Posted inଖେଳ

ଭାରତୀୟ ବୋଲର ପ୍ରଭାବୀ

ଡବଲିନ, ୧୯।୮: ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ଏଠାରେ ଟି୨୦ କ୍ରିକେଟ ସିରିଜ ଆରମ୍ଭ ହୋଇଛି। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଭାରତୀୟ ବୋଲରମାନେ ପ୍ରଭାବୀ ବୋଲିଂ କରି ଆୟର୍ଲାଣ୍ଡ ଇନିଂସକୁ ୧୩୯/୭ରେ ସୀମିତ ରଖିଛନ୍ତି। ଏହି ମ୍ୟାଚରେ ଭାରତର ରିଙ୍କୁ ସିଂ ଓ ପ୍ରସିଦ୍ଧ କ୍ରିଷ୍ଣା ଟି୨୦ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି। ସିରିଜରେ ଭାରତ ପକ୍ଷରୁ ଅଧିନାୟକ ଦାୟିତ୍ୱ ତୁଲାଉଥିବା ଯଶପ୍ରୀତ୍‌ ବୁମ୍‌ରା ଉଭୟ ଖେଳାଳିଙ୍କୁ ଟି୨୦ କ୍ୟାପ୍‌ ପ୍ରଦାନ କରିଛନ୍ତି। ରିପୋର୍ଟ ପ୍ରସ୍ତୁତ ବେଳକୁ ଭାରତ ୫ ଓଭରରେ କୌଣସି ଉଇକେଟ ନ ହରାଇ ୩୨ ରନ ସଂଗ୍ରହ କରିଛି।
ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଭାରତ ଏହା ଉଚିତ ମଧ୍ୟ ସାବ୍ୟସ୍ତ ହୋଇଥିଲା। ଭାରତୀୟ ବୋଲରମାନେ ଚମତ୍କାର ବୋଲିଂ କରି ମାତ୍ର ୩୧ ରନ ମଧ୍ୟରେ ଆୟର୍ଲାଣ୍ଡର ୫ ଉଇକେଟ ପତନ ଘଟାଇଥିଲେ। ଆହତ ସମସ୍ୟାରୁ ମୁକୁଳିଥିବା ଯଶପ୍ରୀତ୍‌ ବୁମ୍‌ରାଙ୍କ ସ୍ପେଲ୍‌ ମଧ୍ୟ ବହୁତ ଭଲ ରହିଥିଲା। ମଧ୍ୟଭାଗରେ କୁର୍ଟିସ କାମ୍ଫର ୩୯ ରନ କରିବା ସହ ୮ ନମ୍ବର ବ୍ୟାଟର ବାରି ମ୍ୟାକକାର୍ଥୀ ୫୧ ରନରେ ଅପରାଜିତ ରହିବାରୁ ଆୟର୍ଲାଣ୍ଡ ସମ୍ମାନଜନକ ୧୩୯ ରନ କରିବାକୁ ସକ୍ଷମ ହୋଇଥିଲା। ଉଭୟ ୭ମ ଉଇକେଟରେ ମୂଲ୍ୟବାନ ୫୭ ରନର ଭାଗୀଦାରି ଗଢ଼ିଥିଲେ। ମାତ୍ର ୩୩ଟି ବଲ୍‌ ଖେଳିଥିବା ମ୍ୟାକକାର୍ଥୀ ନିଜ ଇନିଂସ ମଧ୍ୟରେ ୪ଟି ଲେଖାଏ ଚୌକା ଓ ଛକା ମାରିଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ଅଧିନାୟକ ବୁମ୍‌ରା, ପ୍ରସିଦ୍ଧ କ୍ରିଷ୍ଣା ଓ ରବି ବିଷ୍ଣୋଇ ୨ଟି ଲେଖାଏ ଏବଂ ଅର୍ଶଦୀପ ସିଂ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଆୟର୍ଲାଣ୍ଡ ୨୦ ଓଭରରେ ୧୩୯/୭ (ବାରି ମ୍ୟାକକାର୍ଥୀ-୫୧*, କୁର୍ଟିସ କାମ୍ଫର-୩୯, ଯଶପ୍ରୀତ୍‌ ବୁମ୍‌ରା-୨/୨୪, ପ୍ରସିଦ୍ଧ କ୍ରିଷ୍ଣା-୨/୩୨, ରବି ବିଷ୍ଣୋଇ-୨/୨୩, ଅର୍ଶଦୀପ ସିଂ-୧/୩୫)।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri