କଳିଙ୍ଗରେ ଆଜି ଇଣ୍ଡିଆନ ଗ୍ରାଁ ପ୍ରି-୩

ଭୁବନେଶ୍ୱର, ୨୧।୫(କ୍ରୀଡ଼ା ପ୍ରତିନିଧି): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ଆଥଲେଟିକ୍ସର ଆଉ ଏକ ବଡ଼ ପ୍ରତିଯୋଗିତା। ରାଜ୍ୟ ସରକାର ୨୦୧୭ରେ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ ଓ ୨୦୧୮ରେ ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚାମ୍ପିୟନଶିପ୍‌କୁ ସଫଳତାର ସହ ଆୟୋଜନ କରିଥିବାବେଳେ ଏବେ ଏଠାରେ ଇଣ୍ଡିଆନ ଗ୍ରାଁ ପ୍ରି ୩ ଓ ୪ ହେବାକୁ ଯାଉଛି। ଇଣ୍ଡିଆନ ଗ୍ରାଁ ପ୍ରି ୩ ଶନିବାର ଏବଂ ଗ୍ରାଁ ପ୍ରି ୪ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ। ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜନ ହେବ। ଭୁବନେଶ୍ୱରରେ ଇଣ୍ଡିଆନ ଗ୍ରାଁ ପ୍ରି ଆୟୋଜନ ହେବା ଏହା ପ୍ରଥମ। ପ୍ରତିଯୋଗିତାରେ ମୋଟ ୧୭ଟି ଇଭେଣ୍ଟ ଅନୁଷ୍ଠିତ ହେବ। ଓଡ଼ିଶାର ମୋଟ ୧୦ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସ୍ପ୍ରିଣ୍ଟର ଶ୍ରାବଣୀ ନନ୍ଦ ଓ ଅମିୟ ମଲିକ ଆକର୍ଷଣରେ ରହିବେ। ଭାଗ ନେବାକୁ ଯାଉଥିବା ଅନ୍ୟ ୮ ପ୍ରତିଯୋଗୀ ହେଲେ ଲକ୍ଷ୍ମୀପ୍ରିୟା କିଷାନ, ନମିତା ପ୍ରଧାନ, ଅଶୋକ ଦଣ୍ଡସେନା, ନିଖିଲ ଦାସ, ଆର୍ଯ୍ୟନ ଏକ୍କା, ସ୍ବାଧୀନ କୁମାର ମାଝି, ପଙ୍କଜ ମଣ୍ଡଳ ଓ ଦେବାଶିଷ ପଟ୍ଟନାୟକ।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେର ରୋଡ୍‌ରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଢେଙ୍କାନାଳ,୧୧ା୯(ରତନ ନାୟାର): ପୁରୀରୁ ଢେଙ୍କାନାଳ ଦେଇ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ ପରୀକ୍ଷାମୂଳକ ଭାବେ ସୋମବାର ତାଳଚେର ରୋଡ୍‌ ପର୍ଯ୍ୟନ୍ତ ଗଡ଼ିଛି। ପୁରୀରୁ ଏହି ଟ୍ରେନ...

କୋହଲିଙ୍କଠାରୁ ସ୍ବତନ୍ତ୍ର ଉପହାର ପାଇଲେ ରାହୁଲ

ଆବୁଧାବି, ୪।୧୦: ଚଳିତ ଆଇପିଏଲ୍‌ର ୧୫ତମ ମ୍ୟାଚ୍‌ରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୮ ଉଇକେଟ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ବିରାଟ କୋହଲିଙ୍କ...

ମାନସ ସ୍ବାଇଁ ହତ୍ୟା ଘଟଣା: ୮ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ ଦାଖଲ

ଚାନ୍ଦବାଲି ୯।୭(ଡି.ଏନ୍‌.ଏ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ୮ ଜଣ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ...

ହୋମ୍‌ କ୍ୱାରାଣ୍ଟାଇନ୍‌ର ଅର୍ଥ ପାରିବାରିକ ପୁନର୍ମିଳନ ନୁହେଁ: ବାଗ୍‌ଚୀ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ସରକାର ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତିମାନଙ୍କ ପାଇଁ ଗ୍ରାମାଞ୍ଚଳରେ ସଂଗରୋଧର ବ୍ୟବସ୍ଥା କରିଥିଲେ। ହେଲେ ସହରାଞ୍ଚଳରେ ସେଭଳି ବ୍ୟବସ୍ଥା କରିବା ସମ୍ଭବ ନୁହେଁ। ଏହାଛଡ଼ା...

ଦୁଲୁକୁଛି ବଳରାମପ୍ରସାଦ

ବଅଁରପାଳ,୧୬।୪(ଡି.ଏନ.ଏ.) ଅନୁଗୋଳ ଜିଲା ବଅଁରପାଳ ବ୍ଲକ ବଳରାମପ୍ରସାଦଠାରେ ଥିବା ମା’ ହିଙ୍ଗୁଳାଙ୍କ ବାର୍ଷିକ ୩ ଦିନିଆ ଯାତ୍ରା ଶୁକ୍ରବାରଠାରୁ ଧୁମ୍‌ଧାମରେ ଆରମ୍ଭ ହୋଇଛି। ବିଭିନ୍ନ ବାଦ୍ୟ...

‘ସମ୍ବିଧାନ ସୁରକ୍ଷାରେ ବାଚସ୍ପତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର,୧୭ା୧୧(ବ୍ୟୁରୋ): ହିମାଚଳ ପ୍ରଦେଶର ସିମ୍‌ଲାଠାରେ ଅନୁଷ୍ଠିତ ହୋଇଥିବା ଦୁଇଦିନିଆ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀରେ ଓଡ଼ିଶା ବିଧାନସଭା ବାଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ର ଯୋଗ ଦେଇଛନ୍ତି। ୧୯୨୧...

ଶରଣକୂଳ କଙ୍ଗାରୁ କୋର୍ଟ ପ୍ରସଙ୍ଗ: ଗୃହରେ ଭୁଲ୍‌ ତଥ୍ୟ ଦେଇଥିବାରୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ୱର,୧୪।୧(ବ୍ୟୁରୋ): ନୟାଗଡ଼ ଜିଲା ଶରଣକୂଳ ଥାନା ଖଲିପାଟଣା ଗ୍ରାମର ପ୍ରାୟ ୧୫ ପରିବାର ୨୦୦୭ ମସିହାରୁ କଙ୍ଗାରୁ କୋର୍ଟର ଶିକାର ହୋଇ ଗ୍ରାମ ବାହାରେ ରହୁଛନ୍ତି।...

ବିଜେଡି ସରକାରଙ୍କ ରିମୋଟ୍‌ ମୋଦିଙ୍କ ହାତରେ: ଜିତେନ୍ଦ୍ର ସିଂ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ଓଡ଼ିଶା ସରକାରଙ୍କ ରିମୋଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ହାତରେ ରହିଛି । ବିଜେଡି ସବୁ କଥାରେ ଭାଜପା ସହିତ ଏକ...

Advertisement
Archives

Model This Week