ତାଲିବାନ ଶାସନରେ ଆଫଗାନିସ୍ତାନ ପହଞ୍ଚିଲେ ଭାରତୀୟ ଅଧିକାରୀ

କାବୁଲ, ୨।୬ : ତାଲିବାନ ଶାସନରେ ପ୍ରଥମ ଥର ପାଇଁ ଭାରତୀୟ ଅଧିକାରୀଙ୍କ ଏକ ଦଳ ଆଫଗାନିସ୍ତାନରେ ପହଞ୍ଚିଛି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଆଶ୍ୱାସନା ପରେ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଏକ ଟିମ କାବୁଲରେ ପହଞ୍ଚିଛନ୍ତି। ଆଫଗାନିସ୍ତାନକୁ ଦିଆଯାଉଥିବା ମାନବିକ ସହାୟତା କାର୍ଯ୍ୟର ଏହି ଦଳ ନିରୀକ୍ଷଣ କରିବେ।

ଭାରତୀୟ ଅଧିକାରୀମାନେ ତାଲିବାନର ବରିଷ୍ଠ ନେତାମାନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ଅଜିତ ଡୋଭାଲ ଆଫଗାନିସ୍ତାନକୁ ପ୍ରତିଶ୍ରୁତି ଦେଇଥିଲେ ଯେ ପରିସ୍ଥିତି ଯାହା ହେଉନା କାହିଁକି ଭାରତ ଜଣେ ଭଲ ବନ୍ଧୁ ଏବଂ ଭବିଷ୍ୟତରେ ମଧ୍ୟ ରହିବ। ତାଲିବାନ ମଧ୍ୟ ଭାରତକୁ ଆଫଗାନିସ୍ତାନରେ ଦୂତାବାସ ଖୋଲିବାକୁ ଅନୁରୋଧ କରିଛି।

ଭାରତୀୟ ଦଳ ପାକିସ୍ତାନ ଆଫଗାନିସ୍ତାନ ଇରାନ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଜେପି ସିଂଙ୍କ ନେତୃତ୍ୱରେ ସେଠାକୁ ଯାଇଛନ୍ତି। ଗତ ବର୍ଷ ଜେପି ସିଂ ଦିଲ୍ଲୀରେ ଆଫଗାନିସ୍ତାନ ଉପରେ ଏକ ବୈଠକରେ ତାଲିବାନ ନେତାଙ୍କ ସହ ସାକ୍ଷାତ କରିଥିଲେ। ତାଲିବାନ ଶାସନକୁ ସ୍ବୀକୃତି ନଦେବା ସତ୍ତ୍ୱେ ଭାରତ ଆଫଗାନିସ୍ତାନକୁ ମାନବିକ ସହାୟତା ପଠାଉଛି।

ଏହାପୂର୍ବରୁ ଆଫଗାନିସ୍ତାନରେ ତାଲିବାନ ଶାସନ କରିବା ପରେ ଭାରତ ନିଜର ଦୂତାବାସ ବନ୍ଦ କରିଦେଇଛି। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ଏହି ଦଳ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧୀଙ୍କୁ ଭେଟିବ ଯାହା ମାନବିକ ସହାୟତା ବଣ୍ଟନ କରିବାରେ ନିୟୋଜିତ ଅଛନ୍ତି। ଭାରତ ଆଫଗାନିସ୍ତାନକୁ ୨୦ ହଜାର ମେଟ୍ରିକ ଟନ ଗହମ ଏବଂ ୧୩ ଟନ ଔଷଧ ପଠାଇଛି। ଏହା ସହିତ କରୋନା ଟିକା ମଧ୍ୟ ପଠାଯାଇଛି।

ଏହି ଦଳ ସମସ୍ତ ସ୍ଥାନ ପରିଦର୍ଶନ କରିବେ ଯେଉଁଠାରେ ଭାରତୀୟ ସହାୟତା ପରିଚାଳିତ ହେଉଛି। ତାଲିବାନ ନେତା ଅନାସ ହକ୍କାନୀ ମଧ୍ୟ ଭାରତକୁ ଖୋଲାଖୋଲି ପ୍ରଶଂସା କରିଛନ୍ତି। ଅନାସ କହିଛନ୍ତି ଯେ ଭାରତ ପାଇଁ ଆଫଗାନିସ୍ତାନର ଦ୍ୱାର ସବୁବେଳେ ଖୋଲା ଅଛି। କ୍ରିକେଟ ମାଧ୍ୟମରେ ଭାରତ-ଆଫଗାନିସ୍ତାନ ସମ୍ପର୍କକୁ ମଜବୁତ କରିବାକୁ ହକ୍କାନି ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୩।୭: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛଇ। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ…

ପରିତ୍ୟକ୍ତ ଅବସ୍ଥାରେ ଦାରିଙ୍ଗବାଡିର ଏକମାତ୍ର ଯାତ୍ରୀ ବିଶ୍ରାମାଗାର: ଭାଙ୍ଗି ଗଲାଣି ଗେଟ୍‌

ଦାରିଙ୍ଗବାଡି,୨୨।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ରହିଥିବା ଏକ ମାତ୍ର ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଛି।…

୧୦ ଆପାର୍ଟମେଣ୍ଟ, ୨ କିଲୋ ସୁନା, ପୁଳାପୁଳା ଟଙ୍କା: ସରକାରୀ ଇଞ୍ଜିନିୟରଙ୍କ ସମ୍ପତ୍ତି ଜାଣିଲେ ଇଡ଼ିଯିବ ହୋଶ୍‌

ହାଇଦ୍ରାବାଦ,୨୩।୭:ସରକାରୀ ବ୍ୟବସ୍ଥା ମଧ୍ୟରେ ଦୁର୍ନୀତି ଦମନ ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଏହା ଥମୁନି। ସରକାରୀ ଅଧିକାରୀମାନେ ଲାଞ୍ଚ ଦେଇ ଅବୈଧ ସମ୍ପତ୍ତି ସଂଗ୍ରହ କରିବାର…

୨୦୨୭ରେ ଏହି ୪ ରାଶି ହେବେ ମାଲାମାଲ: ଚାରିଆଡ଼ୁ ମିଳିବ ଶୁଭ ଫଳ

ସନାତନ ଧର୍ମରେ ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ ପୂଜା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ, ଯାହା ଏହାର…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା ପରେ CJPର ଆସିଲା ବଡ଼ ବୟାନ, କହିଲା…

ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଯେ ପେପର ଲିକ ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ ଫାଷ୍ଟ ଟ୍ରାକ କୋର୍ଟ ଗଠନ କରାଯିବ। ସେ କହିଛନ୍ତି…

ପେପର୍‌ ଲିକ୍‌ ଘଟଣାରେ ମୋଦି କଲେ ବଡ଼ ଘୋଷଣା, ଜାତୀୟ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୩ା୭: ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନପତ୍ର ଲିକ୍ (Paper Leak) ମାମଲାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ ପ୍ରଶ୍ନପତ୍ର…

ଆନ୍ଦୋଳନ ଭିତରେ ଆକ୍ସନ ମୋଡକୁ ଆସିଲେ ଧର୍ମେନ୍ଦ୍ର ପ୍ରଧାନ: ନେଲେ ଏହି ପଦକ୍ଷେପ, ଓଡ଼ିଶାର ସାଂସଦଙ୍କ ସହିତ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri