Posted inଖେଳ

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର ଏଣ୍ଟେବେଠାରେ ଓ୍ବାଲର୍‌ଡ ୟୁନିଭର୍ସିଟି ଚେସ୍‌ ଚାମ୍ପିୟନଶିପ୍‌ ଜୁନ୍‌ ୨୫ରୁ ୩୦ ପର୍ଯ୍ୟନ୍ତ ଆୟୋଜନ ହେବ। ଏହି ଦୁଇଟି ସମ୍ମାନଜନକ ପ୍ରତିଯୋଗିତା ପାଇଁ ମଙ୍ଗଳବାର ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ ଓ ଚେସ୍‌ ଦଳ ଘୋଷଣା କରାଯାଇଛି। କିଟ୍‌ ଓ କିସ୍‌ରୁ ୭ ସମେତ ଓଡ଼ିଶାର ୮ ଖେଳାଳି ସାମିଲ ହୋଇଛନ୍ତି। ଆସୋସିଏଶନ ଅଫ୍‌ ଇଣ୍ଡିଆନ ୟୁନିଭର୍ସିଟିଜ୍‌ (ଏଆଇୟୁ) ପକ୍ଷରୁ ଉଭୟ ରଗ୍‌ବୀ ୭ଏସ୍‌ ଓ ଚେସ୍‌ ଚୟନ ଟ୍ରାଏଲ୍‌ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।
ଚେସ୍‌ ଚୟନ କମିଟିରେ ଅନ୍ତର୍ଜାତୀୟ ମାଷ୍ଟର ତଥା ସିନିୟର ଫିଡେ ଆର୍ବିଟର ଶେଖର ଚନ୍ଦ୍ର ସାହୁ, ଅନ୍ତର୍ଜାତୀୟ ରେଟେଡ୍‌ ଚେସ୍‌ ଖେଳାଳି ତଥା ଫିଡେ ଇନ୍‌ଷ୍ଟ୍ରକ୍ଟର ରଞ୍ଜନ ମହାନ୍ତି, କ୍ୟାଣ୍ଡିଡେଟ ମାଷ୍ଟର ତଥା ଫିଡେ ଇନ୍‌ଷ୍ଟ୍ରକ୍ଟର ଅପରାଜିତ ଗୋଚ୍ଛିକାର (୨୦୧୬ ଓ୍ବାଲର୍‌ଡ ଆମେଚର ଓ ୨୦୧୩ ରାଜ୍ୟଗୋଷ୍ଠୀ ଚେସ୍‌ ଚାମ୍ପିୟନଶିପ୍‌ରେ ପଦକ ବିଜୟିନୀ) ପ୍ରମୁଖ ସଦସ୍ୟ ରହିଥିଲେ। ସେହିପରି ଓ୍ବାଲର୍‌ଡ ରଗ୍‌ବୀ ଲେଭଲ-୨ କ୍ୱାଲିଫାଏଡ୍‌ କୋଚ୍‌ ଏବଂ ଓ୍ବାଲର୍‌ଡ ରଗ୍‌ବୀ କ୍ୱାଲିଫାଏଡ୍‌ କୋଚ୍‌ ଏଜୁକେଟର ଶେହଜାଦ ରାବାଡି, ୨୦୧୦ ଏସିଆନ ଗେମ୍ସରେ ଅଂଶଗ୍ରହଣକାରୀ ଭାଗ୍ୟଲକ୍ଷ୍ମୀ ବାରିକ ରଗ୍‌ବୀ ଚୟନ କମିଟି ସଦସ୍ୟ ରହିଥିଲେ। ଉଭୟ କ୍ରୀଡ଼ା ପାଇଁ ଚୟନ କମିଟିର ଚେୟାରମ୍ୟାନ ଥିଲେ କିଟ୍‌ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ଓ ଯୋଗ ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ। ଇଣ୍ଡିଆନ ୟୁନିଭର୍ସିଟି ରଗ୍‌ବୀ ଟିମ୍‌ ପ୍ରଥମଥର ପାଇଁ ଓ୍ବାଲର୍‌ଡ ରଗ୍‌ବୀ ୭ଏସ ଚାମ୍ପିୟନଶିପ୍‌ରେ ଭାଗ ନେବାକୁ ଯାଉଛି। ଅନ୍ୟପକ୍ଷରେ ଇଣ୍ଡିଆନ ୟୁନିଭର୍ସିଟିଜ୍‌ ଚେସ୍‌ ଟିମ୍‌ର ଏହା ଦ୍ୱିତୀୟ ଅଂଶଗ୍ରହଣ। ପୂର୍ବରୁ ୨୦୧୮ରେ ବ୍ରାଜିଲର ଆରାକାଜୁଠାରେ ଭାରତୀୟ ଦଳ ଡେବ୍ୟୁ କରିଥିଲା। ଏଥର ଚେସ୍‌ ଦଳରେ ଜଣେ ଆଦିବାସୀ ବାଳିକା କିସ୍‌ ବିଶ୍ୱବିଦ୍ୟାଳୟର ଜୁନି ବିରୁଆ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପ୍ରତିନିଧିତ୍ୱ କରୁଥିବା ସାଇନା ସାଲୋନିକା ସ୍ଥାନ ପାଇଛନ୍ତି। ଏଆଇୟୁର କ୍ରୀଡ଼ା ଯୁଗ୍ମ ସମ୍ପାଦକ ବଲଜିତ ସିଂ ସେଖୋନ ଭାରତୀୟ ଦଳ ପାଇଁ ଚୟନ ଟ୍ରାଏଲ୍ସରେ ସନ୍ତୋଷ ପ୍ରକାଶ କରିଛନ୍ତି। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ରଗ୍‌ବୀ ଓ ଚେସ୍‌ ଦଳରେ ସ୍ଥାନ ପାଇଥିବା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ବାଳିକା ରଗ୍‌ବୀ ଦଳ: ସନ୍ଧ୍ୟାରାଣୀ ଟୁଡୁ, ଗୋମତୀ, କଲ୍ୟାଣୀ ପତି, ଭୂମିକା ଶୁକ୍ଳା, ସୁନୀତା ହାଁସଦା, ଉଜ୍ୱଳା ଘୁଗେ, ନୈନା, ଆକାଂକ୍ଷା କାଟକାଡେ, ବୈଷ୍ଣବୀ ପତି, ସାକ୍ଷୀ କୁମ୍ଭାର, ନିର୍ମାଲ୍ୟା ରାଉତ, ଦୁମୁନି ମାର୍ଣ୍ଡି। ରିଜର୍ଭ: ଶୁଭାଙ୍ଗୀ ଗାଭାଡେ, ସ୍ବାତି ମାଲି, ତରୁଲତା ନାଏକ, ରଞ୍ଜିତା ନାଏକ।
ବାଳକ ରଗ୍‌ବୀ ଦଳ: ମନୋଜ କୁମାର ସିଂ, ତେଜାସ ପତି, ମୋନୁ, ଆର୍ଯ୍ୟନ ଦୀକ୍ଷିତ, ଯୁଗଳ କିଶୋର ମାଝି, ହାର୍ଦ୍ଦିକ ରାଜେଭୋସାଲେ, ବିନୋଦ ମାରାଣ୍ଡି, ସାଲେ ମାଝି, ପ୍ରଣବ ପତି, ରୋହିତ କଦମ, ରାଜୁ କୁମାର, ଦିବେଶ ଦେଭଡିଗା। ରିଜର୍ଭ: ମକରନ୍ଦ ପ୍ରଧାନ, ରାଜ କୁମାର, ଦିଶାନ୍ତ ଦତ୍ତ, ଫଣୀନ୍ଦ୍ର ଭୋଇ।
ବାଳିକା ଚେସ୍‌ ଦଳ: ଆକାଂକ୍ଷା ହଗ୍‌ଓ୍ବାନୀ, ମୋକ୍ଷତା ମହାଜନ, ସାଇନା ସାଲୋନିକା, ଜୁନୁ ବିରୁଆ।


Enter your email to get our daily news in your inbox.

All Right Reserved By Dharitri.Com

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri