Posted inଖେଳ

ପ୍ରାଗ୍‌ ଓପନ୍‌ରେ ଭାରତୀୟ ଅଭିଯାନ ଶେଷ

ପ୍ରାଗ୍‌,୨୧।୮(ପି.ଟି.): ଏଠାରେ ଚାଲିଥିବା ଏଟିପି ଚ୍ୟାଲେଞ୍ଜର ପ୍ରାଗ୍‌ ଓପନ୍‌ରେ ଭାରତୀୟ ଅଭିଯାନ ଶେଷ ହୋଇଛି। ଡବଲ୍ସ ଇଭେଣ୍ଟରେ ସବୁ ୩ ଭାରତୀୟ ଖେଳାଳି ପରାଜୟ ବରଣ କରିବା ପରେ ଏହା ସ୍ପଷ୍ଟ ହୋଇଛି। ଟପ୍‌ ସିଡ୍‌ ଖେଳାଳି ଦିଭିଜ୍‌ ଶରଣ ଓ ରବିନ୍‌ ହାସ କ୍ୱାର୍ଟର ଫାଇନାଲରେ ୩-୬, ୬-୭ ସେଟ୍‌ରେ ଜିରି ଲେହେକା ଓ ତୋମାସ ମ୍ୟାକହାତଙ୍କଠାରୁ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି।
ସେହିପରି ଏନ୍‌. ଶ୍ରୀରାମ ବାଲାଜୀ ଓ ତାଙ୍କ ସାଥୀ କିମେର କୋପିଜାନ୍ସ ୪-୦୬, ୩-୬ ସେଟରେ ଷ୍ଟିଭେନ୍‌ ଡିଏଜ୍‌ ଓ ବ୍ଲେଜ୍‌ ରୋଲାଙ୍କଠାରୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ଅପରପକ୍ଷରେ ସିଙ୍ଗଲ୍ସରେ ଭାରତ ସୁମିତ ନାଗାଲ ବିଶ୍ୱର ୧୭ ନମ୍ବର ଖେଳାଳି ତଥା ୩ଥର ଗ୍ରାଣ୍ଡସ୍ଲାମ ବିଜେତା ଷ୍ଟାନିସ୍‌ ଲାସ୍‌ ଓ୍ବାରିଙ୍କା ପରାସ୍ତ ହୋଇଥିଲେ। ସେହିପରି ସେ ଡବଲ୍ସରେ ମଧ୍ୟ ପରାସ୍ତ ହୋଇଥିଲେ। ଡବଲ୍ସରେ ନାଗାଲ ଓ ତାଙ୍କ ସାଥି ଇଲ୍ୟା ଇଭାଶ୍‌କା ୨-୬, ୪-୬ରେ ପ୍ରତିପକ୍ଷ ପିୟର- ହ୍ୟୁଗ୍ସ ହବର୍ଟ ଓ ଆର୍ଥର ରିନଡେକେନେଚଙ୍କଠାରୁ ପରାସ୍ତ ହୋଇଥିଲେ। ଗତ ମାର୍ଚ୍ଚରେ କୋଭିଡ୍‌-୧୯ ମାହାମାରୀର ପ୍ରକୋପ ଆରମ୍ଭ ହେବା ପରେ ପ୍ରଥମଥର ପାଇଁ ଏହି ୩ଜଣ ଭାରତୀୟ ଖେଳାଳି କୌଣସି ପ୍ରତିଯୋଗିତାମୂଳକ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଛି: ଗେଲ୍‌

ନୂଆଦିଲ୍ଲୀ,୨।୬(ପି.ଟି.): ବର୍ଣ୍ଣବୈଷମ୍ୟ ନେଇ ଓ୍ବେଷ୍ଟଇଣ୍ଡିଜ୍‌ ତାରକା ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ ମୁହଁ ଖୋଲିଛନ୍ତି। କେବଳ ଫୁଟବଲରେ ବର୍ଣ୍ଣବୈଷମ୍ୟ ଭଳି କଳଙ୍କ ରହିଛି ତାହା ନୁହେଁ, କ୍ରିକେଟ...

ବିଜେତାକୁ ୧.୬ ନିୟୁତ ଡଲାର ପୁରସ୍କାର

ଦୁବାଇ, ୨୭ା୫ (ପି.ଟି.): ଓଭାଲଠାରେ ଆସନ୍ତା ମାସରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲର ବିଜେତା ଦଳ ପୁରସ୍କାର...

‘କୌଣସି ଦ୍ୱନ୍ଦ୍ୱ ନାହିଁ କି ଚିନ୍ତା ନାହିଁ’; କେ.ଏଲ୍‌. ରାହୁଲଙ୍କୁ ନେଇ ଏଭଳି ସ୍ପଷ୍ଟୀକରଣ ଦେଲେ ଦ୍ରାବିଡ

ନୂଆଦିଲ୍ଲୀ,୧।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଏଯାବତ ଟିମ୍‌ ଇଣ୍ଡିଆ ଭଲ ପ୍ରଦର୍ଶନ କରିଆସୁଛି। ପ୍ରଥମରୁ ଦୁଇଟି ମ୍ୟାଚ୍‌ ଜିତି ନେଇଥିବାରୁ ଦଳ ସେମିଫାଇନାଲରେ ଖେଳିବ ବୋଲି...

ଟୋକିଓ ଅଲିମ୍ପିକ୍ସ ମହିଳା ହକି ଦଳ:ଓଡ଼ିଶାରୁ କେବଳ ଦୀପ୍‌ ଗ୍ରେସ

ଭୁବନେଶ୍ୱର, ୧୮।୬(କ୍ରୀଡ଼ା ପ୍ରତିନିଧି)-ଟୋକିଓ ଅଲିମ୍ପିକ୍ସ ପାଇଁ ଗୁରୁବାର ୧୬ ଜଣିଆ ଭାରତୀୟ ମହିଳା ହକି ଦଳ ଘୋଷଣା କରାଯାଇଛି। ଏଥର ଦଳରେ ମାତ୍ର ଜଣେ ଓଡ଼ିଆ...

ଦୀପାଙ୍କୁ ଖେଳ ରତ୍ନ, ଜାଡେଜାଙ୍କ ସମେତ ୧୯ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ,୧୮।୮(ପି.ଟି.)- ତାରକା ରେସଲର ବଜରଙ୍ଗ ପୁନିଆଙ୍କ ସମେତ ପାରା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ଦୀପା ମଲିକ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ...

ପାକିସ୍ତାନ ଦଳରେ ସାମିଲ ହେବେ ସୋଏବ ମଲିକ

କରାଚୀ, ୮ା୮ (ପି.ଟି.)- ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଅଗଷ୍ଟ ୨୮ରୁ ସାଉଥାମ୍ପଟନରେ ଆରମ୍ଭ ହେବ। ଟି୨୦ ସ୍ପେଶାଲିଷ୍ଟ ସୋଏବ ମଲିକ...

‘ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ୩ ମ୍ୟାଚ ବିଶିଷ୍ଟ ହେବା ଉଚିତ’

ମୁମ୍ବାଇ, ୩।୬(ପି.ଟି.)-  ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ୩ ମ୍ୟାଚ ବିଶିଷ୍ଟ ହେବା ଉଚିତ। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଉଦ୍‌ଘାଟନୀ ସଂସ୍କରଣର ଫାଇନାଲ ୧...

‘୮୩’ ଫିଲ୍ମ ପାଇଁ କପିଳ ଦେବ କେତେ ଟଙ୍କା ନେଇଛନ୍ତି ଜାଣନ୍ତି

ଅଭିନେତା ରଣଭୀର ସିଂଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘୮୩’ ଡିସେମ୍ବର ୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ ରଣଭୀର ଭାରତୀୟ ପୂର୍ବତନ ଅଧିନାୟକ...

Advertisement
Archives

Model This Week