ଆମେରିକା ଓ୍ବାରେଣ୍ଟରେ ଲଣ୍ଡନରୁ ଭାରତୀୟ ନାଗରିକ ଗିରଫ

ଲଣ୍ଡନ,୨୦ା୪: ଆମେରିକାର ପ୍ରତ୍ୟର୍ପଣ ଓ୍ବାରେଣ୍ଟରେ ବ୍ରିଟେନ ପୋଲିସ ଲଣ୍ଡନରୁ ଜଣେ ଭାରତୀୟ ନାଗରିକଙ୍କୁ ଗିରଫ କରିଛି। ଭାରତୀୟ ମୂଳ ସୁନ୍ଦର ନାଗରାଜନଙ୍କ ଉପରେ ଆତଙ୍କବାଦୀ ସଂଗଠନ ହିଜିବୁଲ୍‌କୁ ଅର୍ଥ ପ୍ରଦାନ କରୁଥିବା ଅଭିଯୋଗ ହୋଇଛି। ମଦୁରାଇରେ ଜନ୍ମିତ ନାଗରାଜନ(୬୫) ଆସନ୍ତା ସପ୍ତାହରେ ଲଣ୍ଡନର ଓ୍ବେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟରେ ହାଜର ହେବେ।

ଆମେରିକାର କର୍ତ୍ତୃପକ୍ଷ ଜାଲିଆତି ଏବଂ ଟଙ୍କା ହେରଫେର ଅଭିଯୋଗରେ ନାଗରାଜନ ସମ୍ମୁଖୀନ ହୋଇଛନ୍ତି। ନାଗରାଜନଙ୍କ ଗିରଫ ପରେ ବ୍ରିଟେନ ପୋଲିସ ଓ୍ବେଲ୍ସରେ (୫୦) ବର୍ଷୀୟ ନାଜିମ ଅହମ୍ମଦ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ନାଜିମ ଅହମ୍ମଦ ମଧ୍ୟ ହିଜିବୁଲ୍‌କୁ ଅର୍ଥ ପ୍ରଦାନ କରୁଥିବା ଅଭିଯୋଗ ହୋଇଛି। ଅଧିକାରୀ କହିଛନ୍ତି, ଏନ୍‌ଟିଏଫ୍‌ଆଇୟୁ (ନ୍ୟାଶନାଲ ଟେରରିଷ୍ଟ ଫାଇନାନ୍ସ ଇନଭେଷ୍ଟିଗେସନ ୟୁନିଟ୍‌) ଦ୍ୱାରା ଜାରି ଅନୁସନ୍ଧାନ ଏବଂ ଗିରଫଦାରୀ ଆତଙ୍କବାଦୀ ଆର୍ଥିକ ତଥା ଅର୍ଥ ହେରଫେର ସହ ଜଡ଼ିତ।  ନାଜିମ ଜଣେ ଧନୀ ବ୍ୟକ୍ତି। ଯିଏ କି ହୀରା ବ୍ୟବସାୟ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri