ଭାରତୀୟ ପର୍ବତାରୋହୀଙ୍କ ଅବସ୍ଥାରେ ଆସୁଛି ସୁଧାର, ତଥାପି ବିପଦକୁ ଏଡ଼ାଇ ହେବନି

କାଠମାଣ୍ଡୁ,୨୪ା୪: ନେପାଳର ଅନ୍ନପୂର୍ଣ୍ଣା ପର୍ବତର ଏକ ଗଭୀର ଖାତ ମଧ୍ୟକୁ ଖସିଯିବା ପରେ ଉଦ୍ଧାର ହୋଇଥିବା ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୁଙ୍କ ଅବସ୍ଥା ଗୁରୁତର ରହିଛି। ଏନେଇ ତାଙ୍କ ଭାଇ ଆଶିଷ ଏହି ସୂଚନା ଦେଇଛନ୍ତି। ତାଙ୍କ ଭାଇ କହିଛନ୍ତି, କାଠମାଣ୍ଡୁରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କ ଜୀବନ ବଞ୍ଚିଗଲା ଏବଂ ତାଙ୍କ ଅବସ୍ଥାରେ ସୁଧାର ଯଦିଓ ଆସୁଛି ତଥାପି ବିପଦକୁ ଏଡ଼ାଇ ହେବନି ବୋଲି ସେ କହିଛନ୍ତି।

ରାଜସ୍ଥାନର କିଶନଗଡ଼ର ବାସିନ୍ଦା ୩୪ ବର୍ଷୀୟ ଅନୁରାଗ ଏପ୍ରିଲ ୧୭ରେ ତୃତୀୟ ଶିବିରରୁ ଓହ୍ଲାଇଥିବା ବେଳେ ପ୍ରାୟ ୬୦୦୦ମିଟର ଉଚ୍ଚତାରୁ ଏକ ଘାଟିକୁ ଖସିପଡ଼ିଥିଲେ। ତିନି ଦିନ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ସେବେଠାରୁ ଅନୁରାଗ କାଠମାଣ୍ଡୁର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅବସ୍ଥା ପୂର୍ବ ଅପେକ୍ଷା ଯଦିଓ ଟିକେ ଭଲ ରହିଛି ତଥାପି ବିପଦ ମୁକ୍ତ ନୁହନ୍ତି ବୋଲି ତାଙ୍କ ଭାଇ କହିଛନ୍ତି।

ଏହି ଅଭିଯାନ ସମୟରେ ଅନୁରାଗଙ୍କ ସହ ଆସିଥିବା ବରିଷ୍ଠ ପର୍ବତାରୋହୀ ଚିପାଲ ଶେର୍‌ପା କହିଛନ୍ତି, ଅନୁରାଗ ଭୁଲ ଦଉଡ଼ି ଧରିଦେବାରୁ ଗଭୀର ଖାଲ ମଧ୍ୟକୁ ଖସିପଡ଼ିଥିଲେ। ସେ କହିଛନ୍ତି, ପର୍ବତ ଉପରକୁ ଚଢ଼ିବା କିମ୍ବା ଓହ୍ଲାଇବା ପାଇଁ ବ୍ୟବହୃତ ଦଉଡ଼ି ଧରିବା ପରିବର୍ତ୍ତେ ସେ ଲଗେଜ ନେବା ପାଇଁ ବ୍ୟବହୃତ ଦଉଡ଼ିଟିକୁ ଧରିଥିଲେ, ଯାହା ବହୁତ ଛୋଟ ଅଟେ। ତେଣୁ ସେ ଖସିପଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁ ପଟ୍ଟନାୟକ ମାର୍ଗରେ ନିଆରା ଗଣେଶ ପୂଜା: ରାଧାକୃଷ୍ଣ ବେଶରେ ପୂଜା ପାଉଛନ୍ତି ଗଜାନନ

ଗଞ୍ଜାମ, ୧୬/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଥିବାବେଳେ ବିଜୁ ପଟ୍ଟନାୟକ ମାର୍ଗରେ ଆୟୋଜିତ ଗଣେଶ ପୂଜା…

ଶ୍ରୀମନ୍ଦିରରେ ଛୁଆଁ ମହାସ୍ନାନ ନୀତି: ରତ୍ନସିଂହାସନ ଉପରେ ଛୁଇଁ ଦେଲେ…

ପୁରୀ,୧୬।୯(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିରରେ ବୁଧବାର ଶ୍ରୀବିଗ୍ରହଙ୍କ ‘ଛୁଆଁ ମହାସ୍ନାନ’ ନୀତି ଅନୁଷ୍ଠିତ ହୋଇଛି। ଏହି କାରଣରୁ ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ଦେଖିବାକୁ ମିଳିଛି। ମହାସ୍ନାନ ନୀତି…

ଭାରତ ଉପରେ ୧୦୦% ଟାରିଫ୍‌ ଲଗାଇବ ଆମେରିକା: ଭାରତ କହିଲା, ଆମେ…

ନୂଆଦିଲ୍ଲୀ,୧୬।୯: ରୁଷିଆଠାରୁ ବିପୁଳ ପରିମାଣରେ କ୍ରୁଡ ଅଏଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବା ନେଇ ଆମେରିକାରେ ଆଇନ ପ୍ରଣୟନ ପ୍ରକ୍ରିୟା ଆଗକୁ ବଢ଼ିଛି।…

ଦକ୍ଷିଣୀ ଷୌଣ୍ଡିକ ସମାଜ ସାହୁ ପରିବାରର ସାମୂହିକ ନୂଆଁଖାଇ: ସମାଜକୁ ଦେଲେ ଏକତାର ବାର୍ତ୍ତା

କେସିଙ୍ଗା,୧୬।୯(ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ନୂଆଁଖାଇ’ ଅବସରରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ଦକ୍ଷିଣୀ ଷୌଣ୍ଡିକ ସମାଜର ସାହୁ ପରିବାର ପକ୍ଷରୁ ଭବ୍ୟ…

ଶାହରୁଖଙ୍କ ‘ମନ୍ନତ’ର ମାସିକ ବିଦ୍ୟୁତ ବିଲ କେତେ ଜାଣିଛନ୍ତି କି, ଉଡିଯିବ ହୋଶ୍‌

ମୁମ୍ବାଇ: ବଲିଉଡର ‘କିଙ୍ଗ ଖାନ’ ଭାବେ ପରିଚିତ ଶାହରୁଖ ଖାନଙ୍କ ଲୋକପ୍ରିୟତା କେବଳ ଭାରତରେ ସୀମିତ ନୁହେଁ। ଦେଶ-ବିଦେଶରେ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ତାଙ୍କର…

ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ ଅଙ୍ଗନୱାଡ଼ି କେନ୍ଦ୍ର: ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ ବସୁଛନ୍ତି ଶିଶୁ

ଲାଞ୍ଜିଗଡ଼,୧୬ା୯(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୨୦୧୫ରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନକୁ…

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ସେକ୍ସ ରାକେଟ ଠାବ: ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଚାଲିଥିଲା…

ଅନୁଗୋଳ,୧୬ା୯ (ଜ୍ୟୋତିରଞ୍ଜନ ସାହୁ):ଘର ଆଗରେ ନେମପ୍ଲେଟ ଲାଗିଛି। ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ଉକ୍ତ ଘରେ ଦେହ ବ୍ୟବସାୟ ଚାଲିଥିବା ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?