକ୍ଷମ ବ୍ୟକ୍ତି ଏକୁଟିଆ ରହିଲେ, ବିବାହିତ ହୋଇଥିଲେ ଦୁହେଁ ରୋଜଗାରିଆ ହୋଇଥିଲେ ବେଶ୍‌ ଚଳଚଞ୍ଚଳ ହୋଇପାରିବେ, ରୋଜଗାରର ଉଦ୍ଦେଶ୍ୟରେ ସପ୍ତାହକୁ ସାତଦିନ ଦିନକୁ ଚବିଶ ଘଣ୍ଟା (ଟ୍ବେଣ୍ଟିଫୋର୍‌ ବାଇ ସେଭେନ୍‌) ଖଟିପାରିବେ, ବେଶି ରୋଜଗାର କରିବା ଇଚ୍ଛା ପୂରଣ ହୋଇପାରିବ। ତା’ ଛଡା ବିକଶିତ ଦେଶମାନଙ୍କରେ ରହିଥିବା ଲୋକଙ୍କ ପରି ତାଙ୍କର ପ୍ରାଇଭେସି ରହିବ: ଗୁମର, ଏକାନ୍ତତା ଓ ଗୋପନୀୟତା ସବୁ କିଛି। ସେ ଚାକିରିଆ ରଖିପାରିବ, ଯାହା ବଡ ବଡ ଫାମିଲି କରୁଥିଲା ସେ ତାହା ଏକୁଟିଆ କରିପାରିବ। ଦିନ ଆସିବ ମା’ବାପା ଅଲଗା ଅଲଗା ଜାଗାରେ କାମ କରୁଥିବାରୁ ଅଲଗା ଅଲଗା ରହିବେ। କେତେକ ଦେଶରେ ଏପରି ଘଟିଲାଣି ଗୋଟିଏ ପିଲା ଥିଲେ ବି ବାପା କିମ୍ବା ମା’ ସାଙ୍ଗରେ ରହୁନାହିଁ – ଏ ତ ଆଗକାଳର ୧୯୨୭ରୁ ୧୯୩୩ ଯାଏ ସୋଭିଏଟ୍‌ ରୁଷିଆରେ ଚାଲିଥିବା କଲେକ୍ଟିଭ୍‌ ଫାର୍ମିଂ (kolkhozy)ର ପିଲାମାନେ ସରକାରଙ୍କ କେଆରରେ ରହୁଥିଲା ଭଳି ଏମାନେ କମ୍ପାନୀମାନଙ୍କ ପରିଚାଳିତ ଶିଶୁ ଓ କିଶୋର କେଆର ସେଣ୍ଟରରେ ରହିବେ। ପରିବାର ସଂଜ୍ଞା ଲୁପ୍ତ ହେବା ଭଳି ଅବସ୍ଥା ଆସି ନାହିଁ। କିନ୍ତୁ ଏହାକୁ ଲୋକେ ହାଇପର୍‌ ଇଣ୍ଡିଭିଜୁଆଲିଜମ୍‌, ବ୍ୟକ୍ତି ସ୍ବତନ୍ତ୍ରତାର ଆଧିକ୍ୟ କହୁଛନ୍ତି। ଏବେ ଦେଶର ଜିଡିପି ବଢିବା କଥା କହିଲେ ନେତାମାନେ ପରିବାର କଥା କହୁନାହାନ୍ତି। ପରିବାର ସମ୍ପର୍କରେ ରାଜନୀତି କରୁଥିବା ଦେଶଗୁଡିକ ତାଙ୍କ ଦଳର ଅନୁଗାମୀ ପରିବାରକୁ ମାଗଣା ଜିନିଷ ଯୋଗାନ୍ତି, ପରିବାରକୁ ଏକାଠି କରି ରଖିବା ଚିନ୍ତା କରନ୍ତି ନାହିଁ, ବରଂ ସ୍ବାମୀ ଗୋଟିଏ ଦଳର ହୋଇଥିଲେ ସ୍ତ୍ରୀକୁ ଆଉ ଗୋଟିଏ ଦଳ ଟାଣିନିଏ। ଏଠି ପରିବାର ଭାଙ୍ଗିବା ରାଜନୀତିର ଖେଳ, ଜିଡିପି ବଢିବାର ପରୋକ୍ଷ ପ୍ରଭାବ। ଜିଡିପି ବେଶି ବଢୁ ବୋଲି ଚାହୁଁଥିବା ଦେଶମାନେ ଧନୀମାନଙ୍କ ଉପରେ ଟିକସ କମାନ୍ତି, ଫଳରେ ସେଠାରେ ଧନୀ ଗରିବ ବ୍ୟବଧାନ ବଢେ, ବେଳେ ବେଳେ ଏତେ ବଢେ ଯେ ବିଦ୍ରୋହର ଆଶଙ୍କା ଆସିଯାଏ।
ମାର୍କିନ୍‌ ଢାଞ୍ଚାର ଜିଡିପି ଯେତେ ବଢିବ ରୋଜଗାରି ପରିବାରର ଆକାର ସେତେ ଛୋଟ ହେଉଥିବ। ଦିନେ ପରିବାର ଗୋଟିଏ ପୁରୁଷର ବା ଗୋଟିଏ ନାରୀର ହେବ। ଏ ପ୍ରକାରର ଟ୍ରେଣ୍ଡ ବା ଗତି ଥମିବାର ଦିଶୁନାହିଁ। ନିଃସନ୍ତାନ ସ୍ବାମୀ ସ୍ତ୍ରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦକ୍ଷିଣ କୋରିଆରେ ପ୍ରତି ନାରୀଙ୍କ ହାରାହାରି ପିଲା ସଂଖ୍ୟା ୦.୭୨ ହେଲାଣି, ମାନେ ୧୦୦ ନାରୀ ୭୨ ପିଲା ଜନ୍ମ କରୁଛନ୍ତି, ପ୍ରତି ଶହେ ପରିବାରରେ ମାତ୍ର ୭୨ ପିଲା। ଅର୍ଥାତ୍‌ ଉପସ୍ଥିତ ପିଢିର ୨୦୦ ଲୋକ ଭବିଷ୍ୟତ ପିଢିକୁ ୭୨ ଜଣ ଛାଡୁଛନ୍ତି। ଲୋକସଂଖ୍ୟା ସମାନ ରହିବା ଲାଗି ପ୍ରତି ନାରୀ ୨.୧ ‘ଜୀବିତ’ ପିଲା ଜନ୍ମ କରିବା ଦରକାର ବୋଲି ଜନସଂଖ୍ୟା ବିଶେଷଜ୍ଞମାନେ କହନ୍ତି। ଶହେ ନାରୀ ଅର୍ଥାତ୍‌ ୨୦୦ ଲୋକଙ୍କଠାରୁ ୨୧୦ ଜୀବିତ ପିଲା ମିଳିବା ଦରକାର, ତାହାଠାରୁ କମ୍‌ ହେଲେ ଦେଶର ଜନସଂଖ୍ୟା ହ୍ରାସ ପାଇବ। ଦକ୍ଷିଣ କୋରିଆରେ ଏ ହ୍ରାସ ହାର ଓଲଟିବାର ସମ୍ଭାବନା ଦିଶୁ ନାହିଁ।
ପରିବାରର ଆକାର କେତେ ବଡ ହେବ ତାହା କହିବା ଅସୁନ୍ଦର ଲାଗେ। ସରକାର ବି ନିୟନ୍ତ୍ରଣ କରିବାକୁ ଚାହାନ୍ତି ନାହିଁ। ଯଦି ପରିବାର ନିୟୋଜନ ଯୋଜନା ଚଲାନ୍ତି, ଦୁଇଟି ପିଲା ପରେ ବନ୍ଧ୍ୟାକରଣ ବା ମୁଷ୍କଚ୍ଛେଦନର ଆୟୋଜନ କରନ୍ତି। କିନ୍ତୁ ଯାହାର ପିଲା ହେଉ ନାହିଁ ତା’ର ଅନ୍ତତଃ ଗୋଟିଏ ପିଲା ହେବା ଦରକାର ବୋଲି ନିୟମ କରିହେବ ନାହିଁ। ଲୋକେ ବ୍ୟକ୍ତିଗତ ନିଷ୍ପତ୍ତି ନେବେ ସେମାନେ ପିଲା ଚାହୁଁଛନ୍ତି କି ନାହିଁ, ଛୁଆ ନ ଚାହୁଁଥିବା ପୁରୁଷ ଜୀବନସାଥୀ ଚାହିଁବା ଉଚିତ ନୁହେଁ ବୋଲି ନିୟମ କରିହେବ ନାହିଁ, ତାହା ବ୍ୟକ୍ତିଗତ ଇଚ୍ଛା। ଜନସଂଖ୍ୟା ବୃଦ୍ଧି ଦିନେ ପୃଥିବୀକୁ ଧ୍ୱଂସ କରିବ ଓ ଜନସଂଖ୍ୟା ଭାରରେ ପୃଥିବୀ(ଆମ ପରିବେଶ)ବାସ-ଅଯୋଗ୍ୟ ହୋଇଯିବ ଏବଂ ଗରିବ ଲୋକେ ଆପେ ଆପେ ନିପାତ ହୋଇଯିବେ ବୋଲି ଗତ ୩୦ ବର୍ଷ ଧରି ପ୍ରଚାର କରୁଥିବା ବୈଜ୍ଞାନିକମାନେ ଏବେ କହିଲେଣି ଜନ୍ମ ହାର ହ୍ରାସ ପାଉଥିବା ବା ଶୂନ ଥିବା ଧନୀ ଦେଶମାନଙ୍କୁ ମାଇଗ୍ରାଣ୍ଟ ବଝିବ ନ ହେଲେ ଧନୀମାନେ ସେମାନଙ୍କ ଜୀବନର ସ୍ବାଦ ପାଇବେ ନାହିଁ। ଆଫ୍ରିକୀୟ ଲୋକେ ତ ୟୁରୋପ ସାରା ବ୍ୟାପିଲେଣି। ଦକ୍ଷିଣପନ୍ଥୀମାନେ କେତେଦିନ ଦେଶର ଅସ୍ମିତା, ଗରିମା ରକ୍ଷା କରିପାରିବେ। ଦିନେ ଯେଉଁମାନେ କହୁଥିଲେ ଗୁଡାଏ ପିଲାଛୁଆ କଲେ ଦୁନିଆ ଭାସିିଯିବ – ଏବେ କହୁଛନ୍ତି ପିଲା ସଂଖ୍ୟା କମିଲେ ଦୁନିଆ ଅକାଳରେ ଜନଶୂନ୍ୟ ହୋଇଯିବ। ଯୁବାମାନେ ବୁଢାମାନଙ୍କୁ ସମ୍ଭାଳିବା ପାଇଁ ବହୁତ ଖଟିଲେ ବୁଢାମାନେ ଜଲଦି ମରନ୍ତୁ ବୋଲି ମନେମନେ ପ୍ରାର୍ଥନା କରିବେ – ଭଲ ପିଲା ପରିବାରକୁ ଆସୁ ବୋଲି ପ୍ରାର୍ଥନା କରୁଥିବା ପରିବାରରେ ବେରୋଜଗାରି ମା’ବାପା ଜଲଦି ମରନ୍ତୁ ବୋଲି ଭାବିଲେଣି। ଏବେ ଚାଇନାରେ ଚେତା ପଶିଲା, ‘୧୯୮୦ରୁ ୨୦୧୬’ ଯାଏ ‘ଆମେ ଦୁଇ ଆମର ଏକ’ ନିୟମ ଚଳାଇଥିବା ନେତାମାନେ ୨୦୧୬ରୁ ଆମେ ଦୁଇ ଆମର ଦୁଇ କଲାଣି। ଦେଶର ଜିଡିପି ଅତୁଟ ରଖିବା ପାଇଁ ଚାଇନା କହିଲାଣି ଦୁଇରୁ ଅଧିକ ପିଲା କଲେ ସରକାରୀ ସୁବିଧା ମିଳିବ। ସମୟ ବଡ ବଳବାନ!

ସହଦେବ ସାହୁ
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri