Posted inଜାତୀୟ

ବର୍ଷକୁ ୫ ସେମି ଘୁଞ୍ଚୁଛି ଭାରତୀୟ ପ୍ଲେଟ୍‌

ହାଇଦ୍ରାବାଦ, ୨୩।୨: ନିକଟରେ ତୁର୍କୀ ଓ ସିରିଆରେ ପ୍ରଳଙ୍କରୀ ଭୂକମ୍ପର ଭୟାବହତା ଦେଖିବା ପରେ ବିଶ୍ୱବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୂର୍ବରୁ ଭାରତ ମଧ୍ୟ ଅନେକ ଭୂମିକମ୍ପଜନିତ ଦୁଷ୍ପରିଣାମର ମୂକସାକ୍ଷୀ ପାଲଟିଛି। ତେବେ ଆଗାମୀ ଦିନରେ ଦେଶରେ ସାଂଘାତିକ ଭୂମିକମ୍ପ ହେବା ନେଇ ନ୍ୟାଶନାଲ ଜିଓଗ୍ରାଫିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଏନ୍‌ଜିଆର୍‌ଆଇ) ବୈଜ୍ଞାନିକ ଡ. ଏନ୍‌. ପୂର୍ଣ୍ଣଚନ୍ଦ୍ର ରାଓ ସତର୍କ କରିଛନ୍ତି। ପୃଥିବୀ ପୃଷ୍ଠ ତଳେ ଅନେକ ପ୍ଲେଟ୍‌ ରହିଛି, ଯେଉଁଗୁଡ଼ିକ ସମୟକ୍ରମେ ଗତିମାନ କରନ୍ତି। ଭାରତ ଭୂପୃଷ୍ଠର ପ୍ଲେଟ୍‌ ପ୍ରତିବର୍ଷ ୫ ସେଣ୍ଟିମିଟର ଘୁଞ୍ଚୁଛି। ଏହାଦ୍ୱାରା ହିମାଳୟ ଉପରେ ଚାପ ପଡ଼ିବା ସହ ଭୂକମ୍ପର ଆଶଙ୍କା ବୃଦ୍ଧି ପାଇଛି।

ଉତ୍ତରାଖଣ୍ଡ ସମେତ ହିମାଚଳ ଏବଂ ନେପାଳର ପଶ୍ଚିମାଞ୍ଚଳ ମଧ୍ୟରେ ଥିବା ଭୂକମ୍ପୀୟ ଅନ୍ତରାୟ ଯୋଗୁ ଯେ କୌଣସି ମୁହୂର୍ତ୍ତରେ ସେଠାରେ ଭୂମିକମ୍ପ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ରାୟ କହିଛନ୍ତି। ସତର୍କତା ଦୃଷ୍ଟିରୁ ଉତ୍ତରାଖଣ୍ଡରେ ୧୮ଟି ସେସ୍‌ମୋଗ୍ରାଫ୍‌ (ଭୂମିକମ୍ପ ସମୟରେ ଭୂପୃଷ୍ଠର ଗତି ମାପକ) ଷ୍ଟେଶନ୍‌ ରହିଛି। ଗତ ୬ ତାରିଖରେ ତୁର୍କୀ, ସିରିଆରେ ଅନୁଭୂତ ୭.୮ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଦୁଇ ଦେଶର ନକ୍ସାକୁ ବଦଳାଇ ଦେଇଛି। ଏଥିରେ ୪୬,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ଅନେକ ଲୋକ ଏବେ ବି ନିଜ ପ୍ରିୟଜନଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। ସିରିଆ ଓ ତୁର୍କୀର ସ୍ଥିତିକୁ ଦେଖି ଏବେ ଅନ୍ୟ ଦେଶଗଡ଼ିକ ଏପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଖାଲି ସେତିକି ନୁହେଁ, ଭୂକମ୍ପ ସମ୍ପର୍କରେ ଆଗୁଆ ଅବଗତ ହେବା ଲାଗି ବୈଜ୍ଞାନିକଙ୍କ ପକ୍ଷରୁ ଅଧ୍ୟୟନ ମଧ୍ୟ ଆରମ୍ଭ ହୋଇଯାଇଛି। ହିମାଳୟର ପ୍ଲେଟ୍‌ ସ୍ଥିତିକୁ ଅନୁଧ୍ୟାନ କଲେ ସେଠାରେ ଯେକୌଣସି ମୁହୂର୍ତ୍ତରେ ଭୂମିକମ୍ପ ହେବା ଅନୁମାନ କରାଯାଏ। ଏହାର ତୀବ୍ରତା ୮.୦ କିମ୍ବା ତା’ଠାରୁ ଅଧିକ ରହିବ। ଅନ୍ୟପକ୍ଷେ ଭାରତର ୫୯% ଜନବସତି ମୁଣ୍ଡ ଉପରେ ଭୂକମ୍ପଜନିତ ବିପଦ ରହିଥିବା ବୈଜ୍ଞାନିକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ ସଙ୍କଟ: କ’ଣ କରିବ ଭାରତ

ନୂଆଦିଲ୍ଲୀ, ୧୫ା୨: ୟୁକ୍ରେନ୍‌ ପ୍ରସଙ୍ଗରେ ରୁଷିଆକୁ ଘେରିବାକୁ ଉଦ୍ୟମ କରୁଛନ୍ତି ନାଟୋ ଦେଶ। ଆମେରିକା ଓ ପାଶ୍ଚାତ୍ୟ ଦେଶ ମସ୍କୋ ଉପରେ ଚାପ ପକାଇବାକୁ ସବୁ...

ଭିଡ଼ ହିଂସାରୁ ମନ୍ଦିରକୁ ସୁରକ୍ଷା ଦେଲେ ମୁସଲମାନ ଯୁବକ: ଭିଡ଼ିଓ ଭାଇରାଲ

ବେଙ୍ଗାଲୁରୁ, ୧୨।୮: କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ପୁଲକେଶୀ ନଗରରେ ମଙ୍ଗଳବାର ରାତିରେ ଭିଡ଼ ହିଂସା ଘଟିଛି। ଲୋକେ ମିଳିତ ଭାବେ ପୋଲିସ ଷ୍ଟେଶନ ଏବଂ ସ୍ଥାନୀୟ...

ଫ୍ରିଜ୍‌ ଭିତରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ,୨୩।୭: ରାଜଧାନୀ ଦିଲ୍ଲୀର ସୀଲମପୁର ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଫ୍ରିଜ୍‌ ଭିତରୁ ମିଳିଛି। ସେ...

ରାଜଭବନ ଆଗରେ ମେଣ୍ଢା ଧରି ବିକ୍ଷୋଭ

କୋଲକାତା, ୨୦।୫: ନାରଦ ଷ୍ଟିଙ୍ଗ୍‌ ଅପରେଶନ ମାମଲାର ତଦନ୍ତ କରୁଥିବା ସିବିଆଇ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ଫିର୍‌ହାଦ ହକିମ, ସୁବ୍ରତ ମୁଖାର୍ଜୀ ଏବଂ ଟିଏମ୍‌ସି ବିଧାୟକ...

ଏନଜିଟି ଆଦେଶ ଉପରେ ସୁପ୍ରିମ୍‌କୋର୍ଟଙ୍କ ରୋକ…

ନୂଆଦିଲ୍ଲୀ,୧୦।୧୨ : ବିଏସ୍‌-୪ ଯୋଗ୍ୟତାରୁ କମ୍‌ ଥିବା ଗାଡ଼ିକୁ ୬ ମାସ ମଧ୍ୟରେ ହଟାଇବା ନେଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନଜିଟି)ଙ୍କର ଆଦେଶ ଉପରେ ସୁପ୍ରିମ୍‌କୋର୍ଟ ରୋକ...

ଯୋଗୀଙ୍କ ଧ୍ରୁବୀକରଣ ରାଜନୀତି

ଲକ୍ଷ୍ନୌ,୨୪ା୧: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଗାଜିଆବାଦରେ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ତଥା ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ...

ଦେଶର ୫୦ତମ ପ୍ରଧାନ ବିଚାରପତି ହେବେ ଡି.ଓ୍ବାଇ. ଚନ୍ଦ୍ରଚୁଡ

ନୂଆଦିଲ୍ଲୀ,୧୧।୧୦: ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୁଡ ଦେଶର ୫୦ ତମ ପ୍ରଧାନ ବିଚାରପତି ହେବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ ତାଙ୍କ ଉତ୍ତରାଧିକାରୀ...

ସରକାରୀ ସ୍କୁଲରେ ମଦ୍ରାସାର ପ୍ରାର୍ଥନା କରାଇ ପ୍ରଧାନ ଶିକ୍ଷକ ନିଲମ୍ବିତ

ଲକ୍ଷ୍ନୌ,୧୫।୧୦: ଉତ୍ତରପ୍ରଦେଶର ଏକ ସରକାରୀ ସ୍କୁଲରେ ପ୍ରଧାନ ଶିକ୍ଷକ ଜବରଦସ୍ତି ଛାତ୍ରୀଛାତ୍ରଙ୍କୁ ପ୍ରାର୍ଥନାରେ ସରସ୍ବତୀଙ୍କ ବନ୍ଦନା ବଦଳରେ ମଦ୍ରାସାର ପ୍ରାର୍ଥନା କରାଇଥିବା ମାମଲା ସାମ୍ନାକୁ ଆସିଛି।...

Advertisement
Archives

Model This Week