Posted inଜାତୀୟ

ଟାର୍ଗେଟ୍‌ରେ ଭାରତୀୟ ପ୍ରତିଷ୍ଠାନ

ନୂଆଦିଲ୍ଲୀ/ କାବୁଲ, ୧୯।୭: ଆଫଗାନିସ୍ତାନରେ ଥିବା ଭାରତୀୟ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିବା ଲାଗି ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦେଶର ଆତଙ୍କବାଦୀ ସଂଗଠନଗୁଡ଼ିକୁ ତାଲିବାନ ସହ ମିଶି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶକ୍ରମେ ପାକିସ୍ତାନରୁ ୧୦ ହଜାରରୁ ଊର୍ଦ୍ଧ୍ୱ ଲଶ୍କର-ଇ-ତୋଇବା ଏବଂ ଜୈଶ-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀ ଆଫଗାନିସ୍ତାନରେ ପ୍ରବେଶ କରିଥିବା ଏକ ଆକଳନରୁ ଜଣାପଡ଼ିଛି। ଏହା ବ୍ୟତୀତ ସେଠାରେ କେତେକ ପାକ୍‌ ଆତଙ୍କବାଦୀ ବହୁ ବର୍ଷ ଧରି ରହିଛନ୍ତି। ଯୁଦ୍ଧ ବିଧ୍ୱସ୍ତ ଆଫଗାନିସ୍ତାନରେ ଥିବା ଭାରତୀୟ ବିଲ୍ଡିଂ ଏବଂ ଭିତ୍ତିଭୂମି ଉପରେ ଆକ୍ରମଣ ଲାଗି ଆଇଏସ୍‌ଆଇ ନିର୍ଦ୍ଦେଶରେ ସେମାନଙ୍କୁ ନିୟୋଜିତ କରାଯାଇଛି। ସେମାନେ ଆଫଗାନ ସରକାର ବିରୋଧୀ ଲଢ଼େଇରେ ଯୋଗଦେବା ସହ ତାଲିବାନ ଆତଙ୍କବାଦୀଙ୍କୁ ସହାୟତା କରୁଛନ୍ତି। ସେଠାର ବାସ୍ତବ ସ୍ଥିତି ଉପରେ ଅନୁଧ୍ୟାନ କରୁଥିବା ଏକ ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି।
୨୦୦୧ରେ କାବୁଲରୁ ତାଲିବାନ ମୂଳପୋଛ ହେବା ପରେ ଭାରତ ସେଠାରେ ୩ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ ବ୍ୟୟ କରି ବିଭିନ୍ନ ଭିତ୍ତିଭୂମିର ବିକାଶ କରିଛି। ସେଥିମଧ୍ୟରେ ରହିଛି ଡେଲାରାମରୁ ଜରଞ୍ଜ ମଧ୍ୟରେ ୨୧୮ କିଲୋମିଟର ରାସ୍ତା, ଭାରତ-ଆଫଗାନିସ୍ତାନ ମୈତ୍ରୀ ଡ୍ୟାମ୍‌ ଏବଂ ଆଫଗାନ୍‌ ପାର୍ଲାମେଣ୍ଟ ବିଲ୍ଡିଂ। ଏବେ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ପୁଣି ଥରେ ତାଲିବାନ ଆତଙ୍କବାଦୀ ସକ୍ର୍ରିୟ ହୋଇଉଠିଛନ୍ତି ଓ ଦେଶର ଅଧିକାଂଶ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଲେଣି। ଏଭଳି ସ୍ଥିତିରେ ଭାରତ ସେଠାରେ କେତେଦିନ ନିଜର ଉପସ୍ଥିତି ଜାହିର ରଖିପାରିବ, ତାହା କହିହେଉନାହିଁ। ସେଠାରେ ନିର୍ମାଣ କାର୍ଯ୍ୟ ଓ ମରାମତିରେ ସମ୍ପୃକ୍ତ ଥିବା ଭାରତୀୟମାନଙ୍କୁ ନିରାପଦ ସ୍ଥାନକୁ ପଳାଇଯିବାକୁ କୁହାଯାଇଛି। କାନ୍ଦାହାରରେ ଥିବା ଭାରତୀୟ ବାଣିଜି୍ୟକ ଦୂତାବାସର କର୍ମଚାରୀ ଓ ସୁରକ୍ଷା କର୍ମୀମାନଙ୍କୁ ଫେରାଇ ଅଣାଯାଇଥିବାବେଳେ ଜଲାଲାବାଦ ଏବଂ ହେରାତ୍‌ରେ ଥିବା କାର୍ଯ୍ୟାଳୟ ପୂର୍ବରୁ ବନ୍ଦ ହୋଇଯାଇଛି। ଏବେ କେବଳ କାବୁଲରେ ଭାରତୀୟ ଦୂତାବାସ ଏବଂ ମଜାର-ଇ-ଶରିଫ୍‌ରେ ବାଣିଜି୍ୟକ ଦୂତାବାସ ରହିଛି।

୫୩ ତାଲିବାନ ଆତଙ୍କବାଦୀ ନିହତ

ଆଫଗାନିସ୍ତାନରେ ୨୪ ଘଣ୍ଟା ମଧ୍ୟରେ ୫୩ ତାଲିବାନ ଆତଙ୍କବାଦୀ ନିହତ ଓ ୩୮ ଆହତ ହୋଇଛନ୍ତି। ଆଫଗାନ୍‌ ସେନା ପକ୍ଷରୁ ଆକାଶ ମାର୍ଗରୁ ଆକ୍ରମଣ କରାଯାଇଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କାପିସା ପ୍ରଦେଶରେ ବାୟୁସେନା, ନ୍ୟାଶନାଲ ଡିଫେନ୍ସ ଆଣ୍ଡ ସିକ୍ୟୁରିଟି ଫୋର୍ସର ମିଳିତ ଆକ୍ରମଣରେ ୧୮ ଆତଙ୍କବାଦୀ ନିହତ ହେବା ସହ ୨୪ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତାଲିବାନର ୩ ଜଣ ଡିଭିଜନାଲ କମାଣ୍ଡର ଅଛନ୍ତି। ହେଲ୍‌ମଣ୍ଡ ରାଜଧାନୀ ଲଶକର ଗାହ ନିକଟରେ ସେନାଅଭିଯାନରେ ୨୦ ଏବଂ ବାଲ୍‌ଖ ପ୍ରଦେଶରେ ବାୟୁସେନା ଆକ୍ରମଣରେ ୧୫ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?