‘ଇଣ୍ଡିଆନ୍‌ ଆଇଡଲ୍‌ ୧୩’ ର ବାସ୍ତବିକତା: ଶୋ’ରୁ ବାଦ୍‌ ପଡ଼ିବା ପରେ ରିତୋ କହିଲେ…

ବମ୍ବେ: ବିବାଦରେ ଟେଲି ପରଦାର ସବୁଠାରୁ ବଡ଼ ଏବଂ ହିଟ୍‌ ସିଂଙ୍ଗିଂ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ ୧୩। ଚଳିତ ବର୍ଷ ଏହାର ଅଡିଶନ୍‌ ରାଉଣ୍ଡରେ ପ୍ରତିଯୋଗୀ ରିତୋ ରିବାଙ୍କୁ ବାହାର କରିବାକୁ ନେଇ ବିବାଦ ଦେଖାଦେଇଛି। ପରିସ୍ଥିତି ଏଭଳି ଯେ ଶୋ’କୁ ବଏକଟ କରିବାକୁ ଦାବି ହେଉଛି। ଏହି କ୍ରମରେ ଜେମ୍ସ ଲିବାଙ୍ଗ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ନିଜର ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ପ୍ରସ୍ତୁତ କରି ଶେୟାର କରିଛନ୍ତି। ଭିଡିଓରେ ଇଣ୍ଡିଆନ ଆଇଡଲ୍‌ର ବାସ୍ତବିକତା କ’ଣ ତାହା ପ୍ରଶଂସକଙ୍କୁ ଜଣାଇଛନ୍ତି।

ଜଣେ ପ୍ରତିଯୋଗୀ କିଭଳି ଯୋଗ୍ୟତା ଥାଇ ମଧ୍ୟ ଚୟନ ହେଉ ନାହାନ୍ତି, ହେଲେ ଖରାପ ଗୀତ ଗାଇ କେବଳ କାନ୍ଦି କାନ୍ଦି କିଭଳି ଆଉ ଜଣେ ପ୍ରତିଯୋଗୀ ବିଚାରପତିଙ୍କ ହୃଦୟ ଜିତିବାରେ ସଫଳ ହେଉଛନ୍ତି ତାହା ଭିଡିଓରେ ଦେଖାଯାଇଛି। ସିଧା କଥା କହିଲେ ଶୋ’ରେ ପ୍ରତିଯୋଗୀଙ୍କ ଚୟନ ଯୋଗ୍ୟତା ଆଧାରରେ ନୁହେଁ ବରଂ ଭାବବିହ୍ବଳ କଲା ଭଳି ବ୍ୟକ୍ତିଗତ କାହାଣୀ ଆଧାରରେ କରାଯାଉଛି ବୋଲି ସେ ଦେଖାଇଥିଲେ। ଏହି ଭିଡିଓଟି ବେଶ ଭାଇରାଲ ହେବା ସହ ରିତୋ ନିଜର ଇନଷ୍ଟା ଷ୍ଟୋରୀରେ ଏହାକୁ ଶେୟାର କରିଛନ୍ତି।

କହିରଖୁଛୁ ଯେ, ଅରୁଣାଚଳ ପ୍ରଦେଶର ଗାୟକ ତଥା କମ୍ପୋଜର ରିତୋ ଇଣ୍ଡିଆନ ଆଇଡଲରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ। ସେ ଖୁବ୍‌ ସୁନ୍ଦର ଗାୟନଶୈଳୀ ଯୋଗେ ସମସ୍ତଙ୍କ ହୃଦୟ ଜିତିଥିଲେ ହେଁ ତାଙ୍କୁ ସୁଯୋଗ ଦିଆଯାଇ ନ ଥିଲା। ଏହାକୁ ନେଇ ପ୍ରଶଂସକ ଖପ୍ପା ହୋଇଥିଲେ। ଶୋ’କୁ ସେମାନେ ସ୍କ୍ରିପ୍ଟେଡ୍‌ କହିବା ସହ ବଏକଟ୍‌ କରିବାକୁ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା ପରେ ଭାରତର ସହାୟତାକୁ ପ୍ରଶଂସା, ପ୍ରଧାନମନ୍ତ୍ରୀ କହିଲେ…

କାଠମାଣ୍ଡୁ,୨ା୯: ନେପାଳରେ ଭୟଙ୍କର ବନ୍ୟା ପରେ ଭାରତ ପକ୍ଷରୁ ମିଳୁଥିବା ଲଗାତାର ସହାୟତାକୁ ନେଇ ଭାରତ ଓ ଚାଇନାକୁ ଧନ୍ୟବାଦ ଜଣାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହା।…

ସ୍ତ୍ରୀର ପରକୀୟା ପ୍ରୀତି ଉପରେ ନଜର ରଖିବା ପଡ଼ିଲା ମହଙ୍ଗା: ଟୁଥବ୍ରଶ୍‌ରୁ ସନ୍ଦେହ କରି ଫସିଲେ ସ୍ୱାମୀ, କୋର୍ଟ କହିଲେ…

ନୂଆଦିଲ୍ଲୀ,୨।୯: ପତ୍ନୀଙ୍କ ପରକୀୟା ସମ୍ପର୍କ ଉପରେ ସନ୍ଦେହ ଉପୁଜିବା ପରେ ଆରମ୍ଭ ହେଲା ବିବାଦ । ସନ୍ଦେହ ଦୂର କରିବା ପାଇଁ ସ୍ୱାମୀ ଏମିତି ଏକ ପଦକ୍ଷେପ…

ଗାଧୋଇବା ସମୟରେ ନଦୀରେ ଭାସି ଜଣେ ନିଖୋଜ

ଗୁଣପୁର,୨ା୯(ସୁଜାତା ପାଢ଼ୀ): ଗାଧୋଇବା ସମୟରେ ନଦୀରେ ଭାସିଯାଇ ଜଣେ ନିଖୋଜ ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ଗୁଣପୁର ବଂଶଧାରା ନଦୀରେ। ନିଖୋଜ ଜଣେ ବ୍ୟକ୍ତି ଓ ତାଙ୍କ…

ସାବଧାନ! UPI ଓ QR କୋଡ୍‌ ବ୍ୟବହାରକାରୀ ତୁରନ୍ତୁ କରନ୍ତୁ ଏହି କାମ, ୧୫ ସେପ୍ଟେମ୍ୱର ଡେଡ୍‌ଲାଇନ

ନୂଆଦିଲ୍ଲୀ,୨।୯: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ (ମର୍ଚାଣ୍ଟ) ଏବଂ QR କୋଡ କିମ୍ୱା UPI ମାଧ୍ୟମରେ ଡିଜିଟାଲ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଆପଣଙ୍କ ପାଇଁ…

ସ୍କୁଲରେ ବାଜିବ ବେଲ, ହେଲେ ଆଉ ବଜାଇବେନି ସନ୍ତୋଷ

ଭଞ୍ଜନଗର,୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂସ୍ଥିତ କାହ୍ନୁ ରାଉତ ଉଚ୍ଚ ବିଦ୍ୟାଳୟର ପିଅନ ସନ୍ତୋଷ ଗୌଡ଼ (୫୮)ଙ୍କ ବୁଧବାର ଅକାଳ ବିୟୋଗରେ ବିଦ୍ୟାଳୟ…

ଭାରତର ଏହି ବଜାରରେ ବିକ୍ରି ହେଉଛି ଅଜଗର ଅଣ୍ଡା, ଦାମ୍‌ ଜାଣିଲେ…

ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସେମାନଙ୍କର ଅନନ୍ୟ ଖାଦ୍ୟ ପାଇଁ ସାରା ଦେଶରେ ଜଣାଶୁଣା। ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ଲୋକମାନେ ମାଛ, ମାଂସ ବ୍ୟତୀତ…

ସମସ୍ତଙ୍କ ହୃଦୟ ଜିଣିଲେ ସୋନୁ ସୁଦ: କାଠମାଣ୍ଡୁରେ ପହଞ୍ଚି…

କାଠମାଣ୍ଡୁ,୨।୯:ନେପାଳରେ ଭୟଙ୍କର ବନ୍ୟା ଶହ ଶହ ଲୋକଙ୍କ ଜୀବନକୁ ଭାଙ୍ଗି ଦେଇଛି। ଘରଗୁଡ଼ିକ ବାଲି ପରି ଭାସି ଯାଇଛି ଏବଂ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି।…

ଗିଲ୍‌-ବୁମ୍‌ରାଙ୍କୁ ବଡ଼ ଝଟକା! ICC ଟେଷ୍ଟ ରାଙ୍କିଙ୍ଗ୍‌ରେ ବଡ଼ ଓଲଟପାଲଟ, ନୂଆ ତାଲିକା ଦେଖି ଚମକିଯିବେ!

ନୂଆଦିଲ୍ଲୀ,୨।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ନୂଆ ଟେଷ୍ଟ ରାଙ୍କିଙ୍ଗ୍‌ ଜାରି ହୋଇଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଟେଷ୍ଟ କ୍ରିକେଟ ଚାଲିଥିବା ବେଳେ ଏହାର ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri