Posted inଜାତୀୟ

ଟାର୍ଗେଟ୍‌ରେ ଭାରତୀୟ ପ୍ରତିଷ୍ଠାନ

ନୂଆଦିଲ୍ଲୀ/ କାବୁଲ, ୧୯।୭: ଆଫଗାନିସ୍ତାନରେ ଥିବା ଭାରତୀୟ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିବା ଲାଗି ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦେଶର ଆତଙ୍କବାଦୀ ସଂଗଠନଗୁଡ଼ିକୁ ତାଲିବାନ ସହ ମିଶି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶକ୍ରମେ ପାକିସ୍ତାନରୁ ୧୦ ହଜାରରୁ ଊର୍ଦ୍ଧ୍ୱ ଲଶ୍କର-ଇ-ତୋଇବା ଏବଂ ଜୈଶ-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀ ଆଫଗାନିସ୍ତାନରେ ପ୍ରବେଶ କରିଥିବା ଏକ ଆକଳନରୁ ଜଣାପଡ଼ିଛି। ଏହା ବ୍ୟତୀତ ସେଠାରେ କେତେକ ପାକ୍‌ ଆତଙ୍କବାଦୀ ବହୁ ବର୍ଷ ଧରି ରହିଛନ୍ତି। ଯୁଦ୍ଧ ବିଧ୍ୱସ୍ତ ଆଫଗାନିସ୍ତାନରେ ଥିବା ଭାରତୀୟ ବିଲ୍ଡିଂ ଏବଂ ଭିତ୍ତିଭୂମି ଉପରେ ଆକ୍ରମଣ ଲାଗି ଆଇଏସ୍‌ଆଇ ନିର୍ଦ୍ଦେଶରେ ସେମାନଙ୍କୁ ନିୟୋଜିତ କରାଯାଇଛି। ସେମାନେ ଆଫଗାନ ସରକାର ବିରୋଧୀ ଲଢ଼େଇରେ ଯୋଗଦେବା ସହ ତାଲିବାନ ଆତଙ୍କବାଦୀଙ୍କୁ ସହାୟତା କରୁଛନ୍ତି। ସେଠାର ବାସ୍ତବ ସ୍ଥିତି ଉପରେ ଅନୁଧ୍ୟାନ କରୁଥିବା ଏକ ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି।
୨୦୦୧ରେ କାବୁଲରୁ ତାଲିବାନ ମୂଳପୋଛ ହେବା ପରେ ଭାରତ ସେଠାରେ ୩ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ ବ୍ୟୟ କରି ବିଭିନ୍ନ ଭିତ୍ତିଭୂମିର ବିକାଶ କରିଛି। ସେଥିମଧ୍ୟରେ ରହିଛି ଡେଲାରାମରୁ ଜରଞ୍ଜ ମଧ୍ୟରେ ୨୧୮ କିଲୋମିଟର ରାସ୍ତା, ଭାରତ-ଆଫଗାନିସ୍ତାନ ମୈତ୍ରୀ ଡ୍ୟାମ୍‌ ଏବଂ ଆଫଗାନ୍‌ ପାର୍ଲାମେଣ୍ଟ ବିଲ୍ଡିଂ। ଏବେ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ପୁଣି ଥରେ ତାଲିବାନ ଆତଙ୍କବାଦୀ ସକ୍ର୍ରିୟ ହୋଇଉଠିଛନ୍ତି ଓ ଦେଶର ଅଧିକାଂଶ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଲେଣି। ଏଭଳି ସ୍ଥିତିରେ ଭାରତ ସେଠାରେ କେତେଦିନ ନିଜର ଉପସ୍ଥିତି ଜାହିର ରଖିପାରିବ, ତାହା କହିହେଉନାହିଁ। ସେଠାରେ ନିର୍ମାଣ କାର୍ଯ୍ୟ ଓ ମରାମତିରେ ସମ୍ପୃକ୍ତ ଥିବା ଭାରତୀୟମାନଙ୍କୁ ନିରାପଦ ସ୍ଥାନକୁ ପଳାଇଯିବାକୁ କୁହାଯାଇଛି। କାନ୍ଦାହାରରେ ଥିବା ଭାରତୀୟ ବାଣିଜି୍ୟକ ଦୂତାବାସର କର୍ମଚାରୀ ଓ ସୁରକ୍ଷା କର୍ମୀମାନଙ୍କୁ ଫେରାଇ ଅଣାଯାଇଥିବାବେଳେ ଜଲାଲାବାଦ ଏବଂ ହେରାତ୍‌ରେ ଥିବା କାର୍ଯ୍ୟାଳୟ ପୂର୍ବରୁ ବନ୍ଦ ହୋଇଯାଇଛି। ଏବେ କେବଳ କାବୁଲରେ ଭାରତୀୟ ଦୂତାବାସ ଏବଂ ମଜାର-ଇ-ଶରିଫ୍‌ରେ ବାଣିଜି୍ୟକ ଦୂତାବାସ ରହିଛି।

୫୩ ତାଲିବାନ ଆତଙ୍କବାଦୀ ନିହତ

ଆଫଗାନିସ୍ତାନରେ ୨୪ ଘଣ୍ଟା ମଧ୍ୟରେ ୫୩ ତାଲିବାନ ଆତଙ୍କବାଦୀ ନିହତ ଓ ୩୮ ଆହତ ହୋଇଛନ୍ତି। ଆଫଗାନ୍‌ ସେନା ପକ୍ଷରୁ ଆକାଶ ମାର୍ଗରୁ ଆକ୍ରମଣ କରାଯାଇଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କାପିସା ପ୍ରଦେଶରେ ବାୟୁସେନା, ନ୍ୟାଶନାଲ ଡିଫେନ୍ସ ଆଣ୍ଡ ସିକ୍ୟୁରିଟି ଫୋର୍ସର ମିଳିତ ଆକ୍ରମଣରେ ୧୮ ଆତଙ୍କବାଦୀ ନିହତ ହେବା ସହ ୨୪ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତାଲିବାନର ୩ ଜଣ ଡିଭିଜନାଲ କମାଣ୍ଡର ଅଛନ୍ତି। ହେଲ୍‌ମଣ୍ଡ ରାଜଧାନୀ ଲଶକର ଗାହ ନିକଟରେ ସେନାଅଭିଯାନରେ ୨୦ ଏବଂ ବାଲ୍‌ଖ ପ୍ରଦେଶରେ ବାୟୁସେନା ଆକ୍ରମଣରେ ୧୫ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ପୂର୍ବତନ ମନ୍ତ୍ରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

ନବରଙ୍ଗପୁର,୩୦ା୮(ସଦାଶିବ ପ୍ରହରାଜ): ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ (୮୭)ଙ୍କ ରବିବାର ସକାଳ ପ୍ରାୟ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri