Posted inଖେଳ

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର ଏଣ୍ଟେବେଠାରେ ଓ୍ବାଲର୍‌ଡ ୟୁନିଭର୍ସିଟି ଚେସ୍‌ ଚାମ୍ପିୟନଶିପ୍‌ ଜୁନ୍‌ ୨୫ରୁ ୩୦ ପର୍ଯ୍ୟନ୍ତ ଆୟୋଜନ ହେବ। ଏହି ଦୁଇଟି ସମ୍ମାନଜନକ ପ୍ରତିଯୋଗିତା ପାଇଁ ମଙ୍ଗଳବାର ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ ଓ ଚେସ୍‌ ଦଳ ଘୋଷଣା କରାଯାଇଛି। କିଟ୍‌ ଓ କିସ୍‌ରୁ ୭ ସମେତ ଓଡ଼ିଶାର ୮ ଖେଳାଳି ସାମିଲ ହୋଇଛନ୍ତି। ଆସୋସିଏଶନ ଅଫ୍‌ ଇଣ୍ଡିଆନ ୟୁନିଭର୍ସିଟିଜ୍‌ (ଏଆଇୟୁ) ପକ୍ଷରୁ ଉଭୟ ରଗ୍‌ବୀ ୭ଏସ୍‌ ଓ ଚେସ୍‌ ଚୟନ ଟ୍ରାଏଲ୍‌ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।
ଚେସ୍‌ ଚୟନ କମିଟିରେ ଅନ୍ତର୍ଜାତୀୟ ମାଷ୍ଟର ତଥା ସିନିୟର ଫିଡେ ଆର୍ବିଟର ଶେଖର ଚନ୍ଦ୍ର ସାହୁ, ଅନ୍ତର୍ଜାତୀୟ ରେଟେଡ୍‌ ଚେସ୍‌ ଖେଳାଳି ତଥା ଫିଡେ ଇନ୍‌ଷ୍ଟ୍ରକ୍ଟର ରଞ୍ଜନ ମହାନ୍ତି, କ୍ୟାଣ୍ଡିଡେଟ ମାଷ୍ଟର ତଥା ଫିଡେ ଇନ୍‌ଷ୍ଟ୍ରକ୍ଟର ଅପରାଜିତ ଗୋଚ୍ଛିକାର (୨୦୧୬ ଓ୍ବାଲର୍‌ଡ ଆମେଚର ଓ ୨୦୧୩ ରାଜ୍ୟଗୋଷ୍ଠୀ ଚେସ୍‌ ଚାମ୍ପିୟନଶିପ୍‌ରେ ପଦକ ବିଜୟିନୀ) ପ୍ରମୁଖ ସଦସ୍ୟ ରହିଥିଲେ। ସେହିପରି ଓ୍ବାଲର୍‌ଡ ରଗ୍‌ବୀ ଲେଭଲ-୨ କ୍ୱାଲିଫାଏଡ୍‌ କୋଚ୍‌ ଏବଂ ଓ୍ବାଲର୍‌ଡ ରଗ୍‌ବୀ କ୍ୱାଲିଫାଏଡ୍‌ କୋଚ୍‌ ଏଜୁକେଟର ଶେହଜାଦ ରାବାଡି, ୨୦୧୦ ଏସିଆନ ଗେମ୍ସରେ ଅଂଶଗ୍ରହଣକାରୀ ଭାଗ୍ୟଲକ୍ଷ୍ମୀ ବାରିକ ରଗ୍‌ବୀ ଚୟନ କମିଟି ସଦସ୍ୟ ରହିଥିଲେ। ଉଭୟ କ୍ରୀଡ଼ା ପାଇଁ ଚୟନ କମିଟିର ଚେୟାରମ୍ୟାନ ଥିଲେ କିଟ୍‌ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ଓ ଯୋଗ ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ। ଇଣ୍ଡିଆନ ୟୁନିଭର୍ସିଟି ରଗ୍‌ବୀ ଟିମ୍‌ ପ୍ରଥମଥର ପାଇଁ ଓ୍ବାଲର୍‌ଡ ରଗ୍‌ବୀ ୭ଏସ ଚାମ୍ପିୟନଶିପ୍‌ରେ ଭାଗ ନେବାକୁ ଯାଉଛି। ଅନ୍ୟପକ୍ଷରେ ଇଣ୍ଡିଆନ ୟୁନିଭର୍ସିଟିଜ୍‌ ଚେସ୍‌ ଟିମ୍‌ର ଏହା ଦ୍ୱିତୀୟ ଅଂଶଗ୍ରହଣ। ପୂର୍ବରୁ ୨୦୧୮ରେ ବ୍ରାଜିଲର ଆରାକାଜୁଠାରେ ଭାରତୀୟ ଦଳ ଡେବ୍ୟୁ କରିଥିଲା। ଏଥର ଚେସ୍‌ ଦଳରେ ଜଣେ ଆଦିବାସୀ ବାଳିକା କିସ୍‌ ବିଶ୍ୱବିଦ୍ୟାଳୟର ଜୁନି ବିରୁଆ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପ୍ରତିନିଧିତ୍ୱ କରୁଥିବା ସାଇନା ସାଲୋନିକା ସ୍ଥାନ ପାଇଛନ୍ତି। ଏଆଇୟୁର କ୍ରୀଡ଼ା ଯୁଗ୍ମ ସମ୍ପାଦକ ବଲଜିତ ସିଂ ସେଖୋନ ଭାରତୀୟ ଦଳ ପାଇଁ ଚୟନ ଟ୍ରାଏଲ୍ସରେ ସନ୍ତୋଷ ପ୍ରକାଶ କରିଛନ୍ତି। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ରଗ୍‌ବୀ ଓ ଚେସ୍‌ ଦଳରେ ସ୍ଥାନ ପାଇଥିବା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ବାଳିକା ରଗ୍‌ବୀ ଦଳ: ସନ୍ଧ୍ୟାରାଣୀ ଟୁଡୁ, ଗୋମତୀ, କଲ୍ୟାଣୀ ପତି, ଭୂମିକା ଶୁକ୍ଳା, ସୁନୀତା ହାଁସଦା, ଉଜ୍ୱଳା ଘୁଗେ, ନୈନା, ଆକାଂକ୍ଷା କାଟକାଡେ, ବୈଷ୍ଣବୀ ପତି, ସାକ୍ଷୀ କୁମ୍ଭାର, ନିର୍ମାଲ୍ୟା ରାଉତ, ଦୁମୁନି ମାର୍ଣ୍ଡି। ରିଜର୍ଭ: ଶୁଭାଙ୍ଗୀ ଗାଭାଡେ, ସ୍ବାତି ମାଲି, ତରୁଲତା ନାଏକ, ରଞ୍ଜିତା ନାଏକ।
ବାଳକ ରଗ୍‌ବୀ ଦଳ: ମନୋଜ କୁମାର ସିଂ, ତେଜାସ ପତି, ମୋନୁ, ଆର୍ଯ୍ୟନ ଦୀକ୍ଷିତ, ଯୁଗଳ କିଶୋର ମାଝି, ହାର୍ଦ୍ଦିକ ରାଜେଭୋସାଲେ, ବିନୋଦ ମାରାଣ୍ଡି, ସାଲେ ମାଝି, ପ୍ରଣବ ପତି, ରୋହିତ କଦମ, ରାଜୁ କୁମାର, ଦିବେଶ ଦେଭଡିଗା। ରିଜର୍ଭ: ମକରନ୍ଦ ପ୍ରଧାନ, ରାଜ କୁମାର, ଦିଶାନ୍ତ ଦତ୍ତ, ଫଣୀନ୍ଦ୍ର ଭୋଇ।
ବାଳିକା ଚେସ୍‌ ଦଳ: ଆକାଂକ୍ଷା ହଗ୍‌ଓ୍ବାନୀ, ମୋକ୍ଷତା ମହାଜନ, ସାଇନା ସାଲୋନିକା, ଜୁନୁ ବିରୁଆ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

କ୍ୟାପ୍ଟେନ୍‌ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧

ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌରଙ୍କ ନାମରେ...

ବାଂଲାଦେଶକୁ ହରାଇ ଫାଇନାଲ୍‌ରେ ପ୍ରବେଶ କଲା ଭାରତ, ପାକିସ୍ତାନ ସହ ହୋଇପାରେ ବଡ଼ ମୁକାବିଲା

ନୂଆଦିଲ୍ଲୀ,୨୬।୦୭: ବାଂଲାଦେଶକୁ ୧୦ ୱିକେଟ୍‌ରେ ହରାଇ ଭାରତୀୟ ଟିମ୍‌ ମହିଳା ଏସିଆ କପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି । ଫାଇନାଲ୍‌ରେ ଇଣ୍ଡିଆ ଟିମ୍‌ ପାକିସ୍ତାନକୁ ଭେଟିପାରେ...

ଅଲିମ୍ପିକ୍ସରେ ଏହି ଖେଳାଳି ଜିତିବେ ପଦକ: ପ୍ରକାଶ ପାଦ୍ୟୁକୋନ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୬।୭: ଭେଟେରାନ ବ୍ୟାଡମିଣ୍ଟନ ଖେଳାଳି ତଥା ଟପ ସଟଲର ପି.ଭି ସିନ୍ଧୁଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି କୋଚ ପ୍ରକାଶ ପାଦୁକୋନ। ପ୍ୟାରିସ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ...

ମୁମ୍ବାଇରେ ରୋହିତ-ପାଣ୍ଡ୍ୟାଙ୍କ ଅଧିନାୟକ ବିବାଦକୁ ନେଇ ବଡ଼ ପୋଲ୍‌ ଖୋଲିଦେଲେ ବୁମ୍‌ରା, ଭୁଲ୍‌ରେ କହିଦେଲେ…

ନୂଆଦିଲ୍ଲୀ,୨୬।୭: ଆଇପିଏଲ ୨୦୨୪ ସମୟରେ ମୁମ୍ବାଇ ଇଣ୍ଡିଆନ୍ସରେ ବହୁତ କିଛି ଦେଖିବାକୁ ମିଳିଥିଲା। ମୁମ୍ବାଇ ପାଞ୍ଚ ଥର ଟାଇଟଲ ଜିତିଥିବା ଅଧିନାୟକ ରୋହିତ ଶର୍ମାଙ୍କୁ ହାର୍ଦ୍ଦିକ...

ଆମେ ବହୁତ ଭଲ ଲୋକ, ଦୟାକରି ପାକିସ୍ତାନ ଆସନ୍ତୁ: ଭାରତକୁ ଏମିତି ଅନୁରୋଧ କଲେ ପାକିସ୍ତାନ ଖେଳାଳି

ଇସଲାମାବାଦ୍‌,୨୬।୭: ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ କରୁଛି। କିନ୍ତୁ ଟିମ ଇଣ୍ଡିଆ କୌଣସି ମୂଲ୍ୟରେ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବାକୁ ରାଜି ନୁହେଁ।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri