Posted inଖେଳ

୪ ପଦକ ପକ୍କା କଲେ ଭାରତୀୟ ତୀରନ୍ଦାଜ

ତାଶକେଣ୍ଟ, ୩ା୫ (ପି.ଟି.): ଭାରତୀୟ ତୀରନ୍ଦାଜମାନେ ଏସିଆ କପ୍‌ ଷ୍ଟେଜ୍‌-୨ ବିଶ୍ୱ ର଼୍ୟାଙ୍କିଙ୍ଗ ଟୁର୍ନାମେଣ୍ଟରେ ଉତ୍ସାହଜନକ ଆରମ୍ଭ କରଛନ୍ତି। ମଙ୍ଗଳବାର ରିକର୍ଭ ଓ କମ୍ପାଉଣ୍ଡ ବିଭାଗର ୪ ଟିମ୍‌ ଇଭେଣ୍ଟରେ ଫାଇନାଲରେ ପ୍ରବେଶ କରି ପଦକ ପକ୍କା କରିଛନ୍ତି। ମୃଣାଳ ଚୌହାନ, ତୁଷାର ଶେଲ୍‌କେ ଓ ଜୟନ୍ତ ତାଲୁକଦାରଙ୍କୁ ନେଇ ଟପ୍‌ ସିଡ୍‌ ଭାରତୀୟ ରିକର୍ଭ ଦଳ ସେମିଫାଇନାଲରେ ଆୟୋଜକ ଉଜ୍‌କିସ୍ତାନର ଚେନ୍‌ ୟାଓ ୟୁଇ, ମିର୍ଜାଲଲ କାରୋରେଭା ଓ ଅମିରଖାନ୍‌ ସାଦିକୋଭ୍‌ଙ୍କୁ ୬-୦ (୫୬-୫୪, ୫୭-୫୪, ୫୬-୫୩)ରେ ହରାଇ ଦେଇଛନ୍ତି। ଏହାପୂର୍ବରୁ ସେମାନେ କିରଗିଜସ୍ତାନ ବିପକ୍ଷରେ ୬-୦ (୫୪-୪୯, ୫୮-୪୮, ୫୩-୪୫)ରେ ବିଜୟ ହାସଲ କରିଥିଲେ। ପୁରୁଷ ରିକର୍ଭ ଦଳ ସ୍ବର୍ଣ୍ଣ ପଦକ ମୁକାବିଲାରେ ଏହାର ପ୍ରତିଦ୍ୱନ୍ଦ୍ୱୀ ଚାଇନାକୁ ଶୁକ୍ରବାର ଭେଟିବ। ସଙ୍ଗୀତା, ପ୍ରାଚୀ ସିଂ ଓ ତନିଶା ବର୍ମାଙ୍କୁ ନେଇ ମହିଳା ରିକର୍ଭ ଦଳ ଉଜ୍‌ବେକିସ୍ତାନ ଦଳକୁ ୫-୪ରେ ପରାଜିତ କରିଛନ୍ତି। ଦଳ ଫାଇନାଲରେ ଚାଇନା ସହ ମୁକାବିଲା କରିବ। ବାଏ ପାଇ ସେମିଫାଇନାଲରେ ପ୍ରବେଶ କରିଥିବା ଅଭିଷେକ ବର୍ମା, କୁଶାଲ ଦଳାଲ ଓ ଅମିତ୍‌ଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ କମ୍ପାଉଣ୍ଡ ଦଳ ସାଉଦି ଆରବକୁ ୨୩୬-୨୨୧ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ଦଳ ଶୁକ୍ରବାର ସ୍ବର୍ଣ୍ଣ ପଦକ ପାଇଁ ହଂକଂ ବିପକ୍ଷରେ ଖେଳିବ। ସେହିପରି ପରନୀତ କୌର, ପ୍ରଗତି ରାଗିନି ମାର୍କୁଙ୍କୁ ନେଇ ମହିଳା କମ୍ପାଉଣ୍ଡ ଦଳ କ୍ୱାଲିଫାଇଂ ରାଉଣ୍ଡ ଶୀର୍ଷରେ ରହି ପୂର୍ବରୁ ଫାଇନାଲକୁ ଉନ୍ନୀତ ହୋଇସାରିଛନ୍ତି। ଟାଇଟଲ ମୁକାବିଲାରେ ସେମାନେ ହଂକଂଙ୍କୁ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri