Posted inଜାତୀୟ

ପାକିସ୍ତାନୀ ଡ୍ରୋନ୍‌ ଉପରେ ଭାରତୀୟ ଯବାନଙ୍କ ୧୦ ରାଉଣ୍ଡ ଗୁଳି ମାଡ଼…

ପଠାଣକୋଟ,୧୫।୧୧ : ପୁଣିଥରେ ପଠାଣକୋଟର ବାମିୟାଲ ସେକ୍ଟରରେ ଭାରତୀୟ ସୀମା ଭିତରକୁ ପାକିସ୍ତାନୀ ଡ୍ରୋନର ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ବିଏସଏଫ ଯବାନଙ୍କ ଗୁଲି ଫାୟରିଂଯୋଗୁ ୁ ପାକିସ୍ତାନୀ ଡ୍ରୋନ ଫେରି ଯାଇଥିଲା। ଏହି ଘଟଣା ପରେ ପୋଲିସ ଏବଂ ବିଏସଏଫ ଦ୍ୱାରା ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଥିଲା ଏବଂ ସର୍ଚ୍ଚ ଅପରୋନ ଆରମ୍ଭ ହୋଇଛି। ସୋମବାର ବିଳମ୍ବିତ ରାତିରେ ଡ୍ରୋନ ଅନୁପ୍ରବେଶ ଘଟଣା ଘଟିଛି।

ସୋମବାର ବିଳମ୍ବିତ ରାତିରେ ସୀମାରେ ପୋଷ୍ଟ ହୋଇଥିବା ବିଏସଏଫ ଯବାନ ପାକିସ୍ତାନୀ ଡ୍ରୋନର ଗତିବିଧି ବିଓପି ବାମିୟାଲ ସୀମାର ଏନଟିପି ଅଞ୍ଚଳରେ ଦେଖିବାକୁ ପାଇଥିଲେ। ଏହା ଉପରେ ତୁରନ୍ତ ବିଏସଏଫ ଯବାନମାନେ ୧୦ ରାଉଣ୍ଡ ଗୁଳି ଚଳାଇଥିଲେ। ଡ୍ରୋନର ଅବସ୍ଥାନ ଜାଣିବା ପାଇଁ ତିନୋଟି ଇଲୁ ବୋମା ମଧ୍ୟ ଛଡା ଯାଇଥିଲା। ପ୍ରାୟ ଏକ ମିନିଟର ଏହି କାର୍ଯ୍ୟ ପରେ ପାକିସ୍ତାନୀ ଡ୍ରୋନ ଫେରି ଯାଇଥିଲା।

ଏହାପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଡ୍ରୋନ ଅନୁପ୍ରବେଶ କରିବାକୁ ଚେଷ୍ଟା କରାଯାଇଛି। ଏଥିସହିତ ସ୍ଥାନୀୟ ପୋଲିସ ସୂଚନା ପାଇବା ପରେ ଡିଏସପି ଅପରେଶନ ସୁଖରାଜ ସିଂ ଏବଂ ପୋଲିସ ଷ୍ଟେଶନ ଦାୟିତ୍ୱରେ ଥିବା ଦୀପକ କୁମାର ପୋଲିସ ଦଳ ସହିତ ପହଞ୍ଚିଥିଲେ। ପୋଲିସ ଏବଂ ବିଏସଏଫ ସମ୍ଭାବ୍ୟ ସ୍ଥାନରେ ସର୍ଚ୍ଚ ଅପରେଶନ କରିଥିଲେ। ତଥାପି, କୌଣସି ସନ୍ଦେହଜନକ ସନ୍ଧାନ ମିଳି ନଥିଲା। ଏହି ପ୍ରସଙ୍ଗରେ ଡିଏସପି ଅପରେସନ ସୁଖରାଜ ସିଂ କହିଛନ୍ତି ଯେ ବିଏସଏଫ ଦ୍ୱାରା ପାକିସ୍ତାନୀ ଡ୍ରୋନର ଅନୁପ୍ରବେଶ ଦେଖିବା ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଛି। ମାତ୍ର କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କୁ ସନ୍ଦେହ କରିବାର କାରଣ ନାହିଁ: ସିଇସି ନିଯୁକ୍ତି ପ୍ରକ୍ରିୟାକୁ ନେଇ କେନ୍ଦ୍ରର ସଫେଇ

ନୂଆଦିଲ୍ଲୀ,୧ା୮:ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ଅନ୍ୟ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପାଇଁ ଏକ ସ୍ବାଧୀନ ଓ ନିରପେକ୍ଷ ପ୍ରକ୍ରିୟା ଜରୁରୀ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଥିଲେ।…

‘ତାଙ୍କ ପାଦ ଧୋଇ ସେହି ପାଣି ପିଇବାକୁ ଚାହେଁ’, ପିଏମ ମୋଦିଙ୍କୁ ବିଷ୍ଣୁଙ୍କ ଅବତାର ବୋଲି କହି ଚର୍ଚ୍ଚାରେ ଅଭିନେତା

ନୂଆଦିଲ୍ଲୀ,୧।୮: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା…

ଅଭିଯୋଗର ଗୋଟିଏ ଦିନରେ ରାସ୍ତ ମରାମତି: ସିଟିଜେନ ଫୋରମଙ୍କୁ ଧନ୍ୟବାଦ

କେସିଙ୍ଗା,୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗିର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ…

ଔଷଧ କିଣିବା ପୂର୍ବରୁ ଜାଣନ୍ତୁ! ଆଜିଠୁ ବଦଳିଲା ୨୩ଟି ମେଡିସିନର ଦାମ୍‌

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଆଜି ଅଗଷ୍ଟ ୧ରୁ ଔଷଧର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ୨୨ଟି ଔଷଧ ଏବଂ ଫିକ୍ସଡ ଡୋଜ କମ୍ବିନେସନର ନୂତନ ଖୁଚୁରା…

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଧର୍ମ ପଚାରି କଲେ ଗୁଳି

ଶ୍ରୀନଗର,୧।୮: ଜମ୍ମୁ-କଶ୍ମୀରର କୁଲଗାମରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ ହୋଇଛି। କୁଲଗାମ ଜିଲାର ଏକ ଇଟାଭାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି…

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

LPG ପରେ ଏବେ ପେଟ୍ରୋଲ-ଡିଜେଲକୁ ନେଇ ବଡ଼ ଖବର, ଜାରି ହେଲା ନୂଆ ମୂଲ୍ୟ

ନୂଆଦିଲ୍ଲୀ,୧।୮: ଆଜିଠାରୁ ନୂତନ ମାସ ଅର୍ଥାତ୍‌ ଅଗଷ୍ଟ ୧, ୨୦୨୬ର ଶୁଭାରମ୍ଭ ହୋଇଯାଇଛି। ସକାଳୁ ସକାଳୁ ଯେଉଁଠାରେ କମର୍ସିଆଲ ଏଲପିଜି ସିଲିଣ୍ଡରର ଦର ହ୍ରାସ ପାଇଥିବାର ଖବର…

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri