Posted inଖେଳ

ଜିତିବା ପାଇଁ ଭାରତୀୟ ଦଳକୁ ପ୍ରସିଦ୍ଧ ଖେଳାଳିଙ୍କ ଆବଶ୍ୟକତା ନାହିଁ, କୋହଲିଙ୍କୁ ଟାର୍ଗେଟ୍‌ କଲେ ଗାଭାସ୍କର

ନୂଆଦିଲ୍ଲୀ,୩।୩: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ବହୁ ବର୍ଷ ପୂର୍ବେ କ୍ରିକେଟ ଛାଡିଥିଲେ ମଧ୍ୟ କ୍ରିକେଟ ଖେଳ ଏବଂ ଖେଳାଳିଙ୍କ ବିଷୟରେ ଦେଇଥିବା ବିବୃତ୍ତି ହେତୁ ସେ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ସେ ବିରାଟ କୋହଲିଙ୍କ ବିଷୟରେ ମଧ୍ୟ ଏକ ବଡ଼ ଦେଇଛନ୍ତି,। ସେ ଦ୍ୱିତୀୟ ସନ୍ତାନର ଜନ୍ମ ପାଇଁ ଏକ ବିରତି ନେଇଥିଲେ, କିନ୍ତୁ ଜାତୀୟ କର୍ତ୍ତବ୍ୟ ପାଳନ ନ କରିବାରୁ ଅନେକ ଲୋକ ତାଙ୍କୁ ସମାଲୋଚନା କରୁଛନ୍ତି। ସେପଟେ ସୁନୀଲ ଗାଭାସ୍କର ମଧ୍ୟ କୋହଲିଙ୍କ ଉପରେ ମନ୍ତବ୍ୟ ଦେଇଛନ୍ତି।
ନିକଟରେ ସୁନୀଲ ଗାଭାସ୍କର ସାକ୍ଷାତକାରରେ ବିରାଟ କୋହଲିଙ୍କୁ ଟାର୍ଗେଟ କରି କହିଛନ୍ତି,ଜିତିବା ପାଇଁ ଭାରତୀୟ ଦଳର ପ୍ରସିଦ୍ଧ ଖେଳାଳିଙ୍କର ଆବଶ୍ୟକତା ନାହିଁ। ଯଦି କୌଣସି ଖେଳାଳି ଭାବନ୍ତି ଯେ ତାଙ୍କ ବିନା ଭାରତୀୟ ଦଳ ଜିତିବ ନାହିଁ, ତେବେ ଦଳ ଗତ ୨ ସିରିଜରେ ଏହି ବିଶ୍ୱାସକୁ ଭୁଲ ପ୍ରମାଣିତ କରିଛି। କ୍ରିକେଟ ଏକ ଦଳ ଖେଳ ଏବଂ ଆପଣ ସେଠାରେ ଅଛନ୍ତି କି ନାହିଁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ।
ବିରାଟ କୋହଲି କ୍ରିକେଟ ପଡ଼ିଆରେ ପ୍ରବେଶ କରିବାର ପ୍ରାୟ ଦେଢ ମାସ ବିତିଗଲାଣି। ସେ ୧୭ ଜାନୁଆରୀ ୨୦୨୪ରେ ଆଫଗାନିସ୍ତାନ ବିପକ୍ଷରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତା ହସ୍ତାନ୍ତର ଘୋଷଣା କଲେ ସିଦ୍ଦାରାମାୟା , କହିଲେ-ରାହୁଲ ଗାନ୍ଧୀ ଯାହା କହିବେ ମୁଁ ତାହା କରିବି…

ବେଙ୍ଗାଲୁରୁ, ୨୮।୫: କର୍ନାଟକ କଂଗ୍ରେସ ସରକାର ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା କ୍ଷମତା ହସ୍ତାନ୍ତର ଏବେ ପଥ ପରିଷ୍କାର କରିଛି। ସୂତ୍ର ଅନୁଯାୟୀ, ଦିଲ୍ଲୀରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଦେଢ ବର୍ଷ ସରକାରରେ ଏତେ ଦେଶ ଉପରେ ଆକ୍ରମଣ କରିଛନ୍ତି ଟ୍ରମ୍ପ, ଜାଣିଲେ ତାଜୁବ ହେବେ…

ଓ଼୍ବାଶିଂଟନ,୨୮।୫: ରାଷ୍ଟ୍ରପତି ହେବା ପରଠାରୁ, ଟ୍ରମ୍ପ ଦେଶଗୁଡ଼ିକର ଏକ ଆଶ୍ଚର୍ଯ୍ୟଜନକ ତାଲିକା ପ୍ରସ୍ତୁତ କରିଛନ୍ତି ଯେଉଁ ଦେଶଗୁଡ଼ିକୁ ସେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି ଏବଂ କିଛି…

ବିନା ପେଟ୍ରୋଲ୍‌ରେ ଚାଲିବ ବାଇକ୍‌! Hero ଆଣୁଛି ଦେଶର ପ୍ରଥମ ଇଥାନଲ୍ ଚାଳିତ ଫ୍ଲେକ୍ସ-ଫ୍ୟୁଏଲ୍ ବାଇକ୍‌; ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୫: ଭାରତରେ ପରିବେଶ ଅନୁକୂଳ ତଥା ବିକଳ୍ପ ଜାଳେଣିର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଦିଗରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି ଦେଶର ସବୁଠାରୁ ବଡ଼ ଦୁଇଚକିଆ ଯାନ…

‘VVIPଙ୍କ ଗସ୍ତ ସୂଚନା ଲିକ୍‌ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର,୨୮ା୫: ଭିଭିଆଇପିଙ୍କ ଗସ୍ତ ସୂଚନା ଲିକ୍‌ ନେଇ କଡ଼ା ସତର୍କତା ଜାରି କରିଛନ୍ତି ସରକାର। ସୋସିଆଲ ମିଡିଆରେ ସୁରକ୍ଷା ସୂଚନା ଶେୟାର୍‌ କଲେ ଏଣିକି ହେବ କାର୍ଯ୍ୟାନୁଷ୍ଠାନ।…

ମା’ଙ୍କୁ ନେଇ ହସ୍ପିଟାଲ ଯାଉଥିବା ବେଳେ ଜଳିଗଲା କାର୍; ୪ ଜୀବନ୍ତ ଦଗ୍ଧ, ଜିଲା ପରିଷଦ…

ଜୟପୁର,୨୮ା୫:  ରାଜସ୍ଥାନର ଆଜମେର ଜିଲାର ବୋରାଡା ପୋଲିସ ଷ୍ଟେସନ ଅଞ୍ଚଳର ଶ୍ରୀରାମପୁରା ଗାଁରେ ଗୁରୁବାର ସକାଳେ ଏକ ହୃଦୟ ବିଦାରକ ଦୁଃଖଦ ଘଟଣା ଘଟିଛି । ହଠାତ୍…

ମଣ୍ଡି ଉଦ୍‌ଘାଟନ ପରେ ବି ଉଠୁନି ଚାଷୀଙ୍କ ଧାନ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେ ଥିବା ବିଭିନ୍ନ ଧାନମଣ୍ଡି ଉଦଘାଟନ ହେବାର ୭ଦିନ ବିତିଯାଇଥିଲେ ସୁଦ୍ଧା ଚାଷୀଙ୍କ ଧାନ ଉଠିବାରେ ବିଳମ୍ବ…

ଭାଜପା ସାଂଗଠନିକ ସ୍ତରରେ ବଡ଼ଧରଣର ଅଦଳବଦଳ: ୪ ରାଜ୍ୟ ପାଇଁ ନୂଆ ସଭାପତି ଘୋଷଣା

ନୂଆଦିଲ୍ଲୀ,୨୮।୫: ଭାଜପା ସାଂଗଠନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଗୁରୁବାର ଦଳ ୪ଟି ରାଜ୍ୟରେ ରାଜ୍ୟ ସଭାପତିଙ୍କ ପରିବର୍ତ୍ତନ ଘୋଷଣା କରିଛି। ଦିଲ୍ଲୀରେ ବୀରେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri