Posted inଖେଳ

ପ୍ୟାରିସ୍‌ ଅଭିମୁଖେ ଭାରତୀୟ ହକି ଦଳ

ବେଙ୍ଗାଲୁରୁ, ୯।୭: ପ୍ୟାରିସ ଅଲିମ୍ପିକ୍ସ ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହେବ। ଏଥିରେ ଭାଗ ନେବାପାଇଁ ଭାରତୀୟ ପୁରୁଷ ହକି ଦଳ ସୋମବାର ପ୍ୟାରିସ ଅଭିମୁଖେ ଯାତ୍ରା କରିଛି। ଏହି ଯାତ୍ରାର ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତୀୟ ଦଳ ସୁଇଜରଲାଣ୍ଡ ଯାଇ ମୋଟିଭେଶନାଲ ସ୍ପିକର ମାଇକ୍‌ ହନର୍‌ସଙ୍କସହ ୩ ଦିନ ମାନସିକ ଦୃଢ଼ତା ଉପରେ କାର୍ଯ୍ୟ କରିବ। ଏହାପରେ ନେଦରଲାଣ୍ଡ୍ସ ଯାଇ ପ୍ରାକ୍ଟିସ ମ୍ୟାଚ ଗୁଡ଼ିକ ଖେଳିବ। ସେଠାରେ ଅନ୍ତିମ ପର୍ଯ୍ୟାୟ ଟ୍ରେନିଂ ସାରିବାପରେ ଭାରତୀୟ ଦଳ ୨୦ ତାରିଖରେ ସିଟି ଅଫ୍‌ ଲାଇଟ (ପ୍ୟାରିସ)ରେ ପହଞ୍ଚିବ।

ପୁଲ୍‌ ‘ବି’ରେ ସ୍ଥାନ ପାଇଥିବା ଭାରତୀୟ ଦଳ ପ୍ୟାରିସରେ ଅଲିମ୍ପିକ୍ସ ଅଭିଯାନ ୨୭ ତାରିଖରେ ଆରମ୍ଭ କରିବ। ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେବ ନ୍ୟୁଜିଲାଣ୍ଡ। ଏହାପରେ ୨୯ରେ ଆର୍ଜେଣ୍ଟିନା, ୩୦ରେ ଆୟର୍ଲାଣ୍ଡ ଓ ଅଗଷ୍ଟ ୧ରେ ବେଲ୍‌ଜିୟମକୁ ଭେଟିବ। ଅଗଷ୍ଟ ୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳି ଭାରତ ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିବ। ଟପ୍‌-୪ ଫିନିଶ୍‌ କରିପାରିଲେ ଭାରତୀୟ ଦଳ ନକ୍‌ଆଉଟ ପର୍ଯ୍ୟାୟରେ ପ୍ରବେଶ କରିବ। ”ବେଙ୍ଗାଲୁରୁସ୍ଥିତ ସାଇ କ୍ୟାମ୍ପରେ ଆମେ ଦୁଇ ସପ୍ତାହଧରି କଠିନ ପରିଶ୍ରମ କରିଛୁ। ସୁଇଜରଲାଣ୍ଡରେ ମାଇକ୍‌ ହର୍ନ (ଅତ୍ୟଧିକ ଦୁଃସାହସିକ କାର୍ଯ୍ୟସହ ସମ୍ପୃକ୍ତ ଯୋଗୁ ଭୟ ଉପରେ ବିଜୟ ହାସଲ ପାଇଁ ବିଶେଷ ପରିଚିତ)ଙ୍କ ସହ ଅଳ୍ପକିଛିଦିନ ବିତାଇବାପରେ ଆମେ ନେଦରଲାଣ୍ଡ୍ସ ଯାଇ ଆମେ ଘରୋଇ ଦଳ ଓ ମାଲେସିଆ ବିପକ୍ଷରେ କେତେକ ଅଭ୍ୟାସ ମ୍ୟାଚ ଖେଳିବୁ। ଏହାପରେ ଆମେ ପ୍ୟାରିସ ଯିବୁ। ଶେଷ ପର୍ଯ୍ୟାୟ ଟ୍ରେନିଂ ପାଇଁ ସମ୍ପୂର୍ଣ୍ଣ ଦଳ ହାଇ ସ୍ପିରିଟରେ ଅଛି ଏବଂ ଆମେ ଏଥିରେ ଏକାଗ୍ର ହେଉଛୁ“ ବୋଲି ଅଧିନାୟକ ହରମନପ୍ରୀତ ସିଂ ପ୍ରକାଶ କରିଛନ୍ତି।

ଅଧିନାୟକ ହରମନପ୍ରୀତଙ୍କ ସହ ଏକମତ ହୋଇଛନ୍ତି ଉପ-ଅଧିନାୟକ ହାର୍ଦ୍ଦିକ ସିଂ। ”ଭାରତୀୟ ଦଳର ଟ୍ରେନିଂ ଏପର୍ଯ୍ୟନ୍ତ ବହୁତ ଭଲ ରହିଛି। ଲଣ୍ଡନ ଓ ଆଣ୍ଟ୍ବେର୍ପରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଆମର ଥିବା ଦୁର୍ବଳ ବିଭାଗ ଉପରେ ଆମେ ବେଙ୍ଗାଲୁରୁ କ୍ୟାମ୍ପରେ କାମ କରିଛୁ। ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ବିଶ୍ୱର ଶ୍ରେଷ୍ଠ ଦଳ ଗୁଡ଼ିକ ଭାଗ ନେଉଛନ୍ତି। ଆମେ ମଧ୍ୟ ଏହାର ମୁକାବିଲା କରି ଭାରତକୁ ଗର୍ବିତ କରିବାକୁ ପ୍ରସ୍ତୁତ“ ବୋଲି ହାର୍ଦ୍ଦିକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?