Posted inଜାତୀୟ

ଡ୍ରାଗନକୁ ଦିଆଯିବ କଡା ଜବାବ, ଲଦ୍ଦାଖରେ ମୁତୟନ ହେଲେ ୧୫ ହଜାରରୁ ଊର୍ଦ୍ଧ୍ୱ ଯବାନ

ନୂଆଦିଲ୍ଲୀ,୨୪ ।୭: ପୂର୍ବ ଲଦ୍ଦାଖରେ ଚାଇନାର ଆକ୍ରମଣକୁ ରୋକିବାକୁ ଯାଇ ଭାରତୀୟ ସେନା ଆତଙ୍କବାଦୀ ବିରୋଧି ଅଭିଯାନ ପାଇଁ ଉଦ୍ଦିଷ୍ଟ ନିଜର ୟୁନିଟକୁ ଜମ୍ମୁ-କଶ୍ମୀରରୁ ପୂର୍ବ ଲଦ୍ଦାଖ ସେକ୍ଟରକୁ ଟ୍ରାନ୍ସଫର କରିଦେଇଛି । ଇଣ୍ଡିଆ ଟୁଡେର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜମ୍ମୁ-କଶ୍ମୀର ସ୍ଥିତ ଆତଙ୍କବାଦ ବିରୋଧି ସଙ୍ଗଠନଠାରୁ ପାଖାପାଖି ୧୫ ହଜାର ସେନାଙ୍କୁ କିଛି ମାସ ପୂର୍ବରୁ ଲଦ୍ଦାଖରେ ଚାଇନା ଆକ୍ରମଣର ମୁକାବିଲା କରିବାକୁ ନିଆଯାଇଥିଲା । ଲଦ୍ଦାଖ ସେକ୍ଟରରେ ଗତ କିଛି ମାସ ହେବ ସେନାଙ୍କୁ ମୁତୟନ କରାଯାଉଛି । ଆଉ ଏହି ଯବାନମାନେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି ଦ୍ୱାରା ଭବିଷ୍ୟତରେ ଯେ କୌଣସି ଆକ୍ରମଣର କଡା ଜବାବ ଦେବେ । ସୂଚନାଯୋଗ୍ୟ, ପୂର୍ବ ଲଦ୍ଦାଖରେ ଗତବର୍ଷ ଏପ୍ରିଲ ମାସରୁ ଚାଇନା ତା’ର ଚାଲାକି ଦେଖାଇ ଚାଲିଛି । କିଛିମାସ ଧରି ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ପରେ ଚାଇନା ସେନା ପଛକୁ ହଟିଥିଲେ । ହେଲେ ଏବେବି ସେଠାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଏହାକୁ ଦୃଷ୍ଟିରେ ରଖି ଏବେ ଲଦ୍ଦାଖ ସୀମାରେ ଭାରତୀୟ ସେନା ସଂଖ୍ୟାରେ ବୃଦ୍ଧି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର,୧୧।୪: ଜମ୍ମୁ-କଶ୍ମୀର ଶୋପିଆନ୍‌ରେ ଆତଙ୍କବାଦ ବିରୋଧି ଅପରେଶନରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସ୍ଥାନୀୟ ହାଦିପୋରାରେ କିଛି ଆତଙ୍କବାଦୀ ଲୁଚି ଖବର ମିଳିବା ପରେ...

ବିପିନ ରାଓ୍ବତଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି, ସମସ୍ତଙ୍କ ହୃଦୟ ଜିତିଲା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ.୧୦।୧୨: ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କୁ ପୂରା ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। କେବଳ ଭାରତରେ ନୁହେଁ, ଅନେକ ଦେଶରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ...

ଭୋଟର ପରିଚୟପତ୍ରର ହେବ ଆଧାର ଲିଙ୍କ୍‌: ମୋଦି ସରକାରଙ୍କ ଯୋଜନା !

ନୂଆଦିଲ୍ଲୀ,୧୯।୨: ଖୁବ୍‌ ଶୀଘ୍ର ଭୋଟର ପରିଚୟ ପତ୍ରକୁ ଅଧାର ସହିତ ଲିଙ୍କ୍‌ କରାଯିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୋଜନା କରୁଛନ୍ତି। ନିକଟରେ ଆଇନ...

ଧାର୍ମିକ-ଭାଷାଗତ ସଂଖ୍ୟାଲଘୁ ମାନ୍ୟତା ନିଷ୍ପତ୍ତି ରାଜ୍ୟ ଅନୁସାରେ ହେବ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୮।୮ : ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପୁଣି ଥରେ ଦୋହରାଇଛନ୍ତି ଯେ ଧାର୍ମିକ ତଥା ଭାଷା ସଂଖ୍ୟାଲଘୁ ସମ୍ପ୍ରଦାୟର ମାନ୍ୟତା ରାଜ୍ୟ ଅନୁଯାୟୀ ନିଷ୍ପତ୍ତି...

ଗୋଟିଏ ମେସେଜ୍‌ ୪୪ ଜଣ ସାଥୀଙ୍କୁ ଏକାଠି କଲା

ରତଲାମ,୨୧।୭: ଆଧୁନିକ ଯୁଗରେ ସମସ୍ତେ ମୋବାଇଲ ମାନିଆ ହୋଇଥିବା ବେଳେ ଏବେ ହ୍ବାଟସ୍‌ ଆପ୍‌ ମଧ୍ୟ ଅନେକ ସମୟରେ ଦୂରରେ ଥିବା ବନ୍ଧୁଙ୍କୁ ଏକାଠି କରିବାରେ...

ମୁକ୍ତି ପାଇଁ ୩ ମାସିଆ ଯୋଜନା ଦରକାର: ମମତା

କୋଲକାତା,୧୩ା୫: ଦେଶରେ କୋଭିଡ୍‌-୧୯ ସଙ୍କଟରୁ ଖୁବ୍‌ଶୀଘ୍ର ମୁକ୍ତି ମିଳି ନ ପାରେ। ଏଥିଲାଗି ତିନିମାସିଆ ଯୋଜନା ଦରକାର ବୋଲି ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

ଧରାପଡ଼ିଲା ପାକିସ୍ତାନୀ ଡଙ୍ଗା: ୧୭୫ କୋଟିର ନିଶାଦ୍ରବ୍ୟ ଜବତ

ଅହମ୍ମଦାବାଦ୍‌,୬।୧: ଗୁଜରାଟ କଛ ନିକଟରେ ଏକ ପାକିସ୍ତାନୀ ଡଙ୍ଗା ଭାରତୀୟ ନୌସେନା ହାତରେ ଧରାପଡ଼ିଛି। ସେଥିରେ ୩୫ କିଲୋଗ୍ରାମ୍‌ ନିଶାଦ୍ରବ୍ୟ ବୋଝେଇ ହୋଇଥିଲା। ଏହାର ଆନୁମାନିକ...

ଭାରତରେ ୬ କୋଟି ଟପିପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୬।୭: ଆସନ୍ତା ୨୦୨୧ ମାର୍ଚ୍ଚ ବେଳକୁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ୧୮ ଲକ୍ଷ ଟପିବ ବୋଲି ଭାରତୀୟ ବିଜ୍ଞାନ ସଂସ୍ଥାନ(ଆଇଆଇଏସ୍‌ସି)...

Advertisement
Archives

Model This Week